ସୁସ୍ଥ ରଖିଛି ଶୂନଗାଡ଼ି

ଭୁବନ, ୩।୬ ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସି ଅଧୀନ ୧୫ନଂ. ଓ୍ବାର୍ଡରେ ରୁହନ୍ତି ରଥ ସେଠୀ। ଜଣେ ନିଷ୍ଠାପର ସ୍ବାସ୍ଥ୍ୟକର୍ମୀ ଭାବେ ସେ ଯେତିକି ପରିଚିତ, ସେତିକି ଜଣାଶୁଣା ସାଇକେଲ ପ୍ରେମୀ ଭାବରେ। ୧୯୫୮ରେ ଜନ୍ମିତ ରଥଙ୍କୁ ଏବେ ୬୪ ବର୍ଷ ଟପିଲାଣି। ବୃତ୍ତିଗତ ଜୀବନରୁ ଅବସର ନେଇସାରିଲେଣି। ଇତି ମଧ୍ୟରେ ବଦଳିଲାଣି ପାଖାପାଖି ୨୫ରୁ ଊର୍ଦ୍ଧ୍ୱ ସାଇକେଲ। ଅଥଚ ଶୂନଗାଡ଼ି ଚଳାଇବା ନିଶା ଏପରି ଘାରିଛି ଯେ, ଆର୍ଥିକ ସ୍ବଚ୍ଛଳ ହୋଇ ସୁଦ୍ଧା ସେ ମୋଟର ସାଇକେଲ ଚଢ଼ିବାକୁ ବଳାଇନାହାନ୍ତି ମନ।
ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡ୍ରେସର ଭାବେ କାର୍ଯ୍ୟ କରି କିଛିବର୍ଷ ହେଲା ଅବସର ନେଇଛନ୍ତି ରଥ। ହେଲେ କର୍ମମୟ ଜୀବନ ସେମିତି ଚାଲିଛି। ଦୁର୍ଘଟଣାଗ୍ରସ୍ତଙ୍କ କ୍ଷତ ସଫା କରିବା ହେଉ କି ସେଥିରେ ମଲମପଟି କରିବା, ଏଭଳି କାର୍ଯ୍ୟରେ ଆଜି ବି ଖୋଜା ପଡ଼ନ୍ତି ରଥ। ଆଉ ସେ ସାଇକେଲ ଚଢ଼ି ପହଞ୍ଚତ୍ୟାଆନ୍ତି ଠିକଣାସ୍ଥଳରେ। ଦୀର୍ଘବର୍ଷ ହେଲା ସେ ଏହି କାର୍ଯ୍ୟ କରି ଆସୁଛନ୍ତି।
ସାଇକେଲକୁ ନେଇ ରହିଥିବା ଦୁର୍ବଳତା ସମ୍ପର୍କରେ ସେ କୁହନ୍ତି, ଦଶମ ଶ୍ରେଣୀ ପଢ଼ିବା ବେଳେ ପ୍ରଥମେ ସାଇକେଲ ଚଳାଇବା ଆରମ୍ଭ କରିଥିଲେ। ସେତେବେଳେ ଏଭଳି ଅତ୍ୟାଧୁନିକ ସାଇକେଲ ନ ଥିଲା। ୨୪ ଇଞ୍ଚିଆ, ୨୨ ଇଞ୍ଚିଆ ରାଲେ ସାଇକେଲ ବଜାରରେ ଗଡୁଥିଲା। ଏବେ ସମୟ ବଦଳିଛି। ସାଇକେଲ ଫ୍ୟାଶନରେ ପରିଣତ ହୋଇଛି। ଯୁବପିଢ଼ି ମଧ୍ୟ ଏବେ ସାଇକେଲ ଚାଳନାରେ ଆଗ୍ରହୀ ହେଉଛନ୍ତି। ସରକାରୀ ଯୋଜନାରେ ଏହାକୁ ସାମିଲ କରାଯାଇଛି। ଏହା ଶୁଭସଙ୍କେତ। ଦୀର୍ଘ ୫୦ ବର୍ଷ ହେଲା ସାଇକେଲ ସୁଖଦୁଃଖର ସାଥୀ ପାଲଟିଛି। ଇତିମଧ୍ୟରେ ୨୫ରୁ ଅଧିକ ସାଇକେଲ ବଦଳିଥିଲେ ମଧ୍ୟ ପୁରୁଣା ରାଲେ ଭଳି ବଡ଼ ସାଇକେଲ ଚଳାଇବାର ମଜା ଅଲଗା ବୋଲି ରଥ ମତ ଦେଇଛନ୍ତି। ଦୈନିକ ରୋଗୀଙ୍କ ସେବାରେ ବିଭିନ୍ନ ସ୍ଥାନକୁ ଯିବାକୁ ପଡୁଛି। ସେ ପ୍ରତିଦିନ ୨୦ରୁ ୨୫ କିଲୋମିଟର ସାଇକେଲ ଚଳାଉଛନ୍ତି। ଏଭଳି ଅଭ୍ୟାସ ସୁସ୍ଥ ରଖିବାରେ ସହାୟକ ହୋଇଛି। ପରିଣତ ବୟସରେ ଫିଟ୍‌ ଅନୁଭବ କରୁଛନ୍ତି। ସ୍ବତନ୍ତ୍ର ଭାବେ ବ୍ୟାୟାମ କି ଯୋଗ କରିବାକୁ ପଡୁନାହିଁ। ଏବେ ପେଟ୍ରୋଲ, ଡିଜେଲ ଦର ବଢ଼ିବା ମଧ୍ୟବିତ୍ତ ପରିବାର ପାଇଁ ବୋଝ ପାଲଟିଛି। ଏଭଳି ଯାନବାହନ ପ୍ରଦୂଷଣ ବଢ଼ାଉଛନ୍ତି। ତେଣୁ ଯୁବପିଢ଼ି ଦୈନିକ ସାଇକେଲିଂ କରିବା ଦରକାର। ଆଖପାଖରେ ହେଉଥିବା କାମରେ ବାଇକ୍‌ ବଦଳରେ ସାଇକେଲରେ ଗଲେ ତେଲ ବାବଦ ଖର୍ଚ୍ଚ ସଞ୍ଚୟ ହେବ। ଶରୀର ମଧ୍ୟ ସୁସ୍ଥ ରହିବ ବୋଲି ରଥ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପୋଖରୀକୁ ମିଳୁନି ନ୍ୟାୟ

ରତନ ନାୟାର ଢେଙ୍କାନାଳ ଅଫିସ, ୮।୯ – ଢେଙ୍କାନାଳର ଭାଗୀରଥି ସାଗର (ନୂଆ ପୋଖରୀ)ର ଉନ୍ନତୀକରଣ ଲାଗି ମାଳ ମାଳ ଯୋଜନା। ଐତିହ୍ୟସମ୍ପନ୍ନ ଏହି ପ୍ରାଚୀନ...

ସୁନ୍ଦରଗଡ଼ରେ ଅଭିବାଦନ ରଖିଲେ ମୁଖ୍ୟମନ୍ତ୍ରୀ: ବିର୍ସା ମୁଣ୍ଡାଙ୍କ ନାମରେ ଘୋଷଣା କଲେ ହକି ଷ୍ଟାଡିୟମ

ଭୁବନେଶ୍ୱର,୧୬।୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସୁନ୍ଦରଗଡ଼ ଜିଲା ଗସ୍ତରେ ଯାଇଛନ୍ତି। ରାଉରକେଲାଠାରେ ଦେଶର ସର୍ବବୃହତ୍‌ ହକି ଷ୍ଟାଡିୟମ ସହ ଜିଲାର ୧୭ଟି ବ୍ଲକରେ ଆଷ୍ଟ୍ରୋଟର୍ଫ...

ରାଜ୍ୟରେ ଆଉ ଜଣେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୯।୧୨(ବ୍ୟୁରୋ): ରାଜ୍ୟରେ ଆଉ ଜଣେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ଆଇଏଲଏସ୍‌ ପକ୍ଷରୁ ସ୍ବାସ୍ଥ୍ୟ ବିଭାଗକୁ ସୂଚନା ଦିଆଯାଇଛି। ତେବେ ଚିହ୍ନଟ ହୋଇଥିବା...

ସୁନ୍ଦରଗଡ଼: ଟ୍ରେନ୍‌ ଧକ୍କାରେ ୨ ହାତୀ ମୃତ

ରାଉରକେଲା ଅଫିସ,୪।୨: ସୁନ୍ଦରଗଡ଼ ଜିଲା ବିଶ୍ରା ବନ ବିଭାଗ ଅଧୀନ ମହିପାଣି ନିକଟରେ ବୁଧବାର ବିଳମ୍ବିତ ରାତିରେ ଟ୍ରେନ୍‌ ଧକ୍କାରେ ଦୁଇଟି ହାତୀଙ୍କ ମୃତ୍ୟୁ ହୋଇଛି।...

ଖେଳୁଥିବା ବେଳେ ୪ ଶିଶୁ ପୋଡ଼ିଯିବା ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ୩ ଶିଶୁ

ହାତୀଓଟ,୨୩।୨(ଡି.ଏନ୍‌.ଏ.): ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ ୩ ଶିଶୁ। ଗଞ୍ଜାମ ଜିଲା ପୋଲସରା ବ୍ଲକ ଅନ୍ତର୍ଗତ ଖଇରଛଟା ଗାଁରେ ରବିବାର ସକାଳେ ନିଆଁରେ ପୋଡ଼ିଯାଇ ଗୁରୁତର ହୋଇଥିବା...

ଆଜି ୭ ଜିଲାକୁ କାଳବୈଶାଖୀ: ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର,୨୪।୫(ବ୍ୟୁରୋ)-ଅସହ୍ୟ ତାତିରୁ ମୁକ୍ତି ପାଇଛନ୍ତି ରାଜ୍ୟବାସୀ। ଗତ କିଛିଦିନ ହେବ ରାଜ୍ୟରେ ପ୍ରବଳ ଗରମ ଯୋଗୁ ଲୋକେ ଛଟପଟ ହେଉଥିଲେ। କିନ୍ତୁ ଗୁରୁବାର ପାଗରେ ପରିବର୍ତ୍ତନ...

ଆଇଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ: ହେମନ୍ତଙ୍କ ସ୍ଥାନରେ କେନ୍ଦ୍ରରୁ ଫେରି ଦାୟିତ୍ୱ ନେଲେ ସତ୍ୟବ୍ରତ

ଭୁବନେଶ୍ୱର,୨୯।୬(ବ୍ୟୁରୋ): ରାଜ୍ୟ ସରକାର ଆଇଏଏସ୍‌ ଅଫିସର ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି। କେନ୍ଦ୍ରୀୟ ଡେପୁଟେଶନରୁ ଫେରିଥିବା ସତ୍ୟବ୍ରତ ସାହୁଙ୍କୁ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ...

ଲଘୁ ଖଣିଜ ସମ୍ପଦ ଲୁଟ୍‌ ରୋକିବାକୁ ପ୍ରୟାସ:ଜଗିବେ ସ୍ବତନ୍ତ୍ର ଅଧିକାରୀ

ଭୁବନେଶ୍ୱର,୧୭।୧୨ (ବ୍ୟୁରୋ): କେବଳ ଲୁହାପଥର, ମାଙ୍ଗାନିଜ୍‌, କ୍ରୋମାଇଟ ଭଳି ବୃହତ୍‌ ଖଣିଜ ସମ୍ପଦ ଚୋରି ହେଉ ନାହିଁ। ରାଜ୍ୟର ବିଭିନ୍ନ ଜିଲାରେ ଥିବା ବାଲି, ମୋରମ,...

Advertisement
Archives

Model This Week