ଚଟାଣରେ ଗଡୁଛନ୍ତି ପ୍ରସୂତି, ନବଜାତକ

ସୋନପୁର,୧୩।୬(ନି.ପ୍ର.): ସୁବର୍ଣ୍ଣପୁର ଜିଲା ଡାକ୍ତରଖାନାରେ ଶଯ୍ୟା ଅଭାବ ଗୁରୁତର ସମସ୍ୟା ସୃଷ୍ଟି କରିଛି। ଚିକିତ୍ସା ପାଇଁ ଆସୁଥିବ)। ରୋଗୀ ଓ ସମ୍ପର୍କିୟ ମାନେ ଅସୁବିଧା ଭୋଗୁଛନ୍ତି। ସାଧାରଣ ରୋଗୀଙ୍କ ସମେତ ପ୍ରସୂତୀ ଓ ନବଜାତକଙ୍କୁ ଡାକ୍ତରଖାନା ବାରଣ୍ଡାରେ ରଖାଯାଉଛି। ପ୍ରବଳ ଗ୍ରୀଷ୍ମ ସମୟରେ ରୋଗୀ ଚଟାଣରେ ଶୋଇବାକୁ ବାଧ୍ୟ ହେଉଛି। ସେମାନଙ୍କ ପାଇଁ କୁଲରଟିଏ ମଧ୍ୟ ବ୍ୟବସ୍ଥା ହୋଇପାରିନି। ଏହି ଦୃଶ୍ୟ ସରକାରଙ୍କ ସ୍ବାସ୍ଥ୍ୟସେବାକୁ ପଦାରେ ପକାଇ ଦେଇଛି।
୧୯୯୩ ଅପ୍ରେଲ ୧ରେ ସୁବର୍ଣ୍ଣପୁର ନୂତନ ଜିଲା ହେଲା। ସେହିକ୍ରମରେ ସୋନପୁର ଉପଖଣ୍ଡ ଡାକ୍ତରଖାନା ଜିଲା ମୁଖ୍ୟ ଡାକ୍ତରଖାନାର ମାନ୍ୟତା ପାଇଲା। କିନ୍ତୁ ଡାକ୍ତରଖାନାର ଶଯ୍ୟା ସଂଖ୍ୟା ବୃଦ୍ଧି ହେଲାନି। ଜନସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଡାକ୍ତରଖାନାର ମୋଟ ଶଯ୍ୟା ସଂଖ୍ୟା ଏବେ ବି ୧୨୦ ରହିଛି। ଏହି ଡାକ୍ତରଖାନା ଉପରେ ସୁବର୍ଣ୍ଣପୁର ଓ ପଡୋଶୀ ବୌଦ୍ଧ ଜିଲାର ଲକ୍ଷାଧିକ ଜନସାଧାରଣ ନିର୍ଭର କରନ୍ତି। ପ୍ରତ୍ୟେହ ୫୦ରୁ ଊର୍ଦ୍ଧ୍ୱ ସ୍ତ୍ରୀ ଓ ପ୍ରସୂତୀ ବିଭାଗର ରୋଗୀ ଚିକିତ୍ସା ପାଇଁ ଆସିଥାନ୍ତି । ଏଠାରେ ୩ଜଣ ସ୍ତ୍ରୀ ଓ ପ୍ରସୂତୀ ବିଭାଗର ବିଶେଷଜ୍ଞ ଅଛନ୍ତି । କିନ୍ତୁ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ମାତ୍ର ୨୪ଟି ସରକାରୀ ମଞ୍ଜୁରୀ ପ୍ରାପ୍ତ ଶଯ୍ୟା ରହିଛି। ଗର୍ଭବତୀ ମହିଳା ସୁରକ୍ଷିତ ଭାବେ ଡାକ୍ତରଖାନାରେ ଏକ ଉପଯୁକ୍ତ ସ୍ବାସ୍ଥ୍ୟକର ପରିବେଶରେ ନିଜର ଶିଶୁଙ୍କୁ ଜନ୍ମ ଦେବା ଉପରେ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ମାତୃ ଓ ଶିଶୁ ମୃତ୍ୟୁ ହାର ରୋକିବା ପାଇଁ ସୁରକ୍ଷିତ ପ୍ରସବକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ସରକାରୀ ଡାକ୍ତରଖାନା ଗୁଡିକରେ ପ୍ରସବ କରୁଥିବା ପ୍ରସୂତୀ ମାନଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ଫଳରେ ପୂର୍ବାପେକ୍ଷା ବର୍ତ୍ତମାନ ଡାକ୍ତରଖାନାକୁ ଅଧିକ ଗର୍ଭବତୀ ପ୍ରସବ ପାଇଁ ଆସୁଛନ୍ତି। ଜାତୀୟ ସ୍ବାସ୍ଥ୍ୟ ମିଶନ ଯୋଜନାରେ ଜିଲା ସଦର ମହକୁମାର ଝୁପୁଡିପଡାରେ ୩୨ କୋଟି ଟଙ୍କା ବ୍ୟୟରେ ୫୦ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ମାତୃ ଓ ଶିଶୁ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣ ହୋଇଛି । ଏହି ସ୍ବାସ୍ଥ୍ୟକେନ୍ଦ୍ରର ଉଦ୍‌ଘାଟନ ସରିଛି। କିନ୍ତୁ ଜିଲା ପ୍ରଶାସନ ତାହାକୁ କାର୍ଯ୍ୟକ୍ଷମ କରୁନାହିଁ। ଜିଲା ସ୍ବାସ୍ଥ୍ୟ ବିଭାଗରେ ମାନବ ସମ୍ବଳ ନଥିବା ଦର୍ଶାଇ ସ୍ବାସ୍ଥ୍ୟକେନ୍ଦ୍ରକୁ କର୍ତ୍ତୃପକ୍ଷ କାର୍ଯ୍ୟକ୍ଷମ କରାଉ ନାହାନ୍ତି। ଅନ୍ୟପକ୍ଷେ ଆବଶ୍ୟକ ଶଯ୍ୟା ଅଭାବରୁ ଜିଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଚିକିତ୍ସିିତ ହେଉଥିବା ରୋଗୀଙ୍କୁ ବାରଣ୍ଡାରେ ଚିକିତ୍ସିତ ହେବାକୁ ପଡୁଛି। ଏକାଧିକ ପ୍ରସୂତୀ ବାରଣ୍ଡାରେ ନିଜ ନବଜାତକଙ୍କୁ ଧରି ପଡି ରହୁଛନ୍ତି। ସେହି ବାରଣ୍ଡା ଦେଇ ପ୍ରତ୍ୟହ ଶତାଧିକ ରୋଗୀ, ସୁଇପର, ସମ୍ପର୍କିୟ ଓ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ ମାନେ ଜୋତା ପିନ୍ଧି ଡାକ୍ତରଖାନାର ଅର୍ନ୍ତବିଭାଗକୁ ଯାତାୟତ କରୁଛନ୍ତି। ତେଣୁ ସଂକ୍ରମଣର ଭୟ ରହୁଛି । ଏ ସମ୍ପର୍କରେ ସୋନପୁର ବ୍ଲକ ସାନଝିଙ୍କି ଗ୍ରାମର ପାର୍ବତୀ ଆଡଜୁଆଡି(୬୦) କୁହନ୍ତି, ଝାଡା ହେବାରୁ ସେ ଡାକ୍ତରଖାନା ଆସିଥିଲେ। ଡାକ୍ତରଙ୍କ ପରାମର୍ଶକ୍ରମେ ଚିକିତ୍ସିତ ହେଉଛନ୍ତି। ତେବେ ଶଯ୍ୟା ଅଭାବରୁ ଚିକିତ୍ସା ପାଇଁ ସେ ଚଟାଣରେ ଶୋଇ ରହିବାକୁ ବାଧ୍ୟ ହେଉଛନ୍ତି। ସେହିପରି ଉଲୁଣ୍ଡା ବ୍ଲକ ବଲାଡି ଗ୍ରାମର ନିରଞ୍ଜନ ସାହୁ(୫୩) ଓ ବୀରମହାରାଜପୁର ବ୍ଲକ ଗଉଡଗାଡ ଗ୍ରାମର ଗାହିଁଣା ପ୍ରଧାନ(୫୦) ବାରଣ୍ଡାରେ ତଳେ ଶୋଇ ଚିକିତ୍ସିତ ହେଉଛନ୍ତି। କିଛି ପ୍ରସୂତୀ ମହିଳା ଶଯ୍ୟା ଅଭାବରୁ ନିଜର ନବଜାତକଙ୍କ ସହ ବାରଣ୍ଡାରେ ଗଡୁଥିବା ଦେଖିବାକୁ ମିଳିଛି। ଅସହ୍ୟ ଗରମ ହେଉଛି । ତେଣୁ ସରକାର ଶଯ୍ୟା ସଂଖ୍ୟା ବୃଦ୍ଧି କରିବାକୁ ରୋଗୀ ଓ ପରିଜନ ମାନେ ଅନୁରୋଧ କରିଛନ୍ତି। ଘଟଣା ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ବିଶ୍ୱରଞ୍ଜନ ସାହୁଙ୍କ ସହିତ ଯୋଗାଯୋଗ କରିଥିଲୁ। ସେ କହିଥିଲେ ଶଯ୍ୟାର ଅଭାବ ରହିଛି। ଆମେ ଅଧିକ ୧୫ଟି ଶଯ୍ୟା ପକାଇଛୁ, ମାତ୍ର ତାହା ଯଥେଷ୍ଟ ହେଉନି। ସ୍ବାଭାବିକ ପ୍ରସବ ହେଉ ବା ଅସ୍ତ୍ରୋପଚାର ପ୍ରସବ ହେଉ ଉଭୟ ମା’ ଓ ଶିଶୁଙ୍କ ସୁରକ୍ଷା ପାଇଁ ସ୍ବାସ୍ଥ୍ୟକେନ୍ଦ୍ରରେ ଅନ୍ୟୁନ ୪୮ଘଣ୍ଟା ରହିବା ବାଧ୍ୟତାମୂଳକ। ତେଣୁ ପ୍ରସୂତୀ ଓ ନବଜାତକଙ୍କୁ ବାରଣ୍ଡାରେ ରଖିବାକୁ ପଡୁଛି । ନୂତନ ମାତୃ ଓ ଶିଶୁ ସ୍ବାସ୍ଥ୍ୟକେନ୍ଦ୍ର କାର୍ଯ୍ୟକ୍ଷମ ହେଲେ ସବୁ ସମସ୍ୟାର ସମାଧାନ ହୋଇଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?