ଜେଲ ଗଲେ ହିନ୍ଦୋଳ ଏସ୍‌ଡିପିଓ

ଢେଙ୍କାନାଳ ଅଫିସ୍‌, ୩।୬ ବିଭିନ୍ନ ମାମଲାରେ ଅଭିଯୁକ୍ତଙ୍କୁ ବାନ୍ଧି ହାଜତ ଠିକଣା ଦେଖାଉଥିଲେ। ଏବେ ଜଣେ ପଥର କ୍ୱାରି ଲିଜ୍‌ଧାରୀଙ୍କଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇ ଜେଲ ଯାଇଛନ୍ତି ଢେଙ୍କାନାଳ ଜିଲା ହିନ୍ଦୋଳ ଏସ୍‌ଡିପିଓ ତଥା ଓଡ଼ିଶା ପୋଲିସ ସେବାର ବରିଷ୍ଠ ଅଧିକାରୀ ମଳୟ କିଶୋର ନାୟକ। ଅଭିଯୁକ୍ତ ଏସ୍‌ଡିପିଓଙ୍କୁ ଗିରଫ କରାଯିବା ପରେ ଗୁରୁବାର ଅପରାହ୍ନ ୧ଟା ରେ ଢେଙ୍କାନାଳ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତରେ ହାଜର କରାଯାଇଥିଲା। ତେବେ ସମ୍ପୃକ୍ତ କୋର୍ଟର ବିଚାରପତି ଛୁଟିରେ ଥିଲେ। ତାଙ୍କ ଦାୟିତ୍ୱରେ ଥିବା ବିଚାରପତି ମଳୟଙ୍କୁ ୭ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଅନ୍ୟପଟେ ଭିଜିଲାନ୍ସ ଟିମ୍‌ ଅଭିଯୁକ୍ତ ଏସ୍‌ଡିପିଓଙ୍କୁ ୩ଦିନିଆ ରିମାଣ୍ଡରେ ନେବା ପାଇଁ ଆବେଦନ କରିଛି। ଶୁକ୍ରବାର ଏହାର ଶୁଣାଣି ହେବ।
ରାସୋଳ ଥାନା କାରନ୍ଦା ଅଞ୍ଚଳରେ ଦୁଃଖବନ୍ଧୁ ସାହୁ ନାମକ ଜଣେ ପଥର ଖାଦାନ ଲିଜ୍‌ଧାରୀଙ୍କଠାରୁ ୩୦ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ କଟକ ଭିଜିଲାନ୍ସ ଟିମ୍‌ ହାତରେ ଧରାପଡ଼ିଥିଲେ ମଳୟ। ଏହାପରେ ତାଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରିବାକୁ ଭିଜିଲାନ୍ସ ପକ୍ଷରୁ ଢେଙ୍କାନାଳ, ଭୁବନେଶ୍ୱର, ପୁରୀ, ଅନୁଗୋଳ, ସମ୍ବଲପୁର ଅଞ୍ଚଳରେ ଏକକାଳୀନ ଚଢ଼ାଉ କରାଯାଇଥିଲା। ସେ ଚାକିରି କରୁଥିବା ବିଭିନ୍ନ ଜିଲାର ବ୍ୟାଙ୍କଗୁଡ଼ିକରେ ଥିବା ଡିପୋଜିଟ୍‌ ସମ୍ପର୍କରେ ଖୋଳତାଡ଼ ଆରମ୍ଭ ହୋଇଛି। ଭିଜିଲାନ୍ସ ପକ୍ଷରୁ ଏହି ମାମଲାକୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ରାକେଶ ସାହୁ ଏବଂ ଅଭିଯୁକ୍ତଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କୃଷ୍ଣଚନ୍ଦ୍ର ସାହୁ ପରିଚାଳନା କରୁଛନ୍ତି।
ସ୍ତ୍ରୀଙ୍କ ସନ୍ଧାନ ମିଳୁନାହିଁ
ଲାଞ୍ଚ ନେଉଥିବାବେଳେ ଏସ୍‌ଡିପିଓ ସ୍ବାମୀ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ସୂଚନା ମିଳିବା ପରେ ହିନ୍ଦୋଳ ପୋଲିସ କ୍ୱାର୍ଟର୍ସରେ ରହୁଥିବା ତାଙ୍କ ସ୍ତ୍ରୀ ରୀତା ମହାପାତ୍ର ଏକ ସୁଟ୍‌କେଶରେ ଜରୁରୀ ସାମଗ୍ରୀ, କାଗଜପତ୍ର, ବ୍ୟାଙ୍କ ପାସ୍‌ବୁକ ଧରି ଫେରାର ହୋଇଯାଇଛନ୍ତି। ଅଦ୍ୟାବଧି ତାଙ୍କର ସନ୍ଧାନ ମିଳୁନାହିଁ। ଫଳରେ ସମ୍ପତ୍ତିର ସମ୍ପୂର୍ଣ୍ଣ ଆକଳନ କରାଯାଇପାରିନାହିଁ। ରୀତାଙ୍କୁ ଠାବ କରିବାକୁ ଭିଜିଲାନ୍ସ ପକ୍ଷରୁ ଉଦ୍ୟମ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାହ୍ମଣୀରେ ଡଙ୍ଗାବୁଡ଼ି: ୪ ନିଖୋଜ, ୫ ଉଦ୍ଧାର

ପରଜଙ୍ଗ, ୮।୯(ଡି.ଏନ୍‌.ଏ.) – ଢେଙ୍କାନାଳ ଜିଲା ପରଜଙ୍ଗ ତହସିଲ ଅଧୀନ ରୋଡ୍‌ ପଞ୍ଚାୟତ ବ୍ରାହ୍ମଣୀ ନଦୀରେ ଶନିବାର ରାତି ପ୍ରାୟ ୮ଟାରେ ଡଙ୍ଗାବୁଡ଼ି ୪ଜଣ ନିଖୋଜ...

ଅସମ୍ପୂର୍ଣ୍ଣ ଘର ଆଗରେ ପ୍ରଶାସକଙ୍କ ଧାରଣା

କାମାକ୍ଷାନଗର, ୨୯।୧(ଡି.ଏନ.ଏ.) – ଆବାସ ଯୋଜନାରେ ପୁଳାପୁଳା ଦୁର୍ନୀତିକୁ ନେଇ ନିନ୍ଦିତ ହେଉଛି ଢେଙ୍କାନାଳ ଜିଲା ପ୍ରଶାସନ। ବିଶେଷ କରି ପରଜଙ୍ଗ, କଙ୍କଡ଼ାହାଡ଼ ବ୍ଲକରେ ଏହା...

ଅମାନିଆ ଚାଳକ ଛାନିଆଁ

ଢେଙ୍କାନାଳ ଅଫିସ, ୮।୫: ଦ୍ରୁତଗତିରେ ବାଇକ୍‌ ଚଳାଇ ସହରର ଗଳିକନ୍ଦିରେ ଆତଙ୍କ ସୃଷ୍ଟି କରୁଥିବା ଅମାନିଆ ଚାଳକଙ୍କ ପ୍ରତି କଠୋର ହୋଇଛି ଢେଙ୍କାନାଳ ଜିଲା ପୋଲିସ।...

ସରିଲା ପୂଜା, ଆଜି ମେଲାଣି

ଢେଙ୍କାନାଳ ଅଫିସ, ୧୯।୧୦: ଶେଷ ହୋଇଛି ଢେଙ୍କାନାଳର ଗଣପର୍ବ ଲକ୍ଷ୍ମୀପୂଜା। ବୁଧବାର ମା’ଙ୍କୁ ଦିଆଯିବ ମେଲାଣି। ଭସାଣି ଉତ୍ସବକୁ ନେଇ ସମସ୍ତ ପୂଜା ପ୍ରତିଷ୍ଠାନର ପ୍ରସ୍ତୁତି ଚୂଡ଼ାନ୍ତ...

ଜନପ୍ରତିନିଧି-ପ୍ରଶାସନିକ ଅଧିକାରୀ ମୁହାଁମୁହିଁ: ବିଡିଓଙ୍କ ନାମରେ ସମିତିସଭ୍ୟାଙ୍କ ଏତଲା

ଢେଙ୍କାନାଳ ଅଫିସ, ୨୮।୮-ଆବାସ ଯୋଜନାରେ କାର୍ଯ୍ୟାଦେଶ ପାଇଥିବା ହିତାଧିକାରୀଙ୍କ ବିଲ୍‌କୁ ନେଇ ଢେଙ୍କାନାଳ ଜିଲା ହିନ୍ଦୋଳ ବିଡିଓ ହେମନ୍ତ କୁମାର ମହନ୍ତ ଏବଂ ହାତୁରା ସମିତିସଭ୍ୟା...

ପାଣ୍ଠି ଆଦାୟ କରୁଛନ୍ତି ବ୍ଲକ ଅଧ୍ୟକ୍ଷ

ଭୁବନ, ୧୧।୪(ଡି.ଏନ.ଏ.): ଢେଙ୍କାନାଳ ଜିଲା ଭୁବନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ସୋମବାରଠାରୁ ଗଁ। ଗଁ। ବୁଲି କରୋନା ସହାୟତା ପାଣ୍ଠି ଆଦାୟ କରୁଛନ୍ତି। ବ୍ଲକ...

ପଲିଥିନ ତଳେ ବାଉଁଶକଣ ଅଗ୍ନିବିପନ୍ନ

ଭୁବନ, ୨ା୩(ଡି.ଏନ.ଏ.) ଅଗ୍ନିକାଣ୍ଡରେ ଜଳିଯାଇଛି ସବୁକିଛି। ଅଙ୍ଗାର ପାଲଟିଯାଇଛି ୫ପରିବାରର ସ୍ବପ୍ନ। ପିନ୍ଧିଥିବା ଲୁଗା ଛଡ଼ା ଆଉ କିଛି ନାହିଁ। ପ୍ରଶାସନ ପକ୍ଷରୁ ମିଳିଥିବା ଖଣ୍ଡିଏ ଖଣ୍ଡିଏ...

ସ୍ପିରିଟ୍‌ରେ ତିଆରି ହେଉଥିଲା ମଦ

ଢେଙ୍କାନାଳ ଅଫିସ/ଭୁବନ, ୧୫।୩(ଡି.ଏନ୍‌.ଏ.)କୋଲକାତାରୁ ଆସୁଥିଲା ସ୍ପିରିଟ୍‌। ସେଥିରେ ଏସେନ୍ସ ମିଶାଇ ତିଆରି ହେଉଥିଲା ନକଲି ମଦ। ନାମୀଦାମୀ କମ୍ପାନୀର ଠିପି, ଷ୍ଟିକର ଲଗାଇ ଅନାୟାସରେ ଚାଲିଥିଲା...

Advertisement
Archives

Model This Week