ଆମ ଜିଲା ଖବର

ନନ୍ଦଳାରେ ଅଗ୍ନିକାଣ୍ଡ: ୪ ବଖରା ଭସ୍ମୀଭୂତ, ୨ ବଳଦ ଅର୍ଦ୍ଧଦଗ୍ଧ

କୃଷ୍ଣପ୍ରସାଦ, ୨୯।୧୦(ଡି.ଏନ୍‌.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ରାମଲେଙ୍କା ପଞ୍ଚାୟତ ନନ୍ଦଳାଗାଁରେ ସୋମବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୪ ବଖରା ଘର ପୋଡ଼ିଯାଇଛି। ଏଥିସହ ୨ଟି ବଳଦ ଅର୍ଦ୍ଧଦଗ୍ଧ ହୋଇଥିବା ଜଣାପଡ଼ିଛି। ପ୍ରକାଶ ଯେ, ସବୁଦିନ ଭଳି ସୋମବାର…

ଶ୍ରୀମନ୍ଦିର ଭିତରେ ଟିକ୍‌ଟକ୍‌

ପୁରୀ ଅଫିସ,୨୯ା୧୦: ବାରମ୍ବାର ସୋସିଆଲ ମିଡିଆରେ ଭାଇରାଲ ହେଉଛି ଶ୍ରୀମନ୍ଦିର ଭିତର ଫଟୋ। କେତେ ବେଳେ ଭକ୍ତ ସେଲ୍‌ଫି ନେଇ ପୋଷ୍ଟ କରୁଛନ୍ତି ତ ଆଉ କେବେ ଶ୍ରୀମନ୍ଦିର କର୍ମଚାରୀ, ପୋଲିସ ଓ ସେବାୟତ ମଧ୍ୟ ଏଥିରୁ ବାଦ୍‌ ପଡୁନାହାନ୍ତି। ସୋମବାର…

ନିଆରା ଢଙ୍ଗରେ ପାଳିଲେ ଦୀପାବଳି ପ୍ରଶାସନିକ ଅଧିକାରୀ, ସାଧାରଣ ଜନତା ସାମିଲ

ନୟାଗଡ଼ ଅଫିସ,୨୯ା୧୦: ନୟାଗଡ଼ ଜିଲାରେ ବିଭିନ୍ନ ସ୍ଥାନରେ ସୋମବାର ନିଆରା ଢଙ୍ଗରେ ଦୀପାବଳି ପାଳିତ ହୋଇଯାଇଛି। ଜିଲା ପ୍ରଶାସନଠାରୁ ଆରମ୍ଭ କରି ବିଭିନ୍ନ କ୍ଲବର ପିଲାମାନେ ଏହାକୁ ସ୍ମରଣୀୟ କରିବା ପାଇଁ ଅନାଥାଶ୍ରମ ଓ ଜରାଶ୍ରମରେ ଦୀପାବଳି ପାଳନ କରିଥିଲେ। ସନ୍ଧ୍ୟାରେ…

ଆଇସ୍‌କ୍ରିମ୍‌ରୁ ବାହାରିଲା ବ୍ଲେଡ୍‌

ନୟାଗଡ଼ ଅଫିସ,୨୯ା୧୦: ନୟାଗଡ଼ ସଦର ବ୍ଲକ ବାଘେରା ଧବଳେଶ୍ୱର ଯାତ୍ରାରେ ସୋମବାର ଏକ ଆଇସ୍‌କ୍ରିମ୍‌ରୁ ବ୍ଲେଡ୍‌ ବାହାରିଥିବା ଦେଖିବାକୁ ମିଳିଥିଲା। ଇଟାମାଟି ତେଲିସାହିର ରଞ୍ଜନ କୁମାର ବସନ୍ତରାୟ ଯାତ୍ରା ଦେଖିବାକୁ ଯାଇଥିବାବେଳେ ସେଠାରେ ଜଣେ ବେପାରୀଙ୍କଠାରୁ ଆଇସ୍‌କ୍ରିମ୍‌ କିଣିଥିଲେ। ଏହାକୁ ସେ…

ଅଳଙ୍କାର ଦୋକାନରୁ ଲୁଟ୍‌ : ସିସିଟିଭି ଫୁଟେଜରୁ ଧରାପଡ଼ିଲେ ଦୁଇ ମହିଳା 

ବାଲୁଗାଁ ,୨୯।୧୦(ଡି.ଏନ.ଏ.)-ଖୋର୍ଦ୍ଧା ଜିଲା ବାଲୁଗାଁ ବଜାରସ୍ଥିତ ଏକ ଜୁଏଲେରୀ ଦୋକାନରୁ ଗତ ଶନିବାର ମଧ୍ୟାହ୍ନରେ ଅଳଙ୍କାର କିଣିବା ବାହାନାରେ ୪ ମହିଳା ରୁପା ଗହଣା ଲୁଟି ନେଇଥିଲେ । ଏ ନେଇ ସିସିଟିଭ ଫୁଟେଜରୁ ଉତ୍ତୋଳିତ ଚିତ୍ରରୁ ଜଣାପଡିଛି। ରବିବାର ପୁନର୍ବାର…

ପାଇଖାନା ଟାଙ୍କିରେ ପଡ଼ି ଶିଶୁ ମୃତ

ରଣପୁର,୨୯।୧୦(ସ୍ବ.ପ୍ର.)-ନୟାଗଡ଼ ଜିଲା ରଣପୁର ବ୍ଲକ ଖତିଆ ଭଞ୍ଜସାହିରେ ନିର୍ମାଣାଧୀନ ପାଇଖାନା ଟାଙ୍କିରେ ପଡ଼ି ଜଣେ ୪ ବର୍ଷର ଶିଶୁଙ୍କ ରବିବାର ମୃତ୍ୟୁ ଘଟିଛି । ସେ ହେଲେ ଭଞ୍ଜସାହିର ରମେଶ ନାୟକଙ୍କ ସାନ ପୁଅ ବୁଲୁ ନାୟକ। ସେ ଉକ୍ତ ସାହିର…

ମହାବାତ୍ୟାକୁ ପୂରିଲା ୨୦ ବର୍ଷ: ସୃଷ୍ଟି ହେଉନି ହେନ୍ତାଳ ବଣ, ଚିନ୍ତାରେ ଉପକୂଳବାସୀ

କେନ୍ଦ୍ରାପଡା ଅଫିସ, ୨୯ା୧୦-୧୯୯୯ ମହାବାତ୍ୟାକୁ ମଙ୍ଗଳବାର ୨୦ ବର୍ଷ ପୂରୁଛି। ମାତ୍ର ଏହାର କରାଳ ରୂପ ଲୋକଙ୍କ ମନରେ ଏବେ ବି ଜୀବିତ ହୋଇ ରହିଛି। ଏହି ସମୟରେ ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକରେ ମହାବାତ୍ୟା ତାଣ୍ଡବଲୀଳା ରଚିଥିଲା। ଏହି ମହାବାତ୍ୟାରେ କେନ୍ଦ୍ରାପଡ଼ା…

ମହାବାତ୍ୟାକୁ ୨୦ ବର୍ଷ : ସ୍ମୃତି ଆଜି ବି ଅଭୁଲା

କରାଳ ରାତି, ଘନ ଅନ୍ଧକାର ମଧ୍ୟରେ କେବଳ ପବନର ସୁ ସୁ ଶବ୍ଦ। ପ୍ରଚଣ୍ଡ ବର୍ଷା ଓ ବିଜୁଳି ଆଲୋକରେ ଘରୁ ବାହାରିବା ଥିଲା କଷ୍ଟକର। ହଠାତ୍‌ ସମୁଦ୍ରରୁ ମାଡ଼ି ଆସିଲା ନଡ଼ିଆ ଗଛ ପ୍ରାୟ ଉଚ୍ଚର ଜୁଆର। ନିମିଷକ ମଧ୍ୟରେ…

ପ୍ରସିଦ୍ଧ ଭଦ୍ରକ କାଳୀପୂଜା: ରଙ୍ଗିନ ଆଲୋକମାଳାରେ ଝଲସୁଛି ସହର

ଭଦ୍ରକ ଅଫିସ,୨୯।୧୦- ଦୀପାବଳିଠାରୁ ଆରମ୍ଭ ହୋଇଛି ଓଡ଼ିଶା ପ୍ରସିଦ୍ଧ ଭଦ୍ରକ କାଳୀପୂଜା।୧୧ଟି ଅସ୍ଥାୟୀ ମଣ୍ଡପରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତିକୁ ପୂଜାର୍ଚ୍ଚନା କରାଯାଇ ଆବାହନ କରାଯାଇଛି। ସୋମବାର ଦ୍ୱିତୀୟ ଦିନରେ ପାଗ ଅନୁକୂଳ ଥିବାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ରାତି ବଢ଼ିବା ସହିତ…

ୱାର୍ଡମେମ୍ବରଙ୍କୁ ମାଓବାଦୀଙ୍କ ନଁ।ରେ ଧମକପୂର୍ଣ୍ଣ ଚିଠି

ଦାରିଙ୍ଗବାଡ଼ି,୨୯।୧୦(ଡି.ଏନ.ଏ)-ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତ ଗ୍ଳୁଡା ଗ୍ରାମର ୯ ନଂ. ୱାର୍ଡମେମ୍ବର ବୁଗିରା ପ୍ରଧାନଙ୍କୁ ମାଓବାଦୀଙ୍କ ନଁ।ରେ ଧମକ ପୂର୍ଣ୍ଣ ଚିଠି ମିଳିଛି। ଗତ ୧୭ ତାରିଖ ସକାଳୁ ଘର ଆଗରେ ଚିଠି ପଡିଥିବା ଦେଖି ଭୟରେ ଗାଁ ଲୋକଙ୍କୁ ବୁଗିରା…

ଡ୍ରେନେଜ୍‌ ଡିଭିଜନ ଦୁର୍ନୀତିର ତଦନ୍ତ ଦାବି : ଭିଜିଲାନ୍ସ ଅଫିସ ଘେରାଉ କରିବ ଭାଜପା

ବ୍ରହ୍ମପୁର ଅଫିସ,୨୯ା୧୦-ରେଶମ ନଗରୀ ପରିମଳ ବ୍ୟବସ୍ଥାରେ ବ୍ରହ୍ମପୁରର ଉତ୍ତର ଓ ଦକ୍ଷିଣ ପାର୍ଶ୍ୱରେ ଥିବା ବାହାନା ଓ ସାପୁଆ ନାଳ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏହି ଦୁଇ ନାଳ ନିୟମିତ ସଫା ହେଉ ନ ଥିବା ଏବଂ ପୁନରୁଦ୍ଧାର କାର୍ଯ୍ୟରେ ଅହେତୁକ ବିଳମ୍ବ…

ଶିକ୍ଷୟିତ୍ରୀଙ୍କ ବଦଳି ପ୍ରତିବାଦରେ ଧାରଣା : ବିଇଓ କାର୍ଯ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

ଗଞ୍ଜାମ,୨୯ା୧୦(ଡି.ଏନ.ଏ.)-ଗଞ୍ଜାମ ବ୍ଲକ ସାନରାମଚନ୍ଦ୍ରପୁର ପଞ୍ଚାୟତ ମଧୁରଚୁଆଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସହ-ଶିକ୍ଷୟିତ୍ରୀ ଭାଗ୍ୟବତୀ ବେହେରାଙ୍କୁ ବଦଳି ନ କରିବାକୁ ଗ୍ରାମବାସୀ ସୋମବାର ବିଇଓ କାର୍ଯ୍ୟାଳୟରେ ତାଲା ପକାଇ ଧାରଣାରେ ବସିଥିଲେ। ଏଥିସହ ଉକ୍ତ ସ୍କୁଲ ପ୍ରଧାନ ଶିକ୍ଷକ ତଥା ଗଞ୍ଜାମ ବ୍ଲକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?