୧୭୬ ଦେଶରେ ବ୍ୟବହାର ହେଉଛି ଓଡ଼ିଆ ଛାତ୍ର ଦେବାଶିଷଙ୍କ ଆପ୍‌

ଯୋଡ଼ା,୨୮।୪(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ସହରର ଛାତ୍ର ଦେବାଶିଷ ବେହେରା ଫିଜବି ମୋବାଇଲ ଆପ୍‌ ପ୍ରସ୍ତୁତ କରି ଚର୍ଚ୍ଚାକୁ ଆସିଛନ୍ତି। ଏହି ଆପ୍‌ ଜରିଆରେ ଫ୍ରି ଆଣ୍ଡ୍‌ ସିକ୍ୱର ଭାବେ ଭିଡିଓ କନଫରେନ୍ସିଂ ସେବା ଉପଲବ୍ଧ ରହିଛି। ଏକକାଳୀନ ୭୦ ଜଣ ଏହି ଆପ୍ଲିକେଶନ ମାଧ୍ୟମରେ ଭିଡିଓ କନଫରେନ୍ସରେ ଅଂଶଗ୍ରହଣ କରିପାରିବେ। ୧୭୬ଟି ଦେଶରେ ଏହି ଆପ୍‌ ବ୍ୟବହାର ଉପଯୋଗୀ ହୋଇପାରିଛି। ଏହା ଗୁଗଲ ପ୍ଲେ ଷ୍ଟୋରରେ ଗତ ଫେବୃୟାରୀରେ ସ୍ଥାନ ପାଇଛି। ତେବେ ଏହି ଆପ୍‌ର ଏକ ସ୍ବତନ୍ତ୍ର ଫିଚର୍‌ ରହିଛି। ତାହା ହେଲା ଭିଡିଓ କନଫରେନ୍ସିଂ ସମୟରେ ଇମୋଜିରେ ସ୍ପେଶିଆଲ ଇଫେକ୍ଟର ବ୍ୟବହାର କରାଯାଇପାରିବ, ଯାହାକି ଅନ୍ୟ ଆପ୍ଲିକେଶନ ଠାରୁ ଭିନ୍ନ। ଏଭଳି ଆପ୍‌ ପ୍ରସ୍ତୁତ କରି ଓଡ଼ିଶା ପାଇଁ ଗୌରବ ଆଣଛନ୍ତି ଦେବାଶିଷ।

ଯୋଡ଼ା ସହରର ୫ନଂ. ୱାର୍ଡ ଆଜାଦବସ୍ତିରେ ରହୁଥିବା ବାହାଦୁର ବେହେରା ଓ ରେଣୁକାଙ୍କ ପୁଅ ଦେବାଶିଷ ବର୍ତ୍ତମାନ ଭୁବନେଶ୍ୱରରେ ଦ୍ୱାଦଶ ଶ୍ରେଣୀରେ ଅଧ୍ୟୟନରତ। ତାଙ୍କର ପ୍ରାରମ୍ଭିକ ଶିକ୍ଷା ଯୋଡ଼ାସ୍ଥିତ ସେଣ୍ଟ ଟେରେସା ବିଦ୍ୟାଳୟରେ ହୋଇଥିଲା। ବିଦ୍ୟାଳୟରେ ପଢ଼ୁଥିବା ବେଳେ କମ୍ପ୍ୟୁଟର ସାଇନ୍ସ ଓ ପ୍ରଯୁକ୍ତି ବିଦ୍ୟା ପ୍ରତି ତାଙ୍କର ପ୍ରବଳ ରୁଚି ଥଲା। ଅଷ୍ଟମ ଶ୍ରେଣୀରେ ପଢ଼ିବା ବେଳେ ଦେବାଶିଷ ଏହି ପ୍ରଯୁକ୍ତି ବିଦ୍ୟାର ମୌଳିକ ଜ୍ଞାନ ଆହରଣ କରିଥିଲେ। ଏହି ଜ୍ଞାନରେ ଅଧିକ ନିପୁଣତା ପାଇଁ ସେ ଜାଭା ପ୍ରୋଗ୍ରାମିଂ ଲାଙ୍ଗୁଏଜ୍‌ ଶିକ୍ଷା ଗ୍ରହଣ କରିଥିଲେ। ଏଥିପାଇଁ ଗୁଗଲ, ଇନଷ୍ଟାଗ୍ରାମ, ୟୁଟ୍ୟୁବ ଏବଂ ବିଭିନ୍ନ ଆର୍ଟିକଲ ଓ ବହି ଅଧ୍ୟୟନ କରିଥିଲେ। ଉକ୍ତ ଜ୍ଞାନକୌଶଳ ପ୍ରୟୋଗ କରି ଦେବାଶିଷ ପୂର୍ବରୁ ଯଦିଓ ଦୁଇଟି ଆପ୍‌ ପ୍ରସ୍ତୁତ କରିଥିଲେ ହେଲେ ଫିଜବି ଆପ୍ଲିକେଶନ ସୃଷ୍ଟି କରି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ତାଙ୍କ ଦ୍ୱାରା ବିକଶିତ ସ୍ବଦେଶୀ ଫିଜବି ଆପ୍ଲିକେଶନ ଭାରତର ଏକ ଷ୍ଟାର୍ଟଅପ ସଙ୍କେତ ହେବ ବୋଲି ଦେବାଶିଷ କହିଛନ୍ତି। ଏତଦ୍‌ବ୍ୟତୀତ ଏହି ଫିଜବି ଆପ୍‌ ସମ୍ପୂର୍ଣ୍ଣ ସୁରକ୍ଷିତ ଓ ଗୋପନୀୟତାକୁ ବଜାୟ ରଖିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ଏହି ଆପ୍ଲିକେଶନ ବ୍ୟବହାର କରୁଥିବା ଯୋଡ଼ାର ଜଣେ ଯୁବ ୟୁଜର ସୁରଜକାନ୍ତ ପାଠକ କୁହନ୍ତି, ସେ ଗତ ୧ ମାସ ଧରି ଏହି ଆପ୍ଲିକେଶନକୁ ବ୍ୟବହାର କରୁଛନ୍ତି। ଅନ୍ୟ ଆପ୍ଲିକେଶନ ତୁଳନାରେ ଏହାର ଫିଚର୍ସ, ସିକ୍ୟୁରିଟି ଅତ୍ୟନ୍ତ ଉଚ୍ଚକୋଟିର। ଏହି ଆପ୍‌କୁ ବିକଶିତ କରିଥିବା ଦେବାଶିଷଙ୍କୁ ସରକାର ପ୍ରୋତ୍ସାହନ ଯୋଗାଇ ଦେଲେ ଭବିଷ୍ୟତରେ ସେ ପ୍ରଯୁକ୍ତି ବିଦ୍ୟାର ଅଧିକ ବିକାଶ କରିପାରିବେ। ଦେବାଶିଷ ଭବିଷ୍ୟତରେ ଏକ ଟେକ୍‌ କମ୍ପାନୀ କରି ସ୍ବଦେଶୀ ଜ୍ଞାନକୌଶଳକୁ ବିକଶିତ କରିବାକୁ ଲକ୍ଷ୍ୟ ରଖିଥିବା ତାଙ୍କ ମା’ କହିଛନ୍ତି।

ମାନସ ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri