ଆମ ଜିଲା ଖବର

ଧାରଣାରେ କ୍ଷତିଗ୍ରସ୍ତ ଚାଷୀ

ଆନନ୍ଦପୁର, ୯।୪(ସ୍ବ.ପ୍ର.) କେନ୍ଦୁଝର ଜିଲା ଆନନ୍ଦପୁର ବୈତରଣୀ ବ୍ୟାରେଜ ପ୍ରୋଜେକ୍ଟ ବାମପାର୍ଶ୍ୱ କେନାଲ ଦ୍ୱାରା କ୍ଷତିଗ୍ରସ୍ତ ପଦ୍ମପୁର ଗ୍ରାମର ଚାଷୀମାନେ ଶୁକ୍ରବାର କେନାଲ ନିର୍ମାଣ ସ୍ଥାନରେ ଧାରଣାରେ ବସିଛନ୍ତି। ସେମାନେ ବିଭିନ୍ନ ସମୟରେ ସରକାରଙ୍କ ନିକଟରେ ଉପଯୁକ୍ତ କ୍ଷତିପୂରଣ ଦାବି କରିଆସିଛନ୍ତି।…

ଅଖଣ୍ଡ ଶିକାର ରୋକିବାକୁ ପ୍ରଶାସନ ତତ୍ପର

ବାରିପଦା ଅଫିସ,୯।୪ ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷାକୁ ଅଧିକ ଶକ୍ତିଶାଳୀ କରିବା ସହିତ ଅଖଣ୍ଡ ଶିକାର ରୋକିବା ଉଦ୍ଦେଶ୍ୟରେ ଜିଲା ସଦର ମହକୁମା ବାରିପଦାଠାରେ ଏକ ଜିଲାସ୍ତରୀୟ ମିଳିତ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲାପାଳ ବିନୀତ ଭରଦ୍ୱାଜ ଅଧ୍ୟକ୍ଷତା କରିଥିଲେ।…

ନିଯୁକ୍ତିର ୩ ଦିନ ପରେ ଶିକ୍ଷକ ବଦଳି

ଖଇରା, ୯।୪(ଡି.ଏନ.ଏ.) ବାଲେଶ୍ୱର ଜିଲା ଖଇରା ବ୍ଲକ ବାଉଁଶଗଡିଆ ପଞ୍ଚାୟତ ଅଧୀନ କଳମଚୁଆ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ମିଳିବାର ୩ଦିନ ଭିତରେ ପୁଣି ତାଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ଏହାର ପ୍ରତିବାଦରେ ଶୁକ୍ରବାର ସକାଳେ ଛାତ୍ରୀଛାତ୍ର, ଅଭିଭାବକମାନେ…

ମାଛଘାଟ ସାହିରେ ପହଞ୍ଚିିଲେ ଅଧିକାରୀ, ନେତା

ଚମ୍ପୁଆ,୯।୪(ଡି.ଏନ.ଏ) କେନ୍ଦୁଝର ଜିଲା ଚମ୍ପୁଆ ଏନଏସି ଅଧୀନ ଗୋଧୂଳି ଗ୍ରାମ ମାଛଘାଟ ସାହି ବାସିନ୍ଦା ନାଳରେ ଚୁଆ ଖୋଳି ଜଳ କଷ୍ଟ ମେଣ୍ଟାଉଥିବା ସମ୍ପର୍କରେ ‘ଧରିତ୍ରୀ’ରେ ଖବର ପ୍ରକାଶ ପରେ ପ୍ରଶାସନର ଚେତା ପଶିଛି। ନବ ନିର୍ବାଚିତ ଏନ୍‌ଏସି ଅଧ୍ୟକ୍ଷ ଗିରିଜା…

ଶ୍ରୀରାମ ଧ୍ୱନିରେ କମ୍ପୁଛି ସହର

ଭଦ୍ରକ ଅଫିସ,୯।୪ କୋଭିଡ୍‌ କଟକଣା ହଟିବା ପରେ ଭଦ୍ରକ ସହରରେ ଗଣପର୍ବ ଭାବେ ପରିଚିତ ଶ୍ରୀରାମ ନବମୀ ମହୋତ୍ସବ ଏଥର ଧୁମ୍‌ଧାମ୍‌ରେ ଅନୁଷ୍ଠିତ ହେବ। ଏଥିପାଇଁ ଭଦ୍ରକ ସହର ଚଳଚଞ୍ଚଳ ହୋଇଉଠିଛି। ଜୟ ଶ୍ରୀରାମ ଧ୍ୱନିରେ କମ୍ପୁଛି ସାରା ସହର। ଆସନ୍ତା…

ଷ୍ଟେବିନ ବେନ୍‌ଙ୍କ ସଙ୍ଗୀତରେ ଝୁମିଲେ ୧୦ ହଜାର ଦର୍ଶକ

ଅନୁଗୋଳ ଅଫିସ,୯।୪ ଅନୁଗୋଳ ଜିଲା ମହୋତ୍ସବରେ ବାଧକ ସାଜିପାରିଲାନି ବର୍ଷା। କରୋନା କଟକଣା ହଟାଯିବା ପରେ ପ୍ରଥମ କରି ଜିଲାରେ ହେଉଥିବା ଏହି ବିରାଟ ଆୟୋଜନର ପ୍ରଥମ ସନ୍ଧ୍ୟାକୁ ମନଭରି ଉପଭୋଗ କରିଛନ୍ତି ଦର୍ଶକ। ବିଶେଷକରି ମହୋତ୍ସବର ମୁଖ୍ୟ ଆକର୍ଷଣ ବଲିଉଡ୍‌…

ଟାଟାଷ୍ଟିଲ୍‌ ପକ୍ଷରୁ ଓ୍ବାକାଥନ୍‌

ଢେଙ୍କାନାଳ ଅଫିସ, ୯।୪ ଢେଙ୍କାନାଳ ଜିଲା ନରେନ୍ଦ୍ରପୁରସ୍ଥିତ ଟାଟାଷ୍ଟିଲ୍‌ ପକ୍ଷରୁ ଗୁରୁବାର ବିଶ୍ୱ ସ୍ବାସ୍ଥ୍ୟ ଦିବସ ଉପଲକ୍ଷେ ଓ୍ବାକାଥନ୍‌ ଅନୁଷ୍ଠିତ ହୋଇଯାଇଛି। ସ୍ବାସ୍ଥ୍ୟ ସମସ୍ୟା ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ‘ଆମ ପୃଥିବୀ ଆମ ସ୍ବାସ୍ଥ୍ୟ’ ଶୀର୍ଷକ ବିଷୟକୁ ନେଇ ଏହାର…

ଆରମ୍ଭ ହେଲା ‘ନିକ୍ରା’

ଢେଙ୍କାନାଳ ଅଫିସ, ୯।୪ ଜଳବାୟୁ ପରିବର୍ତ୍ତନର ସମ୍ମୁଖୀନ ହେବା, ଚାଷରେ ସମୟାନୁକୂଳ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ, ସମନ୍ବିତ କୃଷି ଭଳି ବହୁମୁଖୀ ଲକ୍ଷ୍ୟ ନେଇ ଢେଙ୍କାନାଳ ଜିଲା ଗଁଦିଆ ବ୍ଲକର ଅରାଚୁଆ ଗ୍ରାମରେ ଗୁରୁବାରଠାରୁ ଆରମ୍ଭ ହୋଇଛି ନ୍ୟାଶନାଲ ଇନୋଭେଶନ୍‌ସ ଇନ୍‌…

ଅଧିକ ୬ଟଙ୍କାରେ ବିକ୍ରି ହେଉଛି କିରୋସିନ

ବାଉଁଶୁଣୀ,୯।୪(ଡି.ଏନ୍‌.ଏ.): ସରକାର ଲୋକଙ୍କୁ ଚାଉଳ, ଗହମ, କିରୋସିନ ଆଦି ସାମଗ୍ରୀ ରିହାତି ଦରରେ ଯୋଗାଇ ଦେଉଛନ୍ତି। ହେଲେ କିଛି ଅସାଧୁ କର୍ମଚାରୀ ଅଧିକ ଦରରେ ବିକି ଲୋକଙ୍କୁ ହଇରାଣ କରୁଥିବା ଅଭିଯୋଗ ହୋଇଛି। ସେଭଳି ଏକ ଅଭିଯୋଗ ଆସିଛି ବୌଦ୍ଧ ବ୍ଲକ…

ଜଙ୍ଗଲରେ ନିଆଁ ଲଗାଉଥିଲେ

ସମ୍ବଲପୁର,୯ା୪(ବ୍ୟୁରୋ): ସମ୍ବଲପୁର ଜିଲା ଛାମୁଣ୍ଡା ଜଙ୍ଗଲରେ ବନବିଭାଗ ଟିମ୍‌ ପାଟ୍ରେଲିଂ କରୁଥିବାବେଳେ ଶିକାର ଉଦ୍ଦେଶ୍ୟରେ ନିଆଁ ଲଗାଇଥିବା ୪ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଉଡନ୍ତା ମୂଷା, ବିଭିନ୍ନ ପ୍ରଜାତିର ପକ୍ଷୀଙ୍କ ମୃତଦେହ, ଗୁଲେଟ, ୩ଟି ଦିଆସିଲ ଜବତ ହୋଇଛି। ଗିରଫ ଅଭିଯୁକ୍ତ…

ପର ହେଲେ ପୋଲିଓ ଆକ୍ରାନ୍ତ ଶିଶୁ

ଢେଙ୍କାନାଳ ଅଫିସ୍‌, ୯ା୪: ସନ୍ତାନ ଉପରକୁ ସାମାନ୍ୟ ବିପଦ ଆସିଲେ ଛାତି ଦେଖାଇ ଛିଡ଼ା ହୁଅନ୍ତି ମା’ବାପା। ମା’ର ପଣତକାନି ତଳେ ନିଜକୁ ବେଶ୍‌ ସୁରକ୍ଷିତ ମଣେ ଶିଶୁ। ବାପାଙ୍କ ଅନୁଶାସନରେ ବଡ଼ ହୁଏ। ହେଲେ ଜଣେ ମାନସିକ ଅନଗ୍ରସର ପୋଲିଓ…

ଗୋଚର ଜମିରେ ଫରେଷ୍ଟ କ୍ବାର୍ଟର୍ସ ନିର୍ମାଣ

ରଗଡି,୯ା୪(ଡି.ଏନ.ଏ.): କଟକ ବନଖଣ୍ଡ ଯାଜପୁର ରୋଡ୍‌ ରେଞ୍ଜ ପଛିକୋଟ ଡିପିଏଫ ଅଧୀନ ରଗଡ଼ି ବିଟ୍‌ ନିକଟରେ ସଂରକ୍ଷିତ ଗୋଚର ଜମି(ଖାତା ନଂ. ୩୯୩ ପ୍ଲଟ ସଂଖ୍ୟା ୧୭୬୬)ରେ ଏକ ଫରେଷ୍ଟ କ୍ବାର୍ଟର୍ସ ନିର୍ମାଣ କରାଯାଉଛି। ଏହି ବେଆଇନ କାର୍ଯ୍ୟକୁ ନେଇ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?