‘ସନ୍ଥକବିଙ୍କ ଲେଖା ମାନବବାଦର ବାର୍ତ୍ତାବହ’: ମହିମାଗାଦିରେ ଭୀମ ଭୋଇ ଜୟନ୍ତୀ

ଢେଙ୍କାନାଳ ଅଫିସ, ୧୮।୫ – ମହିମା ଧର୍ମର ନିଗୂଢ଼ ତତ୍ତ୍ୱକୁ ନିଜ ଲେଖା ମାଧ୍ୟମରେ ବିଶ୍ୱରେ ପରିଚିତ କରାଇଥିଲେ ସନ୍ଥକବି ଭୀମ ଭୋଇ। ଏଥିରେ ବହୁ ସଂସ୍କାରଧର୍ମୀ କଥା ରହିଛି। ମାନବବାଦର ବାର୍ତ୍ତା ପ୍ରତିଫଳିତ ହୋଇଛି। ବିଶ୍ୱଶାନ୍ତି ପ୍ରତିଷ୍ଠା ପାଇଁ ଭୀମ ଭୋଇଙ୍କ ଦର୍ଶନତତ୍ତ୍ୱ ସର୍ବଦା ଯୁଗୋପଯୋଗୀ ସାବ୍ୟସ୍ତ ହୋଇଛି। ଏହାକୁ ଯୁବପିଢ଼ିଙ୍କ ସମେତ ସବୁବର୍ଗର ଲୋକ ହୃଦୟଙ୍ଗମ କରିବା ଉଚିତ। ଢେଙ୍କାନାଳ ଜିଲା ଯୋରନ୍ଦାସ୍ଥିତ ମହିମାଗାଦିରେ କୌପୀନଧାରୀ ମହିମା ସମାଜ ପକ୍ଷରୁ ସନ୍ଥକବିଙ୍କ ୧୭୨ତମ ଜୟନ୍ତୀ ପାଳନ ଅବସରରେ ଉପସ୍ଥିତ ଅତିଥିମାନେ ଏଭଳି ମତବ୍ୟକ୍ତ କରି ତାଙ୍କର ସ୍ମୃତିଚାରଣ କରିଛନ୍ତି।
ସଭାପତି ରଘୁନାଥ ବାବାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପ୍ରଥମେ ଅଖଣ୍ଡଦୀପ ପ୍ରଜ୍ୱଳନ କରାଯାଇ ବିଶ୍ୱବାସୀଙ୍କ ମଙ୍ଗଳକାମନା କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ଜିଲା ପରିଷଦ ସଭାନେତ୍ରୀ ଅର୍ଚ୍ଚନା ପୁହାଣ, ମୁଖ୍ୟବକ୍ତା ମହିମାଧର୍ମ ଗବେଷକ ଡ. ଉଦ୍ଧବ ନାୟକ, ସମ୍ମାନିତ ବକ୍ତା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ସନାତନ ମଲ୍ଲିକ, ଅନ୍ୟତମ ଗବେଷକ ପ୍ରଦ୍ୟୁମ୍ନ ରଥ, ସମ୍ମାନିତ ଅତିଥି ସରପଞ୍ଚ ଆରତୀ ନାୟକ, ଜିଲା ପରିଷଦ ସଭ୍ୟ ବିଶ୍ୱନାଥ ଚିନ୍ନାରା, ସମିତି ସଭ୍ୟ ପ୍ରତ୍ୟୁଷହରି ପ୍ରଧାନ, ଶିକ୍ଷାବିତ୍‌ ଶଙ୍କର୍ଷଣ ଶତପଥୀ, ମହିମାଭକ୍ତ ବୈକୁଣ୍ଠ ଦେହୁରୀ, ତପୋବନ ପତ୍ରିକା ସମ୍ପାଦକ ପ୍ରଶାନ୍ତ ମହାପାତ୍ର ପ୍ରମୁଖ ଯୋଗଦେଇ ଭୀମ ଭୋଇଙ୍କ ସାହିତ୍ୟକୃତିକୁ ସ୍ମୃତି ରୋମନ୍ଥନ କରିଥିଲେ।
ଏହି ଅବସରରେ ଭୀମ ଭୋଇ ଓ ମହିମା ଧର୍ମ ସମ୍ପର୍କିତ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ସୁଧାଂଶୁ ଶେଖର ରାଉତଙ୍କ ସଂଯୋଜନାରେ କବୟିତ୍ରୀ ରଶ୍ମିତା ରାଉତ, କବି ନେତ୍ରାନନ୍ଦ ରାଉତ, ପ୍ରେମାନନ୍ଦ ରାଉତ, ବୈକୁଣ୍ଠ ବିହାରୀ ସ୍ବାଇଁ, ପତିତପାବନ ରାଉତ, ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ, ନୀରୋଦ ଚନ୍ଦ୍ର ସାମଲ, ଶଙ୍କର୍ଷଣ ଶତପଥୀ, ବାଇଧର ବାରିକ ପ୍ରମୁଖ ସ୍ବରଚିତ କବିତା ପାଠ କରିଥିଲେ। ରୂପମଞ୍ଜରୀ ପଟ୍ଟନାୟକ ଭୀମ ଭୋଇଙ୍କ ସମ୍ପର୍କରେ ପ୍ରବନ୍ଧ ପାଠ କରିଥିଲେ। ସମ୍ପାଦକ ସୁଶାନ୍ତ ବାବା, ବରିଷ୍ଠ ସନ୍ନ୍ୟାସୀ କରୁଣାକର ବାବା, ଅଭୟ ବାବା, ଜ୍ଞାନୀ ବାବା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri