ଆମ ଜିଲା ଖବର

ଭଙ୍ଗାକୁଡ଼ିଆରେ ବିତୁଛି ଜୀବନ

ବ୍ରହ୍ମବରଦା,୯ା୪(ଡ଼ି.ଏନ.ଏ): ଯାଜପୁର ଜିଲା ରସୁଲପୁର ବ୍ଲକ୍‌ ଅନ୍ତର୍ଗତ ବ୍ରହ୍ମବରଦା ପଞ୍ଚାୟତ ବଉଳାଘାଇ ଦାଣ୍ଡିସାହି ୨ ନଂ. ୱାର୍ଡରେ ବାସ କରୁଥିବା ସମଲାତୁନ ବିବିଙ୍କ ପରିବାରକୁ ସରକାରୀ ଆବାସ ଯୋଜନାରେ ଘରଟିଏ ମିଳି ପାରିନାହିଁ। ୨୦୨୦ ବନ୍ୟାରେ ତାଙ୍କ ଘର ସମ୍ପୂର୍ଣ୍ଣ ନଷ୍ଟ…

ଶୁଖୁଆପଡ଼ା ବଦଳରେ କେଶରାଇପୁର

ଚଣ୍ଡିଖୋଲ, ୯ା୪(ଡି.ଏନ୍‌.ଏ): ରାଜ୍ୟ ସରକାର ଅବଢ଼ା ଯୋଜନାରେ ପୁରୀ ଶ୍ରୀମନ୍ଦିରର ଚତୁଃପାର୍ଶ୍ୱ ଉନ୍ନତୀକରଣ ନିମନ୍ତେ ଖଣ୍ଡୋଲାଇଟ୍‌ ପଥର ଆବଶ୍ୟକ କରୁଥିବାରୁ ଏଥିପାଇଁ ଯାଜପୁର ଜିଲା ଦର୍ପଣ ତହସିଲ ଅନ୍ତର୍ଗତ ପାରାଭାଡ଼ି ବୌଦ୍ଧସ୍ତୂପ ପାହାଡ଼ରୁ ଖନନ ପାଇଁ ନିଷ୍ପତ୍ତି ନେଇଛନ୍ତି। ପ୍ରଥମେ ଶୁଖୁଆପଡ଼ାରୁ…

୫ ବର୍ଷରେ ଶତାଧିକ ଦୁର୍ଘଟଣା: ୬୦ ମୃତ

ପାରାଦୀପ,୯ା୪(ସ୍ବ.ପ୍ର.): ପାରାଦୀପର ସବୁଠାରୁ ଚଳଚଞ୍ଚଳ ସ୍ଥାନ ହେଲା ଅଠରବାଙ୍କିଠାରୁ ଦୋଛକି ପର୍ଯ୍ୟନ୍ତ ୪.୫ କିମି ରାସ୍ତା। ଏହି ରାସ୍ତା ୫୩ ନଂ. ଜାତୀୟ ରାଜପଥ ଓ ୧୨ ନଂ. ରାଜ୍ୟ ରାଜପଥର ସମିଶ୍ରଣ ଅଞ୍ଚଳ। ଏତିକି ରାସ୍ତା ସହ ସଂଯୋଗ ରହିଛି…

‘ହିତାଧିକାରୀଙ୍କୁ ବ୍ୟାଙ୍କ ତୁରନ୍ତ ଋଣ ଦେଉ’

ଜଗତ୍‌ସିଂହପୁର ଅଫିସ,୯ା୪: ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାର ହିତାଧିକାରୀଙ୍କୁ ଋଣ ପ୍ରଦାନ କ୍ଷେତ୍ରରେ ବ୍ୟାଙ୍କଗୁଡିକ ସକାରାତ୍ମକ ପଦକ୍ଷେପ ଗ୍ରହଣ କରନ୍ତୁ। ନୂଆ ଆର୍ଥିକ ବର୍ଷ ଆରମ୍ଭ ହୋଇଯାଇଥିବାରୁ ଗତ ବର୍ଷର ସମସ୍ୟାଗୁଡିକୁ ଦୃଷ୍ଟିରେ ରଖି ବ୍ୟାଙ୍କରମାନେ ଆଗୁଆ ପଦକ୍ଷେପ ଗ୍ରହଣ…

ଡ୍ରାଫ୍ଟଚାର୍ଜରେ ସୀମିତ କାର୍ଯ୍ୟାନୁଷ୍ଠାନ

ଯାଜପୁର ଅଫିସ,୯ା୪: କୃଷି ବିଭାଗର ଅତିରିକ୍ତ ସଚିବଙ୍କୁ ଗତ ୨୯ ତାରିଖରେ ଉଦ୍ୟାନ ବିଭାଗ ନିର୍ଦ୍ଦେଶାଳୟର ପ୍ରଶାସନିକ ଅଧିକାରୀ ଦେଇଥିବା ତଥ୍ୟରେ ୨୦୧୪ରୁ ଏଯାଏ ୩୨ ଜଣ ବିଭାଗୀୟ ଦୁର୍ନୀତିଖୋର ଅଧିକାରୀଙ୍କ ନାମରେ ଡ୍ରାଫ୍ଟଚାର୍ଜ ହୋଇଛି। ହେଲେ ସେଥିରୁ ୧୭ ଜଣ…

ନୂଆପଡ଼ାରେ ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା’ କାର୍ଯ୍ୟକ୍ରମ

ନୂଆପଡ଼ା ଅଫିସ,୯।୪: କଳାହାଣ୍ଡି ପରେ ନୂଆପଡ଼ା ଜିଲାରେ ଶୁକ୍ରବାରଠାରୁ ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ସେବା ପାଇଁ କଟକ ବଡମେଡିକାଲ ଏବଂ ବୀର ସୁରେନ୍ଦ୍ର ସାଏ ମେଡିକାଲରୁ ୭ଜଣ ବିଶେଷଜ୍ଞ ଡାକ୍ତରୀ ଟିମ୍‌ ଶୁକ୍ରବାର ସ୍ବତନ୍ତ୍ର…

ମହୁ ପାଇଁ ଜଙ୍ଗଲ ଜଳୁଛି

କେନ୍ଦ୍ରାପଡ଼ା ଅଫିସ, ୯ା୪: ଜାତୀୟ ଉଦ୍ୟାନ ଭିତରକନିକାରେ ଗତ ୪ ବର୍ଷ ମଧ୍ୟରେ ୧୧ ସ୍ଥାନରେ ନିଆଁ ଲାଗିଛି। ନିଆଁ ଲିଭିବା ପୂର୍ବରୁ ଏକର ଏକର କାଜୁ, ହେନ୍ତାଳ ଜଙ୍ଗଲ ଜଳିଯାଉଛି। ନିଆଁ ଲାଗିବାର କାରଣ ସମ୍ପର୍କରେ ଅନୁସନ୍ଧାନ ବେଳେ ମହୁ…

ପ୍ରଦୀପ ମୁନି ବିଜେଡିରୁ ନିଲମ୍ବିତ

ଫୁଲବାଣୀ ଅଫିସ, ୯ା୪: ଫୁଲବାଣୀ ପୌର ପରିଷଦ ନିର୍ବାଚନରେ ଦଳ ବିରୋଧରେ କାମ କରିବା ଅଭିଯୋଗରେ କନ୍ଧମାଳ ଜିଲା ବିଜେଡି ସାଧାରଣ ସମ୍ପାଦକ ପ୍ରଦୀପ ମୁନିଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ(ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ ଏକ…

ନୀଳଗିରି ଆଇଆଇସି, ଆଇଓଙ୍କ ବଦଳି

ସଜନାଗଡ଼,୯।୪(ଡି.ଏନ.ଏ.): ସାମାନ୍ୟ ଘଟଣାକୁ କେନ୍ଦ୍ର କରି ନୀଳଗିରି ପୋଲିସ ଆକ୍ରୋଶମୂଳକ ଭାବେ ମେଡିକାଲରେ ଚିକିତ୍ସାଧୀନ ଜଣେ ଖବରଦାତାଙ୍କ ଗୋଡ଼ରେ ଦାଗୀ ଅପରାଧୀଙ୍କ ଭଳି ବେଡ଼ି ପକାଇବା ଘଟଣାରେ ଲୋକଦେଖାଣିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଦାୟିତ୍ୱରେ ଥିବା କନଷ୍ଟେବଳଙ୍କୁ ନିଲମ୍ବନ କରାଯିବା ସହ…

‘ଏସ୍‌ଏଫ୍‌ଡିଆର୍‌’ ବୁଷ୍ଟର ସଫଳ ପରୀକ୍ଷଣ

ବାଲେଶ୍ୱର ଅଫିସ, ୯।୪: ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ(ଡିଆରଡିଓ) ପକ୍ଷରୁ ଚାନ୍ଦିପୁରସ୍ଥିତ ସମନ୍ବିତ ପରୀକ୍ଷଣ କେନ୍ଦ୍ରର ୩ନଂ. ଲଞ୍ଚପ୍ୟାଡ୍‌ରୁ ଶୁକ୍ରବାର ପୂର୍ବାହ୍ନ ସାଢ଼େ ୧୦ଟା ସମୟରେ ସଲିଡ୍‌ ଫୁଏଲ ଡକ୍ଟେଡ୍‌ ରାମଜେଟ୍‌ (ଏସ୍‌ଏଫ୍‌ଡ଼ିଆର୍‌) ବୁଷ୍ଟର କ୍ଷେପଣାସ୍ତ୍ରର ପରୀକ୍ଷା କରାଯାଇଥିଲା। ପରୀକ୍ଷଣ…

ଖବରଦାତାଙ୍କ ଗୋଡ଼ରେ ବେଡ଼ି: ବଦଳିଲେ ନୀଳଗିରି ଥାନା ଆଇଆଇସି

ବାଲେଶ୍ୱର ଅଫିସ,୮।୪: ବାଲେଶ୍ୱର ଜିଲା ନୀଳଗିରିର ଖବରଦାତା ଲୋକନାଥ ଦଳେଇଙ୍କୁ ବେଡ଼ି ପକାଇବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ନୀଳଗିରି ଥାନା ଆଇଆଇସି ଦ୍ରୋପଦୀ ଦାସଙ୍କ ସହ ମାମଲାର ତଦନ୍ତ ଅଧିକାରୀ ସୁବର୍ଣ୍ଣା ବେହେରାଙ୍କୁ ମଧ୍ୟ ବଦଳି କରାଯାଇଛି। ତଦନ୍ତ ସରିବା ପର୍ଯ୍ୟନ୍ତ…

ଆମ ଜଙ୍ଗଲ ଯୋଜନାରେ ଦୁର୍ନୀତି: ନିଲମ୍ବିତ ହେଲେ ଫରେଷ୍ଟର

କୋକସରା,୮।୪(ଡି.ଏନ୍‌.ଏ): କଳାହାଣ୍ଡି ଜିଲା ଧର୍ମଗଡ଼ ବନାଞ୍ଚଳ ଆମପାଣି ଫରେଷ୍ଟର ଜଗନ୍ନାଥ ନାଗଙ୍କୁ ଶୁକ୍ରବାର କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ଆମ ଜଙ୍ଗଲ ଯୋଜନାରେ କାର୍ଯ୍ୟ କରିଥିବା ଶ୍ରମିକଙ୍କ ଲକ୍ଷାଧିକ ଟଙ୍କା ବାଟମାରଣା ମାମଲାରେ ଦକ୍ଷିଣ ବନଖଣ୍ଡ ଅଧିକାରୀ ଲାଡେ ଗଜାନନ ଦୟାନନ୍ଦ ଫରେଷ୍ଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?