ଆମ ଜିଲା ଖବର

କାର୍ଯ୍ୟକ୍ଷମ ହୋଇପାରୁନି ଉପଖଣ୍ଡ ମାତୃ ଶିଶୁ ଭବନ

ପାଲଲହଡା, ୮।୫(ଡି.ଏନ.ଏ.): ପାଲଲହଡା ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ପରିସରରେ ନିର୍ମାଣ ହେଉଥିବା ୩୦ ଶଯ୍ୟା ବିଶିଷ୍ଟ ମାତୃ ଏବଂ ଶିଶୁ ଭବନ କାର୍ଯ୍ୟ ଶେଷ ହେଉ ନ ଥିବାରୁ ଅସନ୍ତୋଷ ଦେଖାଦେଇଛି। ବର୍ଷକ ମଧ୍ୟରେ କାର୍ଯ୍ୟ ସାରିବାକୁ ଠିକା ସଂସ୍ଥା ଚୁକ୍ତି…

ବଡ଼ଦାଣ୍ଡସାହି ରାସ୍ତା ନବୀକରଣ ଦାବି

ଆଠମଲ୍ଲିକ,୮।୫(ଡି.ଏନ.ଏ.): ଚଳିତବର୍ଷ ରଥଯାତ୍ରା ପୂର୍ବରୁ ଆଠମଲ୍ଲିକ ସହରସ୍ଥିତ ବଡ଼ଦାଣ୍ଡର ନବୀକରଣ କରିବାକୁ ସାଧାରଣରେ ଦାବି ହେଉଛି। ଦୀର୍ଘଦିନ ହେବ ଏହି ରାସ୍ତା ମରାମତି କରାଯାଇ ନାହିଁ। ପାନୀୟ ଜଳ ଯୋଗାଣ ପାଇଁ ରାସ୍ତା ଖୋଳି ପାଇପ ପକାଇବା କାରଣରୁ ଖାଲଖମା ସୃଷ୍ଟି…

ଆର୍ମି ପରୀକ୍ଷା ହେଉ ନ ଥିବାରୁ ଅସନ୍ତୋଷ

ଅନୁଗୋଳ ଅଫିସ, ୮।୫: ଆର୍ମି ନିଯୁକ୍ତି ମେଳାରେ ଯୋଗଦେଇ ଶାରୀରିକ ଓ ଡାକ୍ତରୀ ପରୀକ୍ଷାରେ କୃତକାର୍ଯ୍ୟ ହେଲେ। କିନ୍ତୁ ଲିଖିତ ପରୀକ୍ଷା ଏଯାଏ ହେଉ ନ ଥିବାରୁ ଅନୁଗୋଳର ୧୧୮ ଆଶାୟୀ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବୟସ ଗଡ଼ିଯାଉଥିବାରୁ ତୁରନ୍ତ…

୧୩ରେ ୧୨ ଘଣ୍ଟିଆ ତାଳଚେର ବନ୍ଦ

ତାଳଚେର, ୮।୫(ନି.ପ୍ର.): ତାଳଚେର ମେଡିକାଲ କଲେଜକୁ ସରକାରୀସ୍ତରରେ ତୁରନ୍ତ କାର୍ଯ୍ୟକ୍ଷମ କରିବା ଦାବିରେ ଆସନ୍ତା ୧୩ ତାରିଖରେ ତାଳଚେରରେ ବନ୍ଦ ପାଳନ କରାଯିବ। ଶନିବାର ତାଳଚେର ସରକାରୀ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ତରଫରୁ ସ୍ଥାନୀୟ ଡେରା ଶିବ ମନ୍ଦିର ପରିସରରେ…

ଅମାନିଆ ଚାଳକ ଛାନିଆଁ

ଢେଙ୍କାନାଳ ଅଫିସ, ୮।୫: ଦ୍ରୁତଗତିରେ ବାଇକ୍‌ ଚଳାଇ ସହରର ଗଳିକନ୍ଦିରେ ଆତଙ୍କ ସୃଷ୍ଟି କରୁଥିବା ଅମାନିଆ ଚାଳକଙ୍କ ପ୍ରତି କଠୋର ହୋଇଛି ଢେଙ୍କାନାଳ ଜିଲା ପୋଲିସ। ଆଇନ ଉଲ୍ଲଂଘନ କରି ଗାଡ଼ିଚାଳନା କରୁଥିବା ଏଭଳି ବାଇକ୍‌ ଚାଳକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ…

ସୋମବାର କଟକ ଡିସିପି ଭାବେ ଦାୟିତ୍ୱ ନେବେ ପିନାକ ମିଶ୍ର

କଟକ ଅଫିସ, ୮।୫: କଟକର ନୂଆ ଡିସିପି ଭାବେ ପିନାକ ମିଶ୍ର ସୋମବାର ଦାୟିତ୍ୱ ଗ୍ରହଣ କରିବେ। ସେ ଗତ ଗୁରୁବାରଠାରୁ ବ୍ରହ୍ମପୁର ଏସ୍‌ପି ଦାୟିତ୍ୱରୁ ଛୁଟି ନେଇସାରିଛନ୍ତି । ରବିବାର ସେ କଟକରେ ପହଞ୍ଚିବେ । ପର ଦିନ ୯…

ସମସ୍ୟାରେ ରାମଦେଓ ସ୍ମାର୍ଟ ସ୍କୁଲ

ବଇଣ୍ଡା,୮।୫: ଗୁଣାତ୍ମକ ଶିକ୍ଷାରେ ଯେପରି ଭିତ୍ତିଭୂମି ବାଧକ ନ ହେବ ସେଥିପାଇଁ ଶିକ୍ଷାନୁଷ୍ଠାନକୁ ସ୍ମାର୍ଟ କରାଗଲା। ବିଦ୍ୟାଳୟ ପିଛା ବହୁ ଲକ୍ଷ ଟଙ୍କା ବ୍ୟୟ ହେଲା। କିନ୍ତୁ ଶିକ୍ଷକ ଅଭାବ ସମସ୍ୟା ଏବେ ସ୍ମାର୍ଟ ସ୍କୁଲ ଉଦ୍ଦେଶ୍ୟ ପୂରଣରେ ବାଧକ ସାଜିଛି।…

୭ କିମି ଜଙ୍ଗଲରେ ଚାଲିକିଗଲେ, ଗ୍ରାମବାସୀଙ୍କ ସମସ୍ୟା ବୁଝିଲେ ବିଡିଓ

ବଲସକୁମ୍ପା,୮।୫: କନ୍ଧମାଳ ଖଜୁରିପଡ଼ା ବ୍ଲକ ବିଡିଓ ରବୀନ୍ଦ୍ରନାଥ କହଁର ୭ କିଲୋମିଟର ଜଙ୍ଗଲରେ ଚାଲି ଚାଲି ଯାଇ ଗ୍ରାମବାସୀଙ୍କ ସମସ୍ୟା ବୁଝିଛନ୍ତି। ୧୪ଟି ପଞ୍ଚାୟତକୁ ନେଇ ଖଜୁରିପଡ଼ା ବ୍ଲକ ଗଠିତ। ପ୍ରାୟ ୨ କିମ୍ବା ୩ଟି ପଞ୍ଚାୟତର ଗାଁ ଗୁଡିକ ଅତି…

ଲୁହାଛଡ ବଦଳରେ ଶାଳକାଠ ବ୍ୟବହାର ଘଟଣା: ଜେଲ ଗଲେ ଠିକାଦାର, ପେଟି ଠିକାଦାର

ମୋରଡା,୮।୫ (ଡି.ଏନ.ଏ.): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଗଡିଗାଁ ପଞ୍ଚାୟତ ମାହାଲିସାହିରେ ଏକ ଅଙ୍ଗନଓ୍ବାଡି ଗୃହ ନିର୍ମାଣରେ ଲୁହା ଛଡ଼ ବଦଳରେ ଶାଳ କାଠ ବ୍ୟବହାର ଘଟଣାରେ ଅଭିଯୁକ୍ତ ଠିକାଦାର ଜୟନ୍ତ ଦାସ ଓ ପେଟି ଠିକାଦାର ଚକ୍ରଧର ପାଳଙ୍କୁ…

ଅବ୍ୟବସ୍ଥା ଘେରରେ କଟାମା ହାଇସ୍କୁଲ ଛାତ୍ରାବାସ

ପାରଳାଖେମୁଣ୍ଡି,୮।୫(ଡି.ଏନ୍‌.ଏ.): ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ କଟାମା ପଞ୍ଚାୟତ ସଦର କାଟାମାଠାରେ ଥିବା ଛାତ୍ରାବାସ ଅବ୍ୟବସ୍ଥା ମଧ୍ୟରେ ରହିଛି । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ରହିଥିବା ଏହି ଛାତ୍ରାବାସରେ ରୋଷେଇ ଶାଳାର ବ୍ୟବସ୍ଥା ନ ଥିବାରୁ ବର୍ଷା, କାକର, ଗ୍ରୀଷ୍ମରେ…

ପ୍ରଶାସନ ଶୁଣିଲାନି ଗ୍ରାମବାସୀ କଲେ ରାସ୍ତା

ଆର.ଉଦୟଗିରି,୮।୫(ଡି.ଏନ.ଏ.): ସରକାର ଗାଁ ଗାଁକୁ ସଂଯୋଗ କରିବା ଲକ୍ଷ୍ୟରେ ବିଭିନ୍ନ ଯୋଜନା ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ପାଣି ଭଳି ଖର୍ଚ୍ଚ କରୁଛନ୍ତି। ହେଲେ ଆଜି ମଧ୍ୟ ଅନେକ ଗ୍ରାମ ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଛି। ଗ୍ରାମବାସୀ ବାରମ୍ବାର ପ୍ରଶାସନ ହେଉ…

ଉଚ୍ଛେଦ ବେଳେ ଏନ୍‌ଫୋର୍ସମେଣ୍ଟ୍‌ ଟିମ୍‌, ବ୍ୟବସାୟୀ ହାତାହାତି

ବ୍ରହ୍ମପୁର ଅଫିସ୍‌,୮।୫: ବ୍ରହ୍ମପୁର ସହରରେ ଦିନକୁ ଦିନ ଉଠା ଦୋକାନୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସହରର ମୁଖ୍ୟ ଛକଠାରୁ ଆରମ୍ଭ କରି ଡାକ୍ତରଖାନା ଭଳି ସମ୍ବେଦନଶୀଳ ଅଞ୍ଚଳ ଗୁଡିକରେ ଉଠା ଦୋକାନୀମାନେ ମନମୁଖୀ ଭାବେ ବ୍ୟବସାୟ କରୁଛନ୍ତି। ଫଳରେ ରାସ୍ତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?