ଉଚିତ୍‌ କାର୍ଯ୍ୟାନୁଷ୍ଠାନ ନହେଲେ ଅପରାଧ ବଢ଼ିବ

ବଲାଙ୍ଗୀର ଅଫିସ, ୧୪ା୧: ବଲାଙ୍ଗୀର ଡେଲିମାର୍କେଟରେ ଶନିବାର ବିଳମ୍ବିତ ରାତିରେ ଗାଡିହର୍ଣ୍ଣ ବଜାଇବାକୁ କେନ୍ଦ୍ର କରି ପରିବା ବେପାରୀ ଓ ଜଣେ ଯୁବକ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଚିକୁ ମିଶ୍ର ନାମକ ଜଣେ ଯୁବକ ଏକ ଟାଙ୍ଗିଆରେ ଆକ୍ରମଣ କରିବାରୁ ଦୁଇଟି ବାଇକ୍‌, ଗୋଡିଏ ଗାଡି ଭାଙ୍ଗି ଯାଇଥିଲା। ଭୟରେ ପରିବା ବେପାରୀମାନେ ଦୌଡି ପଳାଇଥିଲେ। ଘଟଣା ସମ୍ପର୍କରେ ପରିବା ବେପାରୀ ବୈକୁଣ୍ଠ ସାହୁ ଆଦର୍ଶ ଟାଉନ୍‌ ଥାନାରେ ଅଭିଯୋଗ କରିଥିଲେ। ଏହାକୁ ନେଇ ଥାନାରେ ଏକ ମାମଲା (ନଂ.୨୩/୨୧) ରୁଜୁ ହୋଇଥିଲା ା ତେବେ ସନ୍ଧ୍ୟାରେ ଉଭୟ ଅଭିଯୋଗକାରୀ ବେପାରୀ ସାହୁ ଓ ଅଭିଯୁକ୍ତ ମିଶ୍ରଙ୍କ ମଧ୍ୟରେ ଆପୋଶ ବୁଝାମଣା ହୋଇଥିଲା। ଏହି ଘଟଣାକୁ ନେଇ ସହରର କେତେକ ଓକିଲ ବୁଧବାର ଜିଲା ପୋଲିସ କାର୍ଯ୍ୟାଳୟକୁ ଯାଇ ଏସ୍‌ପି ନୀତୀନ କଶଲକରଙ୍କୁ ଭେଟି ଏକ ଦାବିପତ୍ର ଦେବା ସହ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ା ଆଡ଼ଭୋକେଟ୍‌ ପ୍ରବୀଣ ମିଶ୍ରଙ୍କ ନେତୃତ୍ୱରେ ଏହି ପ୍ରତିନିଧି ଦଳ ସହରର ଡେଲିମାର୍କେଟରେ ଜଣେ ଯୁବକ ଟାଙ୍ଗିଆ ଧରି ଆକ୍ରମଣ କରିବା ଏବଂ ଏହାର ସିସିଟିଭି ଫୁଟେଜ୍‌ ଭାଇରାଲ ହେବା ସତ୍ତ୍ୱେ ପୋଲିସ କିଭଳି ତାଙ୍କୁ ସିଆରପିସି ଦଫା ୪୧-ଏରେ ଛାଡିଦେଲା ବୋଲି ପ୍ରଶ୍ନ କରିଥିଲେ ା ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ୩୦୭ ଦଫା ଲଗାଇବା ପରିବର୍ତ୍ତେ କୋହଳ ଦଫା ଲଗାଇଛି ବୋଲି କହିଥିଲେ। ଏହି ଘଟଣାର ତଦନ୍ତକାରୀ ଅଧିକାରୀଙ୍କୁ ଉଚିତ୍‌ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାକୁ ପ୍ରତିନିଧି ଦଳ ଦାବି କରିଥିଲେ ା ଉଚିତ୍‌ କାର୍ଯ୍ୟାନୁଷ୍ଠାନ ନହେଲେ ସହରରେ ଅପରାଧ ବଢ଼ିବ ବୋଲି କହିଥିଲେ ା ଆଲୋଚନା ପରେ ଏଦିଗରେ ବିହିତ ପଦକ୍ଷେପ ନେବେ ବୋଲି ଏସପି କହିଥିବା ଜଣାଇଛନ୍ତି ା ଏହି ପ୍ରତିନିଧି ଦଳରେ ଆଡଭୋକେଟ୍‌ ଓମ୍‌କାର ନାୟକ, ସଞ୍ଜୀବ କୁମାର ନାଥ, ନିଳାଦ୍ରୀ ବିହାରୀ ସିଂ, ସତ୍ୟନାରାୟଣ ନାୟକ, ଶୁଭ୍ରାଂଶୁ ପଣ୍ଡା, ମହେନ୍ଦ୍ର ବାଗ ଓ ଅନ୍ୟମାନେ ଯାଇ ଏସପିଙ୍କ ସହ ଆଲୋଚନା କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ପୁଅଙ୍କ ଲଢ଼େଇ, ବାପାଙ୍କ ଚିନ୍ତା

ବଲାଙ୍ଗୀର,୨୬ା୪(ବୀରେନ୍ଦ୍ର କୁମାର ଝାଙ୍କର):୨୦୨୪ ନିର୍ବାଚନରେ ନିଜ ପୁଅକୁ ପ୍ରାର୍ଥୀ କରି ରାଜ୍ୟର ଅନେକ ବରିଷ୍ଠ ଏବଂ ସଫଳ ରାଜନେତା ଏବେ ଷ୍ଟାର ପ୍ରଚାରକ ପାଲଟିଛନ୍ତି। ବିଶେଷକରି...

ମୁଣ୍ଡଜାମିନ ରଖି ପୁତୁରାକୁ ମାରିଲେ କକା

ଟିଟିଲାଗଡ଼,୨୧ା୪(ଶରତ ମିଶ୍ର)ଟଙ୍କା ପାଇଁ ମଣିଷ କେତେ କ୍ରୂର ହୋଇଯାଏ ତାହାର ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲା ଟିଟିଲାଗଡ଼ ଥାନା ବେଲପଡ଼ା ଗ୍ରାମରେ। ୧୪...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

ନବୀନ ଖେଳିଲେ ପଶ୍ଚିମ ଓଡ଼ିଶା କାର୍ଡ

ବଲାଙ୍ଗୀର, ୧୮ା୪(ବୀରେନ୍ଦ୍ର କୁମାର ଝାଙ୍କର)ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ହୋଇଛନ୍ତି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପଶ୍ଚିମ ଓଡ଼ିଶାରେ...

୩ଦିନ ହେଲା ଜଳଯୋଗାଣ ବନ୍ଦ: ପାଣି ପାଇଁ ଭରସା ନଦୀଜଳ

ସଇଁତଳା, ୧୪ା୪ (ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଳା ବ୍ଲକ ଡ଼େଙ୍ଗ ପଞ୍ଚାୟତବାସୀ ଏବେ ଘୋର ପାନୀୟ ଜଳକଷ୍ଟରେ ରହିଛନ୍ତି। ପାଇପ୍‌ ଫାଟି ଯାଇଥିବାରୁ...

ସୋନିଆଙ୍କୁ ଭେଟିଲେ ନରସିଂହ

ବଲାଙ୍ଗୀର,୧୪ା୪(ବୀରେନ୍ଦ୍ର କୁମାର ଝାଙ୍କର)କଂଗ୍ରେସ ଦଳର ସର୍ବୋଚ୍ଚ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ଶନିବାର ବଲାଙ୍ଗୀର ବିଧାୟକ ତଥା ବିଧାନ ସଭାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri