ଆମ ଜିଲା ଖବର

ପ୍ରାକୃତିକ ବାଲୁକା ସ୍ତୂପ ଉପରେ ମାଫିଆଙ୍କ ଦୃଷ୍ଟି

କୁଜଙ୍ଗ, ୧୬ା୫(ଡି.ଏନ୍‌.ଏ.): ଏରସମା ତହସିଲ ଅନ୍ତର୍ଗତ ଅଭୟଚାନ୍ଦପୁର ମୌଜା ଭୋଷ୍କାଲିସ ପଏଣ୍ଟ ସମୁଦ୍ରକୂଳ ପ୍ରାକୃତିକ ବାଲୁକା ସ୍ତୂପ ଉପରେ ବାଲି ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି। ପ୍ରାକୃତିକ ବାଲୁକା ସ୍ତୂପ ସଂଲଗ୍ନ ଘରୋଇ ଜମି ଉପରେ ବାଲି ଉଠାଣ ପାଇଁ ନାମକୁମାତ୍ର…

ସରପଞ୍ଚଙ୍କ ଜାଲ୍‌ ଦସ୍ତଖତ କରି ବ୍ୟବସାୟୀ ଗିରଫ

ମାଲକାନଗିରି/କାଲିମେଳା,୧୬।୫(ଡି.ଏନ୍‌.ଏ.): ସରପଞ୍ଚଙ୍କ ଜାଲ୍‌ ଦସ୍ତଖତ କରି ଶିକ୍ଷକମାନଙ୍କୁ ବଦଳି କରାଇବା ପାଇଁ ଡିଇଓ ଏବଂ ବିଇଓଙ୍କୁ ଚିଠି କରିବା ଘଟଣାରେ ବ୍ୟବସାୟୀ ମୌସୁମ ଖାଁଙ୍କୁ ମାଲକାନଗିରି ଜିଲା ମୋଟୁ ପୋଲିସ ଗିରଫ କରିଛି। ସୂଚନାଯୋଗ୍ୟ, କାଲିମେଳା ବ୍ଲକ ମୋଟୁ ପଞ୍ଚାୟତର ସରପଞ୍ଚ…

ଶ୍ରୀମନ୍ଦିର ଆଗରେ ଆଧୁନିକ ଗୀତରେ ନାଚିଲେ ଯୁବତୀ

ପୁରୀ ଅଫିସ,୧୬ା୫: ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଜଣେ ଯୁବତୀ ଆଧୁନିକ ଗୀତର ତାଳେ ତାଳେ ନୃତ୍ୟ କରୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହାକୁ ନେଇ ଜଗନ୍ନାଥପ୍ରେମୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଭଳି ନୃତ୍ୟ ଦ୍ୱାରା ବଡ଼ଦାଣ୍ଡର ପବିତ୍ରତା…

ମହଙ୍ଗା ମାଡ଼କୁ ମାପ ଓଜନରେ ଠକେଇ

ଯାଜପୁର ଅଫିସ,୧୬ା୫: ରାଜ୍ୟରେ ଖାଉଟିଙ୍କୁ ମାପ ଓ ଓଜନରେ ବ୍ୟାପକ ଠକେଇର ଶିକାର ହେବାକୁ ପଡୁଛି। ଏହାକୁ ନିୟନ୍ତ୍ରଣ କରିବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନ ବୈଧମାପ ବିଜ୍ଞାନ ବା ଲିଗାଲ ମେଟ୍ରୋଲୋଜି(ଏଲ୍‌ଏମ୍‌) ନିର୍ଦ୍ଦେଶାଳୟ ପକ୍ଷରୁ ବିଭିନ୍ନ…

ବ୍ରାହ୍ମଣୀ ବ୍ରହ୍ମପୁର ବାଲିଘାଟରୁ ବେଆଇନ ଉତ୍ତୋଳନ

କବାଟବନ୍ଧ,୧୬ା୫(ଡି.ଏନ.ଏ.): ଧର୍ମଶାଳା ତହସିଲ ଅନ୍ତର୍ଗତ ଜେନାପୁର ବ୍ରିଜ ନିକଟ ବ୍ରାହ୍ମଣୀ ନଦୀକୂଳ ପଠାରୁ ଅନୁମତି ନ ଥାଇ ବାଲି ଉଠାଣ ହେଉଛି। ଏନେଇ ନଦୀ ତଟବର୍ତ୍ତୀ ବ୍ରହ୍ମପୁର ଗ୍ରାମବାସୀ ଧର୍ମଶାଳା ତହସିଲଦାରଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ବ୍ରହ୍ମପୁର ଗ୍ରାମଟି ସରକାରୀ…

ଶ୍ରମିକଙ୍କ କାମ କରୁଛି ମେଶିନ

ବରୀ,୧୬ା୫(ଡି.ଏନ.ଏ.): ବରୀ ବ୍ଲକ ବରୀ ପଞ୍ଚାୟତରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ପୋଖରୀ ପୁନରୁଦ୍ଧାର ଓ ରାସ୍ତା କାର୍ଯ୍ୟ କରାଯାଉଛି। ତେବେ ଏହି କାର୍ଯ୍ୟ ଶ୍ରମିକଙ୍କ ଦ୍ୱାରା କରାଯିବାର ନିୟମ ଥିଲେ ମଧ୍ୟ ଏଠାରେ…

ଜାଲ୍‌ ଦସ୍ତଖତରେ ଆଧାର ପଞ୍ଜୀକରଣ, ସଂଶୋଧନ

ରସୁଲପୁର,୧୬ା୫(ଡି.ଏନ.ଏ.): ରସୁଲପୁର ବ୍ଲକ ଅଞ୍ଚଳରେ ଓକାକ୍‌ କମ୍ପ୍ୟୁଟର ଲ୍ୟାବ୍‌ ପକ୍ଷରୁ ୨ ସ୍ବୀକୃତିପ୍ରାପ୍ତ ଆଧାରକେନ୍ଦ୍ର ଖୋଲାଯାଇଥିଲା। ତେବେ କେନ୍ଦ୍ର ପରିଚାଳକ ଆଧାର ପଞ୍ଜୀକରଣ ଓ ତ୍ରୁଟି ସଂଶୋଧନ ବେଳେ ବେଆଇନ କାର୍ଯ୍ୟରେ ସମ୍ପୃକ୍ତ ଥିବା ଦର୍ଶାଇ କମ୍ପ୍ୟୁଟର ଲ୍ୟାବ୍‌ ପକ୍ଷରୁ ଉକ୍ତ…

ଏନ୍‌ଏଚ୍‌ଏଆଇ ଅବହେଳାରୁ ଦୁର୍ଘଟଣା ବୃଦ୍ଧି

ଯାଜପୁର ଅଫିସ,୧୬ା୫: ଜନଜୀବନର ସୁରକ୍ଷା ଏବଂ ନିରାପଦ ଗମନାଗମନ ପାଇଁ କେନ୍ଦ୍ର ସରକାର ବିପୁଳ ଅର୍ଥ ବ୍ୟୟବରାଦ କରି ଜାତୀୟ ରାଜପଥ (ଏନ୍‌ଏଚ୍‌) ନିର୍ମାଣ କରୁଛନ୍ତି। କିନ୍ତୁ ବିଭାଗୀୟ ଅଧିକାରୀ, ଯନ୍ତ୍ରୀ ଓ ଠିକାଦାରଙ୍କ ମଧ୍ୟରେ ସାଲିସ ଯୋଗୁ ରାଜପଥ ନିର୍ମାଣରେ…

ବଦଳିଲେ ମାହାଙ୍ଗା ଥାନା ଅଧିକାରୀ

ନିଶ୍ଚିନ୍ତକୋଇଲି,୧୬ା୫(ସ୍ବ.ପ୍ର.): କଟକ ଜିଲା ମାହାଙ୍ଗା ଥାନା ଅଧିକାରୀ ନୀହାର ରଞ୍ଜନ ମହାନ୍ତିଙ୍କୁ ରବିବାର ଗ୍ରାମାଞ୍ଚଳ ଏସ୍‌ପିଙ୍କ କାର୍ଯ୍ୟାଳୟକୁ ବଦଳି କରିଦିଆଯାଇଛି। ସେ ଦୀର୍ଘଦିନ ହେବ ନେମାଳ ଓ ପରେ ମାହାଙ୍ଗା ଥାନା ଅଧିକାରୀଭାବେ କାର୍ଯ୍ୟ କରି ଆସୁଥିଲେ। ତାଙ୍କ ସ୍ତ୍ରୀ ତଥା…

ଜଳ ପାଇଁ ଜଙ୍ଗଲମୁହାଁ ପିଲା

କେନ୍ଦୁଝର, ୧୬।୫(ସ୍ବ.ପ୍ର.): ‘୫-ଟି’ ବ୍ୟବସ୍ଥାରେ ବଦଳୁଛି ବିଦ୍ୟାଳୟ। ଚିକିମିକିଆ ସ୍ମାର୍ଟ କ୍ଲାସ୍‌ ରୁମ୍‌ର ଚିନ୍ତାମୁକ୍ତ ବାତାବରଣରେ ପାଠ ପଢୁଛନ୍ତି ପିଲା। ଏହାକୁ ନେଇ ରାଜ୍ୟ ସରକାର ସାଉଁଟୁଛନ୍ତି ପ୍ରଶଂସା। ଶିକ୍ଷା ଭିତ୍ତିଭୂମିର ଏଭଳି ପରିବର୍ତ୍ତନକୁ ସ୍ବାଗତ କରୁଛନ୍ତି ବୁଦ୍ଧିଜୀବୀ। ତେବେ ଖଣି…

କୁଆପଥର ମାଡ଼ରେ ଧାନ ନଷ୍ଟ, ଅନ୍ଧାରରେ ଝାରବନ୍ଧ

ଝାରବନ୍ଧ,୧୫।୫(ଡି.ଏନ୍‌.ଏ): କାଳବୈଶାଖୀ ପ୍ରଭାବରେ ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅଞ୍ଚଳରେ ରବିବାର ସନ୍ଧ୍ୟାରେ ଝଡ଼ବର୍ଷା ସାଙ୍ଗକୁ କୁଆପଥର ମାଡ଼ ହୋଇଛି । ଏହାର ପ୍ରଭାବରେ ଚାଷୀଙ୍କ ଅମଳକ୍ଷମ ଧାନ ନଷ୍ଟ ହୋଇଛି । ସେହିପରି ବିଭିନ୍ନ ସ୍ଥାନରେ ଗଛ, ଡ଼ାଳ, ବିଦ୍ୟୁତ୍‌…

ବଜାରରେ ଲାଗିଲା ମାଓବାଦୀ ପୋଷ୍ଟର

ଲାଠୋର,୧୫ା୫(ଡି.ଏନ.ଏ.): କିଛି ଦିନର ନୀରବତା ପରେ ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ ଘୁନସର ଓ ପୁଟକେଲଚୁଆ ଗ୍ରାମ ମଝି ବଜାର ପାଣ୍ଡାଲରେ ମାଓବାଦୀମାନେ ବ୍ୟାନର ମାରି ସେମାନଙ୍କ ଉପସ୍ଥିତି ଜାହିର କରିଛନ୍ତି। ପାଣ୍ଡାଲର ଦୁଇଟି ସ୍ଥାନରେ ଲାଲରଙ୍ଗର ବ୍ୟାନର ମରାଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?