ରକ୍ତମୁଖା ଭାଲୁ, ଗୋଡ଼ାଇ ଗୋଡ଼ାଇ ୩ ଜଣଙ୍କୁ କଲାଣି ଗୁରୁତର

ପାଟଣା,୧୮ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡ଼ା ସେକ୍ସନ ମାଛଗଡ଼ ବିଟ୍‌ ଅଞ୍ଚଳରେ ବୁଧବାର ସକାଳୁ ରକ୍ତମୁଖା ହୋଇପଡ଼ିଛି ଏକ ଭାଲୁ। ଲୋକଙ୍କୁ ଗୋଡ଼େଇ ଗୋଡ଼େଇ କାମୁଡୁଛି।  ଭାଲୁ ଆକ୍ରମଣରେ ୩ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରୁ ୨ ଜଣ ପ୍ରଥମେ ମୟୂରଭଞ୍ଜ ଜିଲା କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟ ଓ ପରେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଛନ୍ତି।  ଗୁରୁତର ବ୍ୟକ୍ତି ହେଉଛନ୍ତି ବାଉଁଶନାଳି ଗ୍ରାମର ନୀଳକଣ୍ଠ ମହାନ୍ତ(୫୦), କମାରମରା ଗ୍ରାମର ଶେଖର ମହାନ୍ତ(୪୭) ଓ କାଳିଆଦୁମା ଗ୍ରାମର ମାଜୁରା ସିଦ୍ଧୁ(୮୦)। ଭାଲୁକୁ ଲୋକେ ଗୋଡ଼େଇବାରୁ ସେ ହିଂସ୍ର ହୋଇ ପ୍ରଥମେ ଘର ନିକଟରେ ଥିବା ନୀଳକଣ୍ଠଙ୍କୁ ଆକ୍ରମଣ କରିବା ପରେ କମାରମରା ଗାଁରେ କାଜୁବଗିଚାରେ ଥିବା ଶେଖରଙ୍କୁ ଆକ୍ରମଣ କରିଥିଲା। ପରେ ଭାଲୁଟି କାଳିଆଦୁମା ଗାଁ ପଡ଼ିଆରେ ଛେଳି ଚରାଉଥିବା ବୃଦ୍ଧ ମାଜୁରା ସିଦ୍ଧୁଙ୍କୁ ଆକ୍ରମଣ କରିଥିଲା। ଭାଲୁ ଆକ୍ରମଣରେ ମୁହଁ ,ହାତ, ଗୋଡ଼ ରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ଏବେ ଗାଁ ନିକଟରେ ଭାଲୁ ବୁଲୁଥିବାରୁ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ଭାଲୁଟି ଏବେ କମାରମରା ଗାଁ ଜଙ୍ଗଲରେ ରହିଥିବା ରେଞ୍ଜର ଟିକେଶ୍ୱର ମହାନ୍ତ କହିଛି। ଖବର ପାଇ ଘଟଣାସ୍ଥଳରେ ବନବିଭାଗ ପକ୍ଷରୁ ବନପାଳ ମୋହିନୀ ମହାନ୍ତଙ୍କ ନେତୃତ୍ୱରେ ପାରା ଷ୍ଟାଫ୍‌ ଓ ଗାର୍ଡ ପହଞ୍ଚି ଡାକବାଜି ଯନ୍ତ୍ରରେ ଭାଲୁକୁ ନ ଗୋଡ଼ାଇବା ପାଇଁ ନିବେଦନ କରାଯାଉଛି। ଭାଲୁକୁ ଘଉଡ଼ାଇବା ପାଇଁ ବନ ବିଭାଗ ଉଦ୍ୟମ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?