ଆମ ଜିଲା ଖବର

ମାଷ୍ଟରମାଇଣ୍ଡ ବିଟଲ ଗିରଫ

ବ୍ରହ୍ମପୁର ଅଫିସ,୮।୫: ବ୍ରହ୍ମପୁର ବଡ଼ ବଜାର ଥାନା ଅନ୍ତର୍ଗତ ମାଳୁଆଣି ମନ୍ଦିର ସାହିରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଘରୁ ଠାକୁରଙ୍କ ମୂର୍ତ୍ତି ସହ ଟଙ୍କା ଚୋରି ହୋଇଥିଲା। ଏହି ଘଟଣାର ମାଷ୍ଟରମାଇଣ୍ଡି ଫେରାର ଥିଲା। ପୋଲିସ ତାଙ୍କୁ ଶନିବାର ଗିରଫ କରିଛି।…

ଅତିରିକ୍ତ ତହସିଲଦାର, ରାଜସ୍ବ ନିରୀକ୍ଷକଙ୍କ ଗଛଡ଼ାଳ ଭାଙ୍ଗି ପିଟିଲେ ଆକ୍ରମଣକାରୀ

ଗଞ୍ଜାମ,୮।୫(ଡି.ଏନ୍‌.ଏ.): ବାଲି ଚୋରା ଚାଲାଣକୁ ରୋକିବାକୁ ଯାଇ ଲହୁଲୁହାଣ ହୋଇଛନ୍ତି ଅତିରିକ୍ତ ତହସିଲଦାରଙ୍କ ସମେତ ୩ ଆର୍‌ଆଇ। ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲା ତହସିଲ ଅଧୀନ କାଇଁଚପୁର ପଞ୍ଚାୟତ ମାଳିଜଗନ୍ନାଥପୁରରେ । ଆକ୍ରମଣକାରୀମାନେ ଗଛଡ଼ାଳ ଭାଙ୍ଗି ଉପସ୍ଥିତ ଅଫିସର…

ପର୍ଯ୍ୟଟନସ୍ଥଳୀର ବିକାଶ ନାହିଁ

କେନ୍ଦୁଝର, ୮।୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଥିବାବେଳେ ପ୍ରଶାସନ ପକ୍ଷରୁ ସବୁବେଳେ ଅଣଦେଖା କରାଯାଉଛି। ଜିଲାର ପ୍ରାକୃତିକ ଦୃଶ୍ୟରାଜି ଦେଖିବାକୁ ଜିଲାକୁ ପ୍ରତ୍ୟେକ ବର୍ଷ ପର୍ଯ୍ୟଟକଙ୍କ ସୁଅ ଛୁଟୁଥିବା ବେଳେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ନିମନ୍ତେ ସରକାର ଆଗ୍ରହ…

ଆମ୍ବହତା କେନାଲ ପାର୍ଶ୍ୱ ରାସ୍ତା ନିର୍ମାଣକୁ ବିରୋଧ

ଖଇରା, ୮।୫(ଡି.ଏନ.ଏ.): ସାଳନ୍ଦୀ ବାମପାର୍ଶ୍ୱ ଆମ୍ବହତା କେନାଲ ନୟାଖଣ୍ଡି ପତଡାସାହି ନିକଟରେ ନିମ୍ନମାନର ମୋରମ ପ୍ୟାକିଂ ଓ କଂକ୍ରିଟ କାମ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଉକ୍ତ କାର୍ଯ୍ୟର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଗ୍ରାମର ୱାର୍ଡସଭ୍ୟ ନିରଞ୍ଜନ ବେହେରା, ଶ୍ରୀଧର ବାରିକ,…

କଳାବଜାର ରୋକିବାକୁ ଗୋଦାମରେ ଚଢ଼ାଉ

ବାଲେଶ୍ୱର ଅଫିସ, ୮।୫: ବାଲେଶ୍ୱର ଜିଲାରେ ବାତ୍ୟା ଆଶଙ୍କାକୁ ନେଇ ଖାଦ୍ୟ ସାମଗ୍ରୀରେ କଳାବଜାରି ଆରମ୍ଭ ହୋଇଛି। ଶନିବାର ଜିଲା ଯୋଗାଣ ବିଭାଗ ପକ୍ଷରୁ ସହରର ନୂଆବଜାର, ଫାଣ୍ଡି ଛକ, ମୋତିଗଞ୍ଜ ସମେତ ବହୁ ଆଳୁ ଗୋଦାମ ଉପରେ ଚଢ଼ାଉ କରାଯାଇଛି।…

ରାତିରେ ମେଶିନ, ଦିନରେ ଟ୍ରାକ୍ଟର

ବାରିପଦା ଅଫିସ, ୮।୫: ମୟୂରଭଞ୍ଜ ଜିଲା ଦେଇ ପ୍ରବାହିତ ବୁଢାବଳଙ୍ଗ ନଦୀର ସଇରାତରୁ ବେଆଇନ ବାଲି ଉତ୍ତୋଳନକୁ ନେଇ ଗ୍ରୀନ ଟ୍ରିବ୍ୟୁନାଲର ଛାଟ ପଡିବା ପରେ ଜିଲା ପ୍ରଶାସନ ନିଦାବିଷ୍ଣୁ ସାଜିଛି। ଜିଲାର ସଦରମହକୁମା ବାରିପଦାସ୍ଥିତ ମଧୁବନ ସଇରାତ ଓ ବେତନଟୀ…

ଛାତ୍ରୀଙ୍କ ଉପରକୁ କପି ଫିଙ୍ଗିଲେ ଶିକ୍ଷକ: ୨୫ ହଜାର ନ ଦେଲେ ଏମ୍‌ପି କରାଇଦେବାକୁ ଧମକ

ଲଙ୍ଗଳେଶ୍ୱର, ୮।୫(ଡି.ଏନ.ଏ.)-ପରୀକ୍ଷା କେନ୍ଦ୍ରରେ ଛାତ୍ରୀଛାତ୍ରଙ୍କୁ କପି ବାଣ୍ଟୁଥିବା ବେଳେ ଅଚାନକ ପରୀକ୍ଷା ନିରୀକ୍ଷକ ଆସିଯିବାରୁ ନିଜକୁ ବଞ୍ଚାଇବାକୁ ଯାଇ ଜଣେ ଛାତ୍ରୀଙ୍କ ଉପରକୁ ପରୀକ୍ଷାକେନ୍ଦ୍ର ଦାୟିତ୍ୱରେ ଥିବା ଶିକ୍ଷକ କପି ଫିଙ୍ଗିଦେଇଥିବା ଅଭିଯୋଗ ହୋଇଛି। ଉକ୍ତ ଛାତ୍ରୀଙ୍କ ପାଖରୁ କପି ବାହାରିବାରୁ…

୧୧ନିଶାସକ୍ତ ଡ୍ରାଇଭରଙ୍କୁ କୋର୍ଟଚାଲାଣ

ବାରିପଦା ଅଫିସ,୮।୫: ମାନ୍ୟବର ସୁପ୍ରିମ କୋର୍ଟଙ୍କ ଆଦେଶକୁ ଭିତ୍ତି କରି ମୟୂରଭଞ୍ଜ ଜିଲା ପୋଲିସ ପକ୍ଷରୁ ମଦୁଆ ଚାଳକଙ୍କୁ ଯାଞ୍ଚ କରାଯାଇଛି। ବାରିପଦା ଟାଉନ ଥାନା ଅଧିକାରୀ ବୀରେନ୍ଦ୍ର ସେନାପତି ୬ଜଣ ଓ ଆଞ୍ଚଳିକ ପରିବହନ ଅଧିକାରୀ ୫ଜଣ ମଦ୍ୟପ ଡ୍ରାଇଭରଙ୍କୁ…

ୱାର୍ଲଡ ସ୍କିଲ୍‌ ପ୍ରତିଯୋଗିତାରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବେ ଓଡ଼ିଆ ଛାତ୍ର

କଟକ ଅଫିସ,୭ା୫: ଚାଇନାର ସାଙ୍ଘାଇରେ ହେବାକୁ ଥିବା ୱାଲର୍‌ଡ ସ୍କିଲ୍‌-୨୦୨୨ ପ୍ରତିଯୋଗିତାରେ ଭାରତ ପକ୍ଷରୁ ଓଡ଼ିଆ ଯୁବକ ସନ୍ତୋଷ ଓଝା ପ୍ରତିନିଧିତ୍ୱ କରିବେ। ସେ କଟକ ଖପୁରିଆସ୍ଥିତ ଆଇଟିଆଇର୨୦୧୭ ବ୍ୟାଚର ଛାତ୍ର। ଗତ ଜାନୁୟାରୀରେ ଦିଲ୍ଲୀଠାରେ ଆୟୋଜିତ ସ୍କିଲ୍‌ ଇଣ୍ଡିଆ ଜାତୀୟ…

ବୈତରଣୀରେ ବୁଡ଼ିଗଲେ ଦଶମ ଶ୍ରେଣୀ ଛାତ୍ର

ଯାଜପୁର ଟାଉନ,୮।୫(ଡି.ଏନ.ଏ.): ଯାଜପୁର ସହରର ଦଶାଶ୍ୱମେଧ ଘାଟ ନିକଟ ବୈତରଣୀ ନଦୀରେ ନିର୍ମାଣାଧୀନ ବ୍ୟାରେଜ୍‌ ନିକଟରେ ଶୁକ୍ରବାର ବୁଡ଼ିଯାଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ତେବେ ଏହି ଘଟଣାକୁ ୨୪ ଘଣ୍ଟା ନ ପୂରୁଣୁ ଶନିବାର ପୁଣି ଉକ୍ତ ନଦୀରେ ବୁଡ଼ି…

ମହାନଦୀ, ବ୍ରାହ୍ମଣୀ ଜଳ ପ୍ରଦୂଷିତ

ଯାଜପୁର ଅଫିସ,୮।୫: ରାଜ୍ୟରେ ପ୍ରବାହିତ ମହାନଦୀ ଓ ବ୍ରାହ୍ମଣୀ ନଦୀର ୧୯ଟି ସ୍ଥାନର ଜଳରେ ବିଭିନ୍ନ ବିଷାକ୍ତ ଦ୍ରବ୍ୟ ରହିଥିବାରୁ ତାହା ବ୍ୟବହାର ଅନୁପଯୋଗୀ। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି) ପକ୍ଷରୁ ୨୦୨୧ ବର୍ଷ ପାଇଁ ୧୧ଟି ନଦୀର ୧୨୯ଟି…

ହ୍ରିଷିତା ଅମାୟରା ମିସ୍‌, ଶ୍ରୀୟା ମିସେସ୍‌ ଇଣ୍ଡିଆ

ପୁରୀ ଅଫିସ, ୮।୫: ଇଣ୍ଡିଆନ୍‌ ବିୟୁଟି କାଉନସିଲ୍‌ ପକ୍ଷରୁ ପୁରୀ ପାନ୍ଥନିବାସରେ ଅମାୟରା ମିସ୍‌ ଇଣ୍ଡିଆ ଏବଂ ଆମ୍ୟାରା ମିସେସ୍‌ ଇଣ୍ଡିଆ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ପଶ୍ଚିମବଙ୍ଗର ହ୍ରିଷିତା ସରକାର ପ୍ରଥମ ସ୍ଥାନ ଅଧିକାର କରି ଅମାୟରା ମିସ୍‌ ଇଣ୍ଡିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?