ସୀମାନ୍ତରେ ଏନ୍‌କାଉଣ୍ଟର ମାଓବାଦୀ କମାଣ୍ଡର ନିହତ

ମାଲକାନଗିରି,୧୩ା୧: ମାଲକାନଗିରି ସୀମାନ୍ତବର୍ତ୍ତୀ ଛତିଶଗଡ଼ ଦାନ୍ତଓ୍ବୋଡା ଜିଲାରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ପୋଲିସ ଏନ୍‌କାଉଣ୍ଟରରେ ଜଣେ ମାଓବାଦୀ କମାଣ୍ଡର ନିହତ ହୋଇଛନ୍ତି। ତାଙ୍କ ନାମ ହିଡମା ମୁଚାକି। ସେ ଦଣ୍ଡକାରଣ୍ୟ ମାଓ ଡିଭିଜନର ଡିସିଏମ୍‌ ଭାବେ କାର୍ଯ୍ୟ କରୁଥିବା ଜଣାପଡିଛି। ଚିକପାଲ୍‌ ଏବଂ ମାରଜୁନ୍‌ ଜଙ୍ଗଲରେ ମାଓବାଦୀଙ୍କ ଏକ ବଡ ଧରଣର ଶିବିର ଚାଲିଥିବା ଖବର ପାଇ ଡିଆର୍‌ଜି ପକ୍ଷରୁ କୋମ୍ବିଂ ଅପରେଶନ କରାଯାଇଥିଲା। ପୋଲିସ ଆସୁଥିବା ସୂଚନା ପାଇ ମାଓବାଦୀମାନେ ଗୁଳିଚାଳନା କରିଥିଲେ। ପୋଲିସ ମଧ୍ୟ ଏହାର ଜବାବ ଦେଇଥିଲା। ଫଳରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହି ସମୟରେ ପୋଲିସ ଏନ୍‌କାଉଣ୍ଟର କରିଥିଲା। ଏଥିରେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା। ପୋଲିସ ଗୁଳିର ସାମନା କରି ନ ପାରି ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। ପରେ ପୋଲିସ ଘଟଣାସ୍ଥଳରୁ ସମ୍ପୃକ୍ତ ମାଓବାଦୀଙ୍କ ମୃତଦେହ ସମେତ ବନ୍ଧୁକ, ବିସ୍ଫୋରକ ଓ କେତେକ ମାଓବାଦୀ ସାମଗ୍ରୀ ଜବତ କରିଛି। ସର୍ଚ୍ଚ ଅପରେଶନ ଜାରି ରହିଥିବା ଦାନ୍ତଓ୍ବୋଡା ଏସ୍‌ପି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ଆସିବ ୧୪ଟି ରଥ ଟଣା ଦଉଡ଼ି

ପୁରୀ ଅଫିସ,୧୩ା୫: ଜୁନ୍‌ ୨୩ରେ ରଥଯାତ୍ରା। ଏଥିପାଇଁ ଆରମ୍ଭ ହୋଇଗଲାଣି ପ୍ରଶାସନିକ ପ୍ରସ୍ତୁତି। ରଥଖଳାରେ ତିନିରଥ ନିର୍ମାଣ ଆଗେଇ ଚାଲିଥିବାବେଳେ ରଥ ଦଉଡ଼ି ପାଇଁ ଓଡ଼ିଶା...

ଦିଗପହଣ୍ଡିରେ ଖୋଲିବ ସବ୍‌ଜଜ୍‌ କୋର୍ଟ

ଦିଗପହଣ୍ଡି,୧୮ା୪(ଡି.ଏନ.ଏ.)- ଦିଗପହଣ୍ଡିରେ ଖୁବଶୀଘ୍ର ଅତିରିକ୍ତ ଦେୱାନୀ ବିଚାରପତି (ବରିଷ୍ଠ) ତଥା ଆସିଷ୍ଟାଣ୍ଟ ସେସନ୍‌ ଜଜ୍‌ କୋର୍ଟ ଖୋଲିବାକୁ ଯାଉଥିବା ଜଣାପଡ଼ିଛି। ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ...

ଡାଲି ଜାତୀୟ, ତୈଳବୀଜ ଜମିରୁ ଜଳ ନିଷ୍କାସନ ପାଇଁ ପରାମର୍ଶ

ଭୁବନେଶ୍ୱର,୧୩।୩(ବ୍ୟୁରୋ): ଦକ୍ଷିଣ-ପଶ୍ଚିମ ରାଜସ୍ଥାନ, ଉତ୍ତର ଛତିଶଗଡ଼ ଓ ଉତ୍ତର ମଧ୍ୟପ୍ରଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ଯୋଗୁ ଓଡ଼ିଶାର ଅଧିକାଂଶ ଜିଲାରେ ୧୨ରୁ ୧୫...

ଦାବି ପୂରଣ ନ ହେଲେ ଆନ୍ଦୋଳନ ଚେତାବନୀ

ବାଲେଶ୍ୱର ଅଫିସ, ୨୨।୧୦- ବାଲେଶ୍ୱର ନେସ୍କୋ ଶକ୍ତି କର୍ମଚାରୀ ସଂଘର କାର୍ଯ୍ୟକାରିଣୀ ବୈଠକ ସଂଘ କାର୍ଯ୍ୟାଳୟରେ ରବିବାର ହରିଶ୍‌ ଚନ୍ଦ୍ର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।...

‘ହାତପାଆନ୍ତାରେ ସହାୟତା ପହଞ୍ଚାଇବାକୁ ପ୍ରାଥମିକତା’

ଭୁବନେଶ୍ୱର,୧୩ା୪(ବ୍ୟୁରୋ): ରାଜ୍ୟର ୧୯,୦୫୯ ପରିବାରର ୫୧,୭୭୬ ଜଣଙ୍କୁ ଗତ ମାର୍ଚ୍ଚ ୨୧ରୁ ଏପ୍ରିଲ ୧୧ ତାରିଖ ମଧ୍ୟରେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି।...

ବୋର୍ଡ କାର୍ଯ୍ୟାଳୟରେ ଗଣଶିକ୍ଷା ମନ୍ତ୍ରୀ : ସରକାରୀ ସ୍କୁଲରେ ଇଂଲିଶ କହିବା ଶିଖିବେ ପିଲା

କଟକ ଅଫିସ, ୭ା୬:  ରାଜ୍ୟର ସରକାରୀ ସ୍କୁଲଗୁଡ଼ିକରେ ଛାତ୍ରୀଛାତ୍ରମାନଙ୍କୁ ଇଂଲିଶରେ କହିବା (ସ୍ପୋକନ ଇଂଲିଶ) ଶିକ୍ଷା ଦିଆଯିବ। ଗତ ମାଟ୍ରିକ ପରୀକ୍ଷାରେ ୮୨ଟି ସ୍କୁଲର ଫଳାଫଳ...

ବିଶ୍ରାରେ ପୁଣି ୪୮ ଘଣ୍ଟା ପାଇଁ ବଢିଲା କଣ୍ଟେନମେଣ୍ଟ

ସୁନ୍ଦରଗଡ଼, ୧୬।୪(ଡିଏନଏ): ସୁନ୍ଦରଗଡ଼ ଜିଲା ବିଶ୍ରାରେ କଣ୍ଟେନମେଣ୍ଟ ଅବଧିକୁ ପୁଣି ୪୮ ଘଣ୍ଟା ପାଇଁ ବୃଦ୍ଧି କରାଯାଇଛି। ପରିସ୍ଥିତିକୁ ଆଖି ଆଗରେ ରଖି ଜିଲାପାଳ ନିଖିଲ...

ବଦଳିବ ପୁରୀର ରୂପରେଖ: ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ କାନ୍ଥ କାହାଣୀ

ପୁରୀ ଅଫିସ,୨।୮:  ବିଶ୍ୱ ଐତିହ୍ୟ ସହର ହେବ ପୁରୀ। ବଦଳିବ ଏହାର ରୂପରେଖ। ଭିତ୍ତିଭୂମିର ବିକାଶ ସାଙ୍ଗକୁ ଯାତ୍ରୀ ଏବଂ ପର୍ଯ୍ୟଟକଙ୍କୁ ମିଳିବ ଅତ୍ୟାଧୁନିକ ସେବା...

Play 250+ Trending Games
Archives

Model This Week

Why Dharitri