ପ୍ରକଳ୍ପ ପାଇଁ ସିଧା କିଣାଯିବ ଜମି

ଯାଜପୁର ଅଫିସ,୧୩ା୬: ଜମି ଅଧିଗ୍ରହଣରେ ତପତ୍ରତା ଅଭାବରୁ ରାଜ୍ୟରେ ଏକାଧିକ ନୂଆ ରେଳ ଲାଇନ ଏବଂ ସମ୍ପ୍ରସାରଣ ପ୍ରକଳ୍ପର ଅଗ୍ରଗତି ନୈରାଶ୍ୟଜନକ ରହିଛି। ସେଥିମଧ୍ୟରୁ ଯାଜପୁର, ଅନୁଗୋଳ ଏବଂ ଢେଙ୍କାନାଳ ଜିଲା ଦେଇ ନିର୍ମାଣାଧୀନ ନୂତନ ରେଳ ଲିଙ୍କ୍‌ ଅନୁଗୋଳ-ଡୁବୁରୀ-ସୁକିନ୍ଦା ପ୍ରକଳ୍ପ ଅନ୍ୟତମ। ତେଣୁ ୧୧.୩୧୫ ଏକର ବେସରକାରୀ ଜମି ସିଧାସଳଖ ପ୍ରଜାଙ୍କ ସହ ଆଲୋଚନା ଓ ଚୁକ୍ତି କରି କିଣିବାକୁ ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ଅନୁଗୋଳ ଏବଂ ଢେଙ୍କାନାଳ ଜିଲାପାଳଙ୍କୁ ନିର୍ଦ୍ଦେଶ ହୋଇଛି। ପ୍ରକ୍ରିୟା ସଫଳ ହେଲେ ନିର୍ଦ୍ଧାରିତ ସମୟ ଆସନ୍ତା ଡିସେମ୍ବର ୨୦୨୨ ସୁଦ୍ଧା ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇପାରେ ବୋଲି ରେଲୱେ ପକ୍ଷରୁ ଆଶା କରାଯାଉଛି।
ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ସମ୍ପୃକ୍ତ ଜିଲାପାଳମାନଙ୍କୁ ଦିଆଯାଇଥିବା ପତ୍ରରେ ସୁକିନ୍ଦା-ଅନୁଗୋଳ ପ୍ରକଳ୍ପକୁ ରେଳ ମନ୍ତ୍ରଣାଳୟ ଅତି ଗୁରୁତ୍ୱପୂର୍ଣ୍ଣ ମନେ କରେ ବୋଲି ଦର୍ଶାଯାଇଛି। ଏଥିରେ ଆହୁରି କୁହାଯାଇଛି ଯେ, ଏହି ନୂତନ ରେଳ ଲାଇନ ପ୍ରକଳ୍ପ ତାଳଚେର କୋଇଲା ଖଣି ଏବଂ କଳିଙ୍ଗନଗର ଇସ୍ପାତ ଶିଳ୍ପାଞ୍ଚଳ ସହ ସଂଯୋଗ କରୁଛି। ଏହାବାଦ ଦୈତାରୀ-ବାଂଶପାଣି ଲୁହାପଥର ଖଣି ଏବଂ ଅନୁଗୋଳ ଇସ୍ପାତ ଶିଳ୍ପାଞ୍ଚଳ ସହ ସଂଯୋଗ ରହିଛି। ଏହି ପରିପ୍ରେକ୍ଷୀରେ ଜମି ଅଧିଗ୍ରହଣ ଆଇନର ବିଭିନ୍ନ ପର୍ଯ୍ୟାୟକୁ ବାଦ୍‌ ଦେଇ ସିଧାସଳଖ ଜମି କିଣାଗଲେ ଖୁବ୍‌ କମ୍‌ ସମୟରେ କାର୍ଯ୍ୟ ଶେଷ ହେବ। ରାଜ୍ୟ ସରକାରଙ୍କ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ଏଥିପାଇଁ ଏକ ଗାଇଡ୍‌ ଲାଇନ୍‌ ଜାରି କରି ସାରିଛନ୍ତି। ଏଥିରେ ଅନୁଗୋଳ ଜିଲାର ବଅଁରପାଳ ତହସିଲ ଅନ୍ତର୍ଗତ ବୁଢାପଙ୍କ ଗ୍ରାମର ୩.୯୪ ଏକର, ମଝିକଟା ଗ୍ରାମର ୨.୩୦୦ ଏକର ଓ ପଣ୍ଡରାଭରନିଆ ଗ୍ରାମର ୦.୭୨୦ ଏକର, ତାଳଚେର ତହସିଲର ଖୋଲୁଅ ଗ୍ରାମର ୦.୯୮ ଏକର ଓ ଲିଙ୍ଗରକଟା ଗ୍ରାମର ୨.୨୬୫ ଏକର ଜମି କିଣିବାକୁ ପ୍ରସ୍ତାବ ରହିଛି। ସେହିପରି ଢେଙ୍କାନାଳ ଜିଲା ଓଡ଼ାପଡ଼ା ତହସିଲ ଅନ୍ତର୍ଗତ କମଲଙ୍ଗା ଗ୍ରାମର ୧.୧୧୦ ଏକର ଜମି କିଣିବାକୁ ନିର୍ଦ୍ଦେଶ ହୋଇଛି।
ଏହି ନୂତନ ରେଳ ଲାଇନ ପ୍ରକଳ୍ପରେ ଯାଜପୁର, ଢେଙ୍କାନାଳ ଓ ଅନୁଗୋଳ ଜିଲାର ୧୨୭ ଗ୍ରାମର ଜମି ଅଧିଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଛି। ସେଥିରୁ ଯାଜପୁର ଜିଲାର ୧୭ ସମେତ ଅତିରିକ୍ତ ୪, ଅନୁଗୋଳ ଜିଲାର ୧୦ ଓ ଅତିରିକ୍ତ ୩ ଗ୍ରାମ ଏବଂ ଢେଙ୍କାନାଳ ଜିଲାର ୭୧ ଗ୍ରାମ ସମେତ ଅତିରିକ୍ତ ୨୨ ଗ୍ରାମର ଜମି ୨୦୧୯ରୁ ରେଲଓ୍ବେକୁ ହସ୍ତାନ୍ତର ହୋଇସାରିଛି। ତେବେ ଇଷ୍ଟକୋଷ୍ଟ ରେଲୱେର ନିର୍ଦ୍ଦେଶ ଅନୁଯାୟୀ ତୁରନ୍ତ ସିଧାସଳଖ ଜମି କିଣିବାକୁ ଏହି ପ୍ରକଳ୍ପର ସ୍ବତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ(ଏଲ୍‌ଏଓ)ଙ୍କୁ ରାଜ୍ୟ ବାଣିଜ୍ୟ ଏବଂ ପରିବହନ ବିଭାଗର ଅନୁ ସଚିବ ଦୁର୍ଗାଚରଣ ସାହୁ ଗତ ୭ ତାରିଖରେ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ୧୧ଟି ରେଳପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଚାଲୁରହିଛି। ଏଥିପାଇଁ ପ୍ରାୟ ୨୮୪୮ ଏକର ଜମି ଅଧିଗ୍ରହଣ ବାକି ରହିଛି। ସେଥିରୁ ବଲାଙ୍ଗୀର-ଖୋର୍ଦ୍ଧାରୋଡ ପ୍ରକଳ୍ପ ମଞ୍ଜୁର ହେବାର ୨୬ ବର୍ଷ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ଏହାର ଅଗ୍ରଗତି ନୈରାଶ୍ୟଜନକ ରହିଛି, ଯାହାକି ସମ୍ପୃକ୍ତ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ତେବେ ଏହାର ସମାଧାନ ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଭିନ୍ନ ସମୟରେ ବୈଠକ ବସୁଥିଲେ ହେଁ କିଛି ସୁଫଳ ମିଳି ପାରୁ ନାହିଁ। ଜମି ଅଧିଗ୍ରହଣ ଓ ଜଙ୍ଗଲ ଜମି ବିବାଦ ଯୋଗୁ ଅଧାରେ ଅଟକିଥିବା ଏହି ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବାକୁ ବିଭିନ୍ନ ସମୟରେ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲେ ହେଁ ତାହା କେବଳ କାଗଜ କଲମରେ ସୀମିତ ରହୁଛି। ଗତ ବିଧାନସଭାର ରିପୋର୍ଟ ଅନୁସାରେ ଏହି ପ୍ରକଳ୍ପ ପାଇଁ ବୌଦ୍ଧ ଜିଲାର ୩୧୨.୨୮ ଏକର ଏବଂ ନୟାଗଡ଼ ଜିଲାର ୨୧୨.୫୨ ଏକର ଜମି ଅଧିଗ୍ରହଣ ବାକି ରହିଛି। ତେଣୁ ଅନୁଗୋଳ-ଡୁବୁରୀ-ସୁକିନ୍ଦା ନୂତନ ରେଳ ଲାଇନ ପ୍ରକଳ୍ପ ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ ବିବାଦୀୟ ସ୍ଥାନରେ ସିଧାସଳଖ ଜମି କିଣିବାକୁ ରେଲୱେ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ସ୍ପଷ୍ଟ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri