ଉଡ଼ି ଉଡ଼ି ଉଡ଼ି..

ଢେଙ୍କାନାଳ ଅଫିସ, ୧୪।୧: ‘ଉଡ଼ି ଉଡ଼ି ଉଡ଼ି ଯାରେ ଉଡ଼ି… ଏ ମୋର ଗୁଡ଼ି…’ ଆଜି ବି ଏହି ଗୀତ ଶ୍ରୋତାଙ୍କୁ ନେଇଯାଏ ସତୁରି ଦଶକକୁ। ସୁର ସମ୍ରାଟ ଅକ୍ଷୟ ମହାନ୍ତିଙ୍କ କଣ୍ଠରୁ ଝରି ଆସିଥିବା ଏହି ଗୀତ ବାଜିଲେ ଆଖି ଆଗରେ ନାଚିଯାଏ ରଙ୍ଗବେରଙ୍ଗର ଗୁଡ଼ି, ନଟେଇ, ମାଞ୍ଜା ସୂତା ଏବଂ ଗୁଡ଼ି ଉଡ଼ାଉଥିବା ମଣିଷଙ୍କ ଚେହେରା। ମକର ସଂକ୍ରାନ୍ତି ଆସୁଆସୁ ଆରମ୍ଭ ହୋଇଯାଏ ଗୁଡ଼ିଉଡ଼ା ପର୍ବ। ଖାଲି ପଡ଼ିଆ, ନଦୀପଠା, ଛାତରେ ପିଲାମାନେ ଦଳବାନ୍ଧି ଏଥିରେ ସାମିଲ ହୁଅନ୍ତି। ଚଳିତବର୍ଷ କରୋନା ପାଇଁ ଏହା ଫିକା ପଡ଼ିଛି। ବଜାରରେ ଗୁଡ଼ିର ଅଭାବ ନାହିଁ, ଶସ୍ତା ନଟେଇ ବି ମିଳୁଛି। ହେଲେ ଗୁଡ଼ି ଉଡ଼ାଇବା ପାଇଁ ଆଗର ଆଗ୍ରହ ନାହିଁ। ଆଧୁନିକତାର ଇନ୍ଦ୍ରଜାଲରେ ଫସିଯାଇଥିବା ଯୁବପିଢ଼ି ଏହି ପର୍ବ ପାଳନରେ ସେତେଟା ତତ୍ପରତା ଦେଖାଉ ନ ଥିବାବେଳେ କ୍ରମେ ଗୁଡ଼ିଉଡ଼ା ପରମ୍ପରା ଗୁରୁତ୍ୱ ହରାଉଛି।
ଜାନୁୟାରୀ ୧୪। ପର୍ବପର୍ବାଣିର ଦିନଟିଏ। ଏହି ଦିନ ଦକ୍ଷିଣ ଭାରତୀୟମାନେ ପାଳିଥାନ୍ତି ପୋଙ୍ଗଲ। ସେହିପରି ଓଡ଼ିଶାରେ ପାଳନ କରାଯାଇଥାଏ ମକର ସଂକ୍ରାନ୍ତି। ତେବେ ଏହି କୃଷିଭିତ୍ତିକ ପର୍ବ ସହିତ ଯୋଡ଼ି ହୋଇଛି ଗୁଡ଼ିଉଡ଼ା। ଦକ୍ଷିଣ ଓଡ଼ିଶା ସମେତ କଟକରେ ଏହାର ଖାସ୍‌ ମହତ୍ତ୍ୱ ରହିଥିବାବେଳେ ଢେଙ୍କାନାଳରେ ମଧ୍ୟ ଜାକ୍‌ଜମକର ସହ ଗୁଡ଼ି ଉଡ଼ା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା। ଗତ କିଛିବର୍ଷ ଭିତରେ ସେହି ଉତ୍ସାହରେ ଭଟ୍ଟା ପଡ଼ିଥିବାବେଳେ କରୋନା ଗୁଡ଼ିଉଡ଼ାକୁ ପ୍ରଭାବିତ କରିଛି। ତଥାପି ସହରବାସୀଙ୍କ ମଧ୍ୟରୁ ଅନେକେ ଏବେ ବି ଗୁଡ଼ିଉଡ଼ାରେ ସାମିଲ ହୋଇଥାନ୍ତି। ମକର ଅବ୍ୟବହିତ ପୂର୍ବରୁ ସ୍ଥାନୀୟ ମିନି ଷ୍ଟାଡିୟମ, ଖୋଲାପଡ଼ିଆରେ ଗୁଡ଼ି ଉଡ଼ାଉଛନ୍ତି ପିଲାଏ। ସହରବାସୀଙ୍କ ଚାହିଦାକୁ ଦେଖି ମିନାବଜାର ସମେତ ଗଳିକନ୍ଦିରେ ଗୁଡ଼ି ଦୋକାନ ଖୋଲିଛି। ପୂର୍ବରୁ ସ୍ଥାନୀୟ ଦୋକାନୀ ହାତ ତିଆରି ଗୁଡ଼ି ବିକ୍ରି କରୁଥିଲେ। ଏବେ କଟକରୁ ଆଣୁଛନ୍ତି। ଗୁଡ଼ିର ଦାମ ୩ରୁ ୧୫ ଟଙ୍କା ଭିତରେ ରହିଥିବାବେଳେ ନଟେଇ ଗୋଟିକୁ ୩୦ରୁ ୧୦୦ ଟଙ୍କାରେ ବିକ୍ରି ହେଉଛି। ସଚେତନତା ବାର୍ତ୍ତା ଲେଖାଯାଇଥିବା କରୋନା ଗୁଡ଼ିର ଚାହିଦା ବେଶି ରହିଛି।

ଖଣ୍ଡିଆଖାବରା ହୋଇଛୁ
ସାରା ଭାରତରେ ଗୁଡ଼ିଉଡ଼ାକୁ ନେଇ ଆଜି ବି ଉତ୍ସାହ ରହିଛି। ପିଲାଦିନେ ଗୁଡ଼ି ଉଡ଼ାଇବା ବେଳେ ତଳେ ପଡ଼ି ଖଣ୍ଡିଆ ଖାବରା ହୋଇଛୁ। ଆଧୁନିକ ଯୁଗରେ ଯୁବଗୋଷ୍ଠୀ ମୋବାଇଲ ପଛରେ ଦୌଡ଼ିଛନ୍ତି। ଏଭଳି ମହନୀୟ ପରମ୍ପରା ମରିଯିବାକୁ ବସିଛି।
-ଶତ୍ରୁଘ୍ନ ମାଟି, ମଞ୍ଚ ଅଭିନେତା

ଚଳିତ ବର୍ଷ ବ୍ୟବସାୟ ମାନ୍ଦା
ଦୀର୍ଘବର୍ଷ ହେଲା ଗୁଡ଼ି ବ୍ୟବସାୟ କରୁଛି। ଆଗରୁ ଗୁଡ଼ିର ଚାହିଦା ଥିଲା। ପାଖାପାଖି ୩ ମାସ ଧରି ବେପାର ହୋଇଥାଏ। ଗୁଡ଼ିଉଡ଼ା ପର୍ବରେ ଭଲ ଦି ପଇସା ରୋଜଗାର ହୁଏ। ଚଳିତ ବର୍ଷ କରୋନା ପାଇଁ ବ୍ୟବସାୟ ମାନ୍ଦା।
-ମିର୍ଜା ସୁଲେମାନ ବେଗ୍‌, ବ୍ୟବସାୟୀ

କଟକରୁ ଆଣି ବିକୁଛୁ
ଆଗରୁ ନିଜେ ଗୁଡି ତିଆରି କରୁଥିଲୁ। ଏବେ କଟକରୁ ଆଣି ବିକ୍ରି କରୁଛୁ। ବିଭିନ୍ନ କିସମର ଗୁଡ଼ି ୩ରୁ ୧୫ ଟଙ୍କାରେ ବିକା ହେଉଛି। ସେହିପରି ନଟେଇର ଦାମ ୩୦ରୁ ୧୦୦ ଟଙ୍କା ମଧ୍ୟରେ ରହିଛି। କରୋନା କଟକଣା ଯୋଗୁ ବ୍ୟବସାୟ କମିଛି।
-ସାବିର ବେଗ୍‌, ଗୁଡ଼ି ବ୍ୟବସାୟୀ


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକଳ୍ପ ପାଖରେ ଜମି ପଡ଼ିଆ

ଢେଙ୍କାନାଳ ଅଫିସ, ୨୬।୭:  ଲୁଚକାଳି ଖେଳୁଛି ମୌସୁମୀ। ଅନାବୃଷ୍ଟି ପାଇଁ ଶ୍ରାବଣରେ ଶୁଖିଲା ପଡ଼ିଛି ଜମି। ଅନିୟମିତ ଲଘୁଚାପ ବର୍ଷା ଚାଷକୁ ନିଅଣ୍ଟ ହେଉଥିବାବେଳେ ମୁଣ୍ଡରେ...

ମାନିଲେନି ସେଣ୍ଟ୍ରାଲ ଜୁ ଅଥରିଟି ନିର୍ଦ୍ଦେଶ:ମାନ୍ୟତା ହରାଇବ କପିଳାସ ଚିଡ଼ିଆଖାନା

ଢେଙ୍କାନାଳ ଅଫିସ,୧୭ା୧୨ବନ ବିଭାଗର ଚରମ ଅବହେଳା, ଆନୁଷଙ୍ଗିକ ବ୍ୟବସ୍ଥା ନ ଥିବାରୁ ମାନ୍ୟତା ହରାଇବାକୁ ଯାଉଛି ଢେଙ୍କାନାଳ ଜିଲାର କପିଳାସ ଚିଡ଼ିଆଖାନା। ଏ ନେଇ ନୂଆଦିଲ୍ଲୀସ୍ଥିତ...

ବିଜେଡି-ଭାଜପା କାଉନସିଲର ଧସ୍ତାଧସ୍ତି

ଢେଙ୍କାନାଳ ଅଫିସ,୩୦ା୭: ଢେଙ୍କାନାଳ ପୌରସଂସ୍ଥା କାର୍ଯ୍ୟାଳୟ ନିର୍ବାହୀ ଅଧିକାରୀଙ୍କ ପ୍ରକୋଷ୍ଠରେ ଶନିବାର ମଧ୍ୟାହ୍ନରେ ବିଜେଡି ଓ ଭାଜପା କାଉନସିଲର ଧସ୍ତାଧସ୍ତି ହୋଇଛନ୍ତି। ଫଳରେ ପୌରସଂସ୍ଥା କାର୍ଯ୍ୟାଳୟରେ...

ଅଲେଖ ମହିମା ଧ୍ୱନିରେ ପ୍ରକମ୍ପିତ ଯୋରନ୍ଦା

ଢେଙ୍କାନାଳ ଅଫିସ, ୮।୨ – ମନରେ ନ ଥିଲା ବର୍ଷା ଭୟ। ଖାତିର ନ ଥିଲା କୋହଲା ପାଗକୁ। ଶୂନ୍ୟପ୍ରଭୁଙ୍କ ଉଦ୍ଦେଶ୍ୟରେ ସମର୍ପଣର ଭାବ ନେଇ...

୧୮ବର୍ଷ ହେଲା ଅଲୋଡ଼ା

ପରଜଙ୍ଗ, ୫।୬(ଡି.ଏନ୍‌.ଏ.): ୨୦୦୪ରୁ ୨୦୨୨। ୧୮ବର୍ଷ ହେଲା ଅଲୋଡ଼ା ଜୀବନ। ବଞ୍ଚତ୍ ରହିବାକୁ ଜାରି ରହିଛି ସଂଘର୍ଷ। ହେଲେ ନା ମିଳୁଛି ରୋଗରୁ ଉପଶମ ନା କମୁଛି...

ଗୋଷ୍ଠୀ ଭିକ୍ଷା, କର୍ମକର୍ତ୍ତା ମନୋନୟନ

ଢେଙ୍କାନାଳ ଅଫିସ,୨୦।୨ ଢେଙ୍କାନାଳ ଜିଲା ମହିମାଗାଦି ଯୋରନ୍ଦାରେ ୧୦୫ ବର୍ଷ ତଳେ ସିଦ୍ଧ ବଡ଼ କୃପାସିନ୍ଧୁ ବାବାଙ୍କ ଦ୍ୱାରା ପ୍ରତିଷ୍ଠିତ କୌପୀନଧାରୀ ମହିମା ସମାଜର ପ୍ରସିଦ୍ଧ...

‘ସୁଦୃଢ଼ ଗଣତନ୍ତ୍ର ପାଇଁ ନିର୍ବାଚନୀ ସାକ୍ଷରତା ଜରୁରୀ’

ଢେଙ୍କାନାଳ ଅଫିସ, ୨୬।୧-ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ୧୨ତମ ରାଷ୍ଟ୍ରୀୟ ମତଦାତା ଦିବସ ପାଳିତ ହୋଇଯାଇଛି। ଭର୍ଚୁଆଲ ମୋଡ୍‌ରେ ଆୟୋଜିତ ଏହି ଜିଲାସ୍ତରୀୟ କାର୍ଯ୍ୟକ୍ରମରେ...

ଅଗ୍ନିକାଣ୍ଡ: ୧୧ ବଖରା ପାଉଁଶ

ଭୁବନ/ଆଠମଲ୍ଲିକ, ୧୬।୫ (ଡି.ଏନ.ଏ.) – ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସି ଅନ୍ତର୍ଗତ ୧୧ନଂ. ଓ୍ବାର୍ଡ ତେଲିସାହିରେ ଶୁକ୍ରବାର ଅପରାହ୍ନରେ ବିଦ୍ୟୁତ୍‌ ଶର୍ଟସର୍କିଟ୍‌ରୁ ଅଗ୍ନିକାଣ୍ଡ ଘଟି ଶଙ୍କର୍ଷଣ...

Advertisement
Archives

Model This Week