ଧାନ ବିହନ ବୁଣି ବର୍ଷାକୁ ଚାହିଁଛି ଚାଷୀ

ମହାକାଳପଡ଼ା,୧୩ା୬ (ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଖରିଫ ଫସଲ ପାଇଁ ଚାଷୀମାନେ ଜମି ପ୍ରସ୍ତୁତି କରି ଧାନ ବିହନ ବୁଣିବା କାମ ସାରିଲେଣି। ବର୍ଷାକୁ ଅପେକ୍ଷା କରି ଆସି ଆଷାଢ଼ ଧରିଲା। ଆକାଶରୁ ବୁନ୍ଦାଏ ବର୍ଷା ପଡୁନି। ଆକାଶରେ ଭାସି ବୁଲୁଛି ବାଦଲ ଖଣ୍ଡ। କିନ୍ତୁ ବର୍ଷା ନା ଧରୁନି। ଭାରତୀୟ ପାଣିପାଗ ବିଭାଗ ଚଳିତ ମାସ ଦ୍ୱିତୀୟ ସପ୍ତାହରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଉପକୂଳ ଛୁଇଁବ ବୋଲି ଆକଳନ କରିଥିଲା। ତେବେ ମୌସୁମୀ ଆସିବା ବିଳମ୍ବ ହେବା କଥା ଶୁଣି ଚାଷୀମାନଙ୍କ ଚିନ୍ତା ବଢ଼ିଲାଣି।
ପ୍ରତ୍ୟେକ ବର୍ଷ ରଜ ପୂର୍ବରୁ ତଳିଗୁଡ଼ିକ ୫ ଇଞ୍ଚ ବଢ଼ି ଯାଇଥାଏ। ମୌସୁମୀ ଆସିବା ବିଳମ୍ବ ଓ ବର୍ଷା ନ ହେବା ଯୋଗୁ ଭୂଇଁରୁ ଧାନ ଗଜା ବାହାରି ପାରୁନି। ବ୍ଲକର ମୋଟ ୨୮ ହଜାର ହେକ୍ଟର ଚାଷ ଜମିଥିବା ବେଳେ ସେଥିମଧ୍ୟରୁ ଧାନ ଫସଲ ପାଇଁ ୨୪ ହଜାର ହେକ୍ଟର ରହିଛି। ତା’ମଧ୍ୟରୁ ପ୍ରାୟ ୧୦ ହଜାର ହେକ୍ଟର ଚାଷଜମିରେ ଚାଷୀମାନେ ଦେଶୀ ଧାନକୁ ବୁଆ ପାଇଁ ବୁଣାବୁଣି କରିଥାନ୍ତି। ଅବଶିଷ୍ଟ ଜମିଗୁଡିକୁ ଧାନ ତଳି ପକାଇ ରୁଆରୁଇ କରିଥା’ନ୍ତି। ବ୍ଲକର ସମୁଦ୍ରକୂଳିଆ ଅଞ୍ଚଳରେ ଚାଷ ଜମିଗୁଡିକ ଲୁଣା ଓ ଦୋରସା ପଟୁ ମାଟି ଥିବା ବେଳେ ସେଥିପାଇଁ ଚାଷୀମାନେ ଦେଶୀୟ ବିହନ ବାଛିଥାନ୍ତି। ଯଥା ପାଣିଅଁଳା, ଭୁଣ୍ଡି, ଭାଲୁକି, ରାସ ପନ୍ଦର, ପାଣିଲୋଇଲି, ପାଟେଣୀ, ଲୁଣାଶ୍ରୀ, ବାଉଁଶ ଗଜା, ନାଲି ଚମ୍ପା ଆଦି ଧାନକୁ ବୁଆ ରୂପେ ଚାଷକରି ଭଲ ଅମଳ କରିଥାନ୍ତି। ସଙ୍କରଜାତୀୟ ଧାନ ଫସଲଠାରୁ ଏହା ଅମଳକ୍ଷମ କମ ହୋଇଥିଲେ ମଧ୍ୟ ଦୈବୀ ଦୁର୍ବିପାକକୁ ଏହା ସାମ୍ନା କରିଥାଏ। ରୋଗ ପୋକ ଓ ସାର ପାଇଁ ବିଶେଷ କିଛି ଖର୍ଚ୍ଚ ନ ଥାଏ। ବ୍ଲକର ଉପକୂଳ ଅଞ୍ଚଳଗୁଡିକରେ ଅଧିକାଂଶ ସମୟରେ ବନ୍ୟା ବାତ୍ୟା ହେଉଥିବାରୁ ଧାନ ଫସଲ ନଷ୍ଟ ହେବାର ଆଶଙ୍କା କମ ଥାଏ। ସେଥିପାଇଁ ଚାଷୀମାନେ ଦେଶୀ ବିହନ ଚାଷ ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି। ମୌସୁମୀ ବିଳମ୍ବ ପାଇଁ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଲାଣି। ମୃତ୍ତିକା ଆର୍ଦ୍ରତା ଥିବା ଯୋଗୁ ମୌସୁମୀ ଭରସାରେ ଚାଷୀ କ୍ଷେତରେ ବିହନ ବୁଣିଥିଲା। ଉପରେ ଡହଡହ ଖରା ସାଙ୍ଗକୁ ଆର୍ଦ୍ରତା ଥିବା ଜମିରେ ବୁଣା ଯାଉଥିବା ବିହନ ଆଉ ଗଜା ହେବ କି ନାହିଁ ଚାଷୀ ମନରେ ଭାଳେଣି ପଡ଼ିଲାଣି। ଚାଷୀ ଭାଡ଼ିର ଓଳିଆରେ ସାଇତା ରଖିଥିବା ବିହନ ବୁଣାବୁଣିରେ ସରିଯାଇଛି। ଏବେ ନିରୁପାୟ ହୋଇ ଆକାଶକୁ ଚାହିଁଛି କେବେ ବର୍ଷା ହେବ। ଏ ସମ୍ପର୍କରେ ଚାଷୀ ନାଥ କୁମାର ଭୋଳ କୁହନ୍ତି, ସବୁବର୍ଷ ପରି ଚଳିତବର୍ଷ ଜଳବାୟୁ ଠିକ୍‌ଠାକ୍‌ ଥିଲା। ହଳ କରି ବିଲରେ ବିହନ ବୁଣିବା କାମ ସାରିଥିଲୁ। ଆଶା ଥିଲା ରଜ ପୂର୍ବରୁ ବିଲରେ ପଡ଼ିଥିବା ବିହନଗୁଡ଼ିକ ଠିକ୍‌ ସମୟରେ ଗଜା ହେବ, କିନ୍ତୁ ମୌସୁମୀ ବାଧକ ସାଜିଲା। ଏବେ କିପରି ଚାଷ କରିବୁ ଚିନ୍ତାରେ ଅଛୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ପ୍ରାର୍ଥୀ ଘୋଷଣା ପରେ ବଡ଼ ବୟାନ ଦେଲେ ପ୍ରସନ୍ନ ପାଟ୍ଟଶାଣୀ

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବିଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଶନିବାର ଘୋଷଣା କରିଛି। ଦଳ ଚିଲିକାରୁ ରଘୁନାଥ ସାହୁଙ୍କୁ ପ୍ରାର୍ଥୀ କରିଛି। ତେବେ ଚିଲିକା...

ବଡଚଣାରୁ ଲଢିବେ ବର୍ଷା, କେଉଁଠୁ ଲଢିବେ ଅନୁଭବ?

ଭୁବନେଶ୍ୱର,୨୦।୪: ବିଜେଡି ଷଷ୍ଠ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଯେଉଁଥିରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସରପ୍ରାଇଜ କ୍ୟାଣ୍ଡିଡେଟ୍‌ ଭାବେ ବର୍ଷା ପ୍ରିୟଦର୍ଶିନୀଙ୍କୁ...

ଏହି ୨ ବିଧାୟକଙ୍କୁ ମିଳିଲାନି ଟିକେଟ୍‌

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଶନିବାର ଘୋଷଣା କରିଛି। ପ୍ରାର୍ଥୀ ଘୋଷଣାରେ ଚମ୍ପୁଆ ବିଧାୟକ ମିନାକ୍ଷୀ ମହାନ୍ତ ଏବଂ ଆନନ୍ଦପୁର...

ବିଜେଡି ଷଷ୍ଠ ପ୍ରାର୍ଥୀ ତାଲିକା: ୫ ବିଧାୟକଙ୍କ କଟିଲା ଟିକେଟ୍‌

ଭୁବନେଶ୍ୱର,୨୦।୪: ବିଜେଡିର ଷଷ୍ଠ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଟିକେଟ ଘୋଷଣା କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ତାଲିକାରେ...

ବରିଷ୍ଠ ବିଧାୟକ ଅମର ଶତପଥୀଙ୍କ ଟିକେଟ୍‌ କାଟି ବର୍ଷାଙ୍କ ଉପରେ ଭରସା

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ବିଜେଡି ବଡ଼ଚଣାର ବରିଷ୍ଠ ବିଧାୟକ ଅମର ଶତପଥୀଙ୍କ ଟିକେଟ୍‌ କଟିଛି। ତାଙ୍କ...

ସର୍‌ପ୍ରାଇଜ୍‌ କଲେ ନବୀନ, ଆଶାୟୀ ବରିଷ୍ଠ ନେତାଙ୍କ କାଟିଲେ ଟିକେଟ୍‌!

ଭୁବନେଶ୍ୱର,୨୦।୪: ପୁରୁଖା ନେତାଙ୍କ ଉପରେ ବିଜେଡିର ଭରସା ପାଉନାହିଁ। ଏହାର ପ୍ରମାଣସ୍ବରୂପ ନିର୍ବାଚନ ମଇଦାନକୁ ଦଳ ସଦ୍ୟ ସାମିଲ ହୋଇଥିବା ପ୍ରାର୍ଥୀଙ୍କୁ ଓହ୍ଲାଉଛି। ଫଳରେ ଦୀର୍ଘଦିନ...

ବିଜେଡି ବିଧାନସଭା ପ୍ରାର୍ଥୀ ତାଲିକା: ରଘୁନାଥ ସାହୁଙ୍କୁ ମିଳିଲା ଏହି ଆସନ

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଶନିବାର ଘୋଷଣା କରିଛି। ତାଲିକାରେ ରହିଛି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନାଁ। ସେ ବଡ଼ଚଣାରୁ...

କେନ୍ଦ୍ରାପଡ଼ାରୁ ଗଣେଶ୍ୱର, ବଡ଼ଚଣାରୁ ଲଢ଼ିବେ…

ଭୁବନେଶ୍ୱର,୨୦।୪: ଆଗାମୀ ସାଧାରଣ ନିର୍ବାଚନକୁ ନେଇ ବିଜେଡି ପକ୍ଷରୁ ଷଷ୍ଠ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri