ଆମ ଜିଲା ଖବର

ଫେରାର ପୂର୍ବତନ ସରପଞ୍ଚ ଗିରଫ

ଧାମନଗର,୭ା୫(ଡି.ଏନ.ଏ.): ପଞ୍ଚାୟତ ନିର୍ବାଚନ ସମୟରେ ବୁଥ୍‌ ରିଗିଂ ଅଭିଯୋଗରେ ଭଦ୍ରକ ଜିଲା ଧାମନଗର ଥାନା ପୋଲିସ ଫେରାର ଥିବା ପଧାନୀ ପଞ୍ଚାୟତର ପୂର୍ବତନ ସରପଞ୍ଚ କ୍ଷୀରୋଦ କୁମାର ଜେନାଙ୍କୁ ଶୁକ୍ରବାର ଗିରଫ କରିଛି। ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ସମର୍ଥକମାନେ ପଧାନୀ…

ଟ୍ରକ୍‌ ଚଢ଼ାଇ ପିଅନଙ୍କୁ ହତ୍ୟା ଘଟଣା: ଅଭିଯୁକ୍ତ ଗିରଫ, ଟ୍ରକ୍‌ ଜବତ

ଚଣ୍ଡିଖୋଲ,୭ା୫(ଡି.ଏନ.ଏ.): ବଡ଼ଚଣା ଥାନା ରାଧାଦେଇପୁର ପଞ୍ଚାୟତ ଅଧୀନ ବିଲିକଣା ଗ୍ରାମରେ ଟ୍ରକ୍‌ ଚଢ଼ାଇ ପଞ୍ଚାୟତ ଅଫିସ ପିଅନଙ୍କୁ ହତ୍ୟା ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏଥିସହିତ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ଜବତ କରିଛି। ଗୁରୁବାର ଟ୍ରକ୍‌ ଚଢ଼ାଇ ରାଧାଦେଇପୁର ପଞ୍ଚାୟତ…

ଫାଟକ ସମ୍ମୁଖରେ ଲହଡ଼ି ମାରୁଛି ବର୍ଷାଜଳ

ରସୁଲପୁର,୭ା୫(ଡି.ଏନ.ଏ.): ରସୁଲପୁର ବ୍ଲକ ଅନ୍ତର୍ଗତ ମଧୁପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଫାଟକ ସମ୍ମୁଖରେ ବର୍ଷାଜଳ ଲହଡ଼ି ଭାଙ୍ଗୁଛି। ସାମାନ୍ୟ ବର୍ଷାରେ ବିଦ୍ୟାଳୟ ସମ୍ମୁଖରେ ଯାତାୟାତ ବାଧାପ୍ରାପ୍ତ ହେଉଛି। ବିଶେଷକରି ମାଟ୍ରିକ ପରୀକ୍ଷା ଦେବା ପାଇଁ ଆସୁଥିବା ପରୀକ୍ଷାର୍ଥୀ ବହୁ ଅସୁବିଧାର ସମ୍ମୁଖୀନ…

‘ବାଘ ଇଲାକାରେ ଭାଲୁ ଦାଦାଗିରିକୁ ବରଦାସ୍ତ କରାଯିବ ନାହିଁ’

ପାପଡ଼ାହାଣ୍ଡି, ୭ା୫(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବିଡିଓଙ୍କୁ କୋରାପୁଟ ଜିଲା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଦୁର୍ବ୍ୟବହାର କରିଥିବା ନେଇ ବିଜେଡି ଅଭିଯୋଗ କରିଛି। ଏଥିନେଇ ନବରଙ୍ଗପୁର ଜିଲା ବିଜେଡି ପକ୍ଷରୁ ଶୁକ୍ରବାର ଏକ ପ୍ରତିବାଦ ସଭା କରାଯାଇଛି। ଶତାଧିକ…

ବାତ୍ୟା ଆଶଙ୍କାରେ ଖାଉଟି ସାମଗ୍ରୀର କଳାବଜାର

ଧର୍ମଶାଳା,୭ା୫(ଡି.ଏନ.ଏ.): ସମ୍ଭାବ୍ୟ ବାତ୍ୟାକୁ ନେଇ ଲୋକେ ଭୟଭୀତ ହୋଇ ପଡ଼ିଲେଣି। ବାତ୍ୟାର ପ୍ରଭାବ କିପରି ରହିବ ତାହାକୁ ନେଇ ସମସ୍ତଙ୍କ ଚିନ୍ତା ବଢ଼ିଲାଣି। ତେବେ ଏହାର ସୁଯୋଗରେ ଧର୍ମଶାଳା ବ୍ଲକ୍‌ ଅଞ୍ଚଳରେ କେତେଜଣ ଅସାଧୁ ବ୍ୟବସାୟୀ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧି…

କାଳବୈଶାଖୀ ପ୍ରଭାବରେ ୨୭ ଘଣ୍ଟା ବିଦ୍ୟୁତ୍‌ ସେବା ବିଚ୍ଛିନ୍ନ

ସିଂହପୁର,୭ା୫(ଡି.ଏନ.ଏ.): ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ସିଂହପୁର ଅଞ୍ଚଳରେ ଗୁରୁବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ହଠାତ୍‌ ପବନ ବୋହିବା ସହିତ ମୂଷଳ ଧାରାରେ ଏକଘଣ୍ଟା ବର୍ଷା ହୋଇଥିଲା। ଝଡ଼ବର୍ଷା ସାଙ୍ଗକୁ ବଜ୍ରପାତ ଲୋକଙ୍କ ମନରେ ଭୟ ସଞ୍ଚାର କରିଥିଲା। ତେବେ ଝଡ଼ବର୍ଷା ପ୍ରଭାବରେ…

ଓଡ଼ିଶା,ଇଣ୍ଡୋନେସିଆର ନାଁ ସୁବର୍ଣ୍ଣ ଅକ୍ଷରରେ ଲିପିବଦ୍ଧ

କଟକ ଅଫିସ,୭ା୫: ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ଇଣ୍ଡୋନେସିଆ ରାଷ୍ଟ୍ରଦୂତ ଇନା.ଏଚ୍‌ କ୍ରିଷ୍ଣମୂର୍ତ୍ତି। ଓଡ଼ିଶା ଓ ଇଣ୍ଡୋନେସିଆ ସମ୍ପର୍କକୁ ଆହୁରି ମଜଭୁତ କରିବା ପାଇଁ କଟକ ନୌବାଣିଜ୍ୟ ସଂଗ୍ରହାଳୟରେ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ସଂଗ୍ରହାଳୟରେ ଥିବା…

ଆରମ୍ଭ ହେଲା କଟକ ବୈଶାଖୀ ବାଣିଜ୍ୟ ମେଳା

କଟକ ଅଫିସ, ୭ା୫: କଟକ ଉପର ବାଲିଯାତ୍ରା ପଡିଆରେ ସପ୍ତଦଶ କଟକ ବୈଶାଖୀ ବାଣିଜ୍ୟ ମେଳା ଶୁକ୍ରବାର ଆରମ୍ଭ ହୋଇଛି। ଏହାକୁ ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମ ଉଦ୍‌ଘାଟନ କରି କହିଲେ, କୋଭିଡ୍‌ ମହାମାରୀ ଯୋଗୁ ୨ ବର୍ଷ ହେବ…

ରାମାନୁଜାଚାର୍ଯ୍ୟଙ୍କ ଚୋରି ତୋରଣ ପିତ୍ତଳ ନା ସୁନା

ପୁରୀ ଅଫିସ,୭।୫: ଏମାରମଠସ୍ଥିତ ରାମାନୁଜାଚାର୍ଯ୍ୟଙ୍କ ମଙ୍ଗଳଗିରି ତୋରଣ ଚୋରି ହୋଇଯାଇଛି। ତୋରଣର ଉଚ୍ଚତା ସାଢେ ୩ଫୁଟ ଓ ଓଜନ ୩ କିଲୋଗ୍ରାମ ଥିବା କୁହାଯାଉଛି। କବାଟ କଢ଼ା ଭଙ୍ଗାଯାଇ ତୋରଣ ଚୋରି ହୋଇଥିବା ମଠ ଅନ୍ତେବାସୀ କହିଛନ୍ତି। ପିତ୍ତଳ ପ୍ରଭା ଆସ୍ଥାନରେ…

ସମ୍ଭାବ୍ୟ ବାତ୍ୟା ନେଇ ଚିନ୍ତାରେ ଚାଷୀ

ଖୋର୍ଦ୍ଧା ଅଫିସ, ୭ା୫: ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର କ୍ରମେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରମୁହଁା ହେଉଛି। ଏହା ଅବପାତରେ ପରିଣତ ହେବା ସହ ସାଇକ୍ଲୋନିକ୍‌ ଷ୍ଟର୍ମ (ଘୂର୍ଣ୍ଣିବାତ୍ୟା)ରେ ପରିଣତ ହୋଇପାରେ। ତେବେ ବାତ୍ୟାର ପ୍ରକୋପ କିପରି ରହିବ, କେଉଁଠି ସ୍ଥଳଭାଗ…

ତାଳଚେରରେ ନକଲି କୋଲ୍ଡଡ୍ରିଙ୍କ୍‌ସ କମ୍ପାନୀ

ତାଳଚେର, ୭।୫(ଡି.ଏନ୍‌.ଏ.): ନାମୀଦାମୀ କମ୍ପାନୀର ଅବିକଳ ଲୋଗୋ ଲଗାଇ ବିକ୍ରି କରାଯାଉଥିଲା କୋଲ୍ଟଡ୍ରିଙ୍କ୍‌ସ୍‌। ଗ୍ରାହକଙ୍କ ସ୍ବାସ୍ଥ୍ୟକୁ ଅଣଦେଖା କରି ବଜାରରେ ବିକ୍ରି କରାଯାଉଥିଲା ଏହି ନକଲି ମୃଦୁପାନୀୟ। ଦୀର୍ଘଦିନ ହେଲା ଏହି କାରବାର ଚାଲିଥିବାବେଳେ କାହାରି ନିକଟରେ ନ ଥିଲା ସାମାନ୍ୟ…

ଆଜି ସରିବ ମାଟ୍ରିକ ପରୀକ୍ଷା

କଟକ ଅଫିସ,୭ା୫: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ପରିଚାଳିତ ମାଟ୍ରିକ ପରୀକ୍ଷା (ସମେଟିଭ ଆସେସମେଣ୍ଟ-୨) ଶନିବାର ଶେଷ ହେଉଛି। ଗତ ୨୯ ତାରିଖରୁ ଆରମ୍ଭ ହୋଇଥିବା ଏହି ପରୀକ୍ଷା ରାଜ୍ୟର ୫ ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଦେଉଛନ୍ତି। ଶୁକ୍ରବାର ସଂସ୍କୃତ ପରୀକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?