ପାଇଲଟ୍‌ ପ୍ରକଳ୍ପ ବାଟବଣା

ଜଳେଶ୍ୱର, ୩।୬(ଡି.ଏନ.ଏ.) ଦୁଇବର୍ଷ ତଳେ ବାଲେଶ୍ୱର ଜିଲାର କ୍ଲଷ୍ଟର ରୁରାଲ ହାଉସିଂ କଲୋନୀ ଜଳେଶ୍ୱର ବ୍ଲକରେ ପାଇଲଟ ପ୍ରକଳ୍ପ ଭାବେ କାର୍ଯ୍ୟ ଆରମ୍ଭ କରିଥିଲା ା ଅଦ୍ୟାବଧି କାର୍ଯ୍ୟ ଶେଷ ହେବାର ନାମ ଧରୁନାହିଁ। ସେଠାରେ ୬୦ପରିବାର ରହିବାକୁ ଥିବା ବେଳେ ଅଦ୍ୟାବଧି ୩ଟି ପରିବାର ଅସହାୟ ଭାବେ ବସବାସ କରୁଛନ୍ତି ା ଉକ୍ତ ଘର ଓ ସଂଲଗ୍ନ ପାଇଖାନା ଗୃହଗୁଡିକରେ କବାଟ, ଝରକା ନ ଥିବା ବେଳେ ବିଦ୍ୟୁତ୍‌, ପିଇବା ପାଣି ବ୍ୟବସ୍ଥା ହୋଇନାହିଁ ା ଅପରପକ୍ଷେ ଏସବୁ କାର୍ଯ୍ୟର ସମସ୍ତ ବିଲ୍‌ ପୈଠ ହୋଇସାରିଥିବା ଜଣାଯାଇଛି ା ଏପରି ଏକ ଆଦର୍ଶ ପ୍ରକଳ୍ପ କାର୍ଯ୍ୟ ଶେଷ କରି ୬୦ପରିବାରକୁ ଥଇଥାନ କରିବା ସହିତ ସମସ୍ତ କାଯର୍‌ୟର ଭିଜିଲାନ୍ସ ତଦନ୍ତ କରିବାକୁ ଦାବି ହୋଇଛି ା
୨୦୧୯-୨୦ ଆର୍ଥିକ ବର୍ଷରେ ବାଲେଶ୍ୱର ଜିଲାର ପାଇଲଟ ପ୍ରକଳ୍ପ ଭାବେ କ୍ଲଷ୍ଟର ରୁରାଲ ହାଉସିଂ କାଯର୍‌ୟ ଆରମ୍ଭ ହୋଇଥିଲା। ଜଳେଶ୍ୱର ବ୍ଲକର ରାଜପୁର ଓ ମହମ୍ମଦନଗରପାଟଣା ଗ୍ରାମର ୬୦ଜଣ ଭୂମି ଓ ଗୃହହୀନ ପରିବାରକୁ ଥଇଥାନ କରିବା ଲାଗି ଓଳିନ୍ଦା ଗ୍ରାମରେ ଏପରି ଏକ ପ୍ରକଳ୍ପକୁ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ହାତକୁ ନେଇଥିଲେ ା ଜିଲାପାଳ ଓ ଜିଲା ପ୍ରଶାସନର ବାରମ୍ବାର ଗସ୍ତ ଫଳରେ ସେଠାରେ ୬୦ ପରିବର୍ତ୍ତେ ୫୫ଟି ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା ା ସେହି ଆର୍ଥିକ ବର୍ଷ ଶେଷସୁଦ୍ଧା ଘରଗୁଡିକ ପୂର୍ଣ୍ଣାଙ୍ଗ କରି ଲୋକଙ୍କୁ ବସବାସ କରାଇବା ଲକ୍ଷ୍ୟ ଥିଲା ା ହିତାଧିକାରୀ ପ୍ରତି ୨ଡିସିମିଲ ସ୍ଥାନରେ ୧ଲକ୍ଷ ୨୦ହଜାର ଟଙ୍କାର ଗୃହ, ୧୨ହଜାର ଟଙ୍କାର ପାଇଖାନା, ୧୦ହଜାର ଟଙ୍କାର ବୋନସ୍‌ ଓ ୧୨ହଜାର ଟଙ୍କାର ଏକ କମ୍ପୋଷ୍ଟ ଖତଗାଡି ନିର୍ମାଣ ଲାଗି ଯୋଜନା ଥିଲା ା ଏହାବ୍ୟତୀତ ବିଶୁଦ୍ଧ ପାଇପ୍‌ ପିଇବା ପାଣି, ପୋଖରୀ, ବିଦ୍ୟୁତ୍‌ ଯୋଗାଣ, କଲୋନୀକୁ ରାସ୍ତା, ଆମୋଦପ୍ରମୋଦ ଲାଗି ପାର୍କ, ଆବଶ୍ୟକସ୍ଥଳେ ବିଦ୍ୟାଳୟ, ଖେଳପଡିଆ ଆଦି ବ୍ୟବସ୍ଥାର ଯୋଜନା ଥିଲା। ଏନ୍‌ଆର୍‌ଇଜିଏସ୍‌ର ଅର୍ଥ ମଧ୍ୟ ସେଠାରେ ବିନିଯୋଗ ହେବାକୁ ଥିବା ବେଳେ ଅଦ୍ୟାବଧି ପୁରୁଣା ପୋଖରୀକୁ ଖନନ ବ୍ୟତିତ ଅନ୍ୟ କୌଣସି କାର୍ଯ୍ୟ ଶେଷ ହୋଇନାହିଁ ା ଏବେ ବିଦ୍ୟୁତ୍‌ ତାର ଟଣାଯାଉଥିବା ବେଳେ ପାଣି ପ୍ରକଳ୍ପ କାର୍ଯ୍ୟ କରୁ ନ ଥିବାରୁ ସେଠାରେ ରହୁଥିବା ୩ ପରିବାର ଡହଳବିକଳ ହେଉଛନ୍ତି ା ୨୧ନଂ. ଘରେ ରଘୁନାଥ ଟୁଡୁ, ୧୮ନଂ. ଘରେ ଅଜିତ୍‌ ଟୁଡୁ ଓ ୪୫ନଂ. ଘରେ ହେମଜର ମାରାଣ୍ଡି ବାସ କରୁଥିବା ବେଳେ କାହାରି ଘରେ ଝରକା, କବାଟ, ପାଇଖାନା କବାଟ ଲାଗି ନାହିଁ ା ବିଦ୍ୟୁତ୍‌ ବ୍ୟବସ୍ଥା ନ ଥିବା ବେଳେ ପିଇବାପାଣି ସାତସପନ। ଅନ୍ୟପକ୍ଷରେ ଏସବୁ ଘରକୁ ନିଜେ ହିତାଧିକାରୀ ନିର୍ମାଣ କରିବାକୁ ଥିବା ବେଳେ ଠିକାଦାର ସମସ୍ତ ବିଲ ଧରି ଚମ୍ପଟ ମାରିଥିବା ଜଣାପଡିଛି। କେତେକ ଘରର ଛାତ ଫାଟିଥିବା ବେଳେ ଅନ୍ୟ କେତେକ ଘରେ ରଙ୍ଗ କିମ୍ବା ପ୍ଳାଷ୍ଟାରିଂ ହୋଇନାହିଁ ା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ନ ଥିବାରୁ ଅବିଳମ୍ବେ ଶେଷ କରିବାକୁ ହିତାଧିକାରୀ ଓ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ଅରୁଣ କୁମାର ସେନାପତିଙ୍କୁ ପଚାରିବାରୁ ବିଗତ ଦିନରେ ସ୍ଥାନୀୟ ନେତୃବୃନ୍ଦ ଦୃଷ୍ଟି ଦେଇ ନ ଥିବା ଅଭିଯୋଗ କରିଛନ୍ତି ା ଅନ୍ୟପକ୍ଷରେ ବିଡିଓ ଅଶ୍ୱିନୀ କୁମାର ଦାସଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ତାଙ୍କ କାର୍ଯ୍ୟକାଳ ସମୟରେ ଏହା ହୋଇ ନ ଥିବାରୁ ଏ ସମ୍ପର୍କରେ ଆଗରୁ ଜାଣି ନାହାନ୍ତି। ଶୁକ୍ରବାର ସେଠାକୁ ପରିଦର୍ଶନ କରି ଆବଶ୍ୟକ ପଦକ୍ଷେପ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

କର୍ଲାମୁଣ୍ଡା ଉତ୍ସବମୁଖର: ଆରମ୍ଭ ହେଲା ମା’ ଦୁର୍ଗାଙ୍କ ଶାରଦୀୟ ନବରାତ୍ର ପୂଜା, ୨୨ରେ ଭସାଣି

କର୍ଲାମୁଣ୍ଡା,୧୧ା୧୦(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ମହକୁମାସ୍ଥିତ ଦୁର୍ଗା ମଣ୍ଡପଠାରେ ଡୁକେରମାଲ ଦୁର୍ଗାପୂଜା କମିଟି ପକ୍ଷରୁ ରବିବାରଠାରୁ ସାର୍ବଜନୀନ ଶାରଦୀୟ ନବରାତ୍ର ପୂଜା…

ଗାଧୋଇବାକୁ ଯାଇ ଘାଇରେ ବୁଡ଼ିଗଲେ ଯୁବକ, ଦୀର୍ଘ ୮ ଘଣ୍ଟାର କସରତ ପରେ…

ମୋହନା,୧୧ା୧୦(ମନ୍ମଥ ମିଶ୍ର): ଗାଧୋଇବାକୁ ଯାଇ ଘାଇରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ଆର ଉଦୟଗିରି ଥାନା ଅନ୍ତର୍ଗତ…

ଆଜି ଅତାବିରା ଆସୁଛନ୍ତି ରାଜ୍ୟପାଳ: ଶିକ୍ଷା ଓ ସାଂସ୍କୃତିକ କ୍ଷେତ୍ରରେ ନୂଆ ଅଧ୍ୟାୟର କରିବେ ଶୁଭାରମ୍ଭ

ଅତାବିରା,୧୧ା୧୦(ଯୁଧିଷ୍ଠିର ମହାପାତ୍ର): ଓଡ଼ିଶାର ରାଜ୍ୟପାଳ ଡାକ୍ତର ହରିବାବୁ କମ୍ଭମପାଟି ରବିବାର ବରଗଡ଼ ଜିଲାର ଅତାବିରା ଗସ୍ତରେ ଆସୁଥିବାରୁ ଅଞ୍ଚଳରେ ଉତ୍ସାହର ପରିବେଶ ସୃଷ୍ଟି ହୋଇଛି। ରାଜ୍ୟପାଳଙ୍କ ଗସ୍ତକୁ…

ଚେକିଂ ବେଳେ ଧରାପଡ଼ିଲେ ବାପ-ପୁଅ, ୨ ଦେଶୀ ବନ୍ଧୁକ ସହ ବିପୁଳ ଗୁଳି ଜବତ

ହାଟଡିହୀ/ଆନନ୍ଦପୁର/ଛେନାପଦୀ,୧୧ା୧୦(ଶୁଭକାନ୍ତ ନାୟକ/ ଶ୍ରୀଧର ମହାରଣା/ ନିରାକାର ପରିଡ଼ା): ପାର୍ବଣକୁ ଦୃଷ୍ଟିରେ ରଖି କେନ୍ଦୁଝର ପୋଲିସ କଡ଼ା ପଦକ୍ଷେପ ନେଇଛି। ଆନନ୍ଦପୁର ଉପଖଣ୍ଡରେ ପ୍ରଥମଥର ପାଇଁ ପୋଲିସ ଏକ…

ମାନସିକ ଅସୁସ୍ଥ ମହିଳାଙ୍କୁ ବଳାତ୍କାର ଉଦ୍ୟମ କଲାବେଳେଯୁବକଙ୍କୁ ମାଡ଼ିବସିଲେ ଲୋକେ: ବହେ ଛେଚିଲେ

ପୁରୀ,୧୧।୧୦: ପୁରୀ ଜିଲା ଚନ୍ଦନପୁର ଥାନା ଅନ୍ତର୍ଗତ ଜଳକବର ନିକଟରେ ଜଣେ ମାନସିକ ଅସୁସ୍ଥ ମହିଳାଙ୍କୁ ଜଣେ ନିଶାସକ୍ତ ଯୁବକ ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗକୁ ନେଇ…

ସ୍କୁଟି ଧକ୍କାରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

ବଲାଙ୍ଗୀର, ୧୧।୧୦ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସଇଁତଳା ୨୬ ନମ୍ବର ଜାତୀୟ ରାଜପଥର ବିଜାଖମନ ନର୍ସରୀ ନିକଟରେ ରବିବାର ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ କୁଶପୁତ୍ତଳିକା ଦାହ କଲେ ବାମପନ୍ଥୀ

ବିଦ୍ୟାଧର ସାହୁ, ୧୧।୧୦: ଗଞ୍ଜାମ, ୧୦/୧୦: କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ, ଓଡ଼ିଶା କୃଷକ ସଭା ଓ କ୍ଷେତ ମଜଦୁର ୟୁନିୟନ ପକ୍ଷରୁ ଗଞ୍ଜାମ ତହସିଲ ଅନ୍ତର୍ଗତ ରାମଗଡ଼…

ସମଲେଶ୍ବରୀଙ୍କ ଶୈଳପୁତ୍ରୀ ବେଶ

ବରଗଡ଼,୧୧।୧୦(ପ୍ରେମାନନ୍ଦ ଖମାରୀ): ଆଜିଠାରୁ ଆରମ୍ଭ ହୋଇଛି ଶାରଦୀୟ ନବରାତ୍ର ପୂଜା। ଏହି ଅବସରରେ ନବରାତ୍ର ପୂଜାର ପ୍ରଥମ ଦିବସରେ ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା ସମଲେଶ୍ବରୀ ଶୈଳପୁତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?