‘ସନ୍ଥକବିଙ୍କ ଲେଖା ମାନବବାଦର ବାର୍ତ୍ତାବହ’: ମହିମାଗାଦିରେ ଭୀମ ଭୋଇ ଜୟନ୍ତୀ

ଢେଙ୍କାନାଳ ଅଫିସ, ୧୮।୫ – ମହିମା ଧର୍ମର ନିଗୂଢ଼ ତତ୍ତ୍ୱକୁ ନିଜ ଲେଖା ମାଧ୍ୟମରେ ବିଶ୍ୱରେ ପରିଚିତ କରାଇଥିଲେ ସନ୍ଥକବି ଭୀମ ଭୋଇ। ଏଥିରେ ବହୁ ସଂସ୍କାରଧର୍ମୀ କଥା ରହିଛି। ମାନବବାଦର ବାର୍ତ୍ତା ପ୍ରତିଫଳିତ ହୋଇଛି। ବିଶ୍ୱଶାନ୍ତି ପ୍ରତିଷ୍ଠା ପାଇଁ ଭୀମ ଭୋଇଙ୍କ ଦର୍ଶନତତ୍ତ୍ୱ ସର୍ବଦା ଯୁଗୋପଯୋଗୀ ସାବ୍ୟସ୍ତ ହୋଇଛି। ଏହାକୁ ଯୁବପିଢ଼ିଙ୍କ ସମେତ ସବୁବର୍ଗର ଲୋକ ହୃଦୟଙ୍ଗମ କରିବା ଉଚିତ। ଢେଙ୍କାନାଳ ଜିଲା ଯୋରନ୍ଦାସ୍ଥିତ ମହିମାଗାଦିରେ କୌପୀନଧାରୀ ମହିମା ସମାଜ ପକ୍ଷରୁ ସନ୍ଥକବିଙ୍କ ୧୭୨ତମ ଜୟନ୍ତୀ ପାଳନ ଅବସରରେ ଉପସ୍ଥିତ ଅତିଥିମାନେ ଏଭଳି ମତବ୍ୟକ୍ତ କରି ତାଙ୍କର ସ୍ମୃତିଚାରଣ କରିଛନ୍ତି।
ସଭାପତି ରଘୁନାଥ ବାବାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପ୍ରଥମେ ଅଖଣ୍ଡଦୀପ ପ୍ରଜ୍ୱଳନ କରାଯାଇ ବିଶ୍ୱବାସୀଙ୍କ ମଙ୍ଗଳକାମନା କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ଜିଲା ପରିଷଦ ସଭାନେତ୍ରୀ ଅର୍ଚ୍ଚନା ପୁହାଣ, ମୁଖ୍ୟବକ୍ତା ମହିମାଧର୍ମ ଗବେଷକ ଡ. ଉଦ୍ଧବ ନାୟକ, ସମ୍ମାନିତ ବକ୍ତା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ସନାତନ ମଲ୍ଲିକ, ଅନ୍ୟତମ ଗବେଷକ ପ୍ରଦ୍ୟୁମ୍ନ ରଥ, ସମ୍ମାନିତ ଅତିଥି ସରପଞ୍ଚ ଆରତୀ ନାୟକ, ଜିଲା ପରିଷଦ ସଭ୍ୟ ବିଶ୍ୱନାଥ ଚିନ୍ନାରା, ସମିତି ସଭ୍ୟ ପ୍ରତ୍ୟୁଷହରି ପ୍ରଧାନ, ଶିକ୍ଷାବିତ୍‌ ଶଙ୍କର୍ଷଣ ଶତପଥୀ, ମହିମାଭକ୍ତ ବୈକୁଣ୍ଠ ଦେହୁରୀ, ତପୋବନ ପତ୍ରିକା ସମ୍ପାଦକ ପ୍ରଶାନ୍ତ ମହାପାତ୍ର ପ୍ରମୁଖ ଯୋଗଦେଇ ଭୀମ ଭୋଇଙ୍କ ସାହିତ୍ୟକୃତିକୁ ସ୍ମୃତି ରୋମନ୍ଥନ କରିଥିଲେ।
ଏହି ଅବସରରେ ଭୀମ ଭୋଇ ଓ ମହିମା ଧର୍ମ ସମ୍ପର୍କିତ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ସୁଧାଂଶୁ ଶେଖର ରାଉତଙ୍କ ସଂଯୋଜନାରେ କବୟିତ୍ରୀ ରଶ୍ମିତା ରାଉତ, କବି ନେତ୍ରାନନ୍ଦ ରାଉତ, ପ୍ରେମାନନ୍ଦ ରାଉତ, ବୈକୁଣ୍ଠ ବିହାରୀ ସ୍ବାଇଁ, ପତିତପାବନ ରାଉତ, ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ, ନୀରୋଦ ଚନ୍ଦ୍ର ସାମଲ, ଶଙ୍କର୍ଷଣ ଶତପଥୀ, ବାଇଧର ବାରିକ ପ୍ରମୁଖ ସ୍ବରଚିତ କବିତା ପାଠ କରିଥିଲେ। ରୂପମଞ୍ଜରୀ ପଟ୍ଟନାୟକ ଭୀମ ଭୋଇଙ୍କ ସମ୍ପର୍କରେ ପ୍ରବନ୍ଧ ପାଠ କରିଥିଲେ। ସମ୍ପାଦକ ସୁଶାନ୍ତ ବାବା, ବରିଷ୍ଠ ସନ୍ନ୍ୟାସୀ କରୁଣାକର ବାବା, ଅଭୟ ବାବା, ଜ୍ଞାନୀ ବାବା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?