ରଶି ଲଗାଇ ଝୁଲି ପଡ଼ିଲେ ନବବଧୂ, ସ୍ବାମୀଙ୍କ ଆତ୍ମହତ୍ୟା ଉଦ୍ୟମ

ଖଇରା,୧୨ା୬(ଡି.ଏନ୍‌.ଏ.): ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ଝଗଡ଼ା ଉଗ୍ର ରୂପ ନେବାରୁ ସ୍ତ୍ରୀ ଜୀବନ ହାରିଥିବା ବେଳେ ସ୍ବାମୀ ଆତ୍ମହତ୍ୟା ଉଦ୍ୟମ କରି ଏବେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ ରଇଁତରା ଗାଁରେ। ମୃତ ମହିଳା ଜଣଙ୍କ ହେଲେ ପୂଜା ଜେନା। ସ୍ବାମୀ କୈଳାସ ଜେନାଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, ମାସକ ତଳେ କୈଳାସ ସୋର ଅଞ୍ଚଳର ସତ୍ୟାନନ୍ଦ ଜେନାଙ୍କ ଝିଅ ପୂଜାଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ବିବାହ ପରଠୁ ଉଭୟଙ୍କ ମଧ୍ୟରେ ବିଭିନ୍ନ କଥାକୁ ନେଇ ପାଟିତୁଣ୍ଡ ଲାଗି ରହୁଥିଲା। ଘଟଣା ସମ୍ପର୍କରେ ପୂଜା ବାପଘର ଲୋକଙ୍କୁ ଜଣାଇଥିଲେ। ରଜକୁ ଆସିଲେ ସମାଧାନ କରିବା ନେଇ ବାପଘର ଲୋକ ଝିଅକୁ କଥା ଦେଇଥିଲେ। ହେଲେ ରଜର ଦୁଇ ଦିନ ପୂର୍ବରୁ ଆଜି ପୂଜା ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଏହା ପରେ ତାଙ୍କ ସ୍ବାମୀ କୈଳାସ ଘରେ ଲାଗିଥିବା ବିଦ୍ୟୁତ୍‌ତାରକୁ ଧରି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁଆ ହେବ ସ୍କୁଲ

ଭୁବନେଶ୍ୱର, ୨୭।୨(ବ୍ୟୁରୋ): ଗତକିଛି ଦିନ ଧରି ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ମାର୍ଗଦର୍ଶିକା...

କଲଭର୍ଟ ନିର୍ମାଣରେ ବିଳମ୍ବ

ଗଞ୍ଜାମ,୬ା୬(ଡି.ଏନ.ଏ.)- ଗଞ୍ଜାମ ଏନଏସି ଅନ୍ତର୍ଗତ ୱାର୍ଡ ନଂ ୪ ରାଉଳ ସାହି ମୁଖ୍ୟ ରାସ୍ତା କଲଭର୍ଟ ନିର୍ମାଣ କାର୍ଯ୍ୟ ବିଳମ୍ବ ଯୋଗୁ ଅସନ୍ତୋଷ ଦେଖାଦେଇଛି। ଉକ୍ତ...

ଅଳିଆ ବୋଝରେ ଆଦର୍ଶ ସହର

ଢେଙ୍କାନାଳ ଅଫିସ, ୨୬।୧୧: ଗଳିକନ୍ଦିରେ କୁଢ଼କୁଢ଼ ଆବର୍ଜନା। ଡଷ୍ଟବିନ୍‌ ଭର୍ତ୍ତି ହୋଇ ତଳେ ପଡୁଛି। ଦୁର୍ଗନ୍ଧରେ ନାକ ଫାଟୁଛି। ଦୁର୍ଗନ୍ଧମୟ ପରିବେଶ ସୌନ୍ଦର୍ଯ୍ୟ ବିଗାଡୁଛି। ଅଳିଆ ବୋଝରୁ...

ପଞ୍ଚାୟତିରାଜ ବ୍ୟବସ୍ଥାରେ ସରପଞ୍ଚଙ୍କୁ ଅଣଦେଖା

ଛତ୍ରପୁର,୧୩ା୯(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ସରପଞ୍ଚ ମହାସଂଘର ଡାକରାରେ ଛତ୍ରପୁର ବ୍ଲକ ସରପଞ୍ଚ ସଂଘର କର୍ମକର୍ତ୍ତା ଚୟନ ହୋଇଛି। ଏନେଇ ଏକ ବୈଠକ ବୁଧବାର ଅନୁଷ୍ଠିତ...

ଦ୍ୱିତୀୟ କରୋନା ଆକ୍ରାନ୍ତଙ୍କ ସହ ବରୀର ୪ଜଣଙ୍କ ଲିଙ୍କ

ବରୀ,୧୫।୪(ସ୍ବ.ପ୍ର):  ଯାଜପୁରର ଦ୍ୱିତୀୟ କରୋନା ପଜେଟିଭଙ୍କ ସହିତ ବରୀ ବ୍ଲକ ଗୋଳକୁଣ୍ଡ ଗ୍ରାମର ୪ଜଣଙ୍କର ଲିଙ୍କ ଥିବା ଜଣାପଡିଛି। ଏନେଇ ବରୀ ଅଞ୍ଚଳବାସୀ ଅଧିକ ସଚେତନ...

ଗଞ୍ଜାମ ଜିଲାପାଳଙ୍କ ନିର୍ଦ୍ଦେଶ: ଜିଲାରୁ କେହି ବି ଭୁବନେଶ୍ୱର ଯିବେ ନାହିଁ

ଛତ୍ରପୁର, ୧୭।୪(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲାକୁ ହଟସ୍ପଟ ଅଞ୍ଚଳ ଭାବେ ସରକାର ଘୋଷଣା କରିଛନ୍ତି। ଏଣୁ ଭୁବନେଶ୍ୱରରୁ ଯାଉଥିବା ଲୋକ ତଥା ଅଧିକାରୀଙ୍କ ଉପରେ ଗଞ୍ଜାମ ଜ଼ିଲାପ୍ରଶାସନ...

ବ୍ୟବସ୍ଥା ଥାଇ ହୀନସ୍ତା

ଅନୁଗୋଳ ଅଫିସ, ୧୧ା୮ ଶାରୀରିକ ଭିନ୍ନକ୍ଷମଙ୍କ ଭଳି ମାନସିକ ଭିନ୍ନକ୍ଷମଙ୍କ ପାଇଁ ମଧ୍ୟ ସରକାରୀ ଯୋଜନା ରହିଛି। ସେମାନଙ୍କୁ ଚିକିତ୍ସା କରାଇ ଆବଶ୍ୟକ ଥଇଥାନ ନିମନ୍ତେ...

ସରକାରୀ ଖାତାକୁ ଆସିଲା ଏକରେ ଜାଗା

ଅନୁଗୋଳ ଅଫିସ,୧୩।୬: ଅନୁଗୋଳ ସହରରେ ଜବରଦଖଲରେ ଥିବା ସରକାରୀ ଜାଗାକୁ ସରକାରୀ ଖାତାକୁ ଫେରାଇ ଆଣିବାକୁ ଜୋରଦାର ଉଚ୍ଛେଦ ପ୍ରକ୍ରିୟା ଜାର ରହିଛି। ସୋମବାର ପ୍ରଶାସନିକ...

Advertisement
Archives

Model This Week