ବାଲେଶ୍ୱରରେ କନ୍ଧମାଳର ଡାକୁଲ ନୃତ୍ୟ

ବାଲିଗୁଡ଼ା,୧୩।୬ (ଡି.ଏନ.ଏ.): ବାଲେଶ୍ୱର ଜିଲା ପ୍ରଶାସନ ତରଫରୁ ଆୟୋଜିତ ପଲ୍ଲୀଶ୍ରୀ ମେଳାରେ ବାଲିଗୁଡ଼ାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କନ୍ଧମାଳ କଳା ବିକାଶ କେନ୍ଦ୍ରର କୃତିତ୍ୱ ସ୍ମରଣୀୟ। ଗତ ୧୦ ତାରିଖ ସାଂସ୍କୃତିକ ସନ୍ଧ୍ୟାରେ ୨୦ ଜଣିଆ ସାଂସ୍କୃତିକ ଦଳ ଅଂଶ ଗ୍ରହଣ କରି କନ୍ଧମାଳର ପାରମ୍ପରିକ ଲୋକନୃତ୍ୟ ଡାକୁଲ ନୃତ୍ୟ ପରିବେଷଣ କରି ମଞ୍ଚ ଦୁଲୁକାଇ ଥିଲେ। ଅନୁଷ୍ଠାନର ସମ୍ପାଦକ ତଥା ବରିଷ୍ଠ କଳାକାର ପ୍ରମୋଦ କୁମାର ଦଣ୍ଡସେନାଙ୍କ ସମେତ ନୃତ୍ୟ ଗୁରୁ କ୍ଷୀରୋଦ ପ୍ରସାଦ ଦଣ୍ଡସେନା, କଣ୍ଠଶିଳ୍ପୀ ବିଶ୍ୱଜିତ ସାହୁ, ଲୋକନୃତ୍ୟ କଳାକାର ଅଶ୍ୱିନୀ ପାତ୍ର, ଲକ୍ଷ୍ମୀ ନାରାୟଣ ମଳିକ, ମାଧୁରୀ ପଣ୍ଡା, ଅଭୀଲିପ୍ସା ପ୍ରଧାନ, ପ୍ରିୟଙ୍କା ନାୟକ, ଇନ୍ଦୁରେଖା ପୂଜାରୀ ପ୍ରମୁଖ ପ୍ରତିନିଧିତ୍ୱ କରି ମଞ୍ଚ ଦୁଲୁକାଇ ଥିଲେ। ପ୍ରକୃତିର ପୂଜକ ଆଦିବାସୀଙ୍କ ପୂଜାର୍ଚ୍ଚନା ଏବଂ ପାରମ୍ପରିକ ବୀରବାଦ୍ୟ ନୃତ୍ୟ ସଙ୍ଗୀତ ଉପସ୍ଥିତ ଦର୍ଶକଙ୍କୁ ବିଭୋର କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ମୁକାବିଲା ଲାଗି ପ୍ରସ୍ତୁତି ବୈଠକ : ପ୍ରତି ପଞ୍ଚାୟତରେ ଖୋଲିବ ଆଇସୋଲେଶନ କେନ୍ଦ୍ର

ରାଇକିଆ,୧୬।୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକ ସଭାଗୃହଠାରେ ସୋମବାର କରୋନା ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗ୍ରାମାଞ୍ଚଳ ଲୋକେ ସଚେତନ ରହିବା...

ଘାରିଛି ବିକ୍ରି ଚିନ୍ତା: ଚିନ୍ତାରେ ଚିନାବାଦାମ ଚାଷୀ

ଜଳେଶ୍ୱର,୫ା୫-ଚଳିତବର୍ଷ ବାଲେଶ୍ୱର ଜିଲାର ଜଳେଶ୍ୱର କୃଷି ଜିଲା ଅନ୍ତର୍ଗତ ୩ଟି ବ୍ଲକ ଜଳେଶ୍ୱର, ବାଲିଆପାଳ ଓ ଭୋଗରାଇରେ ୭୦ଭାଗ ଚିନାବାଦାମ ଅମଳ ସରିଥିଲେ ମଧ୍ୟ ବିକ୍ରି...

ଟ୍ରେଲର-ଆମ୍ବୁଲାନ୍ସ ମୁହାଁମୁହିଁ, ଚାଲିଗଲା ୨ ଜୀବନ

ବାହାନଗା,୧୨।୨(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ୧୬ନଂ. ଜାତୀୟ ରାଜପଥର ଦାଣ୍ଡକାଳୀ ନିକଟରେ ସକାଳେ ଏକ ଟ୍ରେଲର ଓ ଆମ୍ବୁଲାନ୍ସ ମଧ୍ୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨...

ନୂଆବର୍ଷ ମଜା ଫିକା: ଦୀଘାମୁହାଁ ପର୍ଯ୍ୟଟକ

ଭୋଗରାଇ, ୨।୧(ଡି.ଏନ.ଏ.)  କୋଭିଡ୍‌ କଟକଣା ଯୋଗୁ ନୂଆବର୍ଷ ପାଳନ ଫିକା ପଡିଛି। ବାଲେଶ୍ୱର ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ଖାଁ ଖାଁ ପରିବେଶ ପରିଲକ୍ଷିତ ହୋଇଥିଲା। ଉଦୟପୁର, ତାଳସାରୀ, ବିଚିତ୍ରପୁର ଇକୋ ଟୁରିଜିମ୍‌,...

ଅପରେଶନ ‘ସ୍ୟାଣ୍ଡ ଷ୍ଟର୍ମ’

ବାଲେଶ୍ୱର ଅଫିସ, ୫।୨: ବାଲେଶ୍ୱର ଉପଜିଲାପାଳ କୁନାଲ ମୋତିରାମ ଚଭନଙ୍କୁ ଆକ୍ରମଣ ପରେ ବାଲି ଚୋରା ଚାଲାଣକାରୀଙ୍କୁ ସାବାଡ୍‌ କରିବା ଲାଗି ଆକ୍ସନ ମୁଡ୍‌ରେ ଉଭୟ...

ପୂର୍ବତନ ବିଧାୟକଙ୍କ ପରଲୋକ

ବାଲିଗୁଡ଼ା,୨୩ା୪(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ାର ପୂର୍ବତନ ଭାଜପା ବିଧାୟକ ସୁରେନ୍ଦ୍ର କହଁରଙ୍କ ଶନିବାର ପରଲୋକ ହୋଇଯାଇଛି। ଦେହାନ୍ତ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା ।...

ଅସୁରକ୍ଷିତ ପ୍ରାଣୀ ଚିକିତ୍ସାଳୟ

ଖଇରା, ୨୬।୫(ଡି.ଏନ.ଏ.): ବାଲେଶ୍ୱର ଜିଲା ଅଧୀନ ଖଇରା ପ୍ରାଣୀ ଚିକିତ୍ସା କାର୍ଯ୍ୟାଳୟର ନୂତନ ଗୃହ ନିର୍ମାଣ ସରିବାର ପାଖାପାଖି ସାଢେ ୩ବର୍ଷ ବିତିଗଲାଣି। ନୂଆ କାନ୍ଥରେ...

ଗୀତ ଗାଇ ସଚେତନ କରାଇଲେ ବିଡିଓ

ଖଇରା, ୧୫।୪(ଡି.ଏନ.ଏ.)-ଲକ୍‌ଡାଉନ ସମୟରେ ବାଲେଶ୍ୱର ଜିଲା ଖଇରା ବ୍ଲକରେ କାର୍ଯ୍ୟରତ ବିଡିଓ ଦେବେନ୍ଦ୍ର ପ୍ରସାଦ ବଳ ବିଭିନ୍ନ ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରି ଚର୍ଚ୍ଚାକୁ ଆସିଛନ୍ତି।...

Advertisement
Archives

Model This Week