
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ପାରା ନିଜର ଖାଦ୍ୟକୁ ମାଛକୁ କିପରି ବାଣ୍ଟୁଛି, ତାହା ଦେଖିବାକୁ ମିଳିଛି। ଜଳାଶୟ ଉପରେ ପାରାଭାଡି ଥିବା ବେଳେ ସେଠାରୁ ମାଛକୁ ତଳକୁ ଖାଦ୍ୟ ପକାଉଛି ପାରା। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଭାଇରାଲ ହେବାରେ ଲାଗିଛି।
To share is to care 💕 pic.twitter.com/DNw8t3eSzN
— Susanta Nanda IFS (@susantananda3) May 17, 2022