ସିଗାରେଟ୍‌ ଦେବାରେ ବିଳମ୍ବ ହେବାରୁ ଫୁଟିଲା ଗୁଳି, ଜଣେ ଗୁରୁତର

କେନ୍ଦୁଝର,୨୭ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନା ଖଡ଼ିବାହାଳୀ ଛକରେ ସିଗାରେଟ ଦେବାରେ ବିଳମ୍ବ ହେବାରୁ ଦୋକାନୀଙ୍କୁ ଗୁଳିମାଡ଼ ଘଟଣା ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଜଣେ ଗ୍ରାହକ ସାମାନ୍ୟ ସିଗାରେଟ ଟାଣିବା ପାଇଁ ବଚସା ପରେ ଦୋକାନୀଙ୍କୁ ଗୁଳିମାଡ଼ କରିଥିବା ଅଭିଯୋଗ ହୋଇଛି। ଦୋକାନୀ ଜଣଙ୍କ ଗୁରୁତର ହୋଇଥିବାବେଳେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନାନୁଯାୟୀ, ମଙ୍ଗଳବାର ଖଡ଼ିବାହାଳୀ ଛକରେ ଜଗବନ୍ଧୁ ମହାପାତ୍ର(୬୦) ଙ୍କ ଗ୍ରୋସରୀ ଦୋକାନରୁ ବିଳମ୍ବିତ ରାତିରେ ଜଣେ ଦୁର୍ବୃତ୍ତ ଜଣଙ୍କ ସିଗାରେଟ ମାଗିଥିଲେ। ତେବେ ଦୋକାନୀ ଜଣଙ୍କ ସିଗାରେଟ ଦେବାରେ ବିଳମ୍ବ କରିବାରୁ କାହିଁକି ସିଗାରେଟ ଦେଉନୁ କହି ଦୁହିଁଙ୍କ ମଧ୍ୟରେ ସାମାନ୍ୟ ବଚସା ହୋଇଥିଲା। ଏଥିରେ ଦୁର୍ବୃତ୍ତ ଜଣଙ୍କ ଉତ୍ତେଜିତ ହୋଇ ବନ୍ଧୁକ ବାହାର କରି ଗୁଳି ଚଳାଇଥିଲେ। ଗୁଳିମାଡ଼ରେ ଦୋକାନୀ ଜଣଙ୍କ ସେହିଠାରେ ହିଁ ଲହୁଲୁହାଣ ହୋଇ ତଳେ ପଡ଼ିଯାଇଥିଲେ। ଗୁଳିଶବ୍ଦ ଶୁଣି ସ୍ଥାନୀୟ ଲୋକେ ପହଞ୍ଚି ଗୁରୁତର ଦୋକାନୀଙ୍କୁ ପଥମେ ହରିଚନ୍ଦନପୁର ପରେ କେନ୍ଦୁଝରରୁ କଟକ ବଡ଼ ମେଡ଼ିକାଲକୁ ପଠାଇଥିବା ଜଣାପଡ଼ିଛି । ପରିବାର ଲୋକଙ୍କ ଅଭିଯୋଗ ପରେ ସ୍ଥାନୀୟ ହରିଚନ୍ଦନପୁର ପୋଲିସ ଜୋରଦାର ତଦନ୍ତ ଆରମ୍ଭ କରିଛି । ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଉଦ୍ୟମ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

କାର୍‌ରୁ ଗଞ୍ଜେଇ ଜବତ, ଜଣେ ଗିରଫ

ଶଙ୍କରାଖୋଲ,୨୦ା୫(ଡି.ଏନ୍‌.ଏ.)- ଚକାପାଦ ଥାନା ଘୁଡକାପଦର ପୋଲଠାରେ ମଙ୍ଗଳବାର ଚକାପାଦ ପୋଲିସ ଏକ ଓଲା କାର୍‌ (ନଂ.ଓଡି-୦୨ଏ ଆର-୦୨୮୮)ରୁ ୧୫ କେଜି ଗଞ୍ଜେଇ ଜବତ କରି ଚାଳକଙ୍କୁ...

କଂଗ୍ରେସ ଭବନରେ ପଶି ପିଟିଲା ପୋଲିସ

ଭୁବନେଶ୍ୱର,୧୧।୧୨(ବ୍ୟୁରୋ): କଳାହାଣ୍ଡି ଜିଲା ମହାଲିଙ୍ଗସ୍ଥିତ ସନ୍‌ସାଇନ୍‌ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡକୁ ନେଇ ରାଜ୍ୟବ୍ୟାପୀ ଚାଲିଥିବା ଆନ୍ଦୋଳନ ଭୟଙ୍କର ରୂପ ନେଇଛି। ଗତ ଦୁଇଦିନ...

ମହୁଲ ମୂଲ୍ୟ ମିଳୁନି

ଗୋପବନ୍ଧୁନଗର,୨୯।୪ (ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ଚାଷ ଏହି ଅଞ୍ଚଳ ଲୋକଙ୍କ ପ୍ରଧାନ ଜୀବିକା ହୋଇଥିଲେ ମଧ୍ୟ...

ଡିଏଫ୍‌ଓ, ରୋଷେୟାଙ୍କ ବିରୋଧରେ କିଛି ମିଳିଲା ନାହିଁ

ଭୁବନେଶ୍ୱର,୮ା୧୦: ବହୁ ଚର୍ଚ୍ଚିତ ପାରଳାଖମୁଣ୍ଡି ଏସିଏଫ୍‌ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ଡିଏଫ୍‌ଓ ଏବଂ ରୋଷେୟାଙ୍କୁ କ୍ଲିନ ଚିଟ୍‌ ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ...

ପ୍ରଦୀପ୍ତ ନାଏକଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି: ଏବେ କହୁଛନ୍ତି କଥା

ଭୁବନେଶ୍ୱର,୧୯।୫(ବ୍ୟୁରୋ): ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି । ବର୍ତ୍ତମାନ ସେ ଧୀରେ ଧୀରେ କଥା କହିବା ଆରମ୍ଭ କଲେଣି ।...

ବହିରାଗତଙ୍କ ଘର ବାହାରେ ଲାଗିଲା ପୋଷ୍ଟର

ରାଇକିଆ,୨୭।୩(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ରାଇକିଆ ଅଞ୍ଚଳର ଯେଉଁମାନେ ରାଜ୍ୟ ବାହାରେ ରହି କାମ କରୁଥିଲେ ସେମାନେ ଏବେ ଗଁାକୁ ଫେରିଛନ୍ତି। ସେମାନଙ୍କୁ ହୋମ୍‌ ଆଇସୋଲେଶନରେ ରହିବାକୁ...

ସଫେଇ କର୍ମଚାରୀଙ୍କୁ ହାଣିଦେଲେ

ବାଲେଶ୍ୱର ଅଫିସ, ୨୧ା୯: ବାଲେଶ୍ୱର ମ୍ୟୁନିସିପାଲିଟିରେ ସଫେଇ ଟେଣ୍ଡରକୁ ନେଇ ନୂଆ ଓ ପୁରୁଣା ଠିକାଦାରଙ୍କ ମଧ୍ୟରେ ଚାଲିଥିବା ବିବାଦ ସୋମବାର ଉଗ୍ରରୂପ ଧାରଣ କରିଛି।...

ସମ୍ବଲପୁର ଲୋକ ମହୋତ୍ସବ ଉଦ୍‌ଘାଟିତ

ସମ୍ବଲପୁର,୫।୧(ବ୍ୟୁରୋ): ଆମର୍‌ ସଂସ୍କୃତି ଆରମ୍‌ ଟେକ୍‌ ଅଟେ । ସଂସ୍କୃତି, ପରମ୍ପରାକୁ ବଞ୍ଚାଇ ରଖିଲେ, ଜାତିର ସମ୍ମାନ ବୃଦ୍ଧି ହୋଇଥାଏ। ତେଣୁ ପ୍ରତ୍ୟେକସ୍ତରରୁ ଲୋକ ସଂସ୍କୃତିକୁ...

Advertisement
Archives

Model This Week