Posted inଭଦ୍ରକ

ସାଳନ୍ଦୀ ସଂସ୍କାର ଯୋଜନା ବାଟବଣା

ଭଦ୍ରକ ଅଫିସ, ୧୩।୬: ଭଦ୍ରକ ଜିଲାର ଜୀବନରେଖା କୁହାଯାଉଥିବା ସାଳନ୍ଦୀ ନଦୀ ଦିନକୁ ଦିନ ଅବହେଳିତ ହେଉଛି। ନଦୀଗର୍ଭ ଏବେ ଦଳ ଭର୍ତ୍ତି ହୋଇଥିବା ବେଳେ ଭଦ୍ରକ ସହରର ଡ୍ରେନ୍‌ ପାଣି ଛଡ଼ାଯିବା ସହ ଅଳିଆ ଆବର୍ଜନା ପକାଯାଉଥିବାରୁ ନଦୀ ଜଳ ବିଷାକ୍ତ ହୋଇଯାଇଛି। ଜିଲାର ୪ ବ୍ଲକ ବନ୍ତ, ଭଦ୍ରକ, ତିହିଡ଼ି ଓ ଚାନ୍ଦବାଲି ଦେଇ ପ୍ରବାହିତ ଏହି ନଦୀ ପାଇଁ ସାଳନ୍ଦୀ ସଂସ୍କାର ଯୋଜନା ମାଧ୍ୟମରେ ୧୨୪ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଖର୍ଚ୍ଚ ସରିଥିଲେ ବି ଯୋଜନା ବାଟବଣା। ସାଳନ୍ଦୀ ଜଳ ଦ୍ୱାରା ୮,୨୦୦ ହେକ୍ଟର ଜମି ଜଳସେଚିତ ହେଉଥିବା ଜଳସମ୍ପଦ ଡିଭିଜନ ପକ୍ଷରୁ ସୂଚନା ଥିବାବେଳେ ତଳ ମୁଣ୍ଡରେ ନଦୀ ଶୁଖିଲା ପଡୁଥିବାରୁ ଚାଷ ପାଇଁ ବ୍ୟବହାର ହୋଇପାରୁ ନ ଥିବା ଅଭିଯୋଗ ହେଉଛି। ଭଦ୍ରକର କେତେକ ସ୍ଥାନରେ ନଦୀ ଗର୍ଭ ଜବରଦଖଲ ସାଙ୍ଗକୁ ବେଆଇନ ବାଲିଉଠାଣ, କମ୍ପାନୀ ଦ୍ୱାରା ଜଳ ଶୋଷଣ ଓ ଅଳିଆ ଆବର୍ଜନା ସଫେଇ ହେଉ ନ ଥିବା ମୁଖ୍ୟ ସମସ୍ୟା ପାଲଟିଛି।
କେନ୍ଦୁଝର ଜିଲାର ହଦଗଡ଼ ଡ୍ୟାମ୍‌ରୁ ବାହାରି ଚାନ୍ଦବାଲି ବ୍ଲକର ତିନିତର ପର୍ଯ୍ୟନ୍ତ ୧୩୦ କି.ମି. ଲମ୍ବ ଏହି ନଦୀ। ଏହି ପରିଧି ମଧ୍ୟରେ ବନ୍ତ ବ୍ଲକର ୬ ପଞ୍ଚାୟତ, ଭଦ୍ରକର ୧୦, ତିହିଡ଼ିର ୭ ଏବଂ ଚାନ୍ଦବାଲିର ୬ ପଞ୍ଚାୟତ ରହିଛି। ତେବେ ଅନେକ ସ୍ଥାନରେ ନଦୀଗର୍ଭ ପୋତି ହୋଇପଡ଼ିଥିବାରୁ ୧୯୯୯ ପ୍ରଳୟଙ୍କରୀ ବନ୍ୟା ସମୟରେ ନଦୀକୂଳିଆବାସୀଙ୍କ ବହୁ ଧନଜୀବନ ହାନି ଘଟିଥିଲା। ପରେ କେନ୍ଦ୍ର ସରକାରଙ୍କ ସାଳନ୍ଦୀ ସଂସ୍କାର ଯୋଜନାରେ ୨୦୦୬-୦୭ରେ ୯୯ କୋଟି ଟଙ୍କା ବ୍ୟୟ ଅଟକଳ ମଞ୍ଜୁର ପରେ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ପରବର୍ତ୍ତୀ ସମୟରେ ଏହି ପ୍ରକଳ୍ପର ଅଟକଳ ମୂଲ୍ୟକୁ ୧୪୪କୋଟି ୬୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିଲା। ନଦୀ ଖନନ, ଡ୍ରେନେଜ୍‌ ବ୍ୟବସ୍ଥା ଓ ନଦୀବନ୍ଧ ନିର୍ମାଣ ବାବଦକୁ ୩୯କୋଟି, ପ୍ରକଳ୍ପରେ ଜମି ଅଧିଗ୍ରହଣ ବାବଦକୁ ୪୪କୋଟି, ଦଶମୌଜା ଓ ଗୋପାଳିଆ କେନାଲ ଖନନ ବାବଦକୁ ୮୦କୋଟି ୧୮ଲକ୍ଷ ଟଙ୍କା ଖର୍ଚ୍ଚ ପରେ ମଧ୍ୟ ନଦୀ ସଂସ୍କାର ଯୋଜନା ବାଟବଣା ହୋଇରହିଛି। ଠିକ୍‌ ଭାବେ କାମ ହେଉ ନ ଥିବାରୁ ନଦୀ ଦଳ ଭର୍ତ୍ତି ହେବା ସହ ଅପରିଷ୍କାର ହୋଇଯାଉଛି। ଅପରପକ୍ଷେ ନଦୀ ଗର୍ଭରୁ ବେଆଇନ ଭାବେ ବାଲି ଉଠାଣ ଓ ସ୍ଥାନୀୟ ଅଞ୍ଚଳର ଏକ କମ୍ପାନୀ ନଦୀର ଜଳକୁ ଶୋଷଣ କରୁଥିବାରୁ ଜଳସ୍ତର କମିଯାଉଛି ବୋଲି ସାଧାରଣରେ ଅଭିଯୋଗ ହେଉଛି। ଏ ସମ୍ପର୍କରେ ସାଳନ୍ଦୀ କେନାଲ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ ଚିତ୍ତରଞ୍ଜନ ଭୁୟଁା କହିଛନ୍ତି, ନଦୀଗର୍ଭର ମାଟି ଉର୍ବର ହୋଇଥିବାରୁ ଦଳ ବଢ଼ିବାରେ ସହାୟକ ହେଉଛି। ପ୍ରତିବର୍ଷ ଦଳ ସଫା କରାଯାଉଛି। ଏଥର ଚଳିତମାସ ଶେଷ ସୁଦ୍ଧା ସଫା କରାଯିବ। ଲୋକେ ନଦୀରେ ଅଳିଆ ଆବର୍ଜନା ପକାଉଥିବାରୁ ଜଳ ଦୂଷିତ ହେଉଛି। ନଦୀ ଜଳ ପ୍ରଦୂଷଣମୁକ୍ତ ଏବଂ କୂଳ ବନ୍ଧର ସୁରକ୍ଷା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲ୍ୟାଣ୍ଡ୍‌ଫଲ୍‌ ପରେ ଓଡ଼ିଶାରେ କ’ଣ ରହିବ ପ୍ରଭାବ? IMD ଡିଜି କହିଲେ…

ଭୁବନେଶ୍ୱର,୧୯ା୧୧: ବାତ୍ୟା ‘ଅକ୍ୱାନ’ ଆସନ୍ତାକାଲି ଅର୍ଥାତ୍‌ ୨୦ ତାରିଖ ମଧ୍ୟାହ୍ନ ସୁଦ୍ଧା ଗୋପାଳପୁରଠାରେ ଲ୍ୟାଣ୍ଡ୍‌ଫଲ୍‌ କରିବ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୯୦ରୁ ୧୦୦ କିଲୋମିଟର…

ବେଗ ବଢାଇଲା ବତ୍ୟା: IMD କଲା ସ୍ପଷ୍ଟ, ଏଇଠି ପିଟି ହେବ…

ଭୁବନେଶ୍ୱର, ୧୯ା୧୧: ବଙ୍ଗୋପସାଗରରେ ଭୀଷଣ ରୂପ ଧାରଣ କରିଛି ସାମୁଦ୍ରିକ ଝଡ଼ ‘ଅକୱାନ୍’। ଧୀରେ ଧୀରେ ଉତ୍ତର ଦିଗକୁ ମୁହାଁଇ ଆଗକୁ ବଢ଼ୁଛି ବାତ୍ୟା। ଗତ ୬…

ଓଡ଼ିଶା ମୁହାଁ ‘ଅକ୍ୱାନ’ : ସକାଳୁ ସକାଳୁ ଜଣାପଡିଲା, କେଉଁଠି ପିଟିହେବ…

ଭୁବନେଶ୍ୱର, ୧୯ା୧୧ (ସୌମ୍ୟରଞ୍ଜନ ରାଉତ): ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅକ୍ୱାନ’ ଭୀଷଣ ରୂପ ନେଇ ଓଡ଼ିଶା ଉପକୂଳ ମୁହଁା ହୋଇଛି। ବାରମ୍ୱାର…

ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ଅକ୍ବାନ୍ ସମୀକ୍ଷା ; ଓଡ଼ିଶାରେ ଲ୍ୟାଣ୍ଡଫଲ୍‌! ୪୬ ହଜାରରୁ ଅଧିକ ଲୋକ ସ୍ଥାନାନ୍ତର

ଭୁବନେଶ୍ୱର,୧୮।୧୧: ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି କରିଛନ୍ତି ସରକାର। ଏହାରି ଭିତରେ ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ SRCଙ୍କ କାର୍ଯ୍ୟାଳୟରେ ବାତ୍ୟା ସମୀକ୍ଷା କରିଛନ୍ତି…

ଓଡ଼ିଶା ମୁହାଁ ବାତ୍ୟା; ଜୁନିୟର ଆସିଷ୍ଟାଣ୍ଟ-କ୍ଲର୍କ ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର,୧୮।୧୧: ଓଡ଼ିଶା ମୁହାଁ ହେଉଛି ବାତ୍ୟା ‘ଅକ୍ୱାନ’ । ୯ କିମି ବେଗରେ ବଢୁଛି ଭୀଷଣ ବାତ୍ୟା । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୨୧ ଓ…

ଶ୍ରୀଗୁଣ୍ଡିଚା ମନ୍ଦିରରେ ୪ ଦିନ ଦର୍ଶନ ବନ୍ଦ, ପୁରୀ ଆସୁଥିଲେ ଜାଣି ରଖନ୍ତୁ…

ପୁରୀ,୧୮ା୧୧: ରାଜ୍ୟରେ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ଖରାପ ପାଗକୁ ଦୃଷ୍ଟିରେ ରଖି ପୁରୀର ଆରାଧ୍ୟ ସ୍ଥଳୀ ଶ୍ରୀଗୁଣ୍ଡିଚା ମନ୍ଦିରରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ବଡ଼…

ବାତ୍ୟା ଅକ୍ୱାନକୁ ନେଇ ୪ ଜିଲା ପାଇଁ ୪ ଆଇଏଏସ୍‌ଙ୍କୁ ଦାୟିତ୍ୱ, ଜାଣନ୍ତୁ କାହାକୁ କେଉଁ ଜିଲା…

ଭୁବନେଶ୍ୱର,୧୮ା୧୧: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’ର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି। ବାତ୍ୟା ପ୍ରଭାବିତ ହେବାକୁ ଥିବା ୪ଟି…

ନିଜ ମହତ

ଜଣେ ବ୍ୟକ୍ତି ଯେତେ ଉଚ୍ଚସ୍ଥାନରେ ଥିଲେ ମଧ୍ୟ କାର୍ଯ୍ୟ ପ୍ରତି ସଚ୍ଚୋଟତା ନ ଥିଲେ ସେ ସମାଲୋଚନାଯୋଗ୍ୟ ହୋଇଥାଆନ୍ତି। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ରାଷ୍ଟ୍ରପତିଙ୍କୁ ଶପଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?