କ୍ରୀଡ଼ା ଶିକ୍ଷକ ଚଳାଉଛନ୍ତି ବିଦ୍ୟାଳୟ

ଆରଡ଼ି, ୩।୬(ଡି.ଏନ.ଏ.) ଗଁାରେ ଶିକ୍ଷାରେ ବିକାଶ ହେବ। ଏହି ଲକ୍ଷ୍ୟ ନେଇ ଗ୍ରାମବାସୀ ୧୯୮୧ରେ ଖୋଲିଥିଲେ ଏକ ଉଚ୍ଚ ବିଦ୍ୟାଳୟ। ସ୍ଥାନୀୟ ଅଞ୍ଚଳ ତଥା ଜିଲାର ବାସୁଦେବପୁର ଅଞ୍ଚଳର ଶିକ୍ଷିତ ଯୁବକମାନେ ଏଠାରେ ନିଯୁକ୍ତି ପାଇ ଶିକ୍ଷାଦାନ କରୁଥିଲେ। ବହୁ ମେଧାବୀ ଛାତ୍ରୀଛାତ୍ର ଏଠାରୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ସମୟାନୁସାରେ ନିଯୁକ୍ତ ହୋଇଥିବା ଶିକ୍ଷକମାନେ ଅବସର ନେଇ ଗଲେଣି। ସରକାରୀ କଟକଣା ଯୋଗୁ ବିଦ୍ୟାଳୟରେ ନୂତନ ଶିକ୍ଷକ ନିଯୁକ୍ତି ହୋଇପାରୁନାହିଁ। ପୂର୍ଣ୍ଣ ଅନୁଦାନ ବିଦ୍ୟାଳୟର ମାନ୍ୟତା ପାଇଥିବା ଏହି ବିଦ୍ୟାଳୟ ହେଉଛି ଭଦ୍ରକ ଜିଲା ଧାମନଗର ବ୍ଲକର ପାଳସାହି ପଞ୍ଚାୟତ ସାହୁସାହି ଶ୍ରୀଜଗନ୍ନାଥ ଉଚ୍ଚବିଦ୍ୟାଳୟ। ବିଦ୍ୟାଳୟ ନିର୍ମିତ ହେବାକୁ ୪୧ ବର୍ଷ ବିତିଲାଣି। ହେଲେ ଏଯାଏ ମିଳିନି ସରକାରୀ ମାନ୍ୟତା। ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀରେ ଛାତ୍ରୀଛାତ୍ରଙ୍କ ସଂଖ୍ୟା ପ୍ରାୟ ୫୦। କ୍ରୀଡ଼ା ଶିକ୍ଷକ ଅଜୟ କୁମାର ସାହୁ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ ତୁଲାଉଛନ୍ତି। ତାଙ୍କୁ ଛାଡ଼ିଦେଲେ ଜଣେ କିରାଣି ଓ ୨ଜଣ ପିଅନ ଥିଲେ। ଗତମାସ ୩୧ତାରିଖରେ ଜଣେ ପିଅନ ଅବସର ନେଇଛନ୍ତି। ବିଦ୍ୟାଳୟ ବନ୍ଦ ହୋଇଯିବା ଆଶଙ୍କା କରି ଅଭିଭାବକମାନେ ୩ ଘରୋଇ ଶିକ୍ଷକଙ୍କୁ ପାରିଶ୍ରମିକ ଦେଇ ବିଦ୍ୟାଳୟ ଚଳାଉଛନ୍ତି। କରୋନା ମହାମାରୀ ପୂର୍ବରୁ ବିଦ୍ୟାଳୟରେ ଗେଷ୍ଟ ଟିଚରମାନଙ୍କୁ ଏଠାରେ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରୁ ନିଯୁକ୍ତି ଦିଆଯାଇଥିଲା। ହେଲେ ଦୁଇବର୍ଷ ହେଲା ଏପରି ବ୍ୟବସ୍ଥା ବି ବନ୍ଦ ହୋଇଯାଇଛି। ଅଭିଭାବକମାନଙ୍କ ଆର୍ଥିକ ସ୍ଥିତି ସ୍ବଚ୍ଛଳ ନୁହେଁ। ଏଣୁ ଘରୋଇ ଶିକ୍ଷକମାନଙ୍କୁ ମାସିକ ପାରିଶ୍ରମିକ ଦେବା ସମ୍ଭବ ନୁହେଁ ବୋଲି ସେମାନେ କହିଛନ୍ତି। କେଉଁ ମୁହୂର୍ତ୍ତରେ ବି ବିଦ୍ୟାଳୟ ବନ୍ଦ ହୋଇଯିବାର ଅଶଙ୍କା ରହିଛି। ସ୍ଥାୟୀ ସମାଧାନ ନିମନ୍ତେ ବିଦ୍ୟାଳୟକୁ ସରକାରୀ ମାନ୍ୟତା ପ୍ରଦାନ ଏବଂ ସାମୟିକ ଭାବେ ଗେଷ୍ଟ ଟିଚର ନିଯୁକ୍ତି ଲାଗି ଦାବି କରାଯାଇଛି। ଯେଉଁ ଘରୋଇ ଶିକ୍ଷକ ଏବେ ଶିକ୍ଷାଦାନ କରୁଛନ୍ତି, ସେମାନଙ୍କୁ ଯୋଗ୍ୟତା ଭିତ୍ତିରେ ଏହି ବିଦ୍ୟାଳୟରେ ନିଯୁକ୍ତି ଦିଆଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି। ଶିକ୍ଷକ ନିଯୁକ୍ତି ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ କରିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଜିଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ର କହିଛନ୍ତି, ସରକାରୀ ନିୟମରେ ଏବେ ଶିକ୍ଷକ ନିଯୁକ୍ତି ଦିଆଯାଇପାରିବ ନାହିଁ। ତେବେ ଯଥାସମ୍ଭବ ଗେଷ୍ଟ ଟିଚର ଯୋଗାଇ ଦିଆଯିବା ଲାଗି ବ୍ୟବସ୍ଥା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରୋଇ ହସ୍ପିଟାଲକୁ ପୁଣି ଚେତାବନୀ

ଭୁବନେଶ୍ୱର, ୧୪ା୫(ବ୍ୟୁରୋ): ଅନେକ ଘରୋଇ ହସ୍ପିଟାଲ ଓ ନର୍ସିଂ ହୋମ୍‌ ରୋଗୀଙ୍କୁ ଚିକିତ୍ସା ନ କରି ଫେରାଇ ଦେଉଛନ୍ତି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଓଡ଼ିଶା...

ପ୍ରେମ ବିବାହକୁ ବିରୋଧ କରିବାରୁ ବଡ଼ଭାଇଙ୍କୁ ପିଟି ପିଟି ହତ୍ୟା କଲେ ୨ ସାନ ଭାଇ

ଟେନ୍‌ସା,୧୧ା୭: ସୁନ୍ଦରଗଡ଼ ଜିଲା କୋଇଡା ଥାନା ଅଧୀନ ବନ୍ଦଲ ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଛି। ବଡ଼ ଭାଇଙ୍କୁ ବାଡ଼ିରେ ପିଟି ୨ ସାନ ଭାଇ ହତ୍ୟା...

ମହାକାଳୀ ବେଶରେ ଦର୍ଶନ ଦେଲେ ମା’ ଭଦ୍ରକାଳୀ

ଭଦ୍ରକ ଅଫିସ,୨୮।୧୦: ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀ ସପ୍ତମାତୃକା ବେଶର ପ୍ରଥମ ଦିନ ଅର୍ଥାତ ରବିବାର ବେଦମାତା ବେଶ ଓ ଦ୍ୱିତୀୟ ଦିନ ସୋମବାର...

ଇଡିକୁ ଏଫ୍‌ଆଇଆର୍‌ କପି ହସ୍ତାନ୍ତର କଲା ପୋଲିସ

ଭୁବନେଶ୍ୱର,୨୭।୧୦(ବ୍ୟୁରୋ): ରାଜନେତା, ଚଳଚ୍ଚିତ୍ର ପ୍ରଯୋଜକ, ବ୍ୟବସାୟୀ, ପୋଲିସ ଅଧିକାରୀଙ୍କୁ ମାୟାଜାଲରେ ଫସାଇ ଟଙ୍କା ହଡ଼ପ କରିଥିବା ବ୍ଲାକ୍‌ମେଲର ଅର୍ଚ୍ଚନା ନାଗ ଓ ତାଙ୍କ ସ୍ବାମୀ ଜଗବନ୍ଧୁ...

ଭିଜିଲାନ୍ସ ଜାଲରେ ବାସୁଦେବପୁର ସିଡିପିଓ

ବାସୁଦେବପୁର, ୧୮ା୭(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ସିଡିପିଓ ଜାନକୀ ଦାସ ନିଜ କାର୍ଯ୍ୟାଳୟର ଅସ୍ଥାୟୀ ଡ୍ରାଇଭର ରାଜକିଶୋର ନାୟକଙ୍କଠାରୁ ୪ ମାସର ଦରମା କରାଇ ଦେବାକୁ...

ରାଜ୍ୟରେ ୧୦୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୯।୨(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୧୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୬୩ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୪୨ ଜଣ ଲୋକାଲ...

ସନ୍ଧ୍ୟା ୬ଟାରୁ ଦୋକାନ ବଜାର ବନ୍ଦ କଲା ପୋଲିସ

ବାଲିଅନ୍ତା,୨୧ା୩ (ଡି.ଏନ୍‌.ଏ.): କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ କମିଶନରେଟ ପୋଲିସ ଅଧୀନ ବାଲିଅନ୍ତା ଥାନା ପକ୍ଷରୁ ଶୁକ୍ରବାରଠାରୁ ପଦକ୍ଷେପ ନିଆଯାଇଛି। ଶୁକ୍ରବାର ସନ୍ଧ୍ୟା ୬ଟାଠାରୁ...

ରାଜ୍ୟ ପୋଲିସର ସେବାକୁ ପ୍ରଶଂସା: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ୭ଅବସରପ୍ରାପ୍ତ ଡିଜିପି

ଭୁବନେଶ୍ୱର,୨୨ା୪(ବ୍ୟୁରୋ): କୋଭିଡ୍‌-୧୯ ମୁକାବିଲାରେ ଅନ୍ୟତମ ଯୋଦ୍ଧା ସାଜିଛନ୍ତି ପୋଲିସ କର୍ମଚାରୀ। ଏଭଳି ଏକ ବିପଦ ସମୟରେ ଅସହାୟ ଲୋକଙ୍କୁ ଖାଦ୍ୟ ଯୋଗାଇବା ସହ ଜନସାଧାରଣଙ୍କୁ ଘରେ...

Advertisement
Archives

Model This Week