ଆମ ଜିଲା ଖବର

ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର

କୁଚିଣ୍ଡା,୮।୫(ଡି.ଏନ.ଏ.): ସମ୍ବଲପୁର ଜିଲା କୁଚିଣ୍ଡା ତହସିଲର ଅତିରିକ୍ତ ତହସିଲଦାର ସାରଦା ମହାରଣା ଶନିବାର ସାରେ ଜଣେ ବ୍ୟକ୍ତିଙ୍କଠାରୁ ପୋଖରୀ ଖନନରେ ବ୍ୟବହୃତ ଜବତ ଗାଡି ରିଲିଜ ପାଇଁ ଲାଞ୍ଚ ନେଉଥିବା ବେଳେ ସମ୍ବଲପୁର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। କୁଚିଣ୍ଡା ତହସିଲ ଅନ୍ତର୍ଗତ…

ମାଓବାଦୀଙ୍କ ଟାର୍ଗେଟରେ ଛତିଶଗଡ଼ ମନ୍ତ୍ରୀ ମାଓବାଦୀ ସଙ୍ଗଠନ ପକ୍ଷରୁ ଚିଠି ଜାରି

ମାଲକାନଗିରି,୮।୫(ଡି.ଏନ୍‌.ଏ.): କଂଗ୍ରେସ ଶାସନାଧୀନ ଛତିଶଗଡ଼ର ମନ୍ତ୍ରୀ କବାସି ଲକ୍ଷ୍ମାଙ୍କ ବିରୋଧରେ ମାଓବାଦୀମାନେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ ପୁଞ୍ଜିପତିଙ୍କ ଇଙ୍ଗିତରେ ଚାଲିବା ସହ ଆଦିବାସୀଙ୍କ ସଂସ୍କୃତି ନଷ୍ଟକରି ଅନ୍ୟ ସଂସ୍କୃତିକୁ ପ୍ରୋତ୍ସାହିତ କରୁଛନ୍ତି ବୋଲି ଛତିଶଗଡ଼ର ବସ୍ତର ଜିଲା ସାଉଥ୍‌ ସବ୍‌…

ସରିଲା ମାଟ୍ରିକ ପରୀକ୍ଷା: ଉତ୍ତର ପତ୍ର ଆସିବା ପରେ ଅନୁପସ୍ଥିତ ପିଲାଙ୍କ ସଂଖ୍ୟା କହିପାରିବୁ: ବୋର୍ଡ ସଭାପତି

କଟକ ଅଫିସ,୮।୫: ଚଳିତ ବର୍ଷର ମାଟ୍ରିକ ସମେଟିଭ-୨ ପରୀକ୍ଷା ଶନିବାର ଶେଷ ହୋଇଛି। ଶେଷଦିନରେ ସାମାଜିକ ବିଜ୍ଞାନ ପରୀକ୍ଷା ଥିବାବେଳେ ଏଥିରେ କପି କରି ୪୩ ଜଣ ପରୀକ୍ଷାର୍ଥୀ ଧରାପଡ଼ିଛନ୍ତି। ଗତ ୨୯ ତାରିଖରୁ ଆରମ୍ଭ ହୋଇଥିବା ଏହି ପରୀକ୍ଷାରେ ମୋଟ୍‌…

ସ୍କୁଲ, ହଷ୍ଟେଲରୁ ୬୪ ପିଲା କରୋନା ପଜିଟିଭ

ରାୟଗଡ଼ା ଅଫିସ,୮।୫: କରୋନା ସ୍ଥିତିରେ ସୁଧାର ଆସିବା ପରେ ସମସ୍ତ ସ୍କୁଲ ଏବଂ ହଷ୍ଟେଲଗୁଡ଼ିକ ଖୋଲିଛି। ପିଲାମାନେ ଏକଠି ବସି ପଢ଼ିବା ସହ ହଷ୍ଟେଲରେ ଗୋଟିଏ ରୁମ୍‌ରେ ରହୁଛନ୍ତି। ଏଭଳି ପରିସ୍ଥିତିରେ ଏବେ ପୁଣି କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।…

ବେଡ୍‌ରେ ରୋଗୀ, ତଳେ ମୃତଦେହ

କଟକ ଅଫିସ,୮।୫: ବେଡ୍‌ ଉପରେ ଚାଲିଛି ରୋଗୀ ଚିକିତ୍ସା, ତଳେ ପଡିଛି ମୃତଦେହ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଏସ୍‌ସିବି ମେଡିକାଲ କାଜୁଆଲ୍‌ଟିରେ। ଏହି ଘଟଣା ଲୋକଲୋଚନକୁ ଆସିବା ପରେ ମେଡିକାଲ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ୨୪…

୧୫ ଦିନ ହେବ ଟ୍ରାନ୍ସଫର୍ମର ଅଚଳ, ଅନ୍ଧାରରେ ଉପଭୋକ୍ତା

କୋକସରା,୭ା୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଗୋତମୁଣ୍ଡା ପଞ୍ଚାୟତର କରାଡଙ୍ଗରୀପଡ଼ା ଓ ଟେମେରା ପଞ୍ଚାୟତର ଖୁର୍ସେଲଗୁଡ଼ା ଗ୍ରାମରେ ଥିବା ବିପିଏଲ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ୧୫ ଦିନ ହେବ ପୋଡ଼ିଯାଇଛି। ଫଳରେ ଉଭୟ ଗ୍ରାମର ଉପଭୋକ୍ତା ଅନ୍ଧାରରେ ଦିନ କାଟୁଛନ୍ତି। କରାଡଙ୍ଗରୀ ପଡ଼ାରେ…

ଫଳ କିଣାକୁ ନେଇ ୨ ଗ୍ରାହକଙ୍କୁ ହାଣିଲେ ଦୋକାନୀ

ଯାଜପୁର ଟାଉନ,୭ା୫(ଡି.ଏନ.ଏ.): ଯାଜପୁର ଥାନା ଅନ୍ତର୍ଗତ ଖଣ୍ଡରା ଛକରେ ଶନିବାର ଜଣେ ଫଳ ଦୋକାନୀଙ୍କ ଆକ୍ରମଣରେ ପୌରାଞ୍ଚଳ ଅନ୍ତର୍ଗତ ବୈଦ୍ୟରାଜପୁରର କେବୁଲ ବ୍ୟବସାୟୀ ସଞ୍ଜିତ୍‌ କୁମାର ସାହୁ ଓ ତାଙ୍କର ଜଣେ ସହଯୋଗୀ ପ୍ରମୋଦ ପରିଡ଼ା ଗୁରୁତର ହୋଇଛନ୍ତି। ସଞ୍ଜିତ୍‌ଙ୍କ ବେକକୁ…

ଟ୍ରେନ୍‌ ଧକ୍କାରେ ୩ ଗାଈଙ୍କ ଜୀବନ ଗଲା

କେନ୍ଦୁଝର,୭ା୫(ସ୍ବ.ପ୍ର.): ସ୍ଥାନୀୟ ନରଣପୁର ରେଲଓ୍ବେ ଷ୍ଟେଶନ ନିକଟରେ ରେଳ ଦୁର୍ଘଟଣା ଘଟି ୩ ଗାଈଙ୍କର ମୃତ୍ୟୁ ଘଟିଛି। ଷ୍ଟେଶନଠାରୁ ମାତ୍ର ୫୦୦ ମିଟର ଦୂର ରେଲଓ୍ବେ ଓଭର ବ୍ରିଜ ନିକଟରେ ଏହି ଦୁର୍ଘଟଣା ଘଟିଛି। ଏଠାରେ ବାରମ୍ବାର ଦୁର୍ଘଟଣା ଘଟି ଗୃହପାଳିତ…

ମାଟ୍ରିକ ପରୀକ୍ଷା ସରିବା ଖୁସିରେ ଡିଜେ ବଜାଇ ନାଚିଲେ

ଦିଗପହଣ୍ଡି,୭।୫(ଡି.ଏନ୍‌.ଏ.): ଚଳିତ ବର୍ଷର ମାଟ୍ରିକ୍‌ ପରୀକ୍ଷା ଶନିବାର ଶେଷ ହୋଇଛି। ସାଧାରଣତଃ ପରୀକ୍ଷା ସରିବା ପରେ ଭବିଷ୍ୟତକୁ ନେଇ ପିଲାମାନେ ଚିନ୍ତିତ ହୋଇପଡ଼ିବା ନଚେତ ସ୍କୁଲ ପଢ଼ା ଶେଷ ହେବା ନେଇ ଦୁଃଖରେ ଥିବା ଦେଖାଯାଏ। ହେଲେ ଏବର୍ଷ ଏହାର ବିପରୀତ…

ସୁମିତ-ତପସ୍ବିନୀ ବିବାଦ: ଶେଷ ମଧ୍ୟସ୍ଥତା ବିଫଳ

କଟକ ଅଫିସ,୭।୫: ବ୍ରହ୍ମପୁର ବହୁଚର୍ଚ୍ଚିତ ସୁମିତ ଓ ତପସ୍ବିନୀ ପାରିବାରିକ ବିବାଦ ମାମଲାରେ ଶେଷ ମଧ୍ୟସ୍ଥତା ବିଫଳ ହୋଇଛି। ଶନିବାର ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଚାଲିଥିବା ଏହି ମଧ୍ୟସ୍ଥତାର ଶେଷ ତାରିଖ ଥିଲା। ତେବେ ଆସନ୍ତା ୯ ତାରିଖରେ ପୁଣି ହାଇକୋର୍ଟ…

୮ ମଦ୍ୟପ ଚାଳକ କୋର୍ଟ ଚାଲାଣ

ବଡ଼ବିଲ,୭ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ପୋଲିସ ୮ ଜଣ ମଦ୍ୟପ ଚାଳକଙ୍କୁ ଗିରଫ କରି ଶନିବାର ଅପରାହ୍ନରେ କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଆଜାଦ ବସ୍ତି ଅଞ୍ଚଳର ବିକାଶ ଗୋପ, ବଡ଼ବିଲ କେ-ଅଲି ମହଲ୍ଲା ଅଞ୍ଚଳର ରାଜୁ…

ମାଉସୀମା ମନ୍ଦିର ନିକଟରେ ଶୌଚାଳୟ ନିର୍ମାଣ, ସାଧାରଣରେ ଅସନ୍ତୋଷ

କେନ୍ଦୁଝର,୭ା୫(ସ୍ବ.ପ୍ର.): କେନ୍ଦୁଝର ପୁରୁଣା ସହର ମାଉସୀମା ମନ୍ଦିର ନିକଟରେ ଶୌଚାଳୟ ନିର୍ମାଣ କରିବା ସହ ମନ୍ଦିର ପାର୍ଶ୍ୱଦେଇ ସେଠାକୁ ଯିବା ପାଇଁ ରାସ୍ତା ନିର୍ମାଣ କରାଯାଇଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି। ରଥଯାତ୍ରା ସମୟରେ ପ୍ରବଳ ଭକ୍ତଙ୍କ ସମାଗମ ହେବାକୁ ଥିବାରୁ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?