ବ୍ରେନ୍‌ ମ୍ୟାପିଂ ପାଇଁ ମନାକଲେ ଅଭିଯୁକ୍ତ

ନୟାଗଡ଼ ଅଫିସ,୧୪।୧:ପରୀ ହତ୍ୟା ମାମଲାରେ ଗିରଫ କଲେଜ ଛାତ୍ରଙ୍କ ବ୍ରେନ୍‌ ମ୍ୟାପିଂ ପାଇଁ ଏସ୍‌ଆଇଟି କରିଥିବା ଆବେଦନ ଉପରେ ଜୁଭେନାଇଲ ଜଷ୍ଟିସ ବୋର୍ଡ(କିଶୋର ନ୍ୟାୟ ପରିଷଦ)ରେ ବୁଧବାର ଶୁଣାଣି ହୋଇଛି। ଶୁଣାଣି ସମୟରେ ଆଇନକୁ ନେଇ ଦ୍ୱନ୍ଦରେ ଥିବା କଲେଜ ଛାତ୍ର ବ୍ରେନ୍‌ ମ୍ୟାପିଂ ପାଇଁ ଅରାଜି ହେବା ପରେ ଏସ୍‌ଆଇଟିର ଆବେଦନକୁ ବୋର୍ଡ ଖାରଜ କରିଦେଇଛନ୍ତି।
ଅନ୍ୟପକ୍ଷେ କଲେଜ ଛାତ୍ରଙ୍କ ସ୍ବରର ସ୍ତର ନିରୀକ୍ଷଣ (ଲାୟର ଭଏସ ଆନାଲିସିସ୍‌) କରିବାକୁ ଏସ୍‌ଆଇଟି ପକ୍ଷରୁ ଆବେଦନ ହୋଇଛି। ସେହିପରି ରିମାଣ୍ଡ ସମୟରେ ଅଭିଯୁକ୍ତଙ୍କୁ ମାଡ଼ ଓ ନିର୍ଯାତନା ଅଭିଯୋଗର ଶୁଣାଣି ଆସନ୍ତା ୨୦ରେ ହେବ ବୋଲି କୋର୍ଟ ତାରିଖ ଧାର୍ଯ୍ୟ କରିଛନ୍ତି ା
ସରକାରୀ ଓକିଲ ବଳଭଦ୍ର ମହାନ୍ତିଙ୍କ ସୂଚନା ଅନୁସାରେ ଅଭିଯୁକ୍ତଙ୍କୁ ଅନୁଗୋଳସ୍ଥିତ ବାଳସୁଧାର ଗୃହରୁ ଅଣାଯାଇ କିଶୋର ନ୍ୟାୟ ପରିଷଦରେ ବୁଧବାର ହାଜର କରାଯାଇଥିଲା। ଶୁଣାଣି ସମୟରେ ସେ ବ୍ରେନ୍‌ ମ୍ୟାପିଂ ପାଇଁ ଅରାଜି ହୋଇ ଲିଖିତ ଭାବେ କୋର୍ଟଙ୍କୁ ଅବଗତ କରାଇଥିଲେ। ପରେ କୋର୍ଟ ଏସ୍‌ଆଇଟିର ଯୁକ୍ତି ଶୁଣି ରାୟକୁ ସଂରକ୍ଷିତ ରଖିଛନ୍ତି । ପୂର୍ବରୁ ବି ଅଭିଯୁକ୍ତ ନାର୍କୋ ଟେଷ୍ଟ ପାଇଁ ମନା କରିଥିଲେ। ବୋର୍ଡ ମଧ୍ୟ ନାର୍କୋ ଆନାଲିସିସ୍‌ ଟେଷ୍ଟକୁ ଖାରଜ କରିଦେଇଥିଲେ। ସମ୍ବିଧାନର ୨୧ ଧାରା ଅନୁସାରେ କାହାର ବଞ୍ଚତ୍ବା ଉପରେ କେହି ହସ୍ତକ୍ଷେପ କରି ପାରିବେ ନାହିଁ। କଲେଜ ଛାତ୍ରଙ୍କ ଜୀବନ ପ୍ରତି ବିପଦ ଥିବାରୁ ଓ ସେ ଅନିଚ୍ଛା ପ୍ରକାଶ କରୁଥିବା କାରଣରୁ ବୋର୍ଡ ଅଭିଯୁକ୍ତଙ୍କ ବ୍ରେନ ମ୍ୟାପିଂ ଓ ନାର୍କୋ ଟେଷ୍ଟ ପାଇଁ ଅନୁମତି ଦେଇନାହାନ୍ତି । ତେବେ ତାଙ୍କ ସ୍ବରର ସ୍ତର ନିରୀକ୍ଷଣ କରିବାକୁ ଏସ୍‌ଆଇଟି ପକ୍ଷରୁ ଆବେଦନ ହୋଇଛି । ଯାହାର ଶୁଣାଣି ୨୦ ରେ ହେବ ବୋଲି ସରକାରୀ ଓକିଲ କହିଛନ୍ତି ।
ଅଭିଯୁକ୍ତଙ୍କ ଓକିଲ ଚନ୍ଦ୍ରବିଜୟୀ ମିଶ୍ର କହିଛନ୍ତି, ଜୁଭେନାଇଲ ଜଷ୍ଟିସ ବୋର୍ଡକୁ ମାମଲା ସ୍ଥାନାନ୍ତର ସମୟରେ ନାର୍କୋ ଆନାଲିସିସ୍‌ ଟେଷ୍ଟ ଓ ରିମାଣ୍ଡ ସମୟରେ ଅଭିଯୁକ୍ତଙ୍କୁ ମାଡ ମରାଯାଇଥିଲା। ଏ ସଂକ୍ରାନ୍ତରେ ବିଚାର କରିବାକୁ ପୋକସ୍‌ କୋର୍ଟର ସ୍ବତନ୍ତ୍ର ଜଜଙ୍କ ନିର୍ଦ୍ଦେଶ ଥିଲା। ନାର୍କୋ ଆନାଲିସିସ୍‌ ଟେଷ୍ଟ ଶୁଣାଣୀ ହୋଇ ଥିବାବେଳେ ମାଡ ଓ ନିର୍ଯାତନା ଘଟଣାର ଣୁଣାଣି ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri