Posted inଗଜପତି

ଆମ ଶୌଚାଳୟରେ ତାଲା, ଅସନ୍ତୋଷ ବୃଦ୍ଧି

ନୂଆଗଡ଼,୧୩।୬: ଗଜପତି ଜିଲା ନୂଆଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆମ ଶୌଚାଳୟ ଲୋକଙ୍କ ସୁବିଧା ଲାଗି ନିର୍ମାଣ କରାଯାଇଛି। ଏହା ୨୦୨୦ ନଭେମ୍ବର ୨୫ ତାରିଖରେ ଲୋକାର୍ପିତ ହୋଇଛି। ହେଲେ ଏହି ଶୌଚାଳୟଟି ଲୋକାର୍ପିତ ଦିନଠାରୁ ୨ବର୍ଷ ପୂରିବାକୁ ଯାଉଥିଲେ ମଧ୍ୟ ତାଲା ପଡ଼ି ଲୋକଙ୍କ ସେବାରେ ଆସୁନଥିବା ଦେଖିବାକୁ ମିଳୁଛି। ଫଳରେ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ବ୍ଲକରେ ନିର୍ମାଣାଧୀନ ଆମ ଶୌଚାଳୟ ପୁରୁଷ ଏବଂ ମହିଳାମାନଙ୍କ ପାଇଁ ଦୁଇଟି କକ୍ଷ ଅଛି। ବ୍ଲକ ପରିସରରେ ବିଭିନ୍ନ ବିଭାଗର କାର୍ଯ୍ୟାଳୟ ରହିଛି। ଜନସାଧାରଣଙ୍କଠାରୁ ଆରମ୍ଭ କରି ଜନପ୍ରତିନିଧି ଏବଂ ଅନ୍ୟାନ୍ୟ କର୍ମଚାରୀ ବିଭିନ୍ନ କାର୍ଯ୍ୟ ନିମନ୍ତେ ବ୍ଲକ କାର୍ଯ୍ୟାଳୟକୁ ଆସନ୍ତି। ବିଭିନ୍ନ ସମୟରେ ଘଣ୍ଟା ଘଣ୍ଟା ଅପେକ୍ଷା କରିଥା’ନ୍ତି ଲୋକେ। ଫଳରେ ଲୋକଙ୍କୁ ଅକସ୍ମାତ୍‌ ପରିସ୍ରା ଲାଗିଲେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବ୍ଲକ ପ୍ରଶାସନ ତଥା କର୍ତ୍ତୃପକ୍ଷ ତୁରନ୍ତ ଏଥିପ୍ରତି ଧ୍ୟାନଦେଇ ବନ୍ଦ ହୋଇଥିବା ଆମ ଶୌଚାଳୟକୁ ଖୋଲିବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଜପତିରେ ହାତୀ, ବାଘ ଆତଙ୍କ ୨୪ଘଣ୍ଟା ପହରା ଦେଉଛି ବନ ବିଭାଗ

ପାରଳାଖେମୁଣ୍ଡି(ଗିରିଧାରୀ ପରିଛା):୨୭ା୧୧-ଗଜପତି ଜିଲାରେ ହାତୀ, ବାଘ ଭୟ ଲୋକମାନଙ୍କୁ ଆତଙ୍କିତ କରି ପକାଇଛି। କାଶୀନଗର ବ୍ଲକ ଅନ୍ତର୍ଗତ ବୁଦୁରା ପଞ୍ଚାୟତର ୱାନାଗୁଡା ଗ୍ରାମ ପାହାଡ଼ ଅଞ୍ଚଳରେ...

ପର୍ଯ୍ୟଟନ ସ୍ଥଳକୁ ପ୍ଲାଷ୍ଟିକମୁକ୍ତ ପାଇଁ ପ୍ରଶାସନର ପ୍ରୟାସ

ପାରଳାଖେମୁଣ୍ଡି,୨୨।୧୧ (ଗିରିଧାରୀ ପରିଛା): ଗଜପତି ଜିଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳକୁ ପ୍ଲାଷ୍ଟିକମୁକ୍ତ କରିବା ପାଇଁପ ପ୍ରଶାସନ ପ୍ରୟାସ ଆରମ୍ଭ କରିଛି। ବର୍ତ୍ତମାନ ପିକନିକ ଋତୁ ଆରମ୍ଭ...

ଗରା, ମାଠିଆ ରଖି ରାସ୍ତା ଅବରୋଧ: ହଟହଟା ହେଲେ ଯାତ୍ରୀ

ଆର୍‌ ଉଉଦୟଗିରି,୧୩।୧୧(ମନୋଜ କୁମାର ପାଢୀ) ଗଜପତି ଜିଲା ଆର୍‌ ଉଦୟଗିରି ଗ୍ରାମରେ ୧୦ ଦିନ ହେଲା ପାନୀୟ ଜଳ ସମସ୍ୟା ଲାଗି ରହିଛି । ଏହି...

ମେଘାଚ୍ଛନ୍ନ ହୋଇ ମଧ୍ୟ ବର୍ଷା ନାହିଁ, ଚାଷୀ ନିରାଶ

ପାରଳାଖେମୁଣ୍ଡି,୧୦ା୧୧(ଗିରିଧାରୀ ପରିଛା)ଗଜପତି ଜିଲାରେ ଦୁଇ ମାସରୁ ଊର୍ଦ୍ଧ୍ୱ ଦିନ ହେଲା ବର୍ଷା ହୋଇନଥିବାରୁ ଚାଷ ଜମିଫାଟି ଆଁ କରିଛି। ଚାଷୀମାନେ ନିରାଶ ହୋଇ ରହିଥିବା ବେଳେ...

ମାଟି ବଦଳରେ ଇଲେକ୍ଟ୍ରି ଦୀପ,ଚିନ୍ତାରେ କୁମ୍ଭକାର ପରିବାର

ପାରଳାଖେମୁଣ୍ଡି, ୯ା୧୧ (ଗିରିଧାରୀ ପରିଛା):ପାଖେଇ ଆସୁଛି ଆଲୋକର ପର୍ବ ଦୀପାବଳି। ରଙ୍ଗୀନ ଆଲୋକର ସଜା ସହିତ ପୂର୍ବ ପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପ ଜାଳି ଶୁଭକାମନା କରନ୍ତି...

ବଢ଼ିଚାଲିଛି ପିଆଜ ଦର

ପାରଳାଖେମୁଣ୍ଡି,୬ା୧୧ (ଗିରିଧାରୀ ପରିଛା): ଗଜପତି ଜିଲାରେ କନ୍ଦାଉଛି ପିଆଜ, ଲଗାତାର ବଢି ଚାଲିଛି ଦର। ଗତ କିଛି ଦିନ ତଳେ ପିଆଜ କିଲୋ ୨୦ ଟଙ୍କାରେ...

କାର୍ତ୍ତିକରେ କନ୍ଦାଉଛି ପିଆଜ, ଦର ଖସିବ କେବେ…

ପାରଳାଖେମୁଣ୍ଡି,୫ା୧୧(ଗିରିଧାରୀ ପରିଛା): ଗଜପତି ଜିଲାରେ କନ୍ଦାଉଛି ପିଆଜ, ଲଗାତାର ବଢି ଚାଲିଛି ଦର। ଗତ କିଛି ଦିନ ତଳେ ପିଆଜ କିଲୋ ୨୦ ଟଙ୍କାରେ ମିଳୁଥିବା...

ଅବ୍ୟବସ୍ଥା ଘେରରେ ପ୍ରାଥମିକ ବିଦ୍ୟାଳୟ

ରାୟଗଡ଼(ଗଜପତି)୨ା୧୧(ଜ୍ୟୋତି ପ୍ରସାଦ ପାଣି ): ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ। କୋମଳମତି ପିଲାମାନେ ଏକ ସୁସ୍ଥ ବାତାବରଣ ଓ ନିରାପଦ ଶ୍ରେଣୀ ଗୃହରେ ବସି ପାଠ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri