ବିଜୁ ମଇଦାନରୁ ମୁହଁ ଫେରାଉଛନ୍ତି ବୟସ୍କ

ଅନୁଗୋଳ ଅଫିସ, ୧୪।୧: ଅନୁଗୋଳ ସହର ଭିଆଇପି ରୋଡ୍‌ରେ ଥିବା ବିଜୁ ମଇଦାନରେ ଏବେ ସୁସ୍ଥ ବାତାବରଣ ନାହିଁ। ବିଶେଷକରି ସନ୍ଧ୍ୟାରେ ଏଠାରେ ଅସାମାଜିକଙ୍କ ଆଡ୍ଡା ଜମୁଛି। ରାତି ଅନ୍ଧାରର ସୁଯୋଗ ନେଇ ବିଭିନ୍ନ ଅପରାଧର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଉଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ମଦ୍ୟପାନ ଚାଲୁଛି। ଏହାଛଡ଼ା ପ୍ରେମୀଯୁଗଳଙ୍କ ଅସଂଯତ କାର୍ଯ୍ୟକଳାପ ବିଜୁ ମଇଦାନ ପରିବେଶକୁ ଅପ୍ରୀତିକର କରିଦେଉଛି। ଫଳରେ ସକାଳେ ଓ ସନ୍ଧ୍ୟାରେ ଭ୍ରମଣ, ବ୍ୟାୟାମ କରିବାକୁ ଆସୁଥିବା ସହରର ବୟସ୍କ ବା ବରିଷ୍ଠ ନାଗରିକମାନେ ଆଉ ଏଠାକୁ ଆସିବାକୁ ଉଚିତ ମଣୁନାହାନ୍ତି। ଦୀର୍ଘଦିନ ହେଲା ଏପରି ସ୍ଥିତି ସୃଷ୍ଟି ହୋଇଥିଲେ ମଧ୍ୟ ପୋଲିସ ଏଥିପ୍ରତି ନଜର ଦେଉ ନ ଥିବାରୁ ବୁଦ୍ଧିଜୀବୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ସହରର ବିଭିନ୍ନ ସଭା, ସମିତି, ଉତ୍ସବ ଆଦି ବିଜୁ ମଇଦାନରେ ଆୟୋଜନ କରାଯାଇଥାଏ। ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ତାଳଚେର-ଅନୁଗୋଳ-ମେରାମଣ୍ଡଳି (ତାମଡା) କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହାର ନିର୍ମାଣ କରାଯାଇଥିଲା। ନିକଟରେ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜିଙ୍କ ବାସଗୃହ, ଏସ୍‌ପିଙ୍କ ଆବାସିକ କାର୍ଯ୍ୟାଳୟ ଥିବାରୁ ଏହା ଏକ ସୁରକ୍ଷିତ ଅଞ୍ଚଳ ବୋଲି ପରିଗଣିତ ହେଉଥିଲା। ଫଳରେ ସହରର ବହୁ ବରିଷ୍ଠ ନାଗରିକ ଏଠାକୁ ସକାଳ ଓ ସନ୍ଧ୍ୟା ଭ୍ରମଣ ପାଇଁ ଆସନ୍ତି। ମଇଦାନ ଚାରିପଟେ ଥିବା ଓ୍ବାକିଂ ଟ୍ରାକ୍‌ରେ ସେମାନେ ଅଭ୍ୟାସ କରିବା ସହ ଦୀର୍ଘ ସମୟ ଧରି ବ୍ୟାୟାମ ଓ ବସାଉଠା କରନ୍ତି। ପିଲାଙ୍କଠାରୁ ଯୁବଗୋଷ୍ଠୀଙ୍କ ପର୍ଯ୍ୟନ୍ତ ଏଠାରେ କ୍ରୀଡ଼ାଭ୍ୟାସ କରନ୍ତି। କିନ୍ତୁ ଦୀର୍ଘଦିନ ହେଲା ବିଜୁ ମଇଦାନ ପ୍ରତି ପ୍ରଶାସନ ଅବହେଳା କରିଚାଲିଛି। ଆବଶ୍ୟକ ମରାମତି ଅଭାବରୁ ଏହାର ବିଭିନ୍ନ ନିର୍ମାଣ ଅଂଶ ଭାଙ୍ଗିରୁଜି ଗଲାଣି। ‘ବିଜୁ ମଇଦାନ’ ଲେଖା ମଧ୍ୟ ଫଳକରୁ ଉଠିଗଲାଣି। ସେହିପରି ଓ୍ବାକିଂ ଟ୍ରାକ୍‌ ଓ ନିର୍ମାଣ କରାଯାଇଥିବା ବେଞ୍ଚ ପ୍ରେମୀଯୁଗଳଙ୍କ କବ୍‌ଜାକୁ ଚାଲିଗଲାଣି। ସର୍ବଦା ଅସାମାଜିକଙ୍କ ଆଡ୍ଡା ଜମୁଥିବାରୁ ଏଠାକୁ ଆସୁଥିବା ବୟସ୍କ ମହିଳା ପୁରୁଷମାନେ ଆଉ ସୁରକ୍ଷିତ ମଣୁନାହାନ୍ତି। ସନ୍ଧ୍ୟାହେଲେ ଚାରି ପାଖରେ ବିଭିନ୍ନ ନିଶା ସାମଗ୍ରୀ ସେବନ କରାଯାଉଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ନିଶାଖୋର, ଅସାମାଜିକଙ୍କ ଉପସ୍ଥିତି ରହୁଛି। ଅନେକ ସମୟରେ ଗଣ୍ଡଗୋଳ ହେବା ସହ ଏଠାରେ ଖଣ୍ଡା, ଭୁଜାଲି ମଧ୍ୟ ବୁଲୁଛି। ଭିଆଇପି ଅଞ୍ଚଳ ହୋଇଥିବାରୁ ମଇଦାନ ନିକଟ ରାସ୍ତାରେ ଜଜ୍‌, ଜିଲାପାଳ, ଏସ୍‌ପି, ରାଜନେତାମାନେ ଯାତାୟାତ କରୁଥିଲେ ମଧ୍ୟ ଅସାମାଜିକମାନେ କାହାକୁ ଭୟ କରୁନାହାନ୍ତି। ଏ ନେଇ ଅସନ୍ତୋଷ ବଢ଼ୁଥିବା ବେଳେ ମଙ୍ଗଳବାର ସନ୍ଧ୍ୟାରେ ଏସ୍‌ପି ଜଗମୋହନ ମୀନା ଘଟଣାସ୍ଥଳକୁ ଯାଇ ସ୍ଥିତି ପହଞ୍ଚତ୍ ଯାଞ୍ଚ କରିଥିବା ସୂଚନା ମିଳିଛି।

ଅସାମାଜିକଙ୍କୁ ସାବାଡ୍‌ କରାଯିବ
ବିଜୁ ମଇଦାନରେ ଅସାମାଜିକଙ୍କ ଆଡ୍ଡା ନେଇ ପୂର୍ବରୁ ଅଭିଯୋଗ ହୋଇଆସୁଛି। ଘଟଣାସ୍ଥଳକୁ ଯାଇ ତଦାରଖ କରିଛି। ସେଠାରେ ନିଶାସେବନ ସହ ଅପରାଧ ଘଟାଇବାର ଯୋଜନା କରୁଥିବା ଅସାମାଜିକଙ୍କୁ ସାବାଡ୍‌ କରିବାକୁ ପୋଲିସ ପଦକ୍ଷେପ ନେଉଛି। ଖୁବ୍‌ଶୀଘ୍ର ସୁସ୍ଥ ବାତାବରଣ ଫେରାଇ ଅଣାଯିବ।
-ଜଗମୋହନ ମୀନା, ଏସ୍‌ପି

ପ୍ରଶାସନର ଅବହେଳା ଦାୟୀ
ବିଜୁ ମଇଦାନ ଯେଉଁ ଉଦ୍ଦେଶ୍ୟରେ ହୋଇଥିଲା, ସେଥିରୁ ଏହା ବିଚ୍ୟୁତ ହୋଇଛି। ସେଠାରେ ଅସାମାଜିକଙ୍କ ଆଡ୍ଡା ଜମିବା ପାଇଁ ପ୍ରଶାସନର ଅବହେଳା ଦାୟୀ। ତାଳଚେର-ଅନୁଗୋଳ-ମେରାମଣ୍ଡଳି (ତାମଡା) କର୍ତ୍ତୃପକ୍ଷ ଏହାକୁ ଅଣଦେଖା କରୁଥିବାରୁ ସେଠାରେ ଯାବତୀୟ ଅନୈତିକ କାର୍ଯ୍ୟ ଚାଲୁଛି। ପୋଲିସ ଅଧିକ ପଇଁତରା ମାରିବା ସହ ଉକ୍ତ ଗୋଷ୍ଠୀଙ୍କୁ ସାବାଡ୍‌ କରୁ।
-ସୁବୋଧ ମିଶ୍ର, ବୁଦ୍ଧିଜୀବୀ

ସଂକୋଚ ଲାଗୁଥିବାରୁ ଯାଉନାହୁଁ
ରାତି ପାହିଲେ ଶହ ଶହ ଲୋକ ବିଜୁ ମଇଦାନକୁ ୱାକିଂ କରିବାକୁ ଯାଆନ୍ତି। ସନ୍ଧ୍ୟାରେ ସରକାରୀ କର୍ମଚାରୀଙ୍କଠାରୁ ଆରମ୍ଭ କରି ସବୁବର୍ଗର ଲୋକେ ଆସିଥାନ୍ତି। କିନ୍ତୁ ଅପରାଧୀଙ୍କ ଆଡ୍ଡା ଯୋଗୁ ସେଠାକୁ ଯିବାକୁ ଭୟ ଲାଗୁଛି। ସେହିପରି ପ୍ରେମୀଯୁଗଳମାନେ ସେଠାରେ ଏପରି ପରିବେଶ ସୃଷ୍ଟି କରିଛନ୍ତି, ଯେଉଁଠିକୁ ଯିବାକୁ ସଂକୋଚ ଲାଗୁଛି।
-ଗଙ୍ଗାଧର ପଟ୍ଟନାୟକ, ବୁଦ୍ଧିଜୀବୀ

କାର୍ଯ୍ୟାନୁଷ୍ଠାନ ହେଲେ ଚେତିବେ
ସନ୍ଧ୍ୟାହେଲେ ନିଶାଡ଼ିମାନେ ବିଜୁ ମଇଦାନକୁ ନିଜ କବ୍ଜାକୁ ନେଇଯାଉଛନ୍ତି। ଫଳରେ ସାଧାରଣ ଲୋକମାନେ ଯିବାଆସିବା କରିବାକୁ ଭୟ କରୁଛନ୍ତି। ବିଭିନ୍ନ ସମୟରେ ଗଣ୍ଡଗୋଳ ସହ ଅପରାଧୀମାନେ ଆପରାଧିକ କାର୍ଯ୍ୟ ପାଇଁ ସେଠାରେ ଜମା ହେଉଛନ୍ତି। ଅନୁଗୋଳ ପୋଲିସ ସୁରକ୍ଷା ବ୍ୟବସ୍ଥା କରିବା ଆବଶ୍ୟକ।
-ରତ୍ନାକର ମହାପାତ୍ର, ବୁଦ୍ଧିଜୀବୀ


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ପଡୁଛି ୩ ରାଜଯୋଗ; ୫ ରାଶିଙ୍କ ବଦଳିବ ଭାଗ୍ୟ, ମୋଟା ଅଙ୍କର ରୋଜଗାରକୁ ବଡ଼ କମ୍ପାନୀରୁ ଅଫର୍‌

୯ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାର। ଏହା ସହିତ ଏହି ଦିନଟି ଦ୍ୱିତୀୟ ଚତୁର୍ମାସ୍ୟାର ୧୭ଶ ଦିନ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri