ଟ୍ରାକ୍‌କୁ ଫେରୁଛି ଭଲିବଲ୍‌

ଢେଙ୍କାନାଳ ଅଫିସ,୧୮।୫ – ପ୍ରତିଭାବାନ୍‌ ଖେଳାଳିଙ୍କୁ ଉତ୍ତମ ପ୍ରଶିକ୍ଷଣ ଦେବା, ସେମାନେ ଯେପରି ରାଜ୍ୟ ଓ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଫଳତା ଆଣିବେ ସେଥିଲାଗି ୨୦୧୯ରୁ ଢେଙ୍କାନାଳ ଜିଲା ନରେନ୍ଦ୍ରପୁରସ୍ଥିତ ଟାଟାଷ୍ଟିଲ୍‌ ମେରାମଣ୍ଡଳୀ ପକ୍ଷରୁ ଆରମ୍ଭ ହୋଇଥିଲା ଉଦ୍ୟମ। କମ୍ପାନୀ ପକ୍ଷରୁ ନିୟୋଜିତ ପ୍ରଶିକ୍ଷକ, କ୍ରୀଡ଼ା ଭିତ୍ତିଭୂମିର ବିକାଶ ଏବଂ ଉତ୍ସାହୀ ଖେଳାଳିଙ୍କୁ ଆବଶ୍ୟକ ସମସ୍ତ ସହଯୋଗ ଯୋଗାଇ ଦେବା ପରେ ଗ୍ରାମାଞ୍ଚଳରେ ଭଲିବଲକୁ ନେଇ ସୃଷ୍ଟି ହୋଇଛି କ୍ରେଜ୍‌। ଜାତୀୟସ୍ତରୀୟ ଭଲିବଲ୍‌ କୋଚ୍‌ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କମ୍ପାନୀ ପାର୍ଶ୍ୱବର୍ତ୍ତୀ ୧୫ ଗ୍ରାମର ୫୮୦ରୁ ଊର୍ଦ୍ଧ୍ୱ ପୁରୁଷ ଏବଂ ୭୦ ମହିଳା କ୍ରୀଡ଼ାବିତ୍‌ଙ୍କୁ ସ୍ବତନ୍ତ୍ର ତାଲିମ ଦିଆଯାଇ ଦକ୍ଷତା ବୃଦ୍ଧି କରାଯାଉଛି। ଜିଲାରେ ଭଲିବଲ୍‌ ଟ୍ରାକ୍‌କୁ ଫେରିଥିବାବେଳେ ଏହି ଲୋକପ୍ରିୟ ଖେଳକୁ ଆଗକୁ ନେବା ଲାଗି କମ୍ପାନୀ ପକ୍ଷରୁ କରାଯାଉଥିବା ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।
କୋଚ୍‌ ଆଶୁତୋଷ ପାତ୍ରଙ୍କ କହିବା କଥା, କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କୁ ପ୍ରୋତ୍ସାହନ ଦେବା ଟାଟାଷ୍ଟିଲ୍‌ର ସୁଦୀର୍ଘ ପରମ୍ପରା ରହିଆସିଛି। କମ୍ପାନୀ ନିଜସ୍ବ ଏକାଡେମୀ ମାଧ୍ୟମରେ ହକି, ଫୁଟ୍‌ବଲ, ତୀରନ୍ଦାଜ ଭଳି କ୍ରୀଡ଼ାବିତ୍‌ଙ୍କ ଦକ୍ଷତାର ବିକାଶ କରାଯାଉଛି। ହିନ୍ଦୋଳ ବ୍ଲକ ରଘୁନାଥପୁର ଗ୍ରାମର ଭଲିବଲ ଖେଳାଳି ଆକାଶ ପାତ୍ର ଏବଂ ଖଲିବେରେଣା ଗ୍ରାମର ସୁବ୍ରତ ବେହେରା ଓଡ଼ିଶା ଭଲିବଲ ଦଳ ପାଇଁ ମନୋନୀତ ହୋଇଛନ୍ତି। ମେ’ ୧୦ରୁ ୧୫ ଯାଏ ମହାରାଷ୍ଟ୍ରର ଇସ୍‌ଲାମପୁରରେ ଆୟୋଜିତ ୨୪ତମ ଜାତୀୟ ଯୁବ ଭଲିବଲ ଚାମ୍ପିୟନଶିପ୍‌ରେ ଉଭୟେ ରାଜ୍ୟକୁ ପ୍ରତିନିଧିତ୍ୱ କରିଥିଲେ। ପ୍ରତିଭାବାନ ଗ୍ରାମୀଣ ଯୁବ ଖେଳାଳିଙ୍କୁ ପ୍ରଶିକ୍ଷଣ ଦେଇ ଆଗକୁ ନେବା ଆହ୍ବାନମୂଳକ ଥିଲା। ୨୦୧୯ରେ କମ୍ପାନୀ ପକ୍ଷରୁ ପଦକ୍ଷେପ ନିଆଯିବା ପରେ ଯୁବ କ୍ରୀଡ଼ାବିତ୍‌ମାନେ ଖେଳ ଏବଂ ଫିଟ୍‌ନେସ୍‌ ଉପରେ ଗୁରୁତ୍ୱ ଦେଇଥିଲେ। ପ୍ରଶିକ୍ଷଣ ନେଇଥିବା ଖେଳାଳିଙ୍କ ଭବିଷ୍ୟତ ଉଜ୍ଜ୍ୱଳ ବୋଲି କୋଚ୍‌ ଆଶୁତୋଷ କହିଛନ୍ତି। ରାଜ୍ୟ ଦଳରେ ସ୍ଥାନ ପାଇଥିବାରୁ ସୁବ୍ରତ କମ୍ପାନୀକୁ ଧନ୍ୟବାଦ ଜଣାଇଛନ୍ତି। କଠିନ ପରିଶ୍ରମ ଏବଂ କୋଚ୍‌ଙ୍କ ମାର୍ଗଦର୍ଶନରୁ ଏହି ସଫଳତା ମିଳିଛି। ଜାତୀୟସ୍ତରରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରିବା ଚମତ୍କାର ଅନୁଭୂତି ଥିଲା ବୋଲି ସେ କହିଛନ୍ତି। ସେହିପରି କୋଚ୍‌ ଆଶୁତୋଷଙ୍କ ଦ୍ୱାରା ପ୍ରଶିକ୍ଷିତ ଖେଳାଳି ଆଶିଷ ଭୂତିଆ ମଧ୍ୟ ଜାତୀୟ ଭଲିବଲ ଚାମ୍ପିୟନଶିପ୍‌ରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରି ଛାପ ଛାଡ଼ିଛନ୍ତି। ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ମେ’ ୧୬ରେ ଶେଷ ହୋଇଥିବା ଭୁବନେଶ୍ୱର ଜୋନ୍‌ ସପ୍ତାହାନ୍ତ ଭଲିବଲ କ୍ରୀଡ଼ା ପ୍ରତିଯୋଗିତାରେ ଟାଟାଷ୍ଟିଲ୍‌ ପ୍ରଶିକ୍ଷଣରେ ଖେଳୁଥିବା ୧୪ବର୍ଷରୁ କମ୍‌ ବାଳକ ଟିମ୍‌ ଚାମ୍ପିୟନ ହୋଇଥିଲା। ସେହିପରି ବହୁ ପ୍ରଶିକ୍ଷିତ ଖେଳାଳି ଜିଲା ଓ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଫଳତା ସାଉଁଟୁଛନ୍ତି।
୨୦୧୯ ଜୁନ୍‌ରୁ କମ୍ପାନୀ ନିକଟବର୍ତ୍ତୀ ମଙ୍ଗଳପୁର, ନୂଆହାଟ, ନୂଆଗଁା, ଶିବପୁର, ପାଇକ ପୁରୁଣାକୋଟ ଏବଂ କୁସୁପଙ୍ଗା ଆଦି ପଞ୍ଚାୟତ ଅନ୍ତର୍ଗତ ୧୫ ଗ୍ରାମର ୬୫୦ ମହିଳାପୁରୁଷ ଖେଳାଳି ଟାଟାଷ୍ଟିଲ୍‌ ସହାୟତାରେ ପ୍ରଶିକ୍ଷଣ ନେଉଛନ୍ତି। କମ୍ପାନୀ ପକ୍ଷରୁ ଆବଶ୍ୟକ ଭିତ୍ତିଭୂମିର ଉନ୍ନତି କରାଯାଇଛି। କ୍ରୀଡ଼ା ଉପକରଣ ମଧ୍ୟ ପ୍ରଦାନ କରାଯାଉଛି। ଖେଳାଳିଙ୍କୁ ଜୁନିୟର, ସବ୍‌ ଜୁନିୟର ଓ ସିନିୟର ବର୍ଗରେ ବିଭକ୍ତ କରି ପ୍ରଶିକ୍ଷଣ ଦିଆଯାଉଛି। ଖଲିବେରେଣା ଏବଂ ମଙ୍ଗଳପୁର ଗ୍ରାମରେ ସୌର ଲାଇଟ୍‌ ବ୍ୟବସ୍ଥା ଥିବା ଭଲିବଲ୍‌ କୋର୍ଟରେ ସନ୍ଧ୍ୟାରେ କ୍ରୀଡ଼ା ଅଭ୍ୟାସ କରାଯାଉଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଟିଓ-ଜିଏସଟି ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୨୮।୩: ପୁରୀରେ ଲାଞ୍ଚ ନେଉଥିଲା ବେଳେ ବାଣିଜ୍ୟିକ ଟିକସ ଅଧିକାରୀ (ସିଟିଓ) ଏବଂ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା...

ଗୋପାଳପୁର ଚିନ୍ତାରେ ବିଜେଡି: ପ୍ରଦୀପଙ୍କ ପଛେ ପଛେ ଭାଜପାରେ ସାମିଲ ହେଉଛନ୍ତି କର୍ମୀ

ଗୋପାଳପୁର,୨୮।୩(ନବୀନ ରାଜ ଆଚାରୀ): ସାଧାରଣ ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାଜନୀତି ତାତି ସେତେ ବଢୁଛି। ଗୁରୁବାର ଗୋପାଳପୁର ନିର୍ବାଚନ ମଣ୍ଡଳୀ ଗୋଳନ୍ଥରା ସ୍ଥିତ...

କଟକରେ ହେବ ବଡ଼ ଲଢେଇ, ମୁହାଁମୁହିଁ ହୋଇପାରନ୍ତି ଭର୍ତ୍ତୃହରି-ସଂତୃପ୍ତ

ଭୁବନେଶ୍ୱର,୨୮।୩: ଆସନ୍ତା ସାଧାରଣ ନିର୍ବାଚନରେ ଭାଜପାର ଭର୍ତ୍ତୃହରି ମହତାବ ଏବଂ ବିଜେଡିର ସଂତୃପ୍ତ ମିଶ୍ରଙ୍କ ମଧ୍ୟରେ କଟକ ଲୋକ ସଭା ଆସନରୁ ଦେଖିବାକୁ ମିଳିପାରେ ବଡ଼...

ରାସ୍ତା ପ୍ରଶସ୍ତିକରଣକୁ ନେଇ ଉତ୍ତେଜନା: କାର୍ଯ୍ୟବନ୍ଦ କଲେ ଗ୍ରାମବାସୀ

ମୋରଡ଼ା,୨୮ା୩(ସ୍ମାରକ ମାଜୀ): ରାସ୍ତା ପ୍ରଶସ୍ତିକରଣକୁ ନେଇ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଗଡ଼ିଆ ଗ୍ରାମରେ ଉତ୍ତେଜନା ଦେଖିବାକୁ ମିଳିଛି। ଏନେଇ ଗ୍ରାମବାସୀ  ନିର୍ମାଣ କାର୍ଯ୍ୟ...

ଟ୍ରକ୍‌ରେ ପିଟିହେଲା ହାଇଓ୍ବା, ଚାଲିଗଲା ଡ୍ରାଇଭରଙ୍କ ଜୀବନ

ଭଦ୍ରକ,୨୮ା୩(ସନାତନ ରାଉତ): ଭଦ୍ରକ ୧୬ନଂ ଜାତୀୟ ରାଜପଥର ଦମକଳ କେନ୍ଦ୍ର ସମ୍ମୁଖରେ ଗୁରୁବାର ପୂର୍ବାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି।...

ଟିକେଟ୍‌ ମିଳିବା ପରେ ମହାପ୍ରଭୁଙ୍କ ଦର୍ଶନ କଲେ ବବି ଦାସ

ପୁରୀ,୨୮।୩: ବିଜୁ ଜନତା ଦଳ ପକ୍ଷରୁ ସମ୍ବଲପୁର ଲୋକ ସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ଭାବେ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାମ ଘୋଷଣା କରାଯାଇଛି। ବବିଙ୍କୁ...

‘ଆଉ ତତେ ଗ୍ରହଣ କରିବି ନାହିଁ’

ଲାଞ୍ଜିଗଡ଼,୨୮।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବିବାହ ପ୍ରଲୋଭନ କରି ପ୍ରତାରଣା କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ...

ଆତ୍ମସମର୍ପଣ କଲେ ୟୁଟ୍ୟୁବର ମୋନାଲିସା

ଯାଜପୁର,୨୮ା୩: ୟୁଟ୍ୟୁବର ମୋନାଲିସା ଭଦ୍ର ଯାଜପୁରରୋଡ୍‌ସ୍ଥିତ ବନ ବିଭାଗ କାର୍ଯ୍ୟାଳୟରେ ଗୁରୁବାର ଆତ୍ମସମର୍ପଣ କରିଛନ୍ତି। ମୋନାଲିସା ବନ୍ୟଜନ୍ତୁଙ୍କୁ ଘରେ ରଖି ଭିଡିଓ ପ୍ରସ୍ତୁତ କରି ସୋସିଆଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri