ଉଚିତ୍‌ କାର୍ଯ୍ୟାନୁଷ୍ଠାନ ନହେଲେ ଅପରାଧ ବଢ଼ିବ

ବଲାଙ୍ଗୀର ଅଫିସ, ୧୪ା୧: ବଲାଙ୍ଗୀର ଡେଲିମାର୍କେଟରେ ଶନିବାର ବିଳମ୍ବିତ ରାତିରେ ଗାଡିହର୍ଣ୍ଣ ବଜାଇବାକୁ କେନ୍ଦ୍ର କରି ପରିବା ବେପାରୀ ଓ ଜଣେ ଯୁବକ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଚିକୁ ମିଶ୍ର ନାମକ ଜଣେ ଯୁବକ ଏକ ଟାଙ୍ଗିଆରେ ଆକ୍ରମଣ କରିବାରୁ ଦୁଇଟି ବାଇକ୍‌, ଗୋଡିଏ ଗାଡି ଭାଙ୍ଗି ଯାଇଥିଲା। ଭୟରେ ପରିବା ବେପାରୀମାନେ ଦୌଡି ପଳାଇଥିଲେ। ଘଟଣା ସମ୍ପର୍କରେ ପରିବା ବେପାରୀ ବୈକୁଣ୍ଠ ସାହୁ ଆଦର୍ଶ ଟାଉନ୍‌ ଥାନାରେ ଅଭିଯୋଗ କରିଥିଲେ। ଏହାକୁ ନେଇ ଥାନାରେ ଏକ ମାମଲା (ନଂ.୨୩/୨୧) ରୁଜୁ ହୋଇଥିଲା ା ତେବେ ସନ୍ଧ୍ୟାରେ ଉଭୟ ଅଭିଯୋଗକାରୀ ବେପାରୀ ସାହୁ ଓ ଅଭିଯୁକ୍ତ ମିଶ୍ରଙ୍କ ମଧ୍ୟରେ ଆପୋଶ ବୁଝାମଣା ହୋଇଥିଲା। ଏହି ଘଟଣାକୁ ନେଇ ସହରର କେତେକ ଓକିଲ ବୁଧବାର ଜିଲା ପୋଲିସ କାର୍ଯ୍ୟାଳୟକୁ ଯାଇ ଏସ୍‌ପି ନୀତୀନ କଶଲକରଙ୍କୁ ଭେଟି ଏକ ଦାବିପତ୍ର ଦେବା ସହ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ା ଆଡ଼ଭୋକେଟ୍‌ ପ୍ରବୀଣ ମିଶ୍ରଙ୍କ ନେତୃତ୍ୱରେ ଏହି ପ୍ରତିନିଧି ଦଳ ସହରର ଡେଲିମାର୍କେଟରେ ଜଣେ ଯୁବକ ଟାଙ୍ଗିଆ ଧରି ଆକ୍ରମଣ କରିବା ଏବଂ ଏହାର ସିସିଟିଭି ଫୁଟେଜ୍‌ ଭାଇରାଲ ହେବା ସତ୍ତ୍ୱେ ପୋଲିସ କିଭଳି ତାଙ୍କୁ ସିଆରପିସି ଦଫା ୪୧-ଏରେ ଛାଡିଦେଲା ବୋଲି ପ୍ରଶ୍ନ କରିଥିଲେ ା ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ୩୦୭ ଦଫା ଲଗାଇବା ପରିବର୍ତ୍ତେ କୋହଳ ଦଫା ଲଗାଇଛି ବୋଲି କହିଥିଲେ। ଏହି ଘଟଣାର ତଦନ୍ତକାରୀ ଅଧିକାରୀଙ୍କୁ ଉଚିତ୍‌ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାକୁ ପ୍ରତିନିଧି ଦଳ ଦାବି କରିଥିଲେ ା ଉଚିତ୍‌ କାର୍ଯ୍ୟାନୁଷ୍ଠାନ ନହେଲେ ସହରରେ ଅପରାଧ ବଢ଼ିବ ବୋଲି କହିଥିଲେ ା ଆଲୋଚନା ପରେ ଏଦିଗରେ ବିହିତ ପଦକ୍ଷେପ ନେବେ ବୋଲି ଏସପି କହିଥିବା ଜଣାଇଛନ୍ତି ା ଏହି ପ୍ରତିନିଧି ଦଳରେ ଆଡଭୋକେଟ୍‌ ଓମ୍‌କାର ନାୟକ, ସଞ୍ଜୀବ କୁମାର ନାଥ, ନିଳାଦ୍ରୀ ବିହାରୀ ସିଂ, ସତ୍ୟନାରାୟଣ ନାୟକ, ଶୁଭ୍ରାଂଶୁ ପଣ୍ଡା, ମହେନ୍ଦ୍ର ବାଗ ଓ ଅନ୍ୟମାନେ ଯାଇ ଏସପିଙ୍କ ସହ ଆଲୋଚନା କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ବିନା ଛାତ୍ରରେ ଚାଲିଛି ବିଦ୍ୟାଳୟ: ସ୍କୁଲ ଜଗି ରହିଛନ୍ତି ଭାରପ୍ରାପ୍ତ ହେଡ୍‌ ପଣ୍ଡିତ

ବଲାଙ୍ଗୀର,୨ା୧୦(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ସହର ମୁଖ୍ୟରାସ୍ତା ପାର୍ଶ୍ୱରେ ଥିବା ବିଦ୍ୟାଭୂଷଣ ସଂସ୍କୃତ ପ୍ରଥମା-ମଧ୍ୟମା ବିଦ୍ୟାଳୟରେ ୬ଷ୍ଠରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଏକଦା ଏହି ବିଦ୍ୟାଳୟରେ ୧୦୦ରୁ…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?