୫-ଟି ରୂପାନ୍ତରଣ କାର୍ଯ୍ୟକ୍ରମରେ ଦୁର୍ନୀତି ଅଭିଯୋଗ

ବାହାନଗା, ୩।୬(ଡି.ଏନ.ଏ.) ବାଲେଶ୍ୱର ଜିଲା ବାହାନଗା ବ୍ଲକ ଖରାସାହାପୁର ଉଚ୍ଚ ବିଦ୍ୟାଳୟରେ ୫ଟି ରୂପାନ୍ତରଣ କାର୍ଯ୍ୟକ୍ରମରେ ଦୁର୍ନୀତି ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ୫ଟି ଅଧୀନରେ ଯେଉଁ ବିଦ୍ୟାଳୟଗୁଡିକ ସାମିଲ ହେଉଛି ସେହି ବିଦ୍ୟାଳୟଗୁଡିକର ରୂପରେଖ ବଦଳିଯାଉଛି। ସମସ୍ତ କାର୍ଯ୍ୟକ୍ରମ ବିଡିଓ, ଜିଲାପାଳଙ୍କ ତତ୍ତ୍ୱାବଧାନରେ କରାଯାଉଛି। ବିଡିଓ ନିଜେ ୫ଟି ଅଧୀନରେ ଆସୁଥିବା ବିଦ୍ୟାଳୟଗୁଡିକର କାର୍ଯ୍ୟ ବୁଝାବୁଝି କରିଥାନ୍ତି। ମାତ୍ର ଖରାସାହାପୁର ଉଚ୍ଚ ବିଦ୍ୟାଳୟରେ ଏସବୁରେ ବ୍ୟତିକ୍ରମ ଦେଖିବାକୁ ମିଳିଛି।
ଖରାସାହାପୁର ଉଚ୍ଚ ବିଦ୍ୟାଳୟକୁ ୫-ଟିରେ ସାମିଲ କରାଯିବା ପରେ ବିଦ୍ୟାଳୟକୁ ସରକାରଙ୍କ ପକ୍ଷରୁ ରୂପାନ୍ତରଣ ନିମନ୍ତେ ୪୫ଲକ୍ଷ ଟଙ୍କା ଆସିଥିଲା। ସେହି ଟଙ୍କାରେ ବିଦ୍ୟାଳୟର କାମ ହେବା ପୂର୍ବରୁ ଜିଲାପାଳ ତା୧୬ା୧୨ା୨୧ରିଖରେ ଚିଠି ନମ୍ବର ୧୬୨୦୪ରେ ବିଡିଓଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିଦେବା ପାଇଁ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ନିକଟକୁ ଚିଠି କରିଥିଲେ। ସେହି ଚିଠି ଅନ଼ୁଯାୟୀ ସମ୍ପୃକ୍ତ ପ୍ରଧାନ ଶିକ୍ଷକ ବିଡିଓଙ୍କ ଆକାଉଣ୍ଟକୁ ଟଙ୍କା ପଠାଇ ଦେଇଥିଲେ। ଖରାସାହାପୁର ବିଦ୍ୟାଳୟ ପକ୍କା ଘର ବାହାର କାନ୍ଥରେ କଣା ଥିଲେ ମଧ୍ୟ ତାହାକୁ ବୁଜା ନ ଯାଇ ରଙ୍ଗ ମରାଯାଇଛି ା କାନ୍ଥରେ ବରଗଛ ଉଠିଥିଲେ ମଧ୍ୟ ତାହାକୁ କଟାଯାଇନାହିଁ। ପୁରୁଣା ଡେକ୍ସ ଓ ବେଞ୍ଚକୁ ମରାମତି କରାଯାଇ କାମ ସାରି ଦିଆଯାଇଛି। ୫ଟି ଟଙ୍କାରେ ଯେଉଁ ସାମଗ୍ରୀ ବିଦ୍ୟାଳୟକୁ ଆସିବ ତାର ମାନ ତଦାରଖ କରିବା ପାଇଁ ଏକ ପରଚେଜ୍‌ କମିଟି ରହିଥାଏ। ସେହି କମିଟି ଦ୍ୱାରା କିଣାଯାଉଥିବା ସାମଗ୍ରୀର ତଦାରଖ କରିବାର ନିୟମ ଥିଲେ ମଧ୍ୟ ଖରାସାହାପୁର ବିଦ୍ୟାଳୟରେ ସେପରି କରାଯାଇନାହିଁ। ଏହି ବିଦ୍ୟାଳୟରେ ଲାଇବ୍ରେରୀ ଲାଗି ଘରଟିଏ ନାହିଁ। ମନଇଛା କାର୍ଯ୍ୟ କରାଯିବା ଉପରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ସମ୍ପର୍କରେ ବିଡିଓ ଗୌରାଙ୍ଗ ଘୋଷ କହିଛନ୍ତି, ଲୋକମାନେ ଯେଉଁ ଅଭିଯୋଗ କରୁଛନ୍ତି ତାହା ମିଥ୍ୟା। ସମସ୍ତଙ୍କୁ ନେଇ କାମ କରାଯାଉଛି। ବିଦ୍ୟାଳୟ କାନ୍ଥରେ ଉଠିଥିବା ବରଗଛକୁ ଲୋକମାନେ କାଟିବାକୁ ଦେଲେ ନାହିଁ। ଅଳ୍ପ ଟଙ୍କାରେ ପୁରୁଣା ସାମଗ୍ରୀକୁ ମରାମତି କରାଯାଇଛି। ଏଥିରେ କୌଣସି ଦୁର୍ନୀତି ହୋଇନାହିଁ। ଖରାସାହାପୁର ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ୟାମସୁନ୍ଦର ସାହୁ କହିଛନ୍ତି ଆମେ କିଛି ଦାୟତ୍ୱ ନେଇନାହୁଁ ା ବିଡିଓଙ୍କ ଆକାଉଣ୍ଟକୁ ଜିଲାପାଳଙ୍କ ଚିଠି ଅନୁଯାୟୀ ଆସିଥିବା ଟଙ୍କା ଟ୍ରାନ୍ସଫର କରିଦେବା ପରେ ନିଜେ ବିଡିଓଙ୍କ ତତ୍ତ୍ୱାବଧାନରେ କାମ ହେଉଛି ା ସେ ବିଷୟରେ କିଛି କହିପାରିବେ ନାହିଁ ବୋଲି ପ୍ରକାଶ କରିଥିଲେ। ଗ୍ରାମବାସୀ ପ୍ରଦୀପ ଜେନା କହିଛନ୍ତି, ବିଦ୍ୟାଳୟ ବାହାରେ ଥିବା ବରଗଛର ଡାଳ କାନ୍ଥକୁ ଲାଗିଥିବାରୁ ବାହାର ଗଛକୁ କାଟିବା ପଇଁ ବିଡିଓ କହୁଥିଲେ। ତାହାକୁ କାଟିବାକୁ ଲୋକେ ବାରଣ କରିଥିଲେ। ମାତ୍ର କାନ୍ଥରେ ଉଠିଥିବା ବରଗଛକୁ କାଟିବା ପାଇଁ ମନା କରିନାହାନ୍ତି ା ସେହିପରି ତାଳକୁରୁଣିଆଁ ବିଦ୍ୟାଳୟରେ ମଧ୍ୟ ଦୁର୍ନୀତି ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପତାକା ଉତ୍ତୋଳନ ପାଇଁ ଲୁହା ପାଇପ୍‌ ଆଣୁଥିଲେ ଶିକ୍ଷକ, ବାଜିଲା ବିଦ୍ୟୁତ ତାର: ଆଉ ତା’ପରେ ଘଟିଲା…

ସିମୁଳିଆ, ୧୫।୮(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ମଇତାପୁର ଅଞ୍ଚଳରେ ପ୍ରତିଷ୍ଠିତ ରୟାଲ ହାଇସ୍କୁଲ ଓ ରୟାଲ ପବ୍ଲିକ ସ୍କୁଲ ନାମକ ଏକ ଘରୋଇ…

ଜଳକା ନଦୀରେ ବନ୍ୟା, ବସ୍ତା ଇଲେକ୍ଟ୍ରି ଅଫିସରେ ପଶିଲା ପାଣି

ବସ୍ତା,୧୪।୮(ହରିଶଙ୍କର ପାଢ଼ୀ): ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି । ବାଲେଶ୍ବର ବସ୍ତାରେ ଜଳକା ନଦୀରେ ବନ୍ୟା ଆସିବା ଯୋଗୁଁ ଜନଜୀବନ…

ଗଭୀର ଅବପାତ ରୂପ ନେଲା ଲଘୁଚାପ, ସମୁଦ୍ର ଅଶାନ୍ତ, ଦୀଘା ବେଳାଭୂମିରେ ଲାଗିଲା…

ଭୋଗରାଇ,୧୩ା୮(ପ୍ରଦୀପ ଦାସ): ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଗଭୀର ଅବପାତରେ ପରିଣତ ହୋଇଛି। ମୌସମୀ ସକ୍ରିୟ ସହ ଅବପାତ ହେବାରୁ ଉତ୍ତର ଓଡ଼ିଶା…

ବିଲକୁ ଯାଇଥିବାବେଳେ ଅତର୍କିତ ଆକ୍ରମଣ କଲା ଭାଲୁ, ୨ ଜଣ…

ନୀଳଗିରି, ୧୩।୮ (ପ୍ରଶାନ୍ତ କୁମାର ବିଶ୍ବାଳ): ଗୁରୁବାର ସକାଳେ ବିଲକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ୨ ଗୁରୁତର ହୋଇଛନ୍ତି। ନୀଳଗିରି ଉପଖଣ୍ଡ ଶ୍ୟାମସୁନ୍ଦରପୁର ପଞ୍ଚାୟତର ଦ୍ବାରିକା…

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପାଣ୍ଠିରେ ନୀଳଗିରି ମେଡିକାଲର ହେବ ଉନ୍ନତି, ଖର୍ଚ୍ଚ ହେବ ଏତିକି କୋଟି…

ନୀଳଗିରି,୧୩ା୮(ପ୍ରଶାନ୍ତ କୁମାର ବିଶ୍ୱାଳ): କେନ୍ଦ୍ରରେଳ, ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ତଥା ରାଜ୍ୟ ସଭା ଏମ୍‌ପି ଅଶ୍ୱିନୀ କୁମାର ବୈଷ୍ଣବ ମନ୍ତ୍ରିମଣ୍ଡଳର ଜଣେ ଦକ୍ଷ ଏବଂ ସଚ୍ଚୋଟ ମନ୍ତ୍ରୀଭାବେ ପ୍ରଧାନମନ୍ତ୍ରୀଙ୍କ…

ସ୍କୁଲରେ ଛାତ୍ରଙ୍କ ଅଙ୍ଗୁଳି ଛିଣ୍ଡାଇନେଲା କୁକୁର: କ୍ଷତିପୂରଣ ଦାବି

ବାଲେଶ୍ୱର,୧୩ା୮(ମୃତ୍ୟୁଞ୍ଜୟ ପଟ୍ଟନାୟକ):ବାଲେଶ୍ୱର ସଦର ଥାନା ରସାଳପୁର ନିକଟସ୍ଥ ଭୀମପୁରରେ ପାଗଳ କୁକୁର ଆତଙ୍କ ଦେଖାଦେଇଛି। ମଙ୍ଗଳବାର ଭୀମପୁର ସତ୍ୟନାରାୟଣ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ତୃତୀୟ ଶ୍ରେଣୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri