ହାତୀଙ୍କୁ ଅଟକାଇବେ ମହୁମାଛି

ଢେଙ୍କାନାଳ ଅଫିସ, ୧୨।୬ ଢେଙ୍କାନାଳର ଶୀତଳ ଜଳବାୟୁ, ସଂରକ୍ଷିତ ଜଙ୍ଗଲରେ ପର୍ଯ୍ୟାପ୍ତ ଖାଦ୍ୟ ଐତିହ୍ୟ ମାନ୍ୟତାପ୍ରାପ୍ତ ପ୍ରାଣୀ ହାତୀଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଛି। ଜିଲାରେ ହାତୀବଂଶ ବୃଦ୍ଧି ଘଟୁଥିବାବେଳେ ସମାନ୍ତରାଳ ଭାବେ ବଢିଚାଲିଛି ମଣିଷ ସହିତ ସେମାନଙ୍କ ସଂଘର୍ଷ। ଏହାର ପ୍ରତିକାର ଲାଗି ହାତୀ ଉପଦ୍ରୁତ ଜିଲାରେ ଆରମ୍ଭ ହୋଇଛି ଏକାଧିକ ପ୍ରକଳ୍ପ। କେଉଁଠି ରେଳଧାରଣା ଉପରେ ଚଲାପଥ କରିବା ଲାଗି ଯୋଜନା କରାଯାଉଛି ତ ଅନ୍ୟ କେଉଁଠି ହାତୀ ଚଲାପଥକୁ ଅବରୋଧ ମୁକ୍ତ କରିବାକୁ ଚାଲିଛି ବ୍ଲୁପ୍ରିଣ୍ଟ ପ୍ରସ୍ତୁତି। ଏବେ ଏଥିରେ ଯୋଡ଼ିହୋଇଛି ଆଉ ଏକ ପାଇଲଟ୍‌ ପ୍ରୋଜେକ୍ଟ ‘ରିଡ୍ୟୁସ୍‌ଡ୍‌ ଏଲିଫ୍ୟାଣ୍ଟ ହ୍ୟୁମାନ୍‌ ଆଟାକ୍‌ ୟୁଜିଙ୍ଗ୍‌ ବି’ ବା ‘ରେହାବ’। ପୂର୍ବରୁ ମହୁମାଛିଙ୍କୁ ଉପଯୋଗ କରି ହାତୀଙ୍କୁ ଘଉଡ଼ାଇବାକୁ ନେଇ ପ୍ରକଳ୍ପ କରାଯାଇଥିଲା। ତେବେ ବିଭିନ୍ନ କାରଣରୁ ଏହା ସ୍ଥାଣୁ ପାଲଟିଯାଇଥିଲା। ଏବେ ପୁନର୍ବାର ଏହାକୁ ବ୍ୟବସ୍ଥିତ ଢଙ୍ଗରେ କାର୍ଯ୍ୟକାରୀ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ସଦର ରେଞ୍ଜ୍‌ କାଳିକାପ୍ରସାଦ ଅଞ୍ଚଳରେ ମହୁମାଛି ବାକ୍ସ ଲଗାଯାଇଥିବାବେଳେ ପରବର୍ତ୍ତୀ ସମୟରେ ଏହି ପ୍ରକଳ୍ପ ପରିବର୍ଦ୍ଧିତ କରାଯିବାକୁ ଯୋଜନା ରହିଛି।
ହାତୀ ମୃତ୍ୟୁକୁ ନେଇ ଜାତୀୟସ୍ତରରେ ଦୁର୍ନାମ ମୁଣ୍ଡାଇଛି ଓଡ଼ିଶା। ଢେଙ୍କାନାଳରେ ମଧ୍ୟ ହାତୀ-ମଣିଷ ମଧ୍ୟରେ ସଂଘର୍ଷ ବଢ଼ିବାରେ ଲାଗିଛି। ଜିଲାରେ ଗତ ୫ ବର୍ଷରେ ହାତୀ ଆକ୍ରମଣରେ ୧୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଛି। ବିଭିନ୍ନ କାରଣରୁ ୭୬ ହାତୀଙ୍କ ଜୀବନ ମଧ୍ୟ ଯାଇଛି। କେବଳ ୨୦୨୧-୨୨ ବର୍ଷରେ ୧୧ ହାତୀଙ୍କ ମୃତ୍ୟୁ ଘଟିଥିବାବେଳେ ୧୫ରୁ ଊର୍ଦ୍ଧ୍ୱ ଲୋକ ହାତୀ ଆକ୍ରମଣର ଶିକାର ହୋଇ ମୃତ୍ୟୁମୁଖରେ ପଡ଼ିଛନ୍ତି। ଚଲାପଥ ସଙ୍କୁଚିତ ହେଉଥିବାରୁ ହାତୀପଲ ବାଟହୁଡ଼ି ଜନବସତିରେ ପଶୁଛନ୍ତି। ଫଳରେ ହାତୀ-ମଣିଷ ମୁହଁାମୁହିଁ ହେଉଛନ୍ତି। ହାତୀ ଉପଦ୍ରବରୁ ଧନଜୀବନକୁ ସୁରକ୍ଷା ଦେବାକୁ କାଳିକାପ୍ରସାଦ ଅଞ୍ଚଳରେ ସ୍ଥାନୀୟ ବନ ସଂରକ୍ଷଣ ସମିତି ସହଯୋଗରେ ମହୁମାଛି ବାକ୍ସ ଲଗାଯାଇଛି।
ମହୁମାଛିଙ୍କ ଗୁଣୁଗୁଣୁ ଶବ୍ଦରେ ହାତୀ ଅଳ୍ପ ସମୟ ମଧ୍ୟରେ ବ୍ୟତିବ୍ୟସ୍ତ ହୋଇପଡ଼େ। ହାତୀର କାନ ବଡ଼ ହୋଇଥିବାରୁ ଏହି ଶବ୍ଦ ତାକୁ ବିବ୍ରତ କରିପକାଏ। ତେଣୁ ମହୁମାଛି ମାଧ୍ୟମରେ ହାତୀଙ୍କ ଉପରେ ନିୟନ୍ତ୍ରଣ କରାଯାଇପାରିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ମହୁମାଛି ବାକ୍ସ ପାଖକୁ ହାତୀ ଆସିଲେ ସେମାନେ ଜନବସତିମୁହଁା ନ ହୋଇ ଜଙ୍ଗଲକୁ ପଳାଇଯିବେ। ତଦନୁଯାୟୀ ହାତୀ ଉପଦ୍ରୁତ ଅଞ୍ଚଳରେ ମହୁବାକ୍ସ ରଖାଯାଉଛି।
ଏ ସମ୍ପର୍କରେ ଜିଲା ବନଖଣ୍ଡ ଅଧିକାରୀ ଡା. ପ୍ରକାଶଚାନ୍ଦ ଗୋଗିନେନି କୁହନ୍ତି, ହାତୀ ଉପଦ୍ରବକୁ ରୋକିବା ପାଇଁ ସଦର ରେଞ୍ଜ୍‌ କାଳିକାପ୍ରସାଦଠାରେ ରେହାବ ପ୍ରକଳ୍ପ ମାଧ୍ୟମରେ ମହୁବାକ୍ସ ଲଗାଯାଇଛି। ମହୁମାଛିଙ୍କ ଶବ୍ଦ ଶୁଣିଲେ ହାତୀ ଜନବସତି ପାଖକୁ ଆସିବେ ନାହିଁ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୫ ଲକ୍ଷ ଟଙ୍କାର କଫ ସିରଫ ଜବତ: ୪ ଗିରଫ

ବରଗଡ ଅଫିସ,୧୫।୧୦-ବରଗଡ ଜିଲା ସୋହେଲା ଥାନା ପୋଲିସ ବୁଧବାର ହଲଦୀପାଲି ଛକରେ ଚଢାଉ କରି ଏକ କଫ ସିରଫ ବୋଝେଇ ଏକ ପିକଅପ୍‌ ଭ୍ୟାନକୁ ଜବତ...

ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ

କଟକ ଅଫିସ,୧୬।୩: ଭିଜିଲାନ୍ସ ଜାଲରେ କଟକ ଡ୍ରେନେଜ୍‌ ଡିଭିଜନ ନିର୍ବାହୀ ଯନ୍ତ୍ରୀ ମନୋଜ ବେହେରା। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ବାସଭବନ ସହ...

ବାଘ ଶିକାରୀଙ୍କୁ ଧରାଇଦେଲା ଫଟୋ

ନୟାଗଡ଼ ଅଫିସ,୧୩ା୮: ୪ ବର୍ଷ ତଳେ ୪ଜଣ ବ୍ୟକ୍ତି କଲରାପତରିଆ ବାଘ ଶିକାର କରିଥିଲେ। ଜଣେ ଶିକାରୀ ମୃତ ବାଘ ସହ ଫଟୋ ଉଠାଇଥିଲେ। ଏବେ...

ରାସ୍ତାକୁ ଯିଏ ଆସିଲା ସିଏ ଫସିଲା

ଭୁବନେଶ୍ୱର,୨୮।୧୧(ବ୍ୟୁରୋ)ସକାଳୁ ସକାଳୁ ସହରର ସାଧାରଣ ଜୀବନଯାତ୍ରା ସ୍ବାଭାବିକ ଥିଲା। ହେଲେ ୧୦ଟା ପରେ ରାଜଧାନୀର ଚିତ୍ର ସମ୍ପୂର୍ଣ୍ଣ ବଦଳିଯାଇଥିଲା। ଚାରିପଟୁ ରାଜଧାନୀକୁ ପ୍ରବେଶ କରିଥିଲା ମାଳମାଳ...

କରୋନା ମୁକାବିଲା ପାଇଁ ଭୁବନେଶ୍ୱର ବିମାନ ବନ୍ଦରରେ ସ୍ବତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର, ୫।୩(ବ୍ୟୁରୋ): ସାରା ବିଶ୍ୱରେ କରୋନା ଭୂତାଣୁ ନିଜର କାୟା ବିସ୍ତାର କରିବାରେ ଲାଗିଛି। ଭାରତରେ ମୋଟ ୨୯ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିରୁ...

ନାଲି ରସିଦ କାଟିବାକୁ ନାଲିଆଖି

ଭୁବନ,୨୯।୫(ଡି.ଏନ୍‌.ଏ.): ଡିଲର ପଏଣ୍ଟରେ ଜବରଦସ୍ତ ଆଦାୟ ହେଉଛି ପରିମଳ ଟିକସ। ଯେଉଁମାନେ ଏଥିରେ ଅସମର୍ଥ ପ୍ରକାଶ କରୁଛନ୍ତି, ସେମାନଙ୍କୁ ଚାଉଳ ଦିଆଯାଉନାହିଁ। ଢେଙ୍କାନାଳ ଜିଲା ଭୁବନ...

୭୦୦ ବର୍ଷ ପୁରୁଣା ଗଜସିଂହ ମଣ୍ଡପ ଚିହ୍ନଟ

ଭୁବନେଶ୍ୱର,୨୦।୪(ବ୍ୟୁରୋ): ଖୋର୍ଦ୍ଧା ଜିଲା ଜଙ୍କିଆ ତହସିଲ ଅନ୍ତର୍ଗତ ଭୋଗପୁର ଗ୍ରାମରୁ ଏକ ପ୍ରାଚୀନ ପ୍ରସ୍ତର ମଣ୍ଡପର ସନ୍ଧାନ ମିଳିଛି। ଇନ୍‌ଟାକ ଓଡ଼ିଶା ଶାଖା, ହେରିଟେଜ ଆଣ୍ଡ୍‌...

ହାତୀ ଆକ୍ରମଣ ନେଇ ଓଏଚ୍‌ଆର୍‌ସିରେ ପିଟିଶନ

ଭୁବନେଶ୍ୱର,୨୫ା୨(ବ୍ୟୁରୋ):ପୁରୀ ଜିଲା ପିପିଲି ଓ ବଳଙ୍ଗାରେ ଏକ ଦନ୍ତାହାତୀ ଆକ୍ରମଣରେ ରବିବାର ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୫ଜଣ ଆହତ ହୋଇଥିଲେ। ସେହିଭଳି ସୋମବାର ମଧ୍ୟ...

Advertisement
Archives

Model This Week