ଆମ ଜିଲା ଖବର

ଏସ୍‌ପି କାର୍ଯ୍ୟାଳୟ ଘେରିଲା ଭାଜପା

କେନ୍ଦୁଝର,୭ା୫(ସ୍ବ.ପ୍ର.): ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ଗିରଫ ଓ ତାଙ୍କ ଉପରେ ଥିବା ମୋକଦ୍ଦମା ନିଃସର୍ତ୍ତ ପ୍ରତ୍ୟାହାର, ବ୍ଲକ ସର୍କୁଲାର ୪୭ ର ଅବମାନନା ସହ ବିଶୃଙ୍ଖଳିତ ଆଚରଣ, ବିଧାୟକଙ୍କୁ ଦୁର୍ବ୍ୟବହାର କରିବା ପ୍ରତିବାଦରେ ଶନିବାର ଭାଜପା କେନ୍ଦୁଝର ପକ୍ଷରୁ ଏସ୍‌ପି…

ଦିନରାତି ଜଳୁଛି ଷ୍ଟ୍ରିଟ୍‌ଲାଇଟ୍‌, ବିଦ୍ୟୁତ୍‌ ବିଭାଗର ନଜର ନାହିଁ

କେନ୍ଦୁଝର,୭ା୫(ସ୍ବ.ପ୍ର.): ଅଯଥା ଲାଇଟ୍‌ ନ ଜଳାଇବା ଏବଂ ବିଦ୍ୟୁତ ସଞ୍ଚୟ ଉପରେ ଜନ ସଚେତନତା ସୃଷ୍ଟି କରାଯାଉଛି। କିନ୍ତୁ ଜିଲା ମୁଖ୍ୟାଳୟରେ ଖୋଦ୍‌ ବିଦ୍ୟୁତ୍‌ ବିଭାଗ ଓ ପୌରପ୍ରଶାସନ ଏହାକୁ ପାଳନ କରୁନାହାନ୍ତି। କେନ୍ଦୁଝର ସହରରେ ସକାଳ ହେବା ପରେ ମଧ୍ୟ…

ଗିନିଜ ବୁକ୍‌ ଅଫ୍‌ ୱାର୍ଲଡ୍‌ ରେକର୍ଡସରେ ସ୍ଥାନ ପାଇଲା କେନ୍ଦୁଝରର ୭୨ ଫୁଟର ରଥ

କେନ୍ଦୁଝର,୭।୫(ସ୍ବ.ପ୍ର.): କେନ୍ଦୁଝରର କାଠରେ ନିର୍ମିତ ରଥ ବିଶ୍ୱର ସବୁଠାରୁ ଉଚ୍ଚ ରଥର ମାନ୍ୟତା ଲାଭ କରିବା ସହ ଗିନିଜ ବୁକ୍ସ ଅଫ୍‌ ୱାର୍ଲଡ୍‌ ରେକର୍ଡସରେ ସ୍ଥାନ ପାଇଛି। ଉପଜିଲାପାଳ ରାମଚନ୍ଦ୍ର କିସ୍କୁ ଏନେଇ ସୂଚନା ଦେଇଛନ୍ତି। କେନ୍ଦୁଝରର ରଥଯାତ୍ରାରେ ତିନି ଠାକୁର…

ମେ ୯ରୁ ଚାଲିବ ସ୍ବତନ୍ତ୍ର ଟ୍ରେନ୍‌: ସୌନ୍ଦର୍ଯ୍ୟ ଉପଭୋଗ କରିବେ ପର୍ଯ୍ୟଟକ

କୋରାପୁଟ,୭ା୫(ସ୍ବ.ପ୍ର.): କୋରାପୁଟ-ବିଶାଖାପାଟଣା ପାସେଞ୍ଜର ଟ୍ରେନ୍‌ରେ ସଂଯୋଗ ହେବ ଆଇସିଏଫ୍‌ ଭିଷ୍ଟାଡମ୍‌(ଶୀତତାପ ନିୟନ୍ତ୍ରିତ)କୋଚ୍‌। ମେ ୯ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ସ୍ବତନ୍ତ୍ର କୋଚ୍‌ ସୁବିଧା ସହ ଏହି ଟ୍ରେନ୍‌ ବିଶାଖାପାଟଣାରୁ କୋରାପୁଟ ଚଳାଚଳ କରିବ। ସେହିପରି ମେ ୧୦ରୁ ଅଗଷ୍ଟ ୯ ପର୍ଯ୍ୟନ୍ତ…

ଦେବଗଡ଼ ବିଧାୟକ ମିଳିଲା ଜାମିନ୍‌

ଦେବଗଡ଼,୭।୫(ଡି.ଏନ୍‌.ଏ.): ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କୁ ଶନିବାର ଜାମିନ୍‌ ମିଳିଛି। ଏ ନେଇ ବିଧାୟକଙ୍କ ଓକିଲ ସୂଚନା ଦେଇଛି । ୨ ଜାମିନ୍‌ଦାର ଓ ୫୦ ହଜାର ଟଙ୍କା ବ୍ୟକ୍ତିଗତ ମୁଚଲିକାରେ ମାନ୍ୟବର କୋର୍ଟ ଜାମିନ୍‌ ଦେଇଛନ୍ତି । ସୂଚନାନୁସାରେ,…

କାଳବୈଶାଖୀରେ ଭାଙ୍ଗିଲା ଗଛ, ଛିଣ୍ଡିଲା ବିଦ୍ୟୁତ୍‌ ତାର

ବରଗଡ଼ ଅଫିସ,୭।୫: ବରଗଡ଼ ଜିଲାରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି। ଝଡ଼ତୋଫାନ ସାଙ୍ଗକୁ ବର୍ଷା ଯୋଗୁ ବିଶେଷକରି ବରଗଡ଼ ସହରରେ ଏହାର ପ୍ରଭାବ ଅଧିକ ରହିଥିଲା। ପ୍ରବଳ ବେଗରେ ପବନ ବହିବାରୁ ସହରରେ ରହିଥିବା ବହୁ ଗଛ ଡାଳ ଭାଙ୍ଗି ଯାଇଛି।…

ସାପ କାମୁଡ଼ାରେ ଚାଲିଗଲା ନାବାଳିକାଙ୍କ ଜୀବନ

ପଦ୍ମପୁର,୭।୫(ଡି.ଏନ୍‌.ଏ.): ସାପ କାମୁଡ଼ାରେ ବାସୁଦେବପୁର ବ୍ଲକ ଅଧୀନ ରାଜଘର ପୋଖରୀ ପଞ୍ଚାୟତ ଲକ୍ଷ୍ମୀପ୍ରସାଦ ଗ୍ରାମର ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଚକ୍ରଧର ଦାସଙ୍କ ଝିଅ ଲିଜାରାଣୀ ଦାସ(୭)। ମିଳିଥିବା ସୂଚନା ମୁତାବକ, ଲିଜା ବାଡ଼ିରେ ବିଲାତି ତୋଳୁଥିବା ବେଳେ…

ଝିଅ ଜ୍ୱାଇଁଙ୍କ ଧାର ଟଙ୍କା ଶୁଝି ନ ପାରି ମା’ପୁଅଙ୍କ ଆତ୍ମହତ୍ୟା

ରାୟଗଡ଼ା ଅଫିସ, ୭।୫: ରାୟଗଡ଼ା ଜିଲା ଶେଷକାଲ ଥାନା ଅଧୀନ ଜେମାଦେଈପେଣ୍ଠ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ଝିଅ ଜ୍ୱାଇଁଙ୍କଠାରୁ ଆଣିଥିବା ଧାର ଟଙ୍କା ଶୁଝି ନ ପାରିବାରୁ ମା’ପୁଅ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ମା’…

କମ୍ପାନୀ କର୍ମଚାରୀଙ୍କ ସୁରକ୍ଷାକୁ ଗୁରୁତ୍ୱ

ଅନୁଗୋଳ ଅଫିସ, ୭ା୫ ଅନୁଗୋଳ ଜିଲାର ବିଭିନ୍ନ କଳକାରଖାନାରେ କାର୍ଯ୍ୟରତ କର୍ମଚାରୀଙ୍କ ସୁରକ୍ଷା, ସ୍ବାସ୍ଥ୍ୟସେବା ସୁବିଧା ଏବଂ କମ୍ପାନୀ ପକ୍ଷରୁ ନିଆଯାଇଥିବା ଜନମଙ୍ଗଳ କାର୍ଯ୍ୟର ସମୀକ୍ଷା କରିଛନ୍ତି ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ। ଏ ନେଇ ଶୁକ୍ରବାର ଜିଲା କାର୍ଯ୍ୟାଳୟ ସମ୍ମିଳନୀ…

ଗାନ୍ଧୀ ଭବନ ହେଉ ନ ଥିବାରୁ କ୍ଷୋଭ

ଅନୁଗୋଳ ଅଫିସ, ୭ା୫ ଅନୁଗୋଳ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ବାଜି ରାଉତ ଛାତ୍ରାବାସ ଏବଂ ରାଷ୍ଟ୍ରୀୟ ଯୁବା ସଙ୍ଗଠନ ପକ୍ଷରୁ ଶୁକ୍ରବାର ଗାନ୍ଧିଜୀଙ୍କ ଅନୁଗୋଳ ଆଗମନର ୮୮ତମ ସ୍ମୃତି ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ବସ୍‌ଷ୍ଟାଣ୍ଡରୁ ବାରିଥିବା ଶାନ୍ତି ପଦଯାତ୍ରା ନଗର…

ବ୍ଲେଡ୍‌ରେ ଶିଶୁ ନାହି କାଟିଥିଲେ ମହିଳା

କାମାକ୍ଷାନଗର, ୭ା୫(ଡି.ଏନ୍‌.ଏ.) ଗର୍ଭ ଯନ୍ତ୍ରଣାରେ ଘଣ୍ଟାଏ କାଳ ଛଟପଟ ହେଲେ। ଖୋଲା ଆକାଶ ତଳେ ପ୍ରସବ କଲେ। ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚତ୍ବାଠାରୁ ଆରମ୍ଭ କରି ପ୍ରସବ ପର୍ଯ୍ୟନ୍ତ ନା ମିଳିଲା କର୍ମଚାରୀଙ୍କ ଦେଖା ନା ଖୋଲାଗଲା ଡାକ୍ତରଖାନା ଦ୍ୱାର। ଫଳରେ ଅନ୍ୟ ଉପାୟ…

ପାଣିରେ ଭର୍ତ୍ତି ବିଦ୍ୟାଳୟ ଅଗଣା

ବଇଣ୍ଡା, ୭ା୫(ଡି.ଏନ.ଏ.) କାଳବୈଶାଖୀଜନିତ ବର୍ଷା ପାଣିରେ ଭର୍ତ୍ତି ହୋଇଛି ବିଦ୍ୟାଳୟ ଅଗଣା। ଏହାକୁ ନେଇ ସୃଷ୍ଟି ହୋଇଛି ପୂତ୍ତିଗନ୍ଧମୟ। କୋମଳମତି ପିଲାଙ୍କୁ ସଂକ୍ରମଣଜନିତ ରୋଗ ଆଶଙ୍କା ଦେଖାଦେଇଛି। ଅନୁଗୋଳ ଜିଲା କିଶୋରନଗର ବ୍ଲକ ବଇଶିଣା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏଭଳି ପରିବେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?