‘ମାସକ ମଧ୍ୟରେ ରିପୋର୍ଟ ଦିଅ’

ବାରିପଦା ଅଫିସ,୩।୬ ବିଶ୍ୱପ୍ରସିଦ୍ଧ ମୟୂରଭଞ୍ଜ ଛଉ ନୃତ୍ୟର ପୁନରୁଦ୍ଧାର ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ମୟୂରଭଞ୍ଜ ଛଉ ନୃତ୍ୟ ପ୍ରତିଷ୍ଠାନ ଅଧୀନରେ ଛଉ ତାଲିମ କେନ୍ଦ୍ର ପ୍ରତିଷ୍ଠା ହେବା ନେଇ ଆଶା ସଞ୍ଚାର ହୋଇଛି। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ଏବଂ ସଙ୍ଗୀତ ସାହିତ୍ୟ ଏକାଡେମୀ ସଚିବ ପ୍ରବୋଧ କୁମାର ରଥ ଗୁରୁବାର ଦିନିକିଆ ଜିଲା ଗସ୍ତରେ ଆସି ଏନେଇ ସମୀକ୍ଷା କରିଛନ୍ତି। ଏଥିସହ ମାସକ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଜିଲାପାଳ ବିନୀତ ଭରଦ୍ୱାଜଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ମୟୂରଭଞ୍ଜ ଛଉ ନୃତ୍ୟ ପ୍ରତିଷ୍ଠାନର ପୁନରୁଦ୍ଧାର, ଛଉ ନୃତ୍ୟ ଓ ସଙ୍ଗୀତର ସଂରକ୍ଷଣ, ପାଠ୍ୟକ୍ରମ ପ୍ରସ୍ତୁତି ଓ ତାଲିମ କେନ୍ଦ୍ର ପ୍ରତିଷ୍ଠା ସମ୍ପର୍କରେ ଆଲୋଚନା କରାଯାଇଛି।
ଗଡ଼ଜାତ ଶାସନ କାଳରୁ ଚାଲି ଆସୁଥିବା ଛଉ ନୃତ୍ୟ ବିଶ୍ୱ ଦରବାରରେ ପ୍ରସିଦ୍ଧି ଲାଭ କରିଛି। ଏହି ନୃତ୍ୟକୁ ଦୀର୍ଘଜୀବୀ କରିବା ଓ ନୂତନତ୍ୱ ଆଣିବା ପାଇଁ ବିଭାଗ ସ୍ତରରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ଛଉ ନୃତ୍ୟ ଶିଳ୍ପୀ ଓ ବାଦ୍ୟକାରମାନଙ୍କୁ ତାଲିମ ଦିଆଯିବାର ବ୍ୟବସ୍ଥା କରିବାକୁ ଥିବାବେଳେ ଦକ୍ଷତାଭିତ୍ତିକ ପ୍ରମାଣପତ୍ର ଦିଆଯିବାକୁ ସିଦ୍ଧାନ୍ତ ଗ୍ରହଣ କରାଯାଇଛି। ଜିଲାର ୨୬ ବ୍ଲକରେ ଥିବା ୨୧୦ଟି ଛଉ ପ୍ରତିଷ୍ଠାନର କଳାକାର ଏବଂ ଉତ୍ତରସାହି ଓ ଦକ୍ଷିଣସାହି କଳାକାରମାନଙ୍କ ମଧ୍ୟରୁ ପ୍ରତିବର୍ଷ ବଛା ବଛା କଳାକାରଙ୍କୁ ନେଇ ତାଲିମ ପ୍ରଦାନ କରାଯିବ। ଏଥିନିମନ୍ତେ ଆବଶ୍ୟକତା ଅନୁଯାୟୀ ଛଉ ନୃତ୍ୟ ଓ ବାଦ୍ୟ ଗୁରୁଙ୍କୁ ଚିହ୍ନଟ କରି ବାର୍ଷିକ, ଡିପ୍ଲୋମା ଓ ଡିଗ୍ରୀ ହାସଲ ବ୍ୟବସ୍ଥା ଗ୍ରହଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ଛଉ ପ୍ରତି ଆଗ୍ରହ ସୃଷ୍ଟିି ନିମନ୍ତେ କଳାକାର ଭତ୍ତା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦିଆଯିବା ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା।
ସେହିପରି ୨୫୦ଟି ଛଉ ନୃତ୍ୟରୁ ବର୍ତ୍ତମାନ ୪୦/୫୦ଟି ପ୍ରଦର୍ଶନ ହେଉଛି। ବାରମ୍ବାର ଏହି ନୃତ୍ୟଗୁଡ଼ିକ ଦେଖିବା ଦ୍ୱାରା ଜନସାଧାରଣଙ୍କ ମଧ୍ୟରେ ଏଥିପ୍ରତି ଆଗ୍ରହ କମିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ହଜିଯାଉଥିବା ଛଉ ନୃତ୍ୟଗୁଡ଼ିକର ପୁନରୁଦ୍ଧାର ପାଇଁ ପୁରୁଣା ଫଟୋ, ଭିଡିଓ ଓ ସ୍କ୍ରିପ୍ଟକୁ ସଂଗ୍ରହ କରି ଡିଜିଟାଲାଇଜେଶନ କରିବାକୁ ସେମାନେ ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ୱାରା ନୂତନ ଭାବେ ଛଉ ନୃତ୍ୟ ପ୍ରତି ଆକୃଷ୍ଟ ହେଉଥିବା ଶିଳ୍ପୀଙ୍କୁ ତାଲିମ ଦେବାରେ ସହାୟକ ହୋଇପାରିବ ବୋଲି କହିଛନ୍ତି। ସେହିପରି ଛଉ ନୃତ୍ୟ ପାଇଁ ଆବଶ୍ୟକ ବାଦ୍ୟଯନ୍ତ୍ର ଓ ବାଦ୍ୟକାରମାନଙ୍କ ନିମନ୍ତେ ସମସ୍ତ ସୁବିଧା ସୁଯୋଗ ଦିଆଯିବ ବୋଲି ମତପ୍ରକାଶ ପାଇଛି। ତେବେ ପ୍ରୋଜେକ୍ଟ ଛାଉଣୀ ପକ୍ଷରୁ ସମଗ୍ର ଜିଲାରେ ସର୍ଭେ କରାଯାଇ ଅନୁଷ୍ଠାନ ଓ ଛଉ କଳାକାରମାନଙ୍କ ସାମାଜିକ, ଅର୍ଥନୈତିକ ସ୍ଥିତି ସମ୍ପର୍କରେ ଅନୁଧ୍ୟାନ ପୂର୍ବକ ରିପୋର୍ଟ ସମ୍ପୃକ୍ତ ବିଭାଗକୁ ପ୍ରଦାନ କରାଯାଇଛି। ଏହାବ୍ୟତୀତ ଭବିଷ୍ୟତରେ ଆବଶ୍ୟକତାକୁ ଭିତ୍ତିକରି ନୂଆ ଯୋଜାନାଗୁଡ଼ିକର ରୂପରେଖ ସମ୍ପର୍କରେ ଅବଗତ କରାଯାଇଛି। ବୈଠକରେ ଅତିରିକ୍ତ ଜିଲାପାଳ ରୁଦ୍ରନାରାୟଣ ମହାନ୍ତି, ସଂସ୍କୃତି ଅଧିକାରୀ ଅନନ୍ତ ସେଠୀ, ପ୍ରୋଜେକ୍ଟ ଛାଉଣୀର ନିର୍ଦ୍ଦେଶିକା ଶୁଭଶ୍ରୀ ମୁଖାର୍ଜୀ, ଉତ୍ତରସାହି ଓ ଦକ୍ଷିଣସାହି ଛଉ ନୃତ୍ୟ ପ୍ରତିଷ୍ଠାନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୧ ଟଙ୍କାରେ ମିଳିବ ଆମ୍ବୁଲାନ୍ସ ସେବା

ସମ୍ବଲପୁର,୨୧ା୬(ବ୍ୟୁରୋ): କରୋନା ମହାମାରୀ ସମୟରେ ବିଭିନ୍ନ ଅନୁଷ୍ଠାନ, ସମାଜିକ କର୍ମୀଙ୍କ ପକ୍ଷରୁ ଲୋକଙ୍କୁ ସହାୟତା କରାଯାଉଛି। ଏହି ଧାରାରେ ସାମିଲ ହୋଇଛି ସମ୍ବଲପୁରର ‘ସାଥୀ’ ଚାରିଟେବୁଲ...

ବାପ-ପୁଅଙ୍କୁ ଗୁଳିମାଡ଼

ଭୁବନେଶ୍ୱର,୨୫ା୪(ବ୍ୟୁରୋ): ଭୁବନେଶ୍ବର ଜାଆଁଳାରେ ଘଟିଛି ଗୁଳିକାଣ୍ଡ। ସୁନାଦୋକାନୀଙ୍କୁ ଲୁଟ୍‌ ଉଦ୍ଦେଶ୍ୟରେ ଏହି ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି। ଏଥିରେ ବାପ-ପୁଅ ଗୁରୁତର ହୋଇଛନ୍ତି। ସୂଚନାନୁସାରେ, ଦକ୍ଷିଣମୁଣ୍ଡ ମୁହାଣର...

ଲିଙ୍ଗରାଜ ମନ୍ଦିରରେ ଫାଟ, ଗଳୁଛି ବର୍ଷା ପାଣି

ଭୁବନେଶ୍ୱର,୨୬।୯(ବ୍ୟୁରୋ)- ଲିଙ୍ଗରାଜ ଦଧିନଉତିରେ ସୃଷ୍ଟି ହୋଇଛି ଫାଟ। ମୁଖ୍ୟ ମନ୍ଦିରରେ ଫାଟ ହୋଇଥିବାରୁ ବର୍ଷା ପାଣି ଗଳୁଛି। ପାର୍ବତୀ ମନ୍ଦିର, ଜଗମୋହନ, ରୋଷଶାଳା ଓ ଭୋଗ...

ମଥୁରାରୁ ଚାଲିଥିଲା ଠକେଇ କାରବାର

ପୁରୀ ଅଫିସ,୮ା୨: ସାଇବର ଠକେଇକୁ ନେଇ ଏବେ ଆକ୍ସନ ମୁଡ୍‌ରେ ପୁରୀ ପୋଲିସ। ଲୋକଙ୍କୁ ସଚେତନ କରାଇବା ସହ ସାଇବର ଠକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ...

ରଥରେ ଯାନ୍ତି ଦଶାବତାର ଦିଅଁ

ପୁରୀ ଅଫିସ, ୩୦ା୬: ଆସନ୍ତା ୪ ତାରିଖରେ ରଥଯାତ୍ରା। ରଥରେ ବସି ଗୁଣ୍ଡିଚା ମନ୍ଦିରକୁ ଯିବେ ମହାପ୍ରଭୁ। ଏଥିପାଇଁ ପ୍ରସ୍ତୁତି ଜୋର୍‌ ଧରିଛି। ରଥଖଳାରେ ତିନିରଥ...

ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ନୂଆ କୁଳପତି ବ୍ୟୋମକେଶ ତ୍ରିପାଠୀ

ଭୁବନେଶ୍ୱର,୨୮।୧୨(ବ୍ୟୁରୋ): ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ପ୍ରଫେସର ବ୍ୟୋମକେଶ ତ୍ରିପାଠୀଙ୍କୁ ଶନିବାର ନିଯୁକ୍ତି ମିଳିଛି। ସେ ବର୍ତ୍ତମାନ ମଧ୍ୟପ୍ରଦେଶ ଅମରକଣ୍ଟକସ୍ଥିତ ଇନ୍ଦିରା ଗାନ୍ଧୀ...

ଆରମ୍ଭ ହେଲା ବିଧାନସଭା; ମରୁଡ଼ି ପ୍ରସଙ୍ଗକୁ ନେଇ କମ୍ପିଲା ଗୃହ

ଭୁବନେଶ୍ୱର,୧।୯(ବ୍ୟୁରୋ): ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ। ବୁଧବାର ଏହାର ପ୍ରଥମ ଦିନରେ କଂଗ୍ରେସ ସଦସ୍ୟମାନେ ଆରମ୍ଭରୁ ଗୃହରେ ହୋ ହଲ୍ଲା ଦେଖିବାକୁ ମିଳିଛି। ମରୁଡ଼ି...

ମଝିରେ ଅଟକିଗଲା ଲଞ୍ଚ: ୨୫ ଯାତ୍ରୀଙ୍କୁ ଉଦ୍ଧାର କଲା ବୋଟ୍‌ ଆମ୍ବୁଲାନ୍ସ

ତେନ୍ତୁଳିଖୁଣ୍ଟି,୧୫।୯(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ପୋଡ଼ାଗଡ଼ ଡ୍ୟାମ୍‌ ଇନ୍ଦ୍ରାବତୀ ଜଳଭଣ୍ଡାରରେ ଗୁରୁବାର ଯାନ୍ତ୍ରିକ ତ୍ରୁଟି ଯୋଗୁ ଏକ ଲଞ୍ଚ ଅଟକି ଯାଇଥିଲା। ଫଳରେ ଲଞ୍ଚରେ...

Advertisement
Archives

Model This Week