ହାତୀଙ୍କୁ ଅଟକାଇବେ ମହୁମାଛି

ଢେଙ୍କାନାଳ ଅଫିସ, ୧୨।୬ ଢେଙ୍କାନାଳର ଶୀତଳ ଜଳବାୟୁ, ସଂରକ୍ଷିତ ଜଙ୍ଗଲରେ ପର୍ଯ୍ୟାପ୍ତ ଖାଦ୍ୟ ଐତିହ୍ୟ ମାନ୍ୟତାପ୍ରାପ୍ତ ପ୍ରାଣୀ ହାତୀଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଛି। ଜିଲାରେ ହାତୀବଂଶ ବୃଦ୍ଧି ଘଟୁଥିବାବେଳେ ସମାନ୍ତରାଳ ଭାବେ ବଢିଚାଲିଛି ମଣିଷ ସହିତ ସେମାନଙ୍କ ସଂଘର୍ଷ। ଏହାର ପ୍ରତିକାର ଲାଗି ହାତୀ ଉପଦ୍ରୁତ ଜିଲାରେ ଆରମ୍ଭ ହୋଇଛି ଏକାଧିକ ପ୍ରକଳ୍ପ। କେଉଁଠି ରେଳଧାରଣା ଉପରେ ଚଲାପଥ କରିବା ଲାଗି ଯୋଜନା କରାଯାଉଛି ତ ଅନ୍ୟ କେଉଁଠି ହାତୀ ଚଲାପଥକୁ ଅବରୋଧ ମୁକ୍ତ କରିବାକୁ ଚାଲିଛି ବ୍ଲୁପ୍ରିଣ୍ଟ ପ୍ରସ୍ତୁତି। ଏବେ ଏଥିରେ ଯୋଡ଼ିହୋଇଛି ଆଉ ଏକ ପାଇଲଟ୍‌ ପ୍ରୋଜେକ୍ଟ ‘ରିଡ୍ୟୁସ୍‌ଡ୍‌ ଏଲିଫ୍ୟାଣ୍ଟ ହ୍ୟୁମାନ୍‌ ଆଟାକ୍‌ ୟୁଜିଙ୍ଗ୍‌ ବି’ ବା ‘ରେହାବ’। ପୂର୍ବରୁ ମହୁମାଛିଙ୍କୁ ଉପଯୋଗ କରି ହାତୀଙ୍କୁ ଘଉଡ଼ାଇବାକୁ ନେଇ ପ୍ରକଳ୍ପ କରାଯାଇଥିଲା। ତେବେ ବିଭିନ୍ନ କାରଣରୁ ଏହା ସ୍ଥାଣୁ ପାଲଟିଯାଇଥିଲା। ଏବେ ପୁନର୍ବାର ଏହାକୁ ବ୍ୟବସ୍ଥିତ ଢଙ୍ଗରେ କାର୍ଯ୍ୟକାରୀ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ସଦର ରେଞ୍ଜ୍‌ କାଳିକାପ୍ରସାଦ ଅଞ୍ଚଳରେ ମହୁମାଛି ବାକ୍ସ ଲଗାଯାଇଥିବାବେଳେ ପରବର୍ତ୍ତୀ ସମୟରେ ଏହି ପ୍ରକଳ୍ପ ପରିବର୍ଦ୍ଧିତ କରାଯିବାକୁ ଯୋଜନା ରହିଛି।
ହାତୀ ମୃତ୍ୟୁକୁ ନେଇ ଜାତୀୟସ୍ତରରେ ଦୁର୍ନାମ ମୁଣ୍ଡାଇଛି ଓଡ଼ିଶା। ଢେଙ୍କାନାଳରେ ମଧ୍ୟ ହାତୀ-ମଣିଷ ମଧ୍ୟରେ ସଂଘର୍ଷ ବଢ଼ିବାରେ ଲାଗିଛି। ଜିଲାରେ ଗତ ୫ ବର୍ଷରେ ହାତୀ ଆକ୍ରମଣରେ ୧୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଛି। ବିଭିନ୍ନ କାରଣରୁ ୭୬ ହାତୀଙ୍କ ଜୀବନ ମଧ୍ୟ ଯାଇଛି। କେବଳ ୨୦୨୧-୨୨ ବର୍ଷରେ ୧୧ ହାତୀଙ୍କ ମୃତ୍ୟୁ ଘଟିଥିବାବେଳେ ୧୫ରୁ ଊର୍ଦ୍ଧ୍ୱ ଲୋକ ହାତୀ ଆକ୍ରମଣର ଶିକାର ହୋଇ ମୃତ୍ୟୁମୁଖରେ ପଡ଼ିଛନ୍ତି। ଚଲାପଥ ସଙ୍କୁଚିତ ହେଉଥିବାରୁ ହାତୀପଲ ବାଟହୁଡ଼ି ଜନବସତିରେ ପଶୁଛନ୍ତି। ଫଳରେ ହାତୀ-ମଣିଷ ମୁହଁାମୁହିଁ ହେଉଛନ୍ତି। ହାତୀ ଉପଦ୍ରବରୁ ଧନଜୀବନକୁ ସୁରକ୍ଷା ଦେବାକୁ କାଳିକାପ୍ରସାଦ ଅଞ୍ଚଳରେ ସ୍ଥାନୀୟ ବନ ସଂରକ୍ଷଣ ସମିତି ସହଯୋଗରେ ମହୁମାଛି ବାକ୍ସ ଲଗାଯାଇଛି।
ମହୁମାଛିଙ୍କ ଗୁଣୁଗୁଣୁ ଶବ୍ଦରେ ହାତୀ ଅଳ୍ପ ସମୟ ମଧ୍ୟରେ ବ୍ୟତିବ୍ୟସ୍ତ ହୋଇପଡ଼େ। ହାତୀର କାନ ବଡ଼ ହୋଇଥିବାରୁ ଏହି ଶବ୍ଦ ତାକୁ ବିବ୍ରତ କରିପକାଏ। ତେଣୁ ମହୁମାଛି ମାଧ୍ୟମରେ ହାତୀଙ୍କ ଉପରେ ନିୟନ୍ତ୍ରଣ କରାଯାଇପାରିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ମହୁମାଛି ବାକ୍ସ ପାଖକୁ ହାତୀ ଆସିଲେ ସେମାନେ ଜନବସତିମୁହଁା ନ ହୋଇ ଜଙ୍ଗଲକୁ ପଳାଇଯିବେ। ତଦନୁଯାୟୀ ହାତୀ ଉପଦ୍ରୁତ ଅଞ୍ଚଳରେ ମହୁବାକ୍ସ ରଖାଯାଉଛି।
ଏ ସମ୍ପର୍କରେ ଜିଲା ବନଖଣ୍ଡ ଅଧିକାରୀ ଡା. ପ୍ରକାଶଚାନ୍ଦ ଗୋଗିନେନି କୁହନ୍ତି, ହାତୀ ଉପଦ୍ରବକୁ ରୋକିବା ପାଇଁ ସଦର ରେଞ୍ଜ୍‌ କାଳିକାପ୍ରସାଦଠାରେ ରେହାବ ପ୍ରକଳ୍ପ ମାଧ୍ୟମରେ ମହୁବାକ୍ସ ଲଗାଯାଇଛି। ମହୁମାଛିଙ୍କ ଶବ୍ଦ ଶୁଣିଲେ ହାତୀ ଜନବସତି ପାଖକୁ ଆସିବେ ନାହିଁ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

ବ୍ରହ୍ମପୁର ଆସୁଥିବା ବେଳେ ବାଟରେ ମର୍ମନ୍ତୁଦ ଦୁର୍ଘଟଣା, ଡିଭାଇଡର ପିଟି ହୋଇ ୨ ବାଇକ ଆରୋହୀ ମୃତ

ଗଞ୍ଜାମ,୧୪।୬(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ମର୍ମନ୍ତୁଦ ଦୁର୍ଘଟଣା ହୋଇଛି ।  ଅପରାହ୍ନରେ ଏକ ବାଇକ ଡିଭାଇଡର ପିଟି…

ପୂର୍ବ ଶତ୍ରୁତାରୁ ଅଟୋ ଚାଳକଙ୍କୁ ହତ୍ୟା ଉଦ୍ୟମ! ଗାଁ ମେଡ଼ିକାଲ ଛକରେ ଠିଆ ହୋଇଥିଲେ, କାରରେ ଆସି ହାଣି ଚାଲିଲେ…

ଦିଗପହଣ୍ଡି,୧୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମେଡ଼ିକାଲ ଛକରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ରବିବାର ସନ୍ଧ୍ୟା ପ୍ରାୟ…

ନଦୀରେ ଗୋଧୋଇବାକୁ ଯିବା ହେଲା କାଳ, ପାଣିରେ ବୁଡ଼ି ଚାଲିଗଲା ୨ଜୀବନ

ଝାରସୁଗୁଡ଼ା,୧୪।୬(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ଇବ ନଦୀକୁ ରବିବାର ଅପରାହ୍ନରେ ଗାଧୋଇ ଯାଇଥିବା ସମୟରେ ପାଣିରେ ବୁଡ଼ି ଦୁଇ ଜଣ ଯୁବକଙ୍କର ଅକାଳ…

ଭାରସାମ୍ୟ ହରାଇ ଗଛକୁ ପିଟିଲା ବୁଲେଟ୍, ୩….

ଭଞ୍ଜନଗର,୧୪।(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସୋରଡ଼ା ରାସ୍ତାର କଣ୍ଟେଇପଲ୍ଲୀ ଛକ ନିକଟରେ ଥିବା ଜଳଭଣ୍ଡାର ଗୋଲେଇ ଠାରେ ବଡ଼ ସଡ଼କ ଦୁର୍ଘଟଣା ହୋଇଛି । ରବିବାର…

ଚାମେଲି ଓଝାଙ୍କ ସମର୍ଥନରେ ବେତାଳିଗାଁ ବଜାରରେ ବିଶାଳ ପ୍ରତିବାଦ ସଭା, ଗର୍ଜିଲେ ଜନସାଧାରଣ

ତିହିଡ଼ି,୧୪।୬(କାଳନ୍ଦୀ ବେହେରା): ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ବେତାଳିଗାଁ ବଜାରଠାରେ ପାଳାସାହି ଗ୍ରାମପଞ୍ଚାୟତ ପକ୍ଷରୁ ଏକ ବିଶାଳ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି । କେନ୍ଦ୍ରାପଡା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri