ବଦଳିବ ଆଦ୍ୟ ଶ୍ରୀକ୍ଷେତ୍ରର ରୂପ, ନୟାଗଡ଼ ଜିଲାରେ ଖୁସିର ପରିବେଶ

ନୟାଗଡ଼ ଅଫିସ/କଣ୍ଟିଲୋ,(ସ୍ବ.ପ୍ର.)୨୮।୪: ସମନ୍ବିତ, ଐତିହ୍ୟ ଓ କୀର୍ତ୍ତିରାଜି ବିକାଶ ଯୋଜନାରେ ଆଦ୍ୟ ଶ୍ରୀକ୍ଷେତ୍ର କଣ୍ଟିଲୋ ନୀଳମାଧବ ପୀଠ ପାଇଁ ୧୦୦ କୋଟି ଟଙ୍କା ରାଜ୍ୟ ସରକାର ମଞ୍ଜୁର କରିବା ପରେ ନୟାଗଡ଼ ଜିଲାରେ ଖୁସିର ପରିବେଶ ସୃଷ୍ଟି ହୋଇଛି । ପୁରୀର ଶ୍ରୀଜଗନ୍ନାଥ ଧାମ ପରେ ନୀଳମାଧବଙ୍କ ପୀଠର ପାରିପାର୍ଶ୍ୱିକ ବିକାଶ ପାଇଁ ପ୍ରସ୍ତୁତ ମାଷ୍ଟର ପ୍ଲାନ ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଲାଭ କରିଛିି। ସମସ୍ତ ବିକାଶ କାମ ଆସନ୍ତା ୧୮ମାସ ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ବିଭିନ୍ନ ବର୍ଗର ଲୋକଙ୍କୁ ଭେଟିଥିଲେ ଆମ ଖବରଦାତା । ସେମାନଙ୍କ ମତାମତକୁ ନେଇ ଏକ ସ୍ବତନ୍ତ୍ର ଉପସ୍ଥାପନା….

ଶବର ରାଜାଙ୍କ ଗଁା ଉପେକ୍ଷିତ
ନୀଳମାଧବଙ୍କ ପୀଠ ଲାଗି ୧୦୦ କୋଟି ଟଙ୍କାର ବିକାଶ ପ୍ରକଳ୍ପ ସ୍ବାଗତଯୋଗ୍ୟ। ତେବେ ଶ୍ରୀଜଗନ୍ନାଥଙ୍କ ସେବକ ଶବର ରାଜା ବିଶ୍ୱାବସୁଙ୍କ ପ୍ରାଚୀନ ବାସସ୍ଥଳୀ ଭାପୁର ବ୍ଲକ ଧାନଚାଙ୍ଗଡା ପଞ୍ଚାୟତର ଶବର ଗଁା କାଳିଆପଲ୍ଲୀକୁ ଉପେକ୍ଷିତ କରା ନ ଯାଉ। ଶବର ରାଜାଙ୍କ ତ୍ୟାଗ ପାଇଁ ସେହି ଗଁା ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇବା ଦରକାର। ଏଠାରେ ଶବର ରାଜାଙ୍କ ଝିଅ ଲଳିତା ଦେବୀ ଓ ବିଶ୍ୱାବସୁଙ୍କ ପଥର ମୂର୍ତ୍ତି, ବିଷ୍ଣୁବଟ ମୂଳରେ କାଳିଆ ମାଧବ ଠାକୁର ରହିଛନ୍ତି। ଏହାକୁ ଦେଖିବା ପାଇଁ ପର୍ଯ୍ୟଟକ ଆସୁଛନ୍ତି।
– ପରିବେଶବିତ୍‌ ଅନ୍ତର୍ଯ୍ୟାମୀ ସାହୁ, କଣ୍ଟିଲୋ

ପର୍ଯ୍ୟଟକଙ୍କ ପାଇଁ ସୁବିଧା ରହୁ
ଜଗନ୍ନାଥଙ୍କ ଆଦିପୀଠର ରୂପରେଖ ବଦଳିବା ସ୍ବାଗତଯୋଗ୍ୟ। ତେବେ ପୀଠର ବିକାଶ ସହ ପର୍ଯ୍ୟଟକଙ୍କ ପାଇଁ ସୁବିଧା ରହିବା ଦରକାର। ଅତ୍ୟାଧୁନିକ ଶୈଳୀରେ ଖାଦ୍ୟପେୟ ଓ ରହଣି ସୁବିଧା ଉପଲବ୍ଧ କରାଗଲେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ । ଏଠାରେ ଓଟିଡିସିର ଏକ କଟେଜ୍‌ ରହିଲେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବ। ପୁଣି ଜିଲା ମୁଖ୍ୟାଳୟରୁ କଣ୍ଟିଲୋକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାର ଉନ୍ନତୀକରଣ ଆବଶ୍ୟକତା ରହିଛି । ଏଥିପ୍ରତି ସରକାର ଦୃଷ୍ଟି ଦେଲେ ବିକାଶର ରୂପକୁ ସମସ୍ତ ପର୍ଯ୍ୟଟକ ଦେଖିପାରିବେ।
– ପ୍ରସନ୍ନ କୁମାର ଶତପଥୀ, ଅବସରପ୍ରାପ୍ତ ଅଧ୍ୟକ୍ଷ, ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ

ଶ୍ରୀମନ୍ଦିରର କ୍ଷୁଦ୍ରାକୃତି
ଶ୍ରୀଜଗନ୍ନାଥଙ୍କ ଆଦିସ୍ଥଳ ପାଇଁ ଖ୍ୟାତି ଅର୍ଜନ କରିଥିବା ବ୍ରହ୍ମାଙ୍କ ସୃଷ୍ଟି ବ୍ରହ୍ମାଦ୍ରିର ଶ୍ରୀନୀଳମାଧବଙ୍କ ପୀଠ ସରକାରଙ୍କ ପର୍ଯ୍ୟଟନ ମାନଚିତ୍ରରେ ଏକ ବିଶେଷ ଗୁରୁତ୍ୱ ରଖିଆସିଛି। ମୁଖ୍ୟମନ୍ତ୍ରୀ ଏହି ପୀଠ ପ୍ରତି ଗୁରୁତ୍ୱ ଦେବା ସ୍ବାଗତଯୋଗ୍ୟ ପଦକ୍ଷେପ । ଶ୍ରୀଜଗନ୍ନାଥଙ୍କ ମନ୍ଦିର ବେଢାରେ ଯେପରି ଅନ୍ୟାନ୍ୟ ଦେବଦେବୀ ରହିଛନ୍ତି, ନୀଳମାଧବ ମନ୍ଦିର ବେଢାରେ ଠିକ୍‌ ସେହିପରି ଦେବଦେବୀ ଅଛନ୍ତି। ଅନେକ ନୀଳମାଧବଙ୍କ ମନ୍ଦିରକୁ ଶ୍ରୀମନ୍ଦିରର କ୍ଷୁଦ୍ରାକୃତି ବୋଲି କହିଥାନ୍ତି। କିନ୍ତୁ ଗବେଷକ ଅନ୍ତର୍ଯ୍ୟାମୀ ସାହୁଙ୍କ ମତରେ ଶ୍ରୀମନ୍ଦିର ନୀଳମାଧବ ମନ୍ଦିରର ଉନ୍ନତିକୃତି।
-ସତ୍ୟବାଦୀ ବଳିଆରସିଂହ, ଐତିହାସିକ, ରଣପୁର

ପର୍ଯ୍ୟଟକଙ୍କ ଭିଡ଼ ବଢ଼ିବ
ନୀଳମାଧବଙ୍କ ମନ୍ଦିର ବିକାଶ ଯୋଜନା ସ୍ବାଗତଯୋଗ୍ୟ ପଦକ୍ଷେପ। କଣ୍ଟିଲୋର ପୂର୍ବବର୍ତ୍ତୀ ନାମ ଥିଲା ସାବର ଶ୍ରୀକ୍ଷେତ୍ର। କିମ୍ବଦନ୍ତୀ ଓ ପୁରାଣ ଆଖ୍ୟାନ ଅନୁସାରେ ଶବର ରାଜା ବିଶ୍ୱାବସୁଙ୍କ କନ୍ୟା ଲଳିତା ଓ ବିଦ୍ୟାପତି ପ୍ରସଙ୍ଗ ଆସେ। ପ୍ରଭୁ କିତୁଙ୍ଗ ବା ନୀଳମାଧବ ଏଠାରୁ ଅନ୍ତର୍ଦ୍ଧାନ ହୋଇ ଦାରୁ ରୂପରେ ପୁରୀ ବାଙ୍କୀ ମୁହାଣଠାରେ ଲାଗନ୍ତି। ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଦ୍ୱାରା ଠାକୁର ପ୍ରତିଷ୍ଠା ହେବା ଏବଂ ମନ୍ଦିର ନିର୍ମାଣ ହେବା ପୁରାଣରେ ବର୍ଣ୍ଣିତ ହୋଇଛି। ପୀଠର ରୂପ ବଦଳିଲେ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ବଢ଼ିବ।
– ବିରଞ୍ଚତ୍ ନାରାୟଣ ତ୍ରିପାଠୀ, କବି ଓ ସାହିତି୍ୟକ, ରଣପୁର

ମଞ୍ଜୁର ଅର୍ଥ ଦୁରୁପଯୋଗ ନ ହେଉ
ନୀଳମାଧବ କ୍ଷେତ୍ରର ବିକାଶ ଲାଗି ମୁଖ୍ୟମନ୍ତ୍ରୀ ୧୦୦କୋଟି ଟଙ୍କା ଅନୁଦାନ ରାଶି ମଞ୍ଜୁର କରିଥିବାରୁ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ଜନସାଧାରଣଙ୍କ ପକ୍ଷରୁ ମୁଁ ତାଙ୍କୁ ସାଧୁବାଦ ଜଣାଉଛି। ଏଥିସହିତ ଉକ୍ତ ପ୍ରକଳ୍ପ ପାଇଁ ମଞ୍ଜୁର ହୋଇଥିବା ବିପୁଳ ଅର୍ଥର ସୁବିନିଯୋଗ ଉପରେ ଧ୍ୟାନ ଦେବାକୁ ମୁଁ ଅନୁରୋଧ କରୁଛି ା ବିଶେଷ କରି ଜିଲା ପ୍ରଶାସନ ଏ ସଂକ୍ରାନ୍ତରେ ଗୁରୁତ୍ୱାରୋପ କରିବା କଥା ା ମଞ୍ଜୁର ହୋଇଥିବା ଅର୍ଥର ଯେପରି ଦୁରୁପଯୋଗ ନ ହୁଏ ସେଥିପ୍ରତି ଧ୍ୟାନ ଦିଆଯାଉ ା
– ବିକ୍ରମ କେଶରୀ ଦେଓ,ସମ୍ପାଦକ, ଖଣ୍ଡପଡା ବାର ଆସୋସିଏଶନ


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?