‘ପର୍ଯ୍ୟଟନ ବିକାଶ ପାଇଁ ଖୁବ୍‌ଶୀଘ୍ର ମାଷ୍ଟରପ୍ଲାନ୍‌’

ଢେଙ୍କାନାଳ ଅଫିସ, ୧୨।୬ ଢେଙ୍କାନାଳର ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ଖୁବ୍‌ଶୀଘ୍ର ମାଷ୍ଟର ପ୍ଲାନ୍‌ କରାଯିବ। ଜନପ୍ରତିନିଧି, ଜିଲାପାଳ, ରାଜ୍ୟସ୍ତରୀୟ ସଚିବମାନଙ୍କ ସହ ଏ ନେଇ ଆଲୋଚନା କରାଯିବ। ଏହାପରେ ପର୍ଯ୍ୟାୟକ୍ରମେ ପର୍ଯ୍ୟଟନସ୍ଥଳୀର ଉନ୍ନତୀକରଣ ହେବ। ସମସ୍ତଙ୍କ ସହଯୋଗରେ ଓଡ଼ିଆ ଭାଷା ଓ ସାହିତ୍ୟ ରୁଦ୍ଧିମନ୍ତ ହୋଇପାରିବ ବୋଲି କହିଛନ୍ତି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର। ସପ୍ତଶଯ୍ୟାସ୍ଥିତ କଳାକୃତି ଗ୍ରାମ ସଦେଇବେରେଣୀ-ନବଜୀବନପୁରରେ ଦୁଇଦିନ ଧରି ଚାଲିଥିବା ପ୍ରଥମ ସପ୍ତଶଯ୍ୟା ହସ୍ତଶିଳ୍ପ ଓ ସାଂସ୍କୃତିକ ମହୋତ୍ସବର ଶନିବାର ଉଦ୍‌ଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଏହା କହିଛନ୍ତି।
ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓର୍‌ମାସ, ଜିଲା ପ୍ରଶାସନ ଏବଂ ଜିଲା ସଂସ୍କୃତି ପରିଷଦର ମିଳିତ ସହଯୋଗରେ ଆୟୋଜିତ ଏହି ମହୋତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପରଜଙ୍ଗ ବିଧାୟକ ଡା. ନୃସିଂହ ଚରଣ ସାହୁ କହିଲେ, ଢେଙ୍କାନାଳରେ କପିଳାସ, ସପ୍ତଶଯ୍ୟା, ଯୋରନ୍ଦା, କୁଅଁାଳୋ ଅଷ୍ଟଶମ୍ଭୁ ମନ୍ଦିର, ଅନନ୍ତଶୟନ, ଦଦରାଘାଟି, ଦଣ୍ଡାଧାର ଜଳଭଣ୍ଡାର ଭଳି ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ରହିଛି। ଏହାକୁ ଆହୁରି ଆକର୍ଷଣୀୟ କରିବାକୁ ସେ ନିବେଦନ କରିଥିଲେ। ବିଧାୟକ ସୁଧୀର କୁମାର ସାମଲ କହିଲେ, ଡୋକ୍ରା ହସ୍ତଶିଳ୍ପ ପାଇଁ ପ୍ରସିଦ୍ଧ ନବଜୀବନପୁରରେ ଏଭଳି ମହୋତ୍ସବର ଆୟୋଜନ କରାଯିବା ସ୍ବାଗତଯୋଗ୍ୟ। ଏହାଦ୍ୱାରା ଜାତୀୟସ୍ତରରେ ପ୍ରସିଦ୍ଧି ଅର୍ଜନ କରିଥିବା ଡୋକ୍ରା ହସ୍ତଶିଳ୍ପର ପ୍ରଚାରପ୍ରସାର ହୋଇପାରିବ। ଜିଲାର ଐତିହ୍ୟସମ୍ପନ୍ନ ମଠମନ୍ଦିରଗୁଡ଼ିକର ବିକାଶ ପାଇଁ ରାଜ୍ୟ ସରକାର ୫୦ କୋଟି ଟଙ୍କା ଦେଇଛନ୍ତି। ପର୍ଯ୍ୟଟକଙ୍କ ସୁବିଧା ପାଇଁ ଗଁଦିଆ, ସପ୍ତଶଯ୍ୟାରେ ମୋବାଇଲ ଟାୱାର ସ୍ଥାପନ କରିବା ପାଇଁ ବିଧାୟକ ପ୍ରସ୍ତାବ ଦେଇଥିଲେ। ଜିଲାପାଳ ସରୋଜ କୁମାର ସେଠୀଙ୍କ ସଭାପତିତ୍ୱରେ ସମ୍ମାନିତ ଅତିଥି ଭାବେ ଜିଲା ପରିଷଦ ସଭାନେତ୍ରୀ ଅର୍ଚ୍ଚନା ପୁହାଣ, ସିଡିଏମ୍‌ଓ ଡା. ଅଶୋକ କୁମାର ଦାଶ ଉପସ୍ଥିତ ଥିଲେ।
ଏହି ଅବସରରେ ଜିଲା ପ୍ରଶାସନ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ ଯୋଜନାକୁ ନେଇ ପ୍ରସ୍ତୁତ ପୁସ୍ତିକା ‘ମାଇଲ୍ସ ଟୁ ଗୋ’ ଉନ୍ମୋଚିତ ହୋଇଥିଲା। ସମାଜସେବା ପାଇଁ ଗଙ୍ଗାଧର ସାମଲ, ଡାକସେବା ପାଇଁ ସୋହନ କୁମାର ମାହୁନ୍ତ, କୃଷି ପାଇଁ ଅଜୟ ପୃଷ୍ଟି, ଅଜିତ ମହନ୍ତ, ଅଶୋକ ପାଣି, ହସ୍ତଶିଳ୍ପ ପାଇଁ ରାଘବ ମହାରଣା, ଦଣ୍ଡନୃତ୍ୟ କଳାକାର ମଦନ ଭୋଳ, ପାଲାଗାୟକ କପିଳେଶ୍ୱର ବେହେରା, ବାଲୁକାଶିଳ୍ପୀ ଦୁଃଖବନ୍ଧୁ ପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପୂର୍ବତନ ବିଚାରପତି ଭିକାରି ଚରଣ ରାଉତ, ଅବନୀ ମିଶ୍ର, ସତ୍ୟସ୍ବରୂପ ଦାସ, ସୁଶାନ୍ତ ପାଣି, ପିଙ୍କି ଝାଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଅତିରିକ୍ତ ଜିଲାପାଳ(ରାଜସ୍ବ) ଉଦୟ ମହାପାତ୍ର ସ୍ବାଗତ ଭାଷଣ ଦେଇଥିବାବେଳେ ଅତିରିକ୍ତ ଜିଲାପାଳ (ସାଧାରଣ) ରମେଶ ଚନ୍ଦ୍ର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛୁଟିଦିନ ପାଇଁ ପିଲାଙ୍କୁ ମିଳିବ ଶୁଖିଲା ରାଶନ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ଛୁଟିଦିନ ପାଇଁ ଛାତ୍ରୀଛାତ୍ରଙ୍କୁ ପିଏମ୍‌ ପୋଷଣ ଯୋଜନାରେ ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ଦିଆଯିବ। ମୋଟ ୧୨ଦିନର ମଧ୍ୟାହ୍ନ ଭୋଜନ ବାବଦକୁ ଶୁଖିଲା...

ଚମକାଇଲା ଅନୁଭବଙ୍କ ପୋଷ୍ଟ, ନବୀନଙ୍କୁ ମାଗିଲେ ଆର୍ଶୀବାଦ…

ଭୁବନେଶ୍ୱର,୨୪।୪: ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବଢିଲା ଚର୍ଚ୍ଚା। ଗତ କିଛିଦିନ ପୂର୍ବରୁ ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ହେଲେ ବୁଧବାର...

ଲୁଙ୍ଗିକୁ ନେଇ ରାଜ୍ୟ ରାଜ୍ୟନୀତିରେ ଚହଳ, ନବୀନ ପିନ୍ଧିଲେ ବୋଲି…

ଭୁବନେଶ୍ୱର,୨୪।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ଗ୍ରୀଷ୍ମଛୁଟିରେ ରୋଷ୍ଟର ଡ୍ୟୁଟି କରିବେ ଶିକ୍ଷକ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ରାଜ୍ୟରେ ଆସନ୍ତା ୨୫ ତାରିଖଠାରୁ ଗ୍ରୀଷ୍ମ ଛୁଟି ଆରମ୍ଭ ହେବ। ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକ ଆଗୁଆ ଗ୍ରୀଷ୍ମ ଛୁଟି କରିବାକୁ...

ନିର୍ବାଚନ ଲଢିପାରିବେନି ମୋକିମ, ମଇଦାନକୁ ଓହ୍ଲାଇଲେ ଝିଅ!

ଭୁବନେଶ୍ୱର,୨୪।୪: ନିର୍ବାଚନ ଯେତେ ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ତେବେ ଲୋକ ସଭା ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବାବେଳେ...

କନଫ୍ୟୁଜରେ ସୁର, ବଡ଼ପୁଅ ନା ସାନପୁଅ ପାଇଁ କରିବେ ପ୍ରଚାର

ଭୁବନେଶ୍ୱର,୨୪।୪: ରୋଚକ ମୋଡ ନେଇଛି ସୁରଙ୍କ ଫ୍ୟାମିଲି ପଲିଟିକ୍ସ । ସାନ ପୁଅ ବିଜେଡି ଟିକେଟ ନେଇ ମଇଦାନକୁ ଓହ୍ଲାଇଥିବା ବେଳେ ବଡ଼ ପୁଅକୁ ନିମାପଡ଼ା...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

ବିଜେଡି ସରକାର ବିରୋଧରେ ଚାର୍ଜସିଟ୍‌ ଆଣିଲା ଭାଜପା

ଭୁବନେଶ୍ୱର,୨୪।୪: ବିଜେଡି ବିରୋଧରେ ଚାର୍ଜସିଟ୍‌ ଆଣିଲା ଭାଜପା। ବିଜେଡି ସରକାରରେ ଅନ୍ୟାୟ, ଦୁର୍ନୀତି, ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା, ମହିଳା ବିରୋଧୀ ହିଂସାକୁ ଚାର୍ଜସିଟରେ ସ୍ଥାନ ଦେଇଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri