ବିକାଶର ମଡେଲ ହୋଇପାରିଛି କଳାହାଣ୍ଡି: ମୁଖ୍ୟମନ୍ତ୍ରୀ
ଭବାନୀପାଟଣା,୧୪।୧(ଡି.ଏନ୍.ଏ.) : କଳାହାଣ୍ଡି ଗରିବୀର ପରୀକ୍ଷାଗାର ନୁହେଁ, ବିକାଶର ମଡେଲ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଗୁରୁବାର ଦିନିକିଆ କଳାହାଣ୍ଡି ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ୨୦୮୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି।...
ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ଶେଷକୃତ୍ୟ ସମ୍ପନ୍ନ
କଟକ ଅଫିସ,୧୪।୧: ପଞ୍ଚଭୂତରେ ବିଲୀନ ହେଲା ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ମରଶରୀର। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କଟକ କାଳିଆବୋଦା ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ବୁଧବାର ଅପରାହ୍ନରେ କଟକ ଏସ୍ସିବି କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର...
କଳାହାଣ୍ଡିରେ ମୁଖ୍ୟମନ୍ତ୍ରୀ
ଭବାନୀପାଟଣା,୧୪।୧(ଡି.ଏନ୍.ଏ.) : ଦୀର୍ଘ ୯ ମାସ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଳାହାଣ୍ଡି ଗସ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୧.୩୦ରେ ହେଲିପ୍ୟାଡ୍ରେ ଓହ୍ଲାଇବା ପରେ ଏକ କାର୍ରେ ସଭାସ୍ଥଳରେ ପହଞ୍ଚିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା...
ମକର ବେଢ଼ା ପରିକ୍ରମା ଲାଗି ତାରାତାରିଣୀ ପୀଠରେ ପ୍ରବଳ ଜନସମାଗମ
ପୁରୁଷୋତ୍ତମପୁର,୧୪।୧(ଡି.ଏନ୍.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟ ଦେବୀ ମା’ ତାରା ତାରିଣୀଙ୍କ ପୀଠରେ ଗୁରବାର ପବିତ୍ର ମକର ସଂକ୍ରାନ୍ତି ହେତୁ ଦର୍ଶନ ଲାଗି ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଛି। ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ସମ୍ପୂର୍ଣ୍ଣ କରୋନା...
ବ୍ରେନ୍ ମ୍ୟାପିଂ ପାଇଁ ମନାକଲେ ଅଭିଯୁକ୍ତ
ନୟାଗଡ଼ ଅଫିସ,୧୪।୧:ପରୀ ହତ୍ୟା ମାମଲାରେ ଗିରଫ କଲେଜ ଛାତ୍ରଙ୍କ ବ୍ରେନ୍ ମ୍ୟାପିଂ ପାଇଁ ଏସ୍ଆଇଟି କରିଥିବା ଆବେଦନ ଉପରେ ଜୁଭେନାଇଲ ଜଷ୍ଟିସ ବୋର୍ଡ(କିଶୋର ନ୍ୟାୟ ପରିଷଦ)ରେ ବୁଧବାର ଶୁଣାଣି ହୋଇଛି। ଶୁଣାଣି ସମୟରେ ଆଇନକୁ ନେଇ ଦ୍ୱନ୍ଦରେ ଥିବା କଲେଜ...
ଉଡ଼ି ଉଡ଼ି ଉଡ଼ି..
ଢେଙ୍କାନାଳ ଅଫିସ, ୧୪।୧: ‘ଉଡ଼ି ଉଡ଼ି ଉଡ଼ି ଯାରେ ଉଡ଼ି… ଏ ମୋର ଗୁଡ଼ି…’ ଆଜି ବି ଏହି ଗୀତ ଶ୍ରୋତାଙ୍କୁ ନେଇଯାଏ ସତୁରି ଦଶକକୁ। ସୁର ସମ୍ରାଟ ଅକ୍ଷୟ ମହାନ୍ତିଙ୍କ କଣ୍ଠରୁ ଝରି ଆସିଥିବା ଏହି ଗୀତ ବାଜିଲେ ଆଖି...
ଉଚିତ୍ କାର୍ଯ୍ୟାନୁଷ୍ଠାନ ନହେଲେ ଅପରାଧ ବଢ଼ିବ
ବଲାଙ୍ଗୀର ଅଫିସ, ୧୪ା୧: ବଲାଙ୍ଗୀର ଡେଲିମାର୍କେଟରେ ଶନିବାର ବିଳମ୍ବିତ ରାତିରେ ଗାଡିହର୍ଣ୍ଣ ବଜାଇବାକୁ କେନ୍ଦ୍ର କରି ପରିବା ବେପାରୀ ଓ ଜଣେ ଯୁବକ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଚିକୁ ମିଶ୍ର ନାମକ ଜଣେ ଯୁବକ ଏକ ଟାଙ୍ଗିଆରେ ଆକ୍ରମଣ କରିବାରୁ...
ଭୀମସାର ନିର୍ଦ୍ଦେଶକଙ୍କ ଅଫିସ ଆଗରେ ଦଳିତ ସେନାର ବିକ୍ଷୋଭ
ସମ୍ବଲପୁର, ୧୪।୧ (ବ୍ୟୁରୋ): ବୁର୍ଲା ଭୀମସାରଠାରେ ଠିକା ସଫେଇ କର୍ମଚାରୀଙ୍କ ବିଭିନ୍ନ ଦାବି ନେଇ ବୁଧବାର ଓଡିଶା ଆଦିବାସୀ ଦଳିତ ସେନା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପୂର୍ବାହ୍ନ ସାଢ଼େ ୧୧ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଆନ୍ଦୋଳନକାରୀ ଦାବି ପୂରଣ...
ବିଜୁ ମଇଦାନରୁ ମୁହଁ ଫେରାଉଛନ୍ତି ବୟସ୍କ
ଅନୁଗୋଳ ଅଫିସ, ୧୪।୧: ଅନୁଗୋଳ ସହର ଭିଆଇପି ରୋଡ୍ରେ ଥିବା ବିଜୁ ମଇଦାନରେ ଏବେ ସୁସ୍ଥ ବାତାବରଣ ନାହିଁ। ବିଶେଷକରି ସନ୍ଧ୍ୟାରେ ଏଠାରେ ଅସାମାଜିକଙ୍କ ଆଡ୍ଡା ଜମୁଛି। ରାତି ଅନ୍ଧାରର ସୁଯୋଗ ନେଇ ବିଭିନ୍ନ ଅପରାଧର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଉଛି।...
ଖୁବ୍ଶୀଘ୍ର ଦେବଝରଣରେ ବୋଟିଂ ସେବା
ସମ୍ବଲପୁର,୧୩ା୧(ବ୍ୟୁରୋ): ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ଇକୋଟୁରିଜମ ଦେବଝରଣରେ ବୋଟିଂ ସେବା ଖୁବ୍ଶୀଘ୍ର ଆରମ୍ଭ ହେବ। ବୁଧବାର ଡ୍ୟାମ୍ରେ ବନ ବିଭାଗ ପକ୍ଷରୁ ପ୍ଲାଟଫର୍ମ ନିର୍ମାଣ କରାଯାଇଛି। ଏସିଏଫ୍ ମଦନଲାଲ ଶର୍ମା, ସଦର ରେଞ୍ଜର ଗୌରୀ ଦାସ ଉପସ୍ଥିତ ରହି...
ସୀମାନ୍ତରେ ଏନ୍କାଉଣ୍ଟର ମାଓବାଦୀ କମାଣ୍ଡର ନିହତ
ମାଲକାନଗିରି,୧୩ା୧: ମାଲକାନଗିରି ସୀମାନ୍ତବର୍ତ୍ତୀ ଛତିଶଗଡ଼ ଦାନ୍ତଓ୍ବୋଡା ଜିଲାରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ପୋଲିସ ଏନ୍କାଉଣ୍ଟରରେ ଜଣେ ମାଓବାଦୀ କମାଣ୍ଡର ନିହତ ହୋଇଛନ୍ତି। ତାଙ୍କ ନାମ ହିଡମା ମୁଚାକି। ସେ ଦଣ୍ଡକାରଣ୍ୟ ମାଓ ଡିଭିଜନର ଡିସିଏମ୍ ଭାବେ କାର୍ଯ୍ୟ...
ବରଗଡ଼ରେ ପହଞ୍ଚିଲା କରୋନା ଟିକା
ବରଗଡ଼ ଅଫିସ୍,୧୩।୧: ବରଗଡ଼କୁ ବୁଧବାର ରାତ୍ରିରେ କରୋନା ଟିକା ପହଞ୍ଚିଛି। ପ୍ରଥମ ପର୍ଯ୍ୟାୟରେ ୭୨୫୦ ଡୋଜ୍ ଟିକା ଆସିଛି । ବରଗଡ଼ ସହରସ୍ଥିତ ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାରେ ତାକୁ ସୁରକ୍ଷିତ ରଖାଯାଇଛି। ଆସନ୍ତା ୧୬ ତାରିଖରୁ ଟିକାକରଣ ଆରମ୍ଭ...
Archives


