ରାଜଧାନୀରେ ବୁଲୁଛି ଚୋରି ବାଇକ୍‌

ଖୋର୍ଦ୍ଧା ଅଫିସ,୧୩ା୬: ଜଟଣୀ ଥାନା ଅଧୀନ ବଡ଼ତୋଟା ଭୋଇସାହିର ଅଶୋକ ଭଣ୍ଡଙ୍କ ବାଇକ୍‌ ମେ ମାସରେ ଚୋରି ହୋଇଯାଇଥିଲା। ଏନେଇ ସେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏଯାବତ ତାଙ୍କ ଚୋରି ବାଇକ୍‌ ମିଳି ନ ଥିବାବେଳେ ଗତ ୭ତାରିଖରେ ଟ୍ରାଫିକ ପୋଲିସରୁ ତାଙ୍କ ମୋବାଇଲ ଫୋନକୁ ମେସେଜ ଆସିଛି। ଆପଣ ବିନା ହେଲମେଟ୍‌ରେ ରାଜଧାନୀରେ ବୁଲୁଥିବାରୁ ୧ହଜାର ଟଙ୍କା ଜରିମାନା ଭରିବାକୁ ଏହି ମେସେଜ୍‌ରେ ଉଲ୍ଲେଖ ରହିଛି।
ଛକରେ ଅଶୋକ ଏକ ପାନ ଦୋକାନ ଦେଇଛନ୍ତି। ବହୁ କଷ୍ଟରେ ବାଇକ ଖଣ୍ଡେ କରିଥିଲେ। ସେ ଗତ ମେ ୨୫ରେ ଗାଁରେ ହେଉଥିବା ଚନ୍ଦନଯାତ୍ରା ଦେଖିବା ଲାଗି ହୋଣ୍ଡା ସାଇନ ବାଇକ୍‌ (ନଂ. ଓଡି୩୩-ଏବି-୭୯୪୩) ଧରି ଯାଇଥିଲେ। ସେଠାରୁ ଫେରିବା ବେଳକୁ ତାଙ୍କ ବାଇକ ନ ପାଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଜଣେ ଗରିବ ପରିବାରର ହୋଇଥିବାରୁ ବାଇକ ଫେରି ପାଇବା ଲାଗି ଥାନାକୁ ବାରମ୍ବାର ଦୌଡୁଛନ୍ତି। ଏପର୍ଯ୍ୟନ୍ତ ବାଇକ୍‌ ମିଳି ନ ଥିବାବେଳେ ତଦନ୍ତ ଚାଲିଥିବା କହି ପୋଲିସ ଫେରାଉଛି। ଅନ୍ୟପକ୍ଷରେ ଜୁଲାଇ ୭ରେ ଭୁବନେଶ୍ୱର କମିଶନରେଟ ଟ୍ରାଫିକ ପୋଲିସ ପକ୍ଷରୁ ତାଙ୍କ ମୋବାଇଲ ନମ୍ବରକୁ ଏକ ମେସେଜ ଆସିଛି। ଭୁବନେଶ୍ୱର ରାଜମହଲରେ ଛକରେ ବିନା ହେଲ୍‌ମେଟରେ ଯାତ୍ରା କରୁଥିବାରୁ ତାଙ୍କୁ ଏକ ହଜାର ଟଙ୍କା ଜରିମାନା କରାଯାଇଥିବା ମେସେଜରେ ଉଲ୍ଲେଖ ରହିଛି। ଏହାଦେଖି ଅଶୋକ ଚିନ୍ତାରେ ପଡ଼ିଛନ୍ତି। ବାଇକ ଫେରିପାଇବାକୁ ସେ ଥାନାକୁ ଦୌଡ଼ୁଥିବାବେଳେ ଭୁୁବନେଶ୍ୱରରେ କିପରି ସେହି ବାଇକ୍‌ ଧରି ବିନା ହେଲମେଟ୍‌ରେ ବୁଲୁଥିଲେ ତାହା ପ୍ରଶ୍ନବାଚୀ ହୋଇଛି। ମେସେଜ ପାଇବା ପରେ ସେ ଥାନାକୁ ଜଣାଇଥିବା କହିଛନ୍ତି। ତେବେ ପ୍ରଶ୍ନ ଉଠୁଛି, ରାଜଧାନୀରେ ଚୋରା ବାଇକ ବୁଲୁଥିବା ବେଳେ ପୋଲିସ କିପରି କିଛି ଜାଣିପାରୁନି ତାହା କମିଶନରେଟ ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯଦି ତାଙ୍କ ବାଇକ୍‌ ଧରି କେହି ବୁଲୁଥାଏ ଏବଂ ସମ୍ପୃକ୍ତ ବ୍ୟକ୍ତି କୌଣସି ଆପରାଧିକ ମାମଲାରେ ଜଡ଼ିତ ହୁଅନ୍ତି, ତେବେ ସେଥିଲାଗି କିଏ ଦାୟୀ ହେବେ ବୋଲି ସେ ପ୍ରଶ୍ନ କରିଛନ୍ତି। କେହି ତାଙ୍କ ଚୋରି ବାଇକ ଧରି ଭୁବନେଶ୍ୱରରେ ବୁଲୁଥିବା ନେଇ ଥାନାରେ ଅଭିଯୋଗ ସତ୍ତ୍ୱେ ପୋଲିସ ଚୁପ୍‌ ବସିଛି। ଅନ୍ୟପକ୍ଷରେ ଏନେଇ ଜଟଣୀ ଥାନା ଅଧିକାରୀ ଦୟାନିଧି ନାୟକ କହିଛନ୍ତି, ତାଙ୍କ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ ହୋଇଛି। ଏନେଇ ଭୁବନେଶ୍ୱର କମିଶନରେଟର ବିଭିନ୍ନ ଥାନା ସହ ଯୋଗାଯୋଗ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହେଲ୍‌ମେଟ୍‌, ନିରାପତ୍ତା ବେଲଟ୍‌ ଯାଞ୍ଚ:ଲୋକଙ୍କୁ ଫାଇନ୍‌: ପୋଲିସ କର୍ମଚାରୀଙ୍କୁ ଛାଡ଼

କୁତ୍ରା, ୨୧।୭ (ଡି.ଏନ.ଏ)-କୁତ୍ରା ଥାନା ସମ୍ମୁଖରେ ପୋଲିସ ପକ୍ଷରୁ ଦୁଇ ଚକିଆ ଯାନ ପାଇଁ ହେଲ୍‌ମେଟ୍‌ ଓ ଚାରିଚକିଆ ଯାନ ପାଇଁ ନିରାପତ୍ତା ବେଲଟ୍‌ ଯାଞ୍ଚ...

ନାବାଳିକାଙ୍କୁ ଅପହରଣ

ବୈଶିଙ୍ଗା,୨୭ା୧୦(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଞ୍ଚଳର ଜନୈକା ୧୭ ବର୍ଷୀୟା ନାବାଳିକା ଗ୍ରାମ ପୋଖରୀକୁ ପାଣି ଆଣିବାକୁ ଯାଇ ଘରକୁ ଫେରିନାହାନ୍ତି। ପରିବାର ଲୋକେ...

ଗୋଟିଏ ଗଛରେ ୧୦ କିଲୋ ଅଙ୍ଗୁର

ଜଗତସିଂହପୁର ଅଫିସ,୩୦ା୫: ସାଧାରଣତଃ ଓଡ଼ିଶା ପରିବେଶ ଅଙ୍ଗୁର ଚାଷ ପାଇଁ ଅନୁକୂଳ ନୁହେଁ। କିନ୍ତୁ ଜଗତ୍‌ସିଂହପୁର ସଦର ମହକୁମା ନିକଟ ପାଟେଣୀ ଗାଁର ଜଣେ ପାନ...

କଟକ ସହରରୁ ୭୪ ନୂଆ କରୋନା ପଜିଟିଭ ଚିହ୍ନଟ

କଟକ ଅଫିସ, ୧୨।୧୦: କଟକ ସହରରୁ ସୋମବାର ୭୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୧୬ଜଣ ଇନ୍‌ଷ୍ଟିଚ୍ୟୁଶନାଲ କ୍ୱାରାଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ...

ଫାଟୁସିନେରିରେ ଆନ୍ଧ୍ରର ଭୋଟ: ମଇଦାନରେ ୨ ସରପଞ୍ଚ,୧୬ ଓ୍ବାର୍ଡସଭ୍ୟ ପ୍ରାର୍ଥୀ

ପଟ୍ଟାଙ୍ଗୀ,୧୩ା୨: ଆନ୍ଧ୍ର ସରକାର ଓଡ଼ିଶାର କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ କୋଟିଆ ପଞ୍ଚାୟତର ୩ ଗ୍ରାମକୁ ପଞ୍ଚାୟତ ମାନ୍ୟତା ଦେଇ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କରୁଥିବା...

ଅଭାବ ଦୂର କଲା ୩୨ ୟୁନିଟ୍‌ ରକ୍ତ

ବରଗଡ଼ ଅଫିସ୍‌,୨।୫: କରୋନା(କୋଭିଡ୍‌-୧୯) ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଦେଶବ୍ୟାପୀ ଲକ୍‌ ଡାଉନ୍‌ କଟକଣା ଲାଗୁ ହୋଇଛି । ଏଥିପାଇଁ ବିଭିନ୍ନ ରକ୍ତ ଭଣ୍ଡାରରେ...

୧୨ ଘରୋଇ ସଂସ୍ଥା କରିବେ କୋଇଲା ଉତ୍ତୋଳନ

ଅନୁଗୋଳ ଅଫିସ, ୧୧|୧୧: ଅନୁଗୋଳ ଜିଲାରେ ଥିବା କୋଇଲା ଖଣିରୁ ମହାନଦୀ କୋଲ୍‌ ଫିଲ୍ଡସ୍‌ ଲିମିଟେଡ୍‌ (ଏମ୍‌ସିଏଲ୍‌) ସହ ଆଉ ୧୨ଟି ବେସରକାରୀ ଶିଳ୍ପ ସଂସ୍ଥା ଖୁବ୍‌ଶୀଘ୍ର...

ବରଗଡ଼ରୁ ୩ ହାଇଦ୍ରାବାଦ ଫେରନ୍ତାଙ୍କ ସମେତ ୧୪ ନୂଆ କରୋନା ପଜିଟିଭ ଚିହ୍ନଟ

ବରଗଡ଼ ଅଫିସ,୨୫।୭: ବରଗଡ଼ ଜିଲାରୁ ଶନିବାର ପୁଣି ୧୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୩ଜଣ ବରଗଡ଼ ଜିଲାର ହୋଇଥିବାବେଳେ ଅନ୍ୟ...

Advertisement
Archives

Model This Week