ଧାନ ବିହନ ବୁଣି ବର୍ଷାକୁ ଚାହିଁଛି ଚାଷୀ

ମହାକାଳପଡ଼ା,୧୩ା୬ (ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଖରିଫ ଫସଲ ପାଇଁ ଚାଷୀମାନେ ଜମି ପ୍ରସ୍ତୁତି କରି ଧାନ ବିହନ ବୁଣିବା କାମ ସାରିଲେଣି। ବର୍ଷାକୁ ଅପେକ୍ଷା କରି ଆସି ଆଷାଢ଼ ଧରିଲା। ଆକାଶରୁ ବୁନ୍ଦାଏ ବର୍ଷା ପଡୁନି। ଆକାଶରେ ଭାସି ବୁଲୁଛି ବାଦଲ ଖଣ୍ଡ। କିନ୍ତୁ ବର୍ଷା ନା ଧରୁନି। ଭାରତୀୟ ପାଣିପାଗ ବିଭାଗ ଚଳିତ ମାସ ଦ୍ୱିତୀୟ ସପ୍ତାହରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଉପକୂଳ ଛୁଇଁବ ବୋଲି ଆକଳନ କରିଥିଲା। ତେବେ ମୌସୁମୀ ଆସିବା ବିଳମ୍ବ ହେବା କଥା ଶୁଣି ଚାଷୀମାନଙ୍କ ଚିନ୍ତା ବଢ଼ିଲାଣି।
ପ୍ରତ୍ୟେକ ବର୍ଷ ରଜ ପୂର୍ବରୁ ତଳିଗୁଡ଼ିକ ୫ ଇଞ୍ଚ ବଢ଼ି ଯାଇଥାଏ। ମୌସୁମୀ ଆସିବା ବିଳମ୍ବ ଓ ବର୍ଷା ନ ହେବା ଯୋଗୁ ଭୂଇଁରୁ ଧାନ ଗଜା ବାହାରି ପାରୁନି। ବ୍ଲକର ମୋଟ ୨୮ ହଜାର ହେକ୍ଟର ଚାଷ ଜମିଥିବା ବେଳେ ସେଥିମଧ୍ୟରୁ ଧାନ ଫସଲ ପାଇଁ ୨୪ ହଜାର ହେକ୍ଟର ରହିଛି। ତା’ମଧ୍ୟରୁ ପ୍ରାୟ ୧୦ ହଜାର ହେକ୍ଟର ଚାଷଜମିରେ ଚାଷୀମାନେ ଦେଶୀ ଧାନକୁ ବୁଆ ପାଇଁ ବୁଣାବୁଣି କରିଥାନ୍ତି। ଅବଶିଷ୍ଟ ଜମିଗୁଡିକୁ ଧାନ ତଳି ପକାଇ ରୁଆରୁଇ କରିଥା’ନ୍ତି। ବ୍ଲକର ସମୁଦ୍ରକୂଳିଆ ଅଞ୍ଚଳରେ ଚାଷ ଜମିଗୁଡିକ ଲୁଣା ଓ ଦୋରସା ପଟୁ ମାଟି ଥିବା ବେଳେ ସେଥିପାଇଁ ଚାଷୀମାନେ ଦେଶୀୟ ବିହନ ବାଛିଥାନ୍ତି। ଯଥା ପାଣିଅଁଳା, ଭୁଣ୍ଡି, ଭାଲୁକି, ରାସ ପନ୍ଦର, ପାଣିଲୋଇଲି, ପାଟେଣୀ, ଲୁଣାଶ୍ରୀ, ବାଉଁଶ ଗଜା, ନାଲି ଚମ୍ପା ଆଦି ଧାନକୁ ବୁଆ ରୂପେ ଚାଷକରି ଭଲ ଅମଳ କରିଥାନ୍ତି। ସଙ୍କରଜାତୀୟ ଧାନ ଫସଲଠାରୁ ଏହା ଅମଳକ୍ଷମ କମ ହୋଇଥିଲେ ମଧ୍ୟ ଦୈବୀ ଦୁର୍ବିପାକକୁ ଏହା ସାମ୍ନା କରିଥାଏ। ରୋଗ ପୋକ ଓ ସାର ପାଇଁ ବିଶେଷ କିଛି ଖର୍ଚ୍ଚ ନ ଥାଏ। ବ୍ଲକର ଉପକୂଳ ଅଞ୍ଚଳଗୁଡିକରେ ଅଧିକାଂଶ ସମୟରେ ବନ୍ୟା ବାତ୍ୟା ହେଉଥିବାରୁ ଧାନ ଫସଲ ନଷ୍ଟ ହେବାର ଆଶଙ୍କା କମ ଥାଏ। ସେଥିପାଇଁ ଚାଷୀମାନେ ଦେଶୀ ବିହନ ଚାଷ ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି। ମୌସୁମୀ ବିଳମ୍ବ ପାଇଁ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଲାଣି। ମୃତ୍ତିକା ଆର୍ଦ୍ରତା ଥିବା ଯୋଗୁ ମୌସୁମୀ ଭରସାରେ ଚାଷୀ କ୍ଷେତରେ ବିହନ ବୁଣିଥିଲା। ଉପରେ ଡହଡହ ଖରା ସାଙ୍ଗକୁ ଆର୍ଦ୍ରତା ଥିବା ଜମିରେ ବୁଣା ଯାଉଥିବା ବିହନ ଆଉ ଗଜା ହେବ କି ନାହିଁ ଚାଷୀ ମନରେ ଭାଳେଣି ପଡ଼ିଲାଣି। ଚାଷୀ ଭାଡ଼ିର ଓଳିଆରେ ସାଇତା ରଖିଥିବା ବିହନ ବୁଣାବୁଣିରେ ସରିଯାଇଛି। ଏବେ ନିରୁପାୟ ହୋଇ ଆକାଶକୁ ଚାହିଁଛି କେବେ ବର୍ଷା ହେବ। ଏ ସମ୍ପର୍କରେ ଚାଷୀ ନାଥ କୁମାର ଭୋଳ କୁହନ୍ତି, ସବୁବର୍ଷ ପରି ଚଳିତବର୍ଷ ଜଳବାୟୁ ଠିକ୍‌ଠାକ୍‌ ଥିଲା। ହଳ କରି ବିଲରେ ବିହନ ବୁଣିବା କାମ ସାରିଥିଲୁ। ଆଶା ଥିଲା ରଜ ପୂର୍ବରୁ ବିଲରେ ପଡ଼ିଥିବା ବିହନଗୁଡ଼ିକ ଠିକ୍‌ ସମୟରେ ଗଜା ହେବ, କିନ୍ତୁ ମୌସୁମୀ ବାଧକ ସାଜିଲା। ଏବେ କିପରି ଚାଷ କରିବୁ ଚିନ୍ତାରେ ଅଛୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ, ଦେବୀ ଗଙ୍ଗାଙ୍କୁ ଆବାହନ ପରେ କଳସ ଯାତ୍ରା

ଦିଗପହଣ୍ଡି,୧୪ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ବଜାର ସାହି ପୂଜା କମିଟି ପକ୍ଷରୁ ୪୬ ତମ ଶ୍ରୀ ଗଣେଶ ପୂଜା ମହୋତ୍ସବ ସୋମବାର ଠାରୁ…

ଘାଟିରେ ଓଲଟିଲା ଚାଉଳ ବୋଝେଇ ଟ୍ରକ୍‌

ପଟାଙ୍ଗି,୧୪ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଜୋଡିମାଦଲି ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି ଚାଉଳ ବୋଝେଇ ଟ୍ରକ୍‌ । ସୂଚନା ଅନୁସାରେ…

ଦିଶା ମୃତ୍ୟୁ ମାମଲା; CBI ଏଫ୍‌ଆଇଆର୍‌ରେ ଆଦିତ୍ୟ ଠାକ୍‌ରେ….

ମୁମ୍ବାଇ,୧୪।୯: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାରେ ବଡ଼ ଖବର ସାମ୍ନାକୁ ଆସିଛି । ପ୍ରାୟ ୬ ବର୍ଷ…

ସାଉଦି ପାଇପଲାଇନ୍‌କୁ ବନ୍ଦ କରିଦେଲା ଡ୍ରୋନ୍‌ ଆକ୍ରମଣ, ଏହା ଭାରତକୁ ପ୍ରଭାବିତ କରିବ କି ଜାଣନ୍ତୁ…

ରିୟାଦ୍‌,୧୪ା୯: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବେ ବିଶ୍ୱ ତୈଳ ବଜାର ଉପରେ ଗୁରୁତର ପ୍ରଭାବ ପକାଉଛି। ଡ୍ରୋନ୍‌ ଆକ୍ରମଣ ପରେ ସାଉଦି ଆରବର ଗୁରୁତ୍ୱପୂର୍ଣ୍ଣ ପୂର୍ବ-ପଶ୍ଚିମ ତୈଳ…

ଗଣେଶଜୀଙ୍କ ଅତି ପ୍ରିୟ ଏହି ୪ ରାଶି: ଆଜିଠୁ ଚାଲିଲା ଭଲ ସମୟ, ପ୍ରଚୁର ଲାଭ ସହ ଧନବର୍ଷା

ଭୁବନେଶ୍ୱର: ଗଣେଶ ଚତୁର୍ଥୀରୁ ଅନନ୍ତ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ କିଛି ରାଶିର ଜାତକଙ୍କ ଉପରେ ଗଣପତିଙ୍କ ବିଶେଷ କୃପା ରହିବ ବୋଲି ଜ୍ୟୋତିଷବିଦ୍‌ମାନେ ମତ ଦେଇଛନ୍ତି। ଏହି ସମୟରେ…

ବାଇକକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ, ବାପା ଆଗରେ ଚାଲିଗଲା ମା’-ଛୁଆଙ୍କ ଜୀବନ

​ସମ୍ବଲପୁର,୧୪।୯(ପ୍ରମୋଦ ବହିଦାର): ନୂଆଁଖାଇ ପର୍ବ ପାଳନ ପାଇଁ ଖୁସି ମନରେ ଘରକୁ ଫେରୁଥିବା ଏକ ନିଷ୍ପାପ ପରିବାର ଉପରେ କାଳ ସାଜି ମାଡ଼ିଆସିଲା ଦ୍ରୁତଗାମୀ ଟ୍ରକ୍ ।…

ପୁଣି ରୋମାନ୍ସ କରିବେ ବିଜୟ-ରଶ୍ମିକା: ଏଥର ବଢୁଛି ଚର୍ଚ୍ଚା

ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଓ ରଶ୍ମିକା ମନ୍ଦାନାଙ୍କ ଅନସ୍କ୍ରିନ୍‌ କେମିଷ୍ଟ୍ରିକୁ ଦର୍ଶକେ ସବୁବେଳେ ପସନ୍ଦ କରିଆସିଛନ୍ତି। ଏବେ ଦୁହେଁ ପୁଣିଥରେ ଏକାଠି ପରଦାରେ ନଜର ଆସିବେ।…

ପୁଟିନ ନା ଜିନପିଙ୍ଗ? କାହାର ବିମାନ ଅଧିକ ମହଙ୍ଗା, ଜାଣନ୍ତୁ ଦୁଇ ବିମାନର ରହସ୍ୟ

ନୂଆଦିଲ୍ଲୀ,୧୪।୯: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଦିଲ୍ଲୀରେ ଆୟୋଜିତ ୧୮ତମ BRICS ଶିଖର ସମ୍ମିଳନୀରେ ଯୋଗଦେବାକୁ ଭାରତ ଆସିଥିଲେ। ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?