ମୁରବିବିହୀନ ମହାବିରୋଡ ରେଞ୍ଜ

ପରଜଙ୍ଗ, ୧୮।୫(ଡି.ଏନ୍‌.ଏ.) – ସ୍ଥାୟୀ ରେଞ୍ଜ୍‌ ଅଧିକାରୀ ନ ଥିବାରୁ ମୁରବିବିହୀନ ହୋଇପଡ଼ିଛି ଢେଙ୍କାନାଳ ଜିଲା ମହାବିରୋଡ ରେଞ୍ଜ୍‌। ମୁକୁଳା ଜଙ୍ଗଲରେ କାଠ ମାଫିଆଙ୍କ ପତିଆରା ବଢୁଥିବାବେଳେ କାର୍ଯ୍ୟାଳୟରେ କର୍ମଚାରୀମାନେ ମଉଜ କରୁଥିବା ଅଭିଯୋଗ ହେଉଛି। ମହାବିରୋଡ ଭଳି ଜିଲାର ଏକ ଗୁରୁତ୍ୱପୂର୍ଣ୍ଣ ବନାଞ୍ଚଳରେ ଏଭଳି ଅବ୍ୟବସ୍ଥାକୁ ନେଇ ପରିବେଶବିତ୍‌ମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ମହାବିରୋଡ ରେଞ୍ଜ୍‌ରେ ୪ଟି ସେକ୍ସନ ଥିବାବେଳେ ଫରେଷ୍ଟ ବିଟ୍‌ ସଂଖ୍ୟା ୧୩। ଏହା ଉପରେ ପ୍ରାୟ ୨ ଲକ୍ଷ ଜନସାଧାରଣ ନିର୍ଭର କରୁଛନ୍ତି। ତେବେ ଦୀର୍ଘ ୮ମାସ ହେଲା ସ୍ଥାୟୀ ରେଞ୍ଜ୍‌ ଅଧିକାରୀ ନାହାନ୍ତି। କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ୍‌ ଅଧିକାରୀ ସତ୍ୟନାରାୟଣ ସାହୁ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି। ଏତେବଡ଼ ବନାଞ୍ଚଳକୁ ତଦାରଖ କରିବା ଲାଗି କର୍ମଚାରୀ ନ ଥିବାରୁ ଏହାର ସୁଯୋଗରେ କାଠମାଫିଆ ମାତିଲେଣି। ଜଙ୍ଗଲରୁ ଦିନରାତି ବହୁ ମୂଲ୍ୟବାନ ଗଛ କାଟି ଅନ୍ୟତ୍ର ଚାଲାଣ କରୁଛନ୍ତି। ଶିକାରୀମାନେ ଜଙ୍ଗଲରେ ପଶି ଅବାଧ ଶିକାର କରୁଛନ୍ତି। ଅସାମାଜିକମାନେ ଜଙ୍ଗଲରେ ନିଅଁା ଲଗାଇ ଦେଉଥିବାବେଳେ ଏହାକୁ ରୋକାଯାଇପାରୁନାହିଁ। ସେହିପରି ନୂତନ ବନୀକରଣ ପାଇଁ ସରକାର ବହୁ କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ଏହାର ସୁରକ୍ଷା ହୋଇପାରୁନାହିଁ।
ମଙ୍ଗଳବାର ଖବର ସଂଗ୍ରହ କରିବା ପାଇଁ ଯାଇଥିବାବେଳେ ମହାବିରୋଡ୍‌ ରେଞ୍ଜ କାର୍ଯ୍ୟାଳୟରେ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା। କାର୍ଯ୍ୟାଳୟ ଖୋଲାଥିବାବେଳେ କେହି କର୍ମଚାରୀ ନ ଥିଲେ। ଏପରି କି କ୍ୟାମ୍ପସ୍‌ ପରିସରରେ କୁଢ଼ ହୋଇଥିଲା ଖାଲି ବିଦେଶୀ ମଦ ବୋତଲ। ସମଗ୍ର ପରିବେଶ ଆବର୍ଜନାରେ ପରିପୂର୍ଣ୍ଣ ହୋଇଥିବା ନଜରକୁ ଆସିଥିଲା। ରେଞ୍ଜ୍‌ କାର୍ଯ୍ୟାଳୟ ପରିସରରେ ଥିବା ଆବାସିକ କାର୍ଯ୍ୟାଳୟରେ ମହାବିରୋଡ଼ ସେକ୍ସନର ନୂଆ କରି ଦାୟିତ୍ୱ ନେଇଥିବା ବନପାଳ ନବଘନ ମିଶ୍ର ଶୋଇଥିଲେ। ତାଙ୍କ ପ୍ରତିକ୍ରିୟା ନେବାରୁ ସେ ଅବାନ୍ତର ଯୁକ୍ତି ବାଢ଼ିଥିଲେ। ସେ କହିଥିଲେ, ନବଘନ ମିଶ୍ର ବୋଲି କେହି ବନ କର୍ମଚାରୀ ନାହାନ୍ତି। ସେ ବୁଲିବାକୁ ଆସିଛନ୍ତି। ଗଣମାଧ୍ୟମ ସମ୍ମୁଖରେ ବନପାଳଙ୍କ ଏଭଳି ମନ୍ତବ୍ୟକୁ ସାଧାରଣରେ ନାପସନ୍ଦ କରାଯାଇଛି। ଏ ସମ୍ପର୍କରେ ମହାବିରୋଡ୍‌ ରେଞ୍ଜ୍‌ ଦାୟିତ୍ୱରେ ଥିବା ଅଧିକାରୀ ସତ୍ୟନାରାୟଣ ସାହୁଙ୍କୁ ଯୋଗାଯୋଗ କରାଯାଇଥିଲା। ସେ କହିଛନ୍ତି, ୨ଟି ରେଞ୍ଜ ଦାୟିତ୍ୱରେ ଥିବାରୁ ସମସ୍ୟା ହେଉଛି। କାମ ପଡ଼ିଲେ ମହାବିରୋଡ ଯାଇଥା’ନ୍ତି। ଅଭିଯୋଗରେ ସତ୍ୟତା ନାହିଁ। ଅଭିଯୋଗ ପ୍ରମାଣିତ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?