ବିସ୍କୁଟ ଖାଇବା ପାଇଁ ଅଳି କରିବାରୁ ୮ ବର୍ଷର ଝିଅଙ୍କୁ ଚେଙ୍କ

ବ୍ରହ୍ମପୁର ଅଫିସ,୧୩ା୬: ବ୍ରହ୍ମପୁରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସାବତ ମା’ ନିଜ ମାନବିକତା ଭୁଲିଯାଇ ୮ବର୍ଷର ଶିଶୁକନ୍ୟାଙ୍କୁ ଅମାନବୀୟ ଦଣ୍ଡ ଦେଇଛନ୍ତି। ଶିଶୁଟିର ପିଠି, ବେକ, ଗାଲରେ ଗରମ ଚେଙ୍କ ମାରିଛନ୍ତି। ଏପରି କି ଏନେଇ କାହାକୁ ନ କହିବାକୁ ଧମକ ମଧ୍ୟ ମହିଳା ଜଣଙ୍କ ଦେଇଛନ୍ତି।
ରବିବାର ମଧ୍ୟାହ୍ନରେ ଲକ୍ଷ୍ମୀନୃସିଂହ ସାହି ସପ୍ତମଗଳି ହନୁମାନ ନଗରଠାରେ ସାବତ ମା’ ଜାନକୀ ମହାରଣା ୮ ବର୍ଷର ଝିଅକୁ ଚେଙ୍କ ମାରି ମୁହଁକୁ ପୋଡ଼ି ଦେଇଥିବା ଘଟଣା ଏବେ ଦୃଷ୍ଟିକୁ ଆସିଛି। ଗୁରୁତର ଅବସ୍ଥାରେ ଝିଅକୁ ବ୍ରହ୍ମପୁର ଏମ୍‌କେସିଜିକୁ ସ୍ଥାନାନ୍ତର କରାଯାଇଥିଲା। ବ୍ରହ୍ମପୁର ବଡ଼ବଜାର ଥାନା ପୋଲିସ ବାପା ଅନନ୍ତ ମହାରଣା ଓ ସାବତ ମା’ ଜାନକୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା କହିଛି।
ସୂଚନା ଅନୁଯାୟୀ, ଅନନ୍ତ ମହାରଣାଙ୍କ ପ୍ରଥମ ସ୍ତ୍ରୀ’ଙ୍କର ମୃତ୍ୟୁ ଘଟିଥିଲା। ତାଙ୍କର ଜଣେ ଝିଅ ଥିଲା। ସେ ପୁଣି ଥରେ ଜାନକୀଙ୍କୁ ବିବାହ କରିଥିଲେ। ବର୍ତ୍ତମାନ ଜାନକୀଙ୍କ ବର୍ଷକର ପୁଅ ଅଛି। ଗତ ଶୁକ୍ରବାର ଅନନ୍ତଙ୍କ ଝିଅ ବିସ୍କୁଟ ଖାଇବା ପାଇଁ ମା’ ଜାନକୀଙ୍କ ପାଖରେ ଅଳି କରିଥିଲା। ରୋଷେଇ କରୁଥିବା ଜାନକୀ ଏଥିରେ ରାଗିଯାଇ ଏକ ପିଠାପାତିଆ ଚୁଲିରେ ଗରମ କରି ଶିଶୁଟିର ଗାଲ, ବେକ ଓ ପିଠିରେ ଚେଙ୍କ ଦେଇଥିଲେ। ଶିଶୁଟି ପ୍ରାଣ ବିକଳରେ କାନ୍ଦୁଥିଲେ ମଧ୍ୟ କେହି ତାଙ୍କ କାନ୍ଦ ଶୁଣିଲେ ନାହିଁ। ଦୁଇ ଦିନ ଧରି କଷ୍ଟରେ ଛଟପଟ ହୋଇ ଘରେ ରହିବା
ପରେ ରବିବାର ମଧ୍ୟାହ୍ନରେ ଜାନକୀ ଶିଶୁଟିକୁ ସାହିରେ ସେ ପଢ଼ୁଥିବା ଟ୍ୟୁଶନ ଯିବା ପାଇଁ କହିଥିଲେ। ରାସ୍ତାରେ କିଛି ଲୋକ ଶିଶୁଟିର ଏହି ଅବସ୍ଥା ଦେଖି ତାଙ୍କୁ ଘଟଣା ସମ୍ପର୍କରେ ପଚାରିଥିଲେ। ଝିଅଟି କାନ୍ଦି କାନ୍ଦି ତାଙ୍କ ସାବତ ମା’ଏପରି କରିଥିବା କହିଥିଲା। ପରେ ସ୍ଥାନୀୟ ଲୋକେ ଏନେଇ ଖବର ଦେଇଥିଲେ ବୋଲି ପୋଲିସ କହିଛି।
ଏ ନେଇ ଅଭିଯୋଗ ହେବା ପରେ ମାମଲା ରୁଜୁ କରାଯିବ ବୋଲି ଥାନାଧିକାରୀ ପ୍ରଶାନ୍ତ ଭୂପତି ସୂଚନା ଦେଇଛନ୍ତି। ଉଦ୍ଧାର ଶିଶୁଟିକୁ ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରାଯାଇଛି। ପରେ ଶିଶୁ ମଙ୍ଗଳ ସମିତି (ସିଡବ୍ଲ୍ୟୁସି) ରେ ଶିଶୁକୁ ହାଜର କରାଯାଇ ବାଳାଶ୍ରମକୁ ହସ୍ତାନ୍ତର କରାଯାଇଛି। ସୋମବାର କିଶୋର ନ୍ୟାୟ ଆଇନ (ସୁରକ୍ଷା ଓ ଯତ୍ନ) ଅନୁଯାୟୀ ସିଡବ୍ଲ୍ୟୁସି ବୋର୍ଡ ନିକଟରେ ହାଜର କରାଯାଇ ଶିଶୁର ବୟାନ ରେକର୍ଡ କରାଯିବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

‘ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବାକୁ ସରକାରୀସ୍ତରରେ ଯୋଜନା ଚାଲିଛି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ଛାତ୍ର ସଂସଦ ନିର୍ବାଚନରେ ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସରକାରୀ ସ୍ତରରେ ଯୋଜନା ଚାଲିଛି। ଭାଜପା ବିଧାୟକ, ମନ୍ତ୍ରୀ କଲେଜ ଅଧ୍ୟକ୍ଷ, ଅଧ୍ୟାପକ…

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଜୁଆଆଡ୍ଡା ପରିଚାଳନାକୁ ନେଇ ଉତ୍ତେଜନା: ହତ୍ୟା ଉଦ୍ୟମ ଘଟଣାରେ …

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ବ୍ରହ୍ମପୁର ସଦର ଥାନା ବାଲିପଡ଼ା ଗ୍ରାମର ନିଲୁ ଗୌଡ଼(୨୧) ଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

କେସିଙ୍ଗା ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କେସିଙ୍ଗା, ୯/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ନେଇ ବିଜ୍ଞପ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?