ବ୍ରେନ୍‌ ମ୍ୟାପିଂ ପାଇଁ ମନାକଲେ ଅଭିଯୁକ୍ତ

ନୟାଗଡ଼ ଅଫିସ,୧୪।୧:ପରୀ ହତ୍ୟା ମାମଲାରେ ଗିରଫ କଲେଜ ଛାତ୍ରଙ୍କ ବ୍ରେନ୍‌ ମ୍ୟାପିଂ ପାଇଁ ଏସ୍‌ଆଇଟି କରିଥିବା ଆବେଦନ ଉପରେ ଜୁଭେନାଇଲ ଜଷ୍ଟିସ ବୋର୍ଡ(କିଶୋର ନ୍ୟାୟ ପରିଷଦ)ରେ ବୁଧବାର ଶୁଣାଣି ହୋଇଛି। ଶୁଣାଣି ସମୟରେ ଆଇନକୁ ନେଇ ଦ୍ୱନ୍ଦରେ ଥିବା କଲେଜ ଛାତ୍ର ବ୍ରେନ୍‌ ମ୍ୟାପିଂ ପାଇଁ ଅରାଜି ହେବା ପରେ ଏସ୍‌ଆଇଟିର ଆବେଦନକୁ ବୋର୍ଡ ଖାରଜ କରିଦେଇଛନ୍ତି।
ଅନ୍ୟପକ୍ଷେ କଲେଜ ଛାତ୍ରଙ୍କ ସ୍ବରର ସ୍ତର ନିରୀକ୍ଷଣ (ଲାୟର ଭଏସ ଆନାଲିସିସ୍‌) କରିବାକୁ ଏସ୍‌ଆଇଟି ପକ୍ଷରୁ ଆବେଦନ ହୋଇଛି। ସେହିପରି ରିମାଣ୍ଡ ସମୟରେ ଅଭିଯୁକ୍ତଙ୍କୁ ମାଡ଼ ଓ ନିର୍ଯାତନା ଅଭିଯୋଗର ଶୁଣାଣି ଆସନ୍ତା ୨୦ରେ ହେବ ବୋଲି କୋର୍ଟ ତାରିଖ ଧାର୍ଯ୍ୟ କରିଛନ୍ତି ା
ସରକାରୀ ଓକିଲ ବଳଭଦ୍ର ମହାନ୍ତିଙ୍କ ସୂଚନା ଅନୁସାରେ ଅଭିଯୁକ୍ତଙ୍କୁ ଅନୁଗୋଳସ୍ଥିତ ବାଳସୁଧାର ଗୃହରୁ ଅଣାଯାଇ କିଶୋର ନ୍ୟାୟ ପରିଷଦରେ ବୁଧବାର ହାଜର କରାଯାଇଥିଲା। ଶୁଣାଣି ସମୟରେ ସେ ବ୍ରେନ୍‌ ମ୍ୟାପିଂ ପାଇଁ ଅରାଜି ହୋଇ ଲିଖିତ ଭାବେ କୋର୍ଟଙ୍କୁ ଅବଗତ କରାଇଥିଲେ। ପରେ କୋର୍ଟ ଏସ୍‌ଆଇଟିର ଯୁକ୍ତି ଶୁଣି ରାୟକୁ ସଂରକ୍ଷିତ ରଖିଛନ୍ତି । ପୂର୍ବରୁ ବି ଅଭିଯୁକ୍ତ ନାର୍କୋ ଟେଷ୍ଟ ପାଇଁ ମନା କରିଥିଲେ। ବୋର୍ଡ ମଧ୍ୟ ନାର୍କୋ ଆନାଲିସିସ୍‌ ଟେଷ୍ଟକୁ ଖାରଜ କରିଦେଇଥିଲେ। ସମ୍ବିଧାନର ୨୧ ଧାରା ଅନୁସାରେ କାହାର ବଞ୍ଚତ୍ବା ଉପରେ କେହି ହସ୍ତକ୍ଷେପ କରି ପାରିବେ ନାହିଁ। କଲେଜ ଛାତ୍ରଙ୍କ ଜୀବନ ପ୍ରତି ବିପଦ ଥିବାରୁ ଓ ସେ ଅନିଚ୍ଛା ପ୍ରକାଶ କରୁଥିବା କାରଣରୁ ବୋର୍ଡ ଅଭିଯୁକ୍ତଙ୍କ ବ୍ରେନ ମ୍ୟାପିଂ ଓ ନାର୍କୋ ଟେଷ୍ଟ ପାଇଁ ଅନୁମତି ଦେଇନାହାନ୍ତି । ତେବେ ତାଙ୍କ ସ୍ବରର ସ୍ତର ନିରୀକ୍ଷଣ କରିବାକୁ ଏସ୍‌ଆଇଟି ପକ୍ଷରୁ ଆବେଦନ ହୋଇଛି । ଯାହାର ଶୁଣାଣି ୨୦ ରେ ହେବ ବୋଲି ସରକାରୀ ଓକିଲ କହିଛନ୍ତି ।
ଅଭିଯୁକ୍ତଙ୍କ ଓକିଲ ଚନ୍ଦ୍ରବିଜୟୀ ମିଶ୍ର କହିଛନ୍ତି, ଜୁଭେନାଇଲ ଜଷ୍ଟିସ ବୋର୍ଡକୁ ମାମଲା ସ୍ଥାନାନ୍ତର ସମୟରେ ନାର୍କୋ ଆନାଲିସିସ୍‌ ଟେଷ୍ଟ ଓ ରିମାଣ୍ଡ ସମୟରେ ଅଭିଯୁକ୍ତଙ୍କୁ ମାଡ ମରାଯାଇଥିଲା। ଏ ସଂକ୍ରାନ୍ତରେ ବିଚାର କରିବାକୁ ପୋକସ୍‌ କୋର୍ଟର ସ୍ବତନ୍ତ୍ର ଜଜଙ୍କ ନିର୍ଦ୍ଦେଶ ଥିଲା। ନାର୍କୋ ଆନାଲିସିସ୍‌ ଟେଷ୍ଟ ଶୁଣାଣୀ ହୋଇ ଥିବାବେଳେ ମାଡ ଓ ନିର୍ଯାତନା ଘଟଣାର ଣୁଣାଣି ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

ଶାଳକଙ୍କୁ ଏସିଡ୍‌ ଫିଙ୍ଗି ବନ୍ଧା ହେଲେ ଭିଣୋଇ

ବ୍ରହ୍ମପୁର,୩୦ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଟାଉନ ଥାନା ପୋଲିସ ଏସିଡ ମାଡ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିଛି l ସେ ହେଲେ ପାଟପୁର ଥାନା ପୋଡାମାରି ବଜାର…

ନାବାଳିକା ଛାତ୍ରୀଙ୍କୁ ଅପହରଣ କରିନେଲେ ୨୨ ବର୍ଷୀୟ ଯୁବକ, ଗାଁରେ ଉତ୍ତେଜନା ପରେ…

ହାଟଡିହୀ/ଛେନାପଦୀ,୩୦ା୮(ଶୁଭକାନ୍ତ ନାୟକ/ନିରାକାର): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ନାବାଳିକା ଦଶମ ଶ୍ରେଣୀ ଛାତ୍ରୀକୁ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏହାକୁ…

ଓଡ଼ିଆ ସାହିତ୍ୟର ଜଣେ ଅମର ନକ୍ଷତ୍ର ଥିଲେ ସ୍ବଭାବ କବି ଗଙ୍ଗାଧର ମେହେର, ତାଙ୍କ କଲମ ଚାଳନାରେ ଥିଲା…

କେସିଙ୍ଗା,୩୦ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ଚେତାବନୀ ସାହିତ୍ୟ ସଂସଦ ପକ୍ଷରୁ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ସମାରୋହ ଅନୁଷ୍ଠାନର ସଭାପତି ଯାଜ୍ଞସେନୀ ସାହାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri