ପ୍ରକଳ୍ପ ପାଇଁ ସିଧା କିଣାଯିବ ଜମି

ଯାଜପୁର ଅଫିସ,୧୩ା୬: ଜମି ଅଧିଗ୍ରହଣରେ ତପତ୍ରତା ଅଭାବରୁ ରାଜ୍ୟରେ ଏକାଧିକ ନୂଆ ରେଳ ଲାଇନ ଏବଂ ସମ୍ପ୍ରସାରଣ ପ୍ରକଳ୍ପର ଅଗ୍ରଗତି ନୈରାଶ୍ୟଜନକ ରହିଛି। ସେଥିମଧ୍ୟରୁ ଯାଜପୁର, ଅନୁଗୋଳ ଏବଂ ଢେଙ୍କାନାଳ ଜିଲା ଦେଇ ନିର୍ମାଣାଧୀନ ନୂତନ ରେଳ ଲିଙ୍କ୍‌ ଅନୁଗୋଳ-ଡୁବୁରୀ-ସୁକିନ୍ଦା ପ୍ରକଳ୍ପ ଅନ୍ୟତମ। ତେଣୁ ୧୧.୩୧୫ ଏକର ବେସରକାରୀ ଜମି ସିଧାସଳଖ ପ୍ରଜାଙ୍କ ସହ ଆଲୋଚନା ଓ ଚୁକ୍ତି କରି କିଣିବାକୁ ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ଅନୁଗୋଳ ଏବଂ ଢେଙ୍କାନାଳ ଜିଲାପାଳଙ୍କୁ ନିର୍ଦ୍ଦେଶ ହୋଇଛି। ପ୍ରକ୍ରିୟା ସଫଳ ହେଲେ ନିର୍ଦ୍ଧାରିତ ସମୟ ଆସନ୍ତା ଡିସେମ୍ବର ୨୦୨୨ ସୁଦ୍ଧା ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇପାରେ ବୋଲି ରେଲୱେ ପକ୍ଷରୁ ଆଶା କରାଯାଉଛି।
ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ସମ୍ପୃକ୍ତ ଜିଲାପାଳମାନଙ୍କୁ ଦିଆଯାଇଥିବା ପତ୍ରରେ ସୁକିନ୍ଦା-ଅନୁଗୋଳ ପ୍ରକଳ୍ପକୁ ରେଳ ମନ୍ତ୍ରଣାଳୟ ଅତି ଗୁରୁତ୍ୱପୂର୍ଣ୍ଣ ମନେ କରେ ବୋଲି ଦର୍ଶାଯାଇଛି। ଏଥିରେ ଆହୁରି କୁହାଯାଇଛି ଯେ, ଏହି ନୂତନ ରେଳ ଲାଇନ ପ୍ରକଳ୍ପ ତାଳଚେର କୋଇଲା ଖଣି ଏବଂ କଳିଙ୍ଗନଗର ଇସ୍ପାତ ଶିଳ୍ପାଞ୍ଚଳ ସହ ସଂଯୋଗ କରୁଛି। ଏହାବାଦ ଦୈତାରୀ-ବାଂଶପାଣି ଲୁହାପଥର ଖଣି ଏବଂ ଅନୁଗୋଳ ଇସ୍ପାତ ଶିଳ୍ପାଞ୍ଚଳ ସହ ସଂଯୋଗ ରହିଛି। ଏହି ପରିପ୍ରେକ୍ଷୀରେ ଜମି ଅଧିଗ୍ରହଣ ଆଇନର ବିଭିନ୍ନ ପର୍ଯ୍ୟାୟକୁ ବାଦ୍‌ ଦେଇ ସିଧାସଳଖ ଜମି କିଣାଗଲେ ଖୁବ୍‌ କମ୍‌ ସମୟରେ କାର୍ଯ୍ୟ ଶେଷ ହେବ। ରାଜ୍ୟ ସରକାରଙ୍କ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ଏଥିପାଇଁ ଏକ ଗାଇଡ୍‌ ଲାଇନ୍‌ ଜାରି କରି ସାରିଛନ୍ତି। ଏଥିରେ ଅନୁଗୋଳ ଜିଲାର ବଅଁରପାଳ ତହସିଲ ଅନ୍ତର୍ଗତ ବୁଢାପଙ୍କ ଗ୍ରାମର ୩.୯୪ ଏକର, ମଝିକଟା ଗ୍ରାମର ୨.୩୦୦ ଏକର ଓ ପଣ୍ଡରାଭରନିଆ ଗ୍ରାମର ୦.୭୨୦ ଏକର, ତାଳଚେର ତହସିଲର ଖୋଲୁଅ ଗ୍ରାମର ୦.୯୮ ଏକର ଓ ଲିଙ୍ଗରକଟା ଗ୍ରାମର ୨.୨୬୫ ଏକର ଜମି କିଣିବାକୁ ପ୍ରସ୍ତାବ ରହିଛି। ସେହିପରି ଢେଙ୍କାନାଳ ଜିଲା ଓଡ଼ାପଡ଼ା ତହସିଲ ଅନ୍ତର୍ଗତ କମଲଙ୍ଗା ଗ୍ରାମର ୧.୧୧୦ ଏକର ଜମି କିଣିବାକୁ ନିର୍ଦ୍ଦେଶ ହୋଇଛି।
ଏହି ନୂତନ ରେଳ ଲାଇନ ପ୍ରକଳ୍ପରେ ଯାଜପୁର, ଢେଙ୍କାନାଳ ଓ ଅନୁଗୋଳ ଜିଲାର ୧୨୭ ଗ୍ରାମର ଜମି ଅଧିଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଛି। ସେଥିରୁ ଯାଜପୁର ଜିଲାର ୧୭ ସମେତ ଅତିରିକ୍ତ ୪, ଅନୁଗୋଳ ଜିଲାର ୧୦ ଓ ଅତିରିକ୍ତ ୩ ଗ୍ରାମ ଏବଂ ଢେଙ୍କାନାଳ ଜିଲାର ୭୧ ଗ୍ରାମ ସମେତ ଅତିରିକ୍ତ ୨୨ ଗ୍ରାମର ଜମି ୨୦୧୯ରୁ ରେଲଓ୍ବେକୁ ହସ୍ତାନ୍ତର ହୋଇସାରିଛି। ତେବେ ଇଷ୍ଟକୋଷ୍ଟ ରେଲୱେର ନିର୍ଦ୍ଦେଶ ଅନୁଯାୟୀ ତୁରନ୍ତ ସିଧାସଳଖ ଜମି କିଣିବାକୁ ଏହି ପ୍ରକଳ୍ପର ସ୍ବତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ(ଏଲ୍‌ଏଓ)ଙ୍କୁ ରାଜ୍ୟ ବାଣିଜ୍ୟ ଏବଂ ପରିବହନ ବିଭାଗର ଅନୁ ସଚିବ ଦୁର୍ଗାଚରଣ ସାହୁ ଗତ ୭ ତାରିଖରେ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ୧୧ଟି ରେଳପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଚାଲୁରହିଛି। ଏଥିପାଇଁ ପ୍ରାୟ ୨୮୪୮ ଏକର ଜମି ଅଧିଗ୍ରହଣ ବାକି ରହିଛି। ସେଥିରୁ ବଲାଙ୍ଗୀର-ଖୋର୍ଦ୍ଧାରୋଡ ପ୍ରକଳ୍ପ ମଞ୍ଜୁର ହେବାର ୨୬ ବର୍ଷ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ଏହାର ଅଗ୍ରଗତି ନୈରାଶ୍ୟଜନକ ରହିଛି, ଯାହାକି ସମ୍ପୃକ୍ତ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ତେବେ ଏହାର ସମାଧାନ ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଭିନ୍ନ ସମୟରେ ବୈଠକ ବସୁଥିଲେ ହେଁ କିଛି ସୁଫଳ ମିଳି ପାରୁ ନାହିଁ। ଜମି ଅଧିଗ୍ରହଣ ଓ ଜଙ୍ଗଲ ଜମି ବିବାଦ ଯୋଗୁ ଅଧାରେ ଅଟକିଥିବା ଏହି ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବାକୁ ବିଭିନ୍ନ ସମୟରେ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲେ ହେଁ ତାହା କେବଳ କାଗଜ କଲମରେ ସୀମିତ ରହୁଛି। ଗତ ବିଧାନସଭାର ରିପୋର୍ଟ ଅନୁସାରେ ଏହି ପ୍ରକଳ୍ପ ପାଇଁ ବୌଦ୍ଧ ଜିଲାର ୩୧୨.୨୮ ଏକର ଏବଂ ନୟାଗଡ଼ ଜିଲାର ୨୧୨.୫୨ ଏକର ଜମି ଅଧିଗ୍ରହଣ ବାକି ରହିଛି। ତେଣୁ ଅନୁଗୋଳ-ଡୁବୁରୀ-ସୁକିନ୍ଦା ନୂତନ ରେଳ ଲାଇନ ପ୍ରକଳ୍ପ ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ ବିବାଦୀୟ ସ୍ଥାନରେ ସିଧାସଳଖ ଜମି କିଣିବାକୁ ରେଲୱେ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ସ୍ପଷ୍ଟ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଏହିଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି, ହ଼୍ବାଇଟ ହାଉସର ବଡ଼ ଘୋଷଣା

ଓ଼୍ବାଶିଂଟନ,୧୩।୬: ହ଼୍ବାଇଟ ହାଉସ ଘୋଷଣା କରିଛି ଯେ ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ମନଇଛା ଘରଭଡା ବଢାଇପାରିବେ କି ମାଲିକ? ଓଡ଼ିଶାରେ ଭଡାଘର ଏଗ୍ରିମେଣ୍ଟକୁ ନେଇ ବଦଳିଲା ନିୟମ

ଭୁବନେଶ୍ୱର,୧୩ା୬: ରାଜ୍ୟରେ ଘର ଭଡ଼ା ବ୍ୟବସ୍ଥାକୁ ଆଧୁନିକ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ, ୨୦୨୬’ର ଚିଠା ପ୍ରକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri