ମା’ ତାରା ତାରିଣୀଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ , ୪୩ କୋଟି ଉନ୍ନୟନ ମୂଳକ କାର୍ଯ୍ୟର ଶିଳାନ୍ୟାସ

ପୁରୁଷୋତ୍ତମ ପୁର, ୧୮/୫(ଡିଏନ୍ଏ) ଗଞ୍ଜାମ ଜିଲ୍ଲା ତଥା ଦକ୍ଷିଣ ଓଡିଶାର ପ୍ରସିଦ୍ଧ ଇଷ୍ଟ ଦେବୀ ମା’ ତାରା ତାରିଣୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ତଥା ଜୀର୍ଣ୍ଣୋଦ୍ଧାର ଓ ପ୍ରାସାଦର ସଂସ୍କାର କାର୍ଯ୍ୟକ୍ରମ ବୁଧବାର ଚତୁର୍ଥ  ଦିବସରେ ପହଞ୍ଚିଛି । ଏଥିରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ମା ଙ୍କ ଦର୍ଶନ  ସହ  ଇଣ୍ଟର ପିଟିସନ ହଲ, ପ୍ରସାଦ ସେବନ ଗୃହ, ମନ୍ଦିର କାର୍ଯାଳୟ, ଭିୟୁ ପଏଣ୍ଟ ର  ଲୋକାର୍ପିତ କରିଥିଲେ। ଏଥି ସହ ପାହାଡ ପାଦଦେଶରେ ସାଧାରଣ ସଭାରେ ଯୋଗ ଦେଇ ପର୍ଯ୍ୟଟକଙ୍କୁ ଆକୃଷ୍ଟ ଲାଗି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ  ଘୋଷଣା କରିବା ସହ ୨୮ କୋଟି ଟଙ୍କା ବ୍ୟୟରେ ମନ୍ଦିର ପାର୍ଶ୍ବ ବର୍ତ୍ତୀ ଋଷିକୁଲ୍ଯା ନଦୀ ତଟର ଉନ୍ନତି କରଣ ଓ ୧୫ କୋଟି ଟଙ୍କା ବ୍ୟୟରେ ତାରା ତାରିଣୀ ଙ୍କ ଚତୁଃପାର୍ଶ୍ବ ରାସ୍ତାର ଉନ୍ନତିକରଣ ଲାଗି ଭିଡିଓ କନଫରେନ୍ସ ମାଧ୍ୟମରେ ଶିଳାନ୍ୟାସ କରିଥିଲେ।

ଯେପରି ମନ୍ଦିରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇବ ଅଧିକରୁ ଅଧିକ ଭକ୍ତ ଏଠାକୁ ଆସିବେ ସେଥିନେଇ ବହୁ ଲୋକାଭିମୁଖି  ଯୋଜନା କରାଯିବାର କହି ସମସ୍ତେ ସହଯୋଗ କରିବା ଲାଗି ନିବେଦନ କରିଥିଲେ। ଏହି ଅବସରରେ ମୂଖ୍ୟ ମନ୍ତ୍ରୀ ମନ୍ଦିର କାରୁକାର୍ଯ୍ୟ କରିଥିବା ସ୍ବର୍ଗତ ପଦ୍ମଶ୍ରୀ ରଘୁନାଥ ମହାପାଣିଗ୍ରାହୀଙ୍କ ପତ୍ନୀ ରଜନୀ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ଏଥିରେ ୫ଟି ସଚ୍ଚିବ ଭି କାର୍ତ୍ତିକେୟ ପାଣ୍ଡିଆନ,  ବିଧାନ ସଭାର ବାଚସ୍ପତିସୂର୍ଯ୍ୟ ନାରାୟଣ ପାତ୍ର, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, କବିସୂର୍ୟ୍ଯନଗର ବିଧାୟିକା ଲତିକା ପ୍ରଧାନ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଆସ୍କା ଏମ୍ ପି ପ୍ରମିଳା ବିଷୋଇ, ବ୍ରହ୍ମପୁର ଏମପି ଚନ୍ଦ୍ର ଶେଖର ସାହୁ, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ପୁରୁଷୋତ୍ତମ ପୁର ତହସିଲଦାର ନିତିଶ କୁମାର ତ୍ରିପାଠୀ, ଏସଡିପିଓ ସୂର୍ଯ୍ୟମଣି ପ୍ରଧାନଙ୍କ ସମେତ ରାଜ୍ୟର ବହୁ ବିଧାୟକ, ବରିଷ୍ଠ ପ୍ରଶାସନିକ ଅଧିକାରୀ  ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବାସୀ ଶ୍ରମିକଙ୍କୁ ଟଙ୍କା ନ ମିଳିବାରୁ ପଞ୍ଚାୟତ ଅଫିସରେ ଉତ୍ତେଜନା

ଚିତ୍ରଡ଼ା,୫।୬(ଡି.ଏନ୍‌.ଏ.): ମୟୁରଭଞ୍ଜ ଜିଲାର ମୋରଡା ବ୍ଲକ ଅଧିନ ହଲଦୀପାଳ ପଞ୍ଚାୟତ ଅଫିସରେ ଶୁକ୍ରବାର ଅପରାହ୍ନରେ ପ୍ରବାସୀ ଓଡ଼ିଆ ଶ୍ରମିକମାନେ ପାଟିତୁଣ୍ଡ କରିଥିବା ଦେଖିବାକୁ ମିଳିଛି। ଏହି...

ସୋସିଆଲ ମିଡିଆରୁ ସ୍ବାବଲମ୍ବୀ ଉଦିତ

କେନ୍ଦୁଝର, ୨୯ା୧୦(ଡି.ଏନ.ଏ.)- ଆଜିକାଲି ଯୁବପିଢ଼ିଙ୍କ ମନୋରଞ୍ଜନର ମାଧ୍ୟମ ହେଉଛି ସୋସିଆଲ ମିଡିଆ। ତେବେ ଏହା ଖାଲି ମନୋରଞ୍ଜନ ନୁହେଁ କାହାକୁ ଏହି ସୋସିଆଲ ମିଡିଆ ସ୍ବତନ୍ତ୍ର...

କୂଅ ଖୋଳି ବକେୟା ବିଲ୍‌ ପାଉନାହାନ୍ତି ଚାଷୀ

ବୈପାରୀଗୁଡ଼ା,୨୫।୨(ଡି.ଏନ୍‌.ଏ.) ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ କୂଅ ଖୋଳି ବିଲ୍‌ ପାଇବା ପାଇଁ ଜଣେ ଚାଷୀଙ୍କ ହନ୍ତସନ୍ତ ହେବାକୁ ପଡ଼ିଛି। ସେ ହେଲେ ବୈପାରୀଗୁଡ଼ା ବ୍ଲକ ବାଲିଗଁ। ପଞ୍ଚାୟତ ଖଷର୍ଲିଗୁଡ଼ା...

ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବହିର୍ବିଭାଗ ୨ ଦିନ ଶଟଡାଉନ

ବନ୍ତ,୪।୮(.ପ୍ର.): ଭଦ୍ରକ ଜିଲା ଆଗରପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଜଣେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ମଙ୍ଗଳବାର ଓ ବୁଧବାର ୨ ଦିନ...

ମୁଣ୍ଡବିହୀନ ମୃତଦେହ ଉଦ୍ଧାର ଘଟଣା, ୪ଗିରଫ

ବାଲିଗୁଡା,୨୪ା୩- ବାଲିଗୁଡା ଥାନା ସିନ୍ଦ୍ରିଗଁା ଖଡ୍‌ଗନଦୀ ପାଖ ଏକ ଗାଡିଆରୁ ପୋଲିସ ଅଖା ଭିତରେ ପଶିଥିବା ଏକ ମୁଣ୍ଡବିହୀନ ମୃତଦେହ ଉଦ୍ଧାର କରିଥିଲା। ମୃତକ କିଲୁପଡାର...

ବଦଳୁନି ଆଦିବାସୀଙ୍କ ଜୀବନଧାରା

କେନ୍ଦୁଝର, ୧୦ା୮(ସ୍ବ.ପ୍ର.)-ଆଦିବାସୀଙ୍କ ବିକାଶ ଲାଗି ସରକାର ଯୋଜନା ପରେ ଯୋଜନା କରିଚାଲିଛନ୍ତି, ହେଲେ ଉପଯୁକ୍ତ ତଦାରଖ ଅଭାବରୁ ସେସବୁ ଫଳପ୍ରଦ ହେଉନାହିଁ। ଫଳରେ ସେମାନଙ୍କ ଜୀବନଧାରା...

ଆର୍‌ଆଇଙ୍କ ଜାଲିଆତି ପରିବାରକୁ କଲା ବାସହରା

ନୂଆଗାଁ,୧୭।୩ (ଡି.ଏନ.ଏ.): ବାପାଙ୍କ ମୃତ୍ୟୁ ପରେ ମାଆ ଓ ତିନି ଭଉଣୀଙ୍କ ଅଜାଣତରେ ବାପାଙ୍କ ନାମରେ ଥିବା ଜାଗାକୁ ବେଆଇନ ଭାବେ ଚଞ୍ଚକତା କରି ପୁଅ...

ଏମ୍‌କେସିଜିରେ ପିପିପି ମୋଡ୍‌କୁ ବିରୋଧ

ବ୍ରହ୍ମପୁର ଅଫିସ,୨୫ା୨-ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜରେ ପିପିପି(ପବ୍ଲିିକ ପ୍ରାଇଭେଟ ପାର୍ଟନରଶିପ୍‌) ମାଧ୍ୟମରେ ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ଗତ ସ୍ବାସ୍ଥ୍ୟ ବିକାଶ ସମିତି...

Advertisement
Archives

Model This Week