ରାଜଧାନୀରେ ବୁଲୁଛି ଚୋରି ବାଇକ୍‌

ଖୋର୍ଦ୍ଧା ଅଫିସ,୧୩ା୬: ଜଟଣୀ ଥାନା ଅଧୀନ ବଡ଼ତୋଟା ଭୋଇସାହିର ଅଶୋକ ଭଣ୍ଡଙ୍କ ବାଇକ୍‌ ମେ ମାସରେ ଚୋରି ହୋଇଯାଇଥିଲା। ଏନେଇ ସେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏଯାବତ ତାଙ୍କ ଚୋରି ବାଇକ୍‌ ମିଳି ନ ଥିବାବେଳେ ଗତ ୭ତାରିଖରେ ଟ୍ରାଫିକ ପୋଲିସରୁ ତାଙ୍କ ମୋବାଇଲ ଫୋନକୁ ମେସେଜ ଆସିଛି। ଆପଣ ବିନା ହେଲମେଟ୍‌ରେ ରାଜଧାନୀରେ ବୁଲୁଥିବାରୁ ୧ହଜାର ଟଙ୍କା ଜରିମାନା ଭରିବାକୁ ଏହି ମେସେଜ୍‌ରେ ଉଲ୍ଲେଖ ରହିଛି।
ଛକରେ ଅଶୋକ ଏକ ପାନ ଦୋକାନ ଦେଇଛନ୍ତି। ବହୁ କଷ୍ଟରେ ବାଇକ ଖଣ୍ଡେ କରିଥିଲେ। ସେ ଗତ ମେ ୨୫ରେ ଗାଁରେ ହେଉଥିବା ଚନ୍ଦନଯାତ୍ରା ଦେଖିବା ଲାଗି ହୋଣ୍ଡା ସାଇନ ବାଇକ୍‌ (ନଂ. ଓଡି୩୩-ଏବି-୭୯୪୩) ଧରି ଯାଇଥିଲେ। ସେଠାରୁ ଫେରିବା ବେଳକୁ ତାଙ୍କ ବାଇକ ନ ପାଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଜଣେ ଗରିବ ପରିବାରର ହୋଇଥିବାରୁ ବାଇକ ଫେରି ପାଇବା ଲାଗି ଥାନାକୁ ବାରମ୍ବାର ଦୌଡୁଛନ୍ତି। ଏପର୍ଯ୍ୟନ୍ତ ବାଇକ୍‌ ମିଳି ନ ଥିବାବେଳେ ତଦନ୍ତ ଚାଲିଥିବା କହି ପୋଲିସ ଫେରାଉଛି। ଅନ୍ୟପକ୍ଷରେ ଜୁଲାଇ ୭ରେ ଭୁବନେଶ୍ୱର କମିଶନରେଟ ଟ୍ରାଫିକ ପୋଲିସ ପକ୍ଷରୁ ତାଙ୍କ ମୋବାଇଲ ନମ୍ବରକୁ ଏକ ମେସେଜ ଆସିଛି। ଭୁବନେଶ୍ୱର ରାଜମହଲରେ ଛକରେ ବିନା ହେଲ୍‌ମେଟରେ ଯାତ୍ରା କରୁଥିବାରୁ ତାଙ୍କୁ ଏକ ହଜାର ଟଙ୍କା ଜରିମାନା କରାଯାଇଥିବା ମେସେଜରେ ଉଲ୍ଲେଖ ରହିଛି। ଏହାଦେଖି ଅଶୋକ ଚିନ୍ତାରେ ପଡ଼ିଛନ୍ତି। ବାଇକ ଫେରିପାଇବାକୁ ସେ ଥାନାକୁ ଦୌଡ଼ୁଥିବାବେଳେ ଭୁୁବନେଶ୍ୱରରେ କିପରି ସେହି ବାଇକ୍‌ ଧରି ବିନା ହେଲମେଟ୍‌ରେ ବୁଲୁଥିଲେ ତାହା ପ୍ରଶ୍ନବାଚୀ ହୋଇଛି। ମେସେଜ ପାଇବା ପରେ ସେ ଥାନାକୁ ଜଣାଇଥିବା କହିଛନ୍ତି। ତେବେ ପ୍ରଶ୍ନ ଉଠୁଛି, ରାଜଧାନୀରେ ଚୋରା ବାଇକ ବୁଲୁଥିବା ବେଳେ ପୋଲିସ କିପରି କିଛି ଜାଣିପାରୁନି ତାହା କମିଶନରେଟ ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯଦି ତାଙ୍କ ବାଇକ୍‌ ଧରି କେହି ବୁଲୁଥାଏ ଏବଂ ସମ୍ପୃକ୍ତ ବ୍ୟକ୍ତି କୌଣସି ଆପରାଧିକ ମାମଲାରେ ଜଡ଼ିତ ହୁଅନ୍ତି, ତେବେ ସେଥିଲାଗି କିଏ ଦାୟୀ ହେବେ ବୋଲି ସେ ପ୍ରଶ୍ନ କରିଛନ୍ତି। କେହି ତାଙ୍କ ଚୋରି ବାଇକ ଧରି ଭୁବନେଶ୍ୱରରେ ବୁଲୁଥିବା ନେଇ ଥାନାରେ ଅଭିଯୋଗ ସତ୍ତ୍ୱେ ପୋଲିସ ଚୁପ୍‌ ବସିଛି। ଅନ୍ୟପକ୍ଷରେ ଏନେଇ ଜଟଣୀ ଥାନା ଅଧିକାରୀ ଦୟାନିଧି ନାୟକ କହିଛନ୍ତି, ତାଙ୍କ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ ହୋଇଛି। ଏନେଇ ଭୁବନେଶ୍ୱର କମିଶନରେଟର ବିଭିନ୍ନ ଥାନା ସହ ଯୋଗାଯୋଗ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁରେ ପଶି ଘର ଭାଙ୍ଗିଲା, ଚାଉଳ ଖାଇଲା ଦନ୍ତା 

ଦେବଗଡ,୧୯।୪(ଶଶାଙ୍କ ଶେଖର ଝାଙ୍କର): ଜଙ୍ଗଲୀ ଦନ୍ତାହାତୀ ରିଆମାଳ ବନାଂଚଳ କୁଣ୍ଢେଇଗୋଳା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଜଳଗହଳିପୂର୍ଣ୍ଣ ସଙ୍ଘାପୋଶି ଗ୍ରାମରେ ପଶି ଆତଙ୍କରାଜ ଚଲାଇବାସହ ଏକ ଘର ଭାଙ୍ଗି…

ବଡ଼ ଘୋଷଣା କରି ବିଶ୍ୱକୁ ଚମକାଇଲା ଇରାନ, କହିଲା ହର୍ମୁଜ ଉପରେ ଆମର କଣ୍ଟ୍ରୋଲ…

ତେହରାନ,୧୯।୪: ଇରାନର ସର୍ୱୋଚ୍ଚ ଜାତୀୟ ସୁରକ୍ଷା ପରିଷଦ (SNSC) କହିଛି ଯେ ଯୁଦ୍ଧ ସମ୍ପୂର୍ଣ୍ଣ ସମାପ୍ତ ନହେବା ଏବଂ ଏହି ଅଞ୍ଚଳରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ନହେବା…

ଅସହ୍ୟ ତାତି, ଜନଜୀବନ କଲବଲ: ଛାତ୍ରୀଛାତ୍ରଙ୍କୁ ଗ୍ରୀଷ୍ମକଷ୍ଟ, ବଢ଼ୁଛି ଅସନ୍ତୋଷ

ବରଗଡ଼,୧୯।୪(ପ୍ରେମାନନ୍ଦ ଖମାରୀ): ତାତି ବଢୁଛି। ଗୁଳୁଗୁଳି ବି ହେଉଛି। ସକାଳ ୯ଟାରୁ ତାତିର ପ୍ରକୋପ ବଢ଼ିବାରେ ଲାଗିଛି। ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଲାଗି ରହିଛି। ଏହା ଅସହ୍ୟ…

ଚାଷୀଙ୍କ ଦୁଃଖ: ମିଳିଲାନି ଟୋକନ, ଚିକିତ୍ସା ପାଇଁ କମ୍ ଦରରେ ଧାନ ବିକିଲେ ଚାଷୀ

ବରଗଡ଼,୧୯।୪(ପ୍ରେମାନନ୍ଦ ଖମାରୀ) :  ଧାନବିକ୍ରି ପଞ୍ଜିକରଣରୁ ବାଦ୍ ପଡିଥିବା ଯୋଗୁଁ ବରଗଡ ଜିଲାର ଅନେକ ଚାଷୀ ଏପର୍ଯ୍ୟନ୍ତ ଗତବର୍ଷ ଖରିଫରେ ଅମଳ ଧାନ ବିକ୍ରି କରି ପାରି…

ଭାରତୀୟ ଜାହାଜକୁ ଖୋଲା ଧମକ ଦେଲା ଇରାନ, ଫେରିଯାଅ ନହେଲେ…

ନୂଆଦିଲ୍ଲୀ,୧୯।୪: ମଧ୍ୟପ୍ରାଚ୍ୟରେ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଥ ହର୍ମୁଜ ପ୍ରଣାଳୀରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି। ସମ୍ପ୍ରତି, ଇରାନର ସାମରିକ ବାହିନୀ (IRGC) ଏହି ପଥ…

ସକାଳୁ ସକାଳୁ ଭାରତର ଜାହାଜ ଉପରେ ବଡ଼ ଆଟାକ୍‌, ଦେଶରେ ହାଇ ଆଲର୍ଟ!

ନୂଆଦିଲ୍ଲୀ,୧୯।୪: ଇରାନ ଦ୍ୱାରା ହର୍ମୁଜ ପ୍ରଣାଳୀକୁ ବନ୍ଦ କରିବା ପାଇଁ ନବୀକରଣ କରାଯାଇଥିବା ପଦକ୍ଷେପ ମଧ୍ୟରେ, ଏକ ଭାରତୀୟ ତୈଳ ଟ୍ୟାଙ୍କର୍‌ ସଫଳତାର ସହ ଏହି ଗୁରୁତ୍ୱପୂର୍ଣ୍ଣ…

ସ୍ମାର୍ଟଫୋନ୍‌ରେ ଆଧାର ଆପ୍‌ ବାଧ୍ୟତାମୂଳକ ନିୟମ ପ୍ରତ୍ୟାହୃତ

ନୂଆଦିଲ୍ଲୀ,୧୯ା୪: ଆପଲ୍‌, ସାମ୍‌ସଙ୍ଗ ଓ ଅନ୍ୟାନ୍ୟ ସ୍ମାର୍ଟଫୋନ୍‌ ନିର୍ମାଣକାରୀ କମ୍ପାନୀର ବିରୋଧ ପରେ ଭାରତ ସରକାର ସମସ୍ତ ସ୍ମାର୍ଟଫୋନ୍‌ରେ ଆଧାର ଆପ୍‌ ସଂଯୋଗ କରିବା ଯୋଜନାରୁ ଓହରିଯାଇଛନ୍ତି।…

ଆମେ ନୀରବ

ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ କରିଛନ୍ତି। ଏହି ଯୁଦ୍ଧରେ ବିଶ୍ୱର ଅନ୍ୟ ଦେଶ ପରି ଭାରତ ମଧ୍ୟ ନକାରାତ୍ମକ ଭାବରେ ପ୍ରଭାବିତ ହୋଇଛି। ପ୍ରକୃତରେ ଇରାନୀୟଙ୍କୁ ଛାଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri