୨୮ବର୍ଷ ହେଲା ସମ୍ପର୍କ ଯୋଡୁଛନ୍ତି ସୁଧାକର

ଖଇରା,୧୩।୬(ଡି.ଏନ.ଏ.): ଆଇସିକ୍ରମ ଖାଇବା କଥା ଶୁଣିଲେ ପିଲାମାନଙ୍କ ଖୁସି କହିଲେ ନ ସରେ। ବିଶେଷକରି ଖରାଦିନେ ଏହାର ଚାହିଦା ଅଧିକ। ଏବେ ପୁଣି ବଜାରରେ ମିଳୁଥିବା ବିଭିନ୍ନ ଫ୍ଲେଭର ଆଇସକ୍ରିମ ପିଲାମାନଙ୍କୁ ଆକର୍ଷିତ କରୁଛି। ହେଲେ ଖଇରା ଓ ଆଖପାଖ ଅଞ୍ଚଳରେ ୨୮ ବର୍ଷ ହେଲା ଆଇସକ୍ରିମ ବ୍ୟବସାୟ କରି ଲୋକଙ୍କ ସହ ସମ୍ପର୍କ ଯୋଡ଼ି ଚାଲିଛନ୍ତି ସୁଧାକର ଦାସ(୪୫) ା ତାଙ୍କ ଘର ଖଇରା ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ପାଣିସାଉଁଳି ଗ୍ରାମରେ ା ତାଙ୍କୁ ଯେତେବେଳେ ୧୫ବର୍ଷ ହୋଇଥିଲା, ତାଙ୍କ ଭାଇ ତ୍ରିନାଥ ତାଙ୍କୁ ଆଇସକ୍ରିମ ବ୍ୟବସାୟ କରିବାକୁ ପରାମର୍ଶ ଓ ପ୍ରଯୁକ୍ତି ପ୍ରଦାନ କରିଥିଲେ ା
ପ୍ରଥମେ ବିସୁନପୁର ଗ୍ରାମ ନିକଟରେ ଏକ ଭଡ଼ା ଘରେ ବ୍ୟବସାୟ ଆରମ୍ଭ କରିଥିଲେ ା ପରେ ବ୍ୟବସାୟ ବଢିବା ପରେ ଲାଭାଂଶରୁ ଜିଆଣିପଦା ନିକଟରେ ଜାଗା କିଣି ଫ୍ୟାକ୍ଟ୍ରି ବସାଇଥିଲେ ା ଏବେ ୧୦ଜଣ ବ୍ୟବସାୟୀଙ୍କ ଜରିଆରେ ବିଭିନ୍ନ ଗ୍ରାମକୁ ପଠାଇ ଆଇସକ୍ରିମ ବିକ୍ରି କରୁଛନ୍ତି ା ପୂର୍ବରୁ ସେ ଏକମାତ୍ର ଦୋକାନୀ ଥିଲେ। ଏବେ ବଜାରରେ ପ୍ରତିଯୋଗିତା ଯୋଗୁ ଲାଭର ପରିମାଣ କମି ଯାଉଛି ା ଆଇସକ୍ରିମ ମୂଲ୍ୟ ୫ଟଙ୍କା ପାଖରୁ ଆରମ୍ଭ କରି ୩୫ଟଙ୍କା ପର୍ଯ୍ୟନ୍ତ ଦରରେ ବିକ୍ରି ହେଉଛି ା ବଜାର ଚାହିଦା ମୁତାବକ ବିଭିନ୍ନ ଆଇସକ୍ରିମରେ ବିଭିନ୍ନ ଫ୍ଲେଭର ବ୍ୟବହାରକୁ ପିଲାମାନେ ଅଧିକ ପସନ୍ଦ କରୁଛନ୍ତି ା ମାର୍ଚ୍ଚରୁ ଜୁନ ପର୍ଯ୍ୟନ୍ତ ଏହି ବ୍ୟବସାୟ ଠିକଠାକ୍‌ ଚାଲୁଥିବା ବେଳେ ବାକି ମାସରେ ଘରେ ଚାଷ କରିଥାନ୍ତି ା ଏହି ବ୍ୟବସାୟରୁ ଝିଅ ଓ ପୁଅଙ୍କୁ ପାଠ ପଢାଇବା ସହ ସମସ୍ତ ଗୁଜୁରାଣ ମେଣ୍ଟାଇଥାନ୍ତି ା ବ୍ୟବସାୟ ମାଧ୍ୟମରେ ଲୋକଙ୍କ ସହ ସମ୍ପର୍କ ସୃଷ୍ଟି ହେବା ସହ ସେ ଆମତ୍ନିର୍ଭରଶୀଳ ହୋଇପାରିଥିବା ପ୍ରକାଶ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

ବନ୍ୟା ପାଇଁ ଡଙ୍ଗାରେ ଗଲେ ବର: ବନ୍ୟାଜଳରେ ବୁଡ଼ିରହିଛି ବିଭିନ୍ନ ପଞ୍ଚାୟତ

ଭୋଗରାଇ,୨୯ା୯(ପ୍ରଦୀପ ଦାସ):ସୁବର୍ଣ୍ଣରେଖା ନଦୀରେ ଆସିଛି ଚତୁର୍ଥ ବନ୍ୟା। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାଜଳରେ ବୁଡ଼ିରହିଛି। ଘରୁ ଗୋଡ଼ କାଢ଼ିଲେ ଅକାତକାତ ପାଣି। ଯାତାୟାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?