ଖୁବ୍‌ଶୀଘ୍ର ଦେବଝରଣରେ ବୋଟିଂ ସେବା

ସମ୍ବଲପୁର,୧୩ା୧(ବ୍ୟୁରୋ): ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ଇକୋଟୁରିଜମ ଦେବଝରଣରେ ବୋଟିଂ ସେବା ଖୁବ୍‌ଶୀଘ୍ର ଆରମ୍ଭ ହେବ। ବୁଧବାର ଡ୍ୟାମ୍‌ରେ ବନ ବିଭାଗ ପକ୍ଷରୁ ପ୍ଲାଟଫର୍ମ ନିର୍ମାଣ କରାଯାଇଛି। ଏସିଏଫ୍‌ ମଦନଲାଲ ଶର୍ମା, ସଦର ରେଞ୍ଜର ଗୌରୀ ଦାସ ଉପସ୍ଥିତ ରହି କାମ ତଦାରଖ କରିଥିଲେ। ଏକ ସପ୍ତାହ ମଧ୍ୟରେ ବୋଟ୍‌ଗୁଡିକ ଆସିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଦେବଝରଣରେ ଜଳପ୍ରପାତ, ଡ୍ୟାମ, ପାର୍କ, ଝରଣା ଆଦି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି। ଚଳିତମାସରୁ ପର୍ଯ୍ୟଟକମାନେ ଡ୍ୟାମ୍‌ରେ ନୌକା ବିହାର କରିପାରିବା ନେଇ ଯୋଜନା ଆରମ୍ଭ ହୋଇଛି। ବୋଟ୍‌ ଚାଳନା ଲାଗି ସ୍ଥାନୀୟ ତାଲଝରଣ, ଗଇଲଗୁଡି ଗ୍ରାମର ଭିଏସ୍‌ଏସ୍‌ର ୬ ସଦସ୍ୟଙ୍କୁ ତାଲିମ ଦିଆଯାଇଛି। ଏମାନେ ପୁରୀ ସମୁଦ୍ରରେ ବୋଟ ଚଲାଇବା ସହ ପର୍ଯ୍ୟଟଙ୍କୁ ଦୁର୍ଘଟଣା ସମୟରେ କିଭଳି ଉଦ୍ଧାର କରାଯିବ ସେ ନେଇ ମକ୍‌ଡ୍ରିଲ କରି ଫେରିଛନ୍ତି। ୨ବର୍ଷ ତଳେ ଦେବଝରଣ ଇକୋଟୁରିଜମ୍‌ ଘୋଷଣା ପରେ ୱାଚ୍‌ ଟାୱାର, ପାଦ ଚଲା ପଥର ରାସ୍ତା, ସୁରକ୍ଷା ବାର୍ତ୍ତା ସୂଚନା, ପାଇଖାନା, ନଳକୂପ, ରୋଷେଇ ପିଣ୍ଡି ପ୍ରଭୃତି ଉନ୍ନୟନମୂଳକ କାମ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନିବେଶ ଚମକ, ତୃଷାର ଛାୟା

ଭାରତରେ ଗୁଗଲ୍‌ର ପ୍ରସ୍ତାବିତ ଡାଟା ସେଣ୍ଟର ଏବଂ ଏହା ସହିତ ଜଡ଼ିତ ଜଳ ସଙ୍କଟ ଏକ ଗଭୀର ବିଡ଼ମ୍ବନାର ପର୍ଦ୍ଦାଫାଶ କରୁଛି। ସରକାର ଏହାକୁ ‘ଐତିହାସିକ ନିବେଶ’…

ପ୍ରଯୁକ୍ତିବିଦ୍ୟାର ଚମତ୍କାରିତା: ଏଣିକି ଇଣ୍ଟରନେଟ୍‌ରେ ପଠାଇହେବ ସୁଗନ୍ଧ

ୱାଶିଂଟନ, ୨୬ା୧୦: ଡିଜିଟାଲ ଦୁନିଆରେ ବର୍ତ୍ତମାନ ସୁଦ୍ଧା ଆମେ କେବଳ ଫଟୋ, ଭିଡିଓ ଏବଂ ଅଡିଓ ଶେୟାର୍‌ କରିପାରୁଛୁ। କିନ୍ତୁ ଏବେ ଦୂରରେ ଥାଇ ମଧ୍ୟ ପରସ୍ପରକୁ…

ଲୁଲାଙ୍କ ବଡ଼ ବିଜୟ: ରାଷ୍ଟ୍ରପତି ନିର୍ବାଚନ ଜିତି ଚତୁର୍ଥ ଥର କ୍ଷମତାକୁ ଫେରିଲେ!

ବ୍ରାସିଲିଆ, ୨୬।୧୦: ବ୍ରାଜିଲରେ ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଦା ସିଲଭା କଡ଼ା ମୁକାବିଲାରେ କନଜରଭେଟିଭ ପ୍ରାର୍ଥୀ ଫ୍ଲାଭିଓ ବୋଲସୋନାରୋଙ୍କୁ ପରାସ୍ତ କରି ପୁଣିଥରେ କ୍ଷମତା ହାସଲ…

ଆଜି ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା: ୨୮ରେ ଛୁଇଁବ ସ୍ଥଳଭାଗ, ଆନ୍ଧ୍ର ଦେଇ ଓଡ଼ିଶା ମୁହାଁଇବା ଆଶଙ୍କା

ଭୁବନେଶ୍ୱର, ୨୬ା୧୦ (ବନ୍ଦନା ସେଠୀ): ସମ୍ଭାବ୍ୟ ବାତ୍ୟାର ଗତିପଥକୁ ନେଇ ରାଜ୍ୟବାସୀଙ୍କ ମନରେ ପୁଣି ଛନକା ପଶିଛି। ବାତ୍ୟା ଆନ୍ଧ୍ରପ୍ରଦେଶ ଉପକୂଳରେ ମାଡ଼ ହେବା ପରେ ଓଡ଼ିଶା…

ସମ୍ଭାବ୍ୟ ବାତ୍ୟାକୁ ନେଇ ସରକାରଙ୍କ ତତ୍ପରତା: ୨ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ୮ ମନ୍ତ୍ରୀଙ୍କୁ ଜିଲା ଦାୟିତ୍ୱ

ଭୁବନେଶ୍ୱର,୨୬ା୧୦ (ରବିନାରାୟଣ ଜେନା): ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର…

ହାତରେ ଗୋଟିଏ ଉଇକେଟ୍‌, ଦରକାର ୮୮ ରନ୍‌; ତଥାପି ହାର୍‌ ମାନିଲାନି ପାକିସ୍ତାନ, ‘ଅସମ୍ଭବ’କୁ କଲା ‘ସମ୍ଭବ’

ନୂଆଦିଲ୍ଲୀ, ୨୬।୧୦: ଶାଦାବ ଖାନଙ୍କ ଶତକୀୟ ଇନିଂସ ବଳରେ ଏକାକୀ ପାକିସ୍ତାନକୁ ହାରିବାକୁ ଥିବା ମ୍ୟାଚରେ ଜିତାଇ ଦେଲେ। ସତେ ଯେମିତି ସେ ‘ଅସମ୍ଭବ’କୁ ‘ସମ୍ଭବ’ କରି…

‘ମନ୍‌ କି ବାତ୍‌’ର ୧୨ ବର୍ଷର ଯାତ୍ରା

ନୂଆଦିଲ୍ଲୀ, ୨୬ା୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କି ବାତ୍‌’ର ୧୨ବର୍ଷର ଯାତ୍ରାକୁ ଏକ ‘ତୀର୍ଥଯାତ୍ରା’ ବୋଲି ଅଭିହିତ କରିଛନ୍ତି।…

୯ମରୁ ଦ୍ୱାଦଶ ଶ୍ରେଣୀ ପାଇଁ ଏନ୍‌ସିଇଆର୍‌ଟି ଆରମ୍ଭ କଲା ୨୦ ଘଣ୍ଟିଆ ଏଆଇ ମଡ୍ୟୁଲ

ନୂଆଦିଲ୍ଲୀ, ୨୬ା୧୦: ନବମରୁ ଦ୍ୱାଦଶ ଶ୍ରେଣୀର ଛାତ୍ରୀଛାତ୍ରମାନେ ଏବେ ଏନ୍‌ସିଇଆର୍‌ଟି ଦ୍ୱାରା ପ୍ରକାଶିତ କମ୍ପ୍ୟୁଟେଶନାଲ ଥିଙ୍କିଙ୍ଗ(ସିଟି) ଏବଂ ଏଆଇ ଉପରେ ଆଧାରିତ ଏକ ୨୦ ଘଣ୍ଟିଆ ପ୍ରାରମ୍ଭିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?