ଖର୍ଚ୍ଚ ୨୨ କୋଟି: ଝୁଡ଼ି, କୋଦାଳଟିଏ କିଣାଯାଇନି

କେନ୍ଦ୍ରାପଡ଼ା ଅଫିସ, ୧୩ା୬: କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ବାଳକାଟି ପଞ୍ଚାୟତ ଚୂନବନ୍ଧ ଗଁାର ଏକ ପୋଖରୀ ଖନନ ହେଉଛି। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ପ୍ରାୟ ୧୦ ଲକ୍ଷ ଟଙ୍କା ବ୍ୟୟ ହେଉଛି। ତେବେ ଏହି ପ୍ରକଳ୍ପ କାର୍ଯ୍ୟ ଶ୍ରମିକ ବଦଳରେ ମେଶିନ ଦ୍ୱାରା କରାଯାଉଛି। ଶ୍ରମିକ ବଦଳରେ ମେଶିନ କାର୍ଯ୍ୟ କରିବା କେବଳ ଚୂନଡିହ ପଞ୍ଚାୟତରେ ସୀମିତ ନୁହେଁ। ଜିଲା ସାରା ଏପରି ଅଭିଯୋଗ ହେଉଛି। ସବୁଠାରୁ ବଡ଼କଥା, ଏହି ଯୋଜନାରେ ଶ୍ରମିକଙ୍କ ପାଇଁ ୬୦% ଓ ସାମଗ୍ରୀ ବାବଦ ୪୦% ଖର୍ଚ୍ଚ ଧାର୍ଯ୍ୟ ହୋଇଥିବା ବେଳେ ଏପ୍ରିଲ ପହିଲାରୁ ଅଦ୍ୟାବଧି ୨୨ କୋଟି ୩୭ ଲକ୍ଷ ୧ ହଜାର ଟଙ୍କା ବ୍ୟୟ ହୋଇଥିବା ବେଳେ ସାମଗ୍ରୀ ବାବଦ ଟଙ୍କାଟିଏ ଖର୍ଚ୍ଚ ହୋଇ ନ ଥିବା ବିଭାଗୀୟ ୱେବ୍‌ରୁ ତଥ୍ୟ ମିଳିଛି। ଅର୍ଥାତ୍‌ ମାଟି କାମ ହେଉଥିଲେ ମଧ୍ୟ କୋଡ଼ି, କୋଦାଳ, ଝୁଡିଟିଏ କିଣା ଯାଇନାହିଁ। ସେହିପରି ପ୍ରଚଣ୍ଡ ଖରା ସମୟରେ ଶ୍ରମିକଙ୍କ ପାଇଁ ଛାମୁଡିଆ ସହ ପାଣି କଳସଟିଏ କିଣାଯାଇନି।
ଏ ସମ୍ପର୍କରେ ସାମାଜିକ କର୍ମୀ ସୁଖଦାନନ୍ଦ ପ୍ରଧାନ, ଅମରବର ବିଶ୍ୱାଳ, ମୀର ଅବୁ ଓବେଦା ପ୍ରମୁଖ କୁହନ୍ତି, କେନ୍ଦ୍ରାପଡ଼ା ଜିଲାର ଅର୍ଥନୀତି କୃଷିଭିତ୍ତିକ। ତେବେ କୃଷି ଶ୍ରମିକଙ୍କ ପାଇଁ ଭିତ୍ତିଭୂମି ନ ଥିବାରୁ ଜିଲା ବାହାରକୁ କର୍ମ ନିଯୁକ୍ତି ପାଇଁ ଯାଉଛନ୍ତି। କରୋନା ସଂକ୍ରମଣ ସମୟରେ ଏହି ପ୍ରବାସୀ ଶ୍ରମିକ ଘରକୁ ଫେରିଥିବା ବେଳେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ସହାୟକ ହୋଇଥାନ୍ତା। ଯୋଜନାରେ ଅନୂ୍ୟନ ୧୦୦ ଦିନର କାର୍ଯ୍ୟ ଯୋଗାଣ ପାଇଁ ପ୍ରାବଧାନ ଅଛି। ଏଥିସହ ରାଜ୍ୟ ସରକାର ଅଧିକ ୫୦ ଦିନ ପାଇଁ କାମ ଯୋଗାଇବାକୁ ନିୟମ ରଖିଛନ୍ତି। ମାତ୍ର ସବୁଠି ମେଶିନ କାର୍ଯ୍ୟ କରୁଛି। ଗତ ୨୦୨୧-୨୨ ଆର୍ଥିକ ବର୍ଷରେ ଜିଲାରେ ମୋଟ ୨୬ ଲକ୍ଷ ୫୮ ହଜାର ଶ୍ରମ ଦିବସ ସୃଷ୍ଟି କରାଯାଇ ୧୫୪ କୋଟି ୬୬ ଲକ୍ଷ ୩୪ ହଜାର ଟଙ୍କା ଏହି ଯୋଜନାରେ ଖର୍ଚ୍ଚ ହୋଇଛି। ତେବେ ଏଥିରେ ୫୭ କୋଟି ୨୨ ହଜାର ଟଙ୍କା ଶ୍ରମିକ ମଜୁରି ହୋଇଥିବା ବେଳେ ଅବଶିଷ୍ଟ ସାମଗ୍ରୀ କିଣାରେ ଯାଇଛି। ଶ୍ରମିକ ମଜୁରି ୬୦% ଓ ସାମଗ୍ରୀ କ୍ରୟର ୪୦% ହାରର ଅନିୟମିତତାକୁ ଲୁଚାଇବା ପାଇଁ ଚେଷ୍ଟା କରାଯାଇଛି। ଫଳରେ ଚଳିତବର୍ଷ ସାମଗ୍ରୀ କ୍ରୟ ସମ୍ପର୍କରେ ତଥ୍ୟ ଉଲ୍ଲେଖ କରାଯାଉନାହିଁ। ଗତ ଆର୍ଥିକ ବର୍ଷରେ ଜିଲାରେ ଟାଇଲ ରାସ୍ତା ନିର୍ମାଣ ହୋଇଛି। ମାଟି କାମ ହୋଇ ନ ଥିବାରୁ ସାମଗ୍ରୀ ବାବଦରେ ଯନ୍ତ୍ରୀ, ଠିକାଦାର ଲାଭବାନ୍‌ ହୋଇଛନ୍ତି। ସେହିପରି ଏହି ଯୋଜନା ସମ୍ପୂର୍ଣ୍ଣ ଭାବେ ଶ୍ରମିକଙ୍କ କର୍ମ ନିଯୁକ୍ତି ସମସ୍ୟା ଦୂର କରିବାକୁ ହୋଇଥିଲେ ମଧ୍ୟ ମେଶିନରେ କାର୍ଯ୍ୟ ଚାଲିଛି। ଶ୍ରମିକଙ୍କ ନାମ ମଷ୍ଟର ରୋଲରେ ଉଲ୍ଲେଖ କରି ଟଙ୍କା ଉଠାଯାଉଛି। ମେଶିନରେ କାର୍ଯ୍ୟ ହେଉଥିବାରୁ ଆବଶ୍ୟକ ଝୁଡ଼ି, କୋଡ଼ି, କୋଦାଳଠାରୁ ଆରମ୍ଭ କରି ପାଣି ମାଠିଆ କିଣା ଯାଇନାହିଁ। ଯୋଜନାଟି ଏବେ କେତେଜଣ ମୁଷ୍ଟିମେୟ ବ୍ୟକ୍ତି, ରାଜନେତା, ଯନ୍ତ୍ରୀ, ଠିକାଦାର ଓ ପ୍ରଶାସନିକ ଅଧିକାରୀଙ୍କ କବଳକୁ ଚାଲିଯାଇଛି ବୋଲି ସେମାନେ ଦର୍ଶାଇଛନ୍ତି। ଏ ସମ୍ପର୍କରେ ପିଡି ରାଜେନ୍ଦ୍ର କୁମାର ପଣ୍ଡାଙ୍କୁ ପଚାରିବାରେ ସାମଗ୍ରୀ ତଥ୍ୟ ହସ୍ତଗତ ହୋଇ ନ ଥିବାରୁ ୱେବ୍‌ରେ ସ୍ଥାନ ପାଇନାହିଁ। ପ୍ରକଳ୍ପ ଶେଷ ହେଲେ ସମସ୍ତ ବିବରଣୀ ସ୍ଥାନିତ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri