ଜିଲାର ଉନ୍ନତି ପାଇଁ ପ୍ରସ୍ତୁତ ହେଲା ଭିଜନ ବାଲେଶ୍ୱର ୨୦୩୦

ବାଲେଶ୍ୱର ଅଫିସ, ୧୨।୬ ବାଲେଶ୍ୱର ସହରସ୍ଥିତ ଟେକ୍‌ନିକାଲ ପଡିଆ ଛକରେ ଥିବା ଏକ ଘରୋଇ ହୋଟେଲ ସମ୍ମିଳନୀ କକ୍ଷରେ ସାମାଜିକ ସଙ୍ଗଠନ ଫ୍ୟୁଚର ବାଲେଶ୍ୱର ପକ୍ଷରୁ ଜିଲାର ସାମଗ୍ରିକ ବିକାଶ ପାଇଁ ବରିଷ୍ଠ ନାଗରିକଙ୍କ ଅଭିଜ୍ଞତା, ଅନୁଭୂତି ଓ ଉପଦେଶ ଗ୍ରହଣ ପୂର୍ବକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ସଙ୍ଗଠନ ସଭାପତି ଆଇନଜୀବୀ ବିଜୟ ପାଣିଗ୍ରାହୀ ଯୋଗଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ବାଲେଶ୍ୱର ଜିଲାରେ ବିକାଶ ନୂତନ ରୂପରେଖ ପ୍ରସ୍ତୁତି ନିମନ୍ତେ ସଙ୍ଗଠନ ପକ୍ଷରୁ ବରିଷ୍ଠ ନାଗରିକଙ୍କ ମତାମତ ଓ ପରାମର୍ଶ ଅନୁଯାୟୀ ଭିଜନ-୨୦୩୦ ପ୍ରସ୍ତୁତ କରାଯାଉଥିବା ସେ ସୂଚନା ଦେଇଥିଲେ।
ଜିଲାରେ କୃଷିର ଉନ୍ନତି ପାଇଁ ସମସ୍ତ ଅଚଳ ଉଠାଜଳସେଚନ ପଏଣ୍ଟ କାର୍ଯ୍ୟକ୍ଷମ, ନଦୀବନ୍ଧ ଯୋଜନା କାର୍ଯ୍ୟକାରୀ, ପ୍ରତ୍ୟେକ ବ୍ଲକରେ କୋଲ୍ଡଷ୍ଟୋର ସ୍ଥାପନ ଓ ମଣ୍ଡି ଜରିଆରେ ସମସ୍ତ କୃଷି ସାମଗ୍ରୀ କ୍ରୟ ସହିତ ଜିଲାରେ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଦାବି କରିଥିଲେ। ସେହିପରି ଶିକ୍ଷାକ୍ଷେତ୍ରର ଉନ୍ନତି ପାଇଁ ସମସ୍ତ ସ୍କୁଲ କଲେଜକୁ ସରକାରୀ ନିୟନ୍ତ୍ରଣକୁ ଅଣାଯିବା ସହ କ୍ୟାମ୍ପସ ନ ଥିବା ସ୍କୁଲକୁ ବାତିଲ କରିବା, ବାଲେଶ୍ୱରରେ ମେଡିକାଲ କଲେଜ ପ୍ରତିଷ୍ଠା ହେବା ସତ୍ତ୍ୱେ ପ୍ରତିଦିନ କଟକ ବା ଭୁବନେଶ୍ୱରକୁ ଶତାଧିକ ରୋଗୀ ସ୍ଥାନାନ୍ତର ହେଉଛନ୍ତି। ଏହାକୁ ରୋକିବା ଦିଗରେ ପଦକ୍ଷେପ ସହ ବାଲେଶ୍ୱରରେ ଆୟୁର୍ବେଦିକ ହସ୍‌ପିଟାଲ ଓ ହୋମିଓପାଥିକ ଚିକିତ୍ସାଳୟ ସ୍ଥାପନ, ଜଳେଶ୍ୱରରୁ ଉଦୟପୁର ପର୍ଯ୍ୟନ୍ତ ରେଳପଥ, ନୀଳଗିରରୁ ପାସେଞ୍ଜର ଟ୍ରେନ ବାଙ୍ଗିରିପୋଷି ପର୍ଯ୍ୟନ୍ତ ସମ୍ପ୍ରସାରଣ, ବାଲେଶ୍ୱର ସହର ଅବରୋଧମୁକ୍ତ ରାସ୍ତା ପାଇଁ ସରକାରୀ ସ୍ଥାନରେ ବହୁତଳ ବିଶିଷ୍ଟ ମାର୍କେଟ ବିଲଡିଂ, ବାଲେଶ୍ୱର କୋର୍ଟ ସ୍ଥାନାନ୍ତର ପରେ ସେଠାରେ ମାର୍କେଟ ବିଲଡିଂ ନିର୍ମାଣ ସହ ଉଠାଦୋକାନୀଙ୍କୁ ଥଇଥାନ, ପାର୍କିଂ ବ୍ୟବସ୍ଥା ନ ଥିବା ସପିଂମଲ୍‌କୁ ସିଲ୍‌ କରିବା, ଜିଲାବାସୀଙ୍କୁ ସବ୍‌ସିଡି ଦରରେ ବିଦ୍ୟୁତ ସେବା ସହ ସହରରେ ଭୂତଳ କେବୁଲ ବିଛାଯାଇ ବିଦ୍ୟୁତଯୋଗାଣ, ଅମୃତ ସହର ଯୋଜନାରେ କାର୍ଯ୍ୟକାରୀ ପାନୀୟଯୋଗାଣ ପ୍ରକଳ୍ପ ତୁରନ୍ତ ସମ୍ପୂର୍ଣ୍ଣ, ସହର ଉପକଣ୍ଠରେ ପାର୍କ ଓ ଷ୍ଟାଡିୟମ ନିର୍ମାଣ, ସହର ଭିଡ କମାଇବାକୁ ଜେଲ୍‌, ସବ୍‌ରେଜିଷ୍ଟ୍ରାର, ଜିଲା ଶିକ୍ଷାଧିକାରୀ କାର୍ଯ୍ୟାଳୟ ଓ ବସ୍‌ଷ୍ଟାଣ୍ଡ ସ୍ଥାନାନ୍ତର ପାଇଁ ପଦକ୍ଷେପ ନେବା ପାଇଁ ଆଲୋଚନାଚକ୍ରରେ ଦାବି ଉପସ୍ଥାପନ କରାଯାଇଥିଲା। ଏଭଳି ଦାବି ସମେତ ସମାଜର ବିଭିନ୍ନ ବର୍ଗର ଲୋକଙ୍କ ପ୍ରସ୍ତାବକୁ ନେଇ ଅନୁଷ୍ଠାନ ପକ୍ଷରୁ ଭିଜନ ୨୦୩୦ ପୁସ୍ତିକା ପ୍ରସ୍ତୁତ ସହ ଆଗାମୀ ଦିନରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ମୁଖ୍ୟଶାସନ ସଚିବଙ୍କୁ ପ୍ରଦାନ କରାଯିବ। ଏହି ଅବସରରେ ସର୍ବୋଦୟ ନେତା ବିଧାନଚନ୍ଦ୍ର ରାୟ, ଇଂ. ରମାକାନ୍ତ ଗୋଚ୍ଛାୟତ, ଅବସରପ୍ରାପ୍ତ ସଂସ୍କୃତ ଅଧ୍ୟାପକ ଶାନ୍ତିପଦ ପଣ୍ଡା ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହା ସହିତ କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ବରିଷ୍ଠ ନାଗରିକଙ୍କୁ ସଙ୍ଗଠନ ପକ୍ଷରୁ ସମ୍ମାନିତ କରାଯାଇଥିଲା। ଭବାନୀଶଙ୍କର ପଣ୍ଡା, ସୁଦୀପ୍ତ ପିଟର, ସୌମ୍ୟରଞ୍ଜନ ପାତ୍ର, ମୃତ୍ୟୁଞ୍ଜୟ ତ୍ରିପାଠୀ, ଦୁକୁଲ ଘଡେଇ, ରଞ୍ଜନ ପାଣିଗ୍ରାହୀ, ମହେଶ୍ୱର ପଣ୍ଡା ପ୍ରମୁଖ ସଙ୍ଗଠନର ସଦସ୍ୟମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ମୌଳିକ ସୁବିଧାରୁ ବଞ୍ଚିତ ୯୯ ଛାତ୍ରୀଛାତ୍ର

ବାଲେଶ୍ୱର,୮।୧୦,(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ହରିପୁର ପଞ୍ଚାୟତରେ ୧୯୫୯ ମସିହାରେ କସିମିଳା ସରକାରୀ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହୋଇଥିଲା। ଏଠାରେ ଶିଶୁ ବାଟିକାଠାରୁ ପଞ୍ଚମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?