ସୁରକ୍ଷା ଦେଇପାରୁନାହାନ୍ତି ସରକାର

ବଇଣ୍ଡା,୧୨।୬(ଡି.ଏନ.ଏ.) ଗଛ କଟା ବିରୋଧରେ ଏବେ ସବୁଠି ଶାଣିତ ହେଉଛି ସ୍ବର। ପରିବେଶ ସୁରକ୍ଷାକୁ ପ୍ରାଥମିକତା ଦେବାକୁ ସମସ୍ତେ କରୁଛନ୍ତି ଦାବି। ଚାରା ରୋପଣରେ ଅଟକି ନ ଯାଇ ତାହାକୁ ବଞ୍ଚାଇବା ଉପରେ ଗୁରୁତ୍ୱ ଦେବାକୁ କରାଯାଉଛି ସଚେତନ। ହେଲେ ଅନୁଗୋଳ ଜିଲା ହଣ୍ଡପା ରେଞ୍ଜ ପେଡିପଥର ସେକ୍ସନ ଅଧୀନରେ ଥିବା ରାଇନାଳୀ ଜଙ୍ଗଲରୁ ଦୈନିକ ମୂଲ୍ୟବାନ ଗଛ କଟାଯାଇ ଚୋରା ଚାଲାଣ ହେଉଥିଲେ ମଧ୍ୟ ବନ ବିଭାଗ ତାହାକୁ ରୋକିପାରୁ ନାହିଁ। କାଠ ମାଫିଆମାନେ କ୍ୟାମ୍ପ କରି ଶତାଧିକ ଗଛ କାଟି ନେଉଥିବାରୁ ଏହି ଜଙ୍ଗଲ ପ୍ରତି ବିପଦ ସୃଷ୍ଟି ହୋଇଛି। ରାଇନାଳୀ ଗ୍ରାମବାସୀଙ୍କ ବାରମ୍ବାର ଅଭିଯୋଗ ସତ୍ତ୍ୱେ ଜଙ୍ଗଲର ସୁରକ୍ଷା ଦିଗରେ ସରକାରଙ୍କ ପକ୍ଷରୁ ଯଥେଷ୍ଟ ଧ୍ୟାନ ଦିଆଯାଉ ନ ଥିବା ଅଭିଯୋଗ ହେଉଛି। ତୁରନ୍ତ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଗ୍ରାମବାସୀ ଗୁରୁବାର ଅନୁଗୋଳ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଆଠମଲ୍ଲିକ ଉପଖଣ୍ଡର ଅନେକ ଅଞ୍ଚଳ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ। ହଣ୍ଡପା ରେଞ୍ଜରେ ଥିବା ରାଇନାଳୀ ଜଙ୍ଗଲରେ ବହୁ ମୂଲ୍ୟବାନ ଗଛ ରହିଛି। ୧୯୮୮ ମସିହାରେ ବନ ବିଭାଗ ପକ୍ଷରୁ ଏଠାରେ ୮ ହଜାର ୬୦୦ ଶାଗୁଆନ, ଶାଳ, ଶିଶୁ ଗଛ ଲଗାଯାଇଥିଲା। ଏହି ଗଛଗୁଡିକ ବଡ ହୋଇଯାଇଥିବାରୁ ଏହା ଉପରେ କାଠ ମାଫିଆଙ୍କ ନଜର ପଡ଼ିଛି। ସେମାନେ ରାତିରେ ଜଙ୍ଗଲରେ ଅସ୍ଥାୟୀ କ୍ୟାମ୍ପ କରି ଦାମୀ ଗଛଗୁଡିକୁ କଟରରେ କାଟି ଅନ୍ୟ ସ୍ଥାନରେ ଲୁଚାଇ ରଖୁଛନ୍ତି। ପରେ ତାହାକୁ ପଟା କରି ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଚାଲାଣ କରୁଛନ୍ତି। ଅନେକ ସମୟରେ ନାମୀଦାମୀ ଗାଡ଼ିରେ ଏହି ଚୋରା କାଠ, ପଟା ଚାଲାଣ କରାଯାଉଥିଲେ ମଧ୍ୟ ବନ ବିଭାଗ ପକ୍ଷରୁ ସେପରି ପଦକ୍ଷେପ ନିଆଯାଉ ନାହିଁ। ଏ ପରିକି ବନ କର୍ମଚାରୀମାନେ ରାତିରେ ଠିକ୍‌ ଭାବେ ପାଟ୍ରୋଲିଂ କରୁନାହାନ୍ତି। ସୁରକ୍ଷା କ୍ଷେତ୍ରରେ ବନ ବିଭାଗର ଏପରି ଅବହେଳାର ସୁଯୋଗ ନେଇ କାଠ ମାଫିଆମାନେ ସେମାନଙ୍କ କାର୍ଯ୍ୟକଳାପକୁ ଜୋର୍‌ଦାର କରିଛନ୍ତି। କେତେଜଣ ମାଫିଆ ବନ ବିଭାଗର କେତେଜଣ ତଳିଆ କର୍ମଚାରୀଙ୍କୁ ହାତ କରି ନିର୍ଭୟରେ କାରବାର ଚଳାଇଛନ୍ତି। ଦୀର୍ଘଦିନ ହେଲା ଚାଲିଥିବା ଅବାଧ କାଠ ଚାଲାଣକୁ ରୋକା ନ ଗଲେ ଆଗାମୀ ଦିନରେ ଏହି ଜଙ୍ଗଲ ଧ୍ବଂସ ପାଇଯିବ ବୋଲି ଗ୍ରାମବାସୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ଟେକ୍ନିକାଲ ଆସିଷ୍ଟାଣ୍ଟ

ଭଦ୍ରକ ଅଫିସ,୧୮।୬: ଭଦ୍ରକ ଡିପିସି ଅଫିସର ଟେକ୍ନିକାଲ ଆସିଷ୍ଟାଣ୍ଟଙ୍କ ଘରେ ଗୁରୁବାର ଭଦ୍ରକ ଓ ବାଲେଶ୍ୱର ଭିଜିଲାନ୍ସ ମିଳିତ ଭାବେ ଚଢ଼ାଉ କରଛନ୍ତି। ଆୟ ବର୍ହିଭୁତ...

ସମସ୍ୟା ବଢ଼ାଉଛି ଫେକ୍‌ କଲ୍‌: ୧୦୮ ଆମ୍ବୁଲାନ୍ସ ଡାକି ସମ୍ପର୍କୀୟଙ୍କ ଘରକୁ ଗଲେ ଯୁବକ

ଭୁବନେଶ୍ୱର,୨।୩(ବ୍ୟୁରୋ): ୧୦୮ ଆମ୍ବୁଲାନ୍ସ ପାଇଁ ଦିନକୁ ଦିନ ଫେକ୍‌ କଲ୍‌ ସମସ୍ୟା ସୃଷ୍ଟି କରୁଛି। ଅନେକ ସମୟରେ ଅସୁବିଧାର ବାହାନା କରି ଲୋକେ ଏହି ଜରୁରିକାଳୀନ...

ଆଜି ଆଉ ଜଣଙ୍କର ମୃତଦେହ ଜବତ

ଯାଜପୁର ଅଫିସ, ୧୯।୩: ଯାଜପୁର ଟାଉନ୍‌ ଥାନା ବଡ଼ସୁଆର ନିକଟରେ ଖରସ୍ରୋତାରେ ବୁଡିଯିବା ଘଟଣାରେ ଆଜି ଆଉ ଜଣଙ୍କର ମୃତଦେହ ଜବତ କରାଯାଇଛି। ଏହାକୁ ମିଶାଇ...

ଅର୍ଚ୍ଚନାଙ୍କ ବେଆଇନ ଅର୍ଥ କାରବାର ମାମଲା: ଆଜି ଚାର୍ଜଶିଟ୍‌ ଦାଖଲ କରିବ ଇଡି

ଭୁବନେଶ୍ୱର,୯।୧(ବ୍ୟୁରୋ): ବେଆଇନ ଅର୍ଥ କାରବାର ମାମଲାରେ ଚର୍ଚ୍ଚିତ ବ୍ଲାକ୍‌ମେଲର ଅର୍ଚ୍ଚନା ନାଗ, ସ୍ବାମୀ ଜଗବନ୍ଧୁ ଚାନ୍ଦ ଓ ବ୍ୟବସାୟିକ ସହଯୋଗୀ ଖଗେଶ୍ୱର ପାତ୍ର ଝାରପଡ଼ା ଜେଲରେ...

‘କୋଭିଡ୍‌ ମୁକାବିଲା ପାଇଁ ପ୍ରସ୍ତୁତ ରୁହ’

ଭୁବନେଶ୍ୱର,୨୫।୪(ବ୍ୟୁରୋ): କରୋନାର ୪ର୍ଥ ଲହରକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, କୋଭିଡ୍‌ ମୁକାବିଲା ପାଇଁ ପ୍ରସ୍ତୁତ ରୁହ, ସବୁ...

ଡିଗ୍ରୀ କଲେଜ ଗଭର୍ଣ୍ଣିଂ ବଡି ଭାଙ୍ଗିଲା

ଭୁବନେଶ୍ୱର,୨୪।୧(ବ୍ୟୁରୋ): ଭାଙ୍ଗିଲା ଡ୍ରିଗ୍ରୀ କଲେଜ ଗଭର୍ଣ୍ଣିଂ ବଡି। ସମସ୍ତ ବେସରକାରୀ ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜର ଗଭର୍ଣ୍ଣିଂ ବଡି ଭାଙ୍ଗିବା ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଶୁକ୍ରବାର...

ଓଡ଼ିଶାରେ ବି ପାଳନ ହେଉନି ନିୟମ

ଭୁବନେଶ୍ୱର(ବ୍ୟୁରୋ),୧୪ା୬: ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ସାଢ଼େ ୮ଲକ୍ଷରୁ ଊର୍ଦ୍ଧ୍ୱ ଲୋକ କରୋନାରେ ସଂକ୍ରମିତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ପ୍ରାୟ ୮ ଲକ୍ଷ ସୁସ୍ଥ ହୋଇ ଘରକୁ...

ସନ୍ଦେହରେ ଅବକାରୀ ବିଭାଗ ଆଭିମୁଖ୍ୟ

ବଇଣ୍ଡା,୧।୪ (ପରିକ୍ଷିତ ସାହୁ) ଭଡ଼ାଘରେ ଚାଲିଥିବା ବଇଣ୍ଡା ଅବକାରୀ ଥାନା ଭଙ୍ଗାଯିବା ପରେ ନୂଆ କାର୍ଯ୍ୟାଳୟ ସ୍ଥାପନ ପାଇଁ ନିଷ୍ପତ୍ତି ନିଆଗଲା। ୩୩ ଲକ୍ଷ ଟଙ୍କା...

Advertisement
Archives

Model This Week