ରାଜପଥ ସଂଯୋଗୀକରଣ ରାସ୍ତାକୁ ଅଣଦେଖା

ରସୁଲପୁର,୨୪ା୬(ଡି.ଏନ.ଏ.): ରସୁଲପୁର ବ୍ଲକ ଅଧୀନ ୧୬ନଂ. ଜାତୀୟ ରାଜପଥର ବିଲିପଡ଼ା ଗ୍ରାମକୁ ସଂଯୋଗ କରୁଥିବା ଗ୍ରାମ୍ୟ ରାସ୍ତା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଉକ୍ତ ରାସ୍ତା ମରାମତି କରାଯାଉ ନ ଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଗାଁରୁ ରାଜପଥକୁ ଯିବା ପାଇଁ ଉକ୍ତ ରାସ୍ତା ପ୍ରମୁଖ ଗମନାଗମନ ମାଧ୍ୟମ। ତେବେ ରାଜପଥ ନିର୍ମାଣ ଓ ସମ୍ପ୍ରସାରଣ ଦାୟିତ୍ୱରେ ଥିବା ଠିକା ସଂସ୍ଥାର ମନମୁଖି କାର୍ଯ୍ୟ ଓ ଜିଲା ପ୍ରଶାସନର ଢିଲାପଣ ଯୋଗୁ ଏପରି ଅବସ୍ଥା ହୋଇଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଏଠାରେ ଯାତାୟାତ ସ୍ବାଭାବିକ ପାଇଁ ଗାଁ ଲୋକେ ସଂଯୋଗୀକରଣ ରାସ୍ତାକୁ ଅସ୍ଥାୟୀ ମରାମତି କରିଛନ୍ତି। ଏହି ସ୍ଥାନରେ ଅଣ୍ଡର ପାସ୍‌ ନିର୍ମାଣ କରାଯାଇଛି। ହେଲେ ଗାଁକୁ ଯିବା ପାଇଁ ସଂଯୋଗ କରୁଥିବା ରାସ୍ତାକୁ ସୁଦୃଢୀକରଣ କରାନ ଯାଇ ଛାଡ଼ି ଦିଆଯାଇଛି। ବର୍ଷାଦିନରେ ଉକ୍ତ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ତେଣୁ ଗାଁକୁ ସଂଯୋଗ କରୁଥିବା ମାଟିମୋରମ ରାସ୍ତା ଓ ଗ୍ରାମ୍ୟରାସ୍ତା ସ୍ଥଳକୁ ସଦୃଢୀକରଣ, ମାଟି ମୋରମ ରାସ୍ତା ସଂଯୋଗ ସ୍ଥାନରେ କଲଭର୍ଟ ନିର୍ମାଣ ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି।
ରାଜପଥ ପାର୍ଶ୍ୱସ୍ଥ ଜନବସତିରୁ ରାଜପଥକୁ ସଂଯୋଗ ସ୍ଥାନକୁ ସୁଦୃଢୀକରଣ ଦାୟିତ୍ୱ ଠିକା ସଂସ୍ଥାର। ମାତ୍ର ଉକ୍ତ ନିୟମକୁ ଠିକା ସଂସ୍ଥା ପକ୍ଷରୁ ପାଳନ କରାଯାଉ ନାହିଁ। ଅଭିଯୋଗ ଆସିଥିବାସ୍ଥଳରେ ଠିକାସଂସ୍ଥା ପକ୍ଷରୁ ରାସ୍ତା ସମ୍ପ୍ରସାରଣ ବେଳେ ମାଟି ତାଡ଼ି ଦିଆଯାଇଥିଲା। ସେଠାରେ ଜଳ ପ୍ରବାହିତ ହେବା ପାଇଁ କେତୋଟି ହୁମ୍‌ ପାଇପ୍‌ ବସା ଯାଇଥିଲା। ଫଳରେ ମାଟି ଖୋଳିବା ବେଳେ ଜଳ ପ୍ରବାହିତ ପଥ ଅବରୋଧ ହୋଇଛି। ଜଳ ପ୍ରବାହ ହୋଇ ପାରୁ ନ ଥିବାରୁ ଅଞ୍ଚଳର କୃଷିକ୍ଷେତ ପ୍ରଭାବିତ ହେଉଛି। ସଂଯୋଗସ୍ଥଳରେ ପଡ଼ିଥିବା ମାଟିକୁ ରୋଲିଂ କରାଯାଇ ନ ଥିଲା। ଫଳରେ ଠିକାସଂସ୍ଥାର ଏତାଦୃଶା କାର୍ଯ୍ୟକୁ ଗ୍ରାମବାସୀ ବିରୋଧ କରିଥିଲେ। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ସଂଯୋଗ ରାସ୍ତାକୁ ଠିକ୍‌ କରିଦିଆଯିବ ବୋଲି ଠିକା ସଂସ୍ଥା ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। ହେଲେ ପରେ ସଂସ୍ଥା ଏହାକୁ ଭୁଲି ଯାଇଥିବା ଲୋକେ ଅଭିଯୋଗ କରିଛନ୍ତି। ଏବେ ବର୍ଷାରେ ସଂଯୋଗ ସ୍ଥଳରୁ ମାଟି ଧୋଇ ଯାଇ ଘାଇ ସୃଷ୍ଟି ହୋଇଛି। ଏ ଦିଗରେ ଅବଗତ ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଠିକାସଂସ୍ଥାର ଅଧିକାରୀଙ୍କ ସହ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲା। ମାତ୍ର ତାହା ସମ୍ଭବ ନ ହେବାରୁ ଗ୍ରାମବାସୀ ସଂଯୋଗ ସ୍ଥଳ ଦେଇ ଯାତାୟାତକୁ ସ୍ବାଭାବିକ ପାଇଁ ପ୍ରୟାସ କରିଛନ୍ତି। ମାତ୍ର ଅଧିକ ବର୍ଷା ହେଲେ ଉକ୍ତସ୍ଥାନର ସ୍ଥିତି ପୁଣି ବିଗିଡ଼ିଯିବ ବୋଲି ଲୋକେ କହିଛନ୍ତି।
ତେଣୁ ଉକ୍ତ ସ୍ଥାନର ସମସ୍ୟାକୁ ଠିକା ସଂସ୍ଥା ପକ୍ଷରୁ ତୁରନ୍ତ ସମାଧାନ କରାଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି। ହେଲେ ସମସ୍ୟା ଏତିକିରେ ସୀମିତ ରହିନାହିଁ। ରାଜପଥର ବାରବାଟୀଠାରୁ ଖଣ୍ଡିତର ନିକଟସ୍ଥ ଖରସ୍ରୋତା ବ୍ରିଜ୍‌ ପର୍ଯ୍ୟନ୍ତ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଶେଷ ହେବାକୁ ବସିଛି। ଯେଉଁ ସବୁ ସ୍ଥାନରେ ସମ୍ପ୍ରସାରଣ ସରିଗଲାଣି ସେ ସବୁ ସ୍ଥାନରେ ରାଜପଥକୁ ସଂଯୋଗ କରୁଥିବା ଗ୍ରାମ୍ୟରାସ୍ତା ସଂଯୋଗସ୍ଥଳକୁ ସୁଦୃଢୀକରଣ କରାଯାଉ ନାହିଁ। ସାମାନ୍ୟ ବର୍ଷାରେ ଉକ୍ତରାସ୍ତାଗୁଡିକର ଅବସ୍ଥା ଶୋଚନୀୟ ହୋଇପଡୁଛି। ରାସ୍ତାର ଦୁରବସ୍ଥା ପାଇଁ ପ୍ରତ୍ୟହ ଦୁର୍ଘଟଣା ଘଟି ଧନଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। ଏ ସମ୍ପର୍କରେ ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ପଚାରିବାରୁ ସେ କହିଛନ୍ତି, ରାଜପଥକୁ ସଂଯୋଗ କରୁଥିବା ସ୍ଥାନର ସ୍ଥିତି ସମ୍ପର୍କରେ ରିପୋର୍ଟ ମଗାଯାଇଛି। ଆଉ ଯେଉଁ ସବୁ ସ୍ଥାନରେ ଅସୁବିଧା ହେଉଛି ବୋଲି ଅଭିଯୋଗ ଆସୁଛି ତାକୁ ଅଗ୍ରାଧିକାର ଦିଆଯାଇ ସମାଧାନ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଏ ନେଇ ଠିକାସଂସ୍ଥା ଡିବିଏଲର ପ୍ରକଳ୍ପ ଅଧିକାରୀ ହରିହର ସିଂଙ୍କ ସହ ଯୋଗାଯୋଗ କରିବାକୁ ପ୍ରୟାସ କରାଯାଇଥିଲା। ମାତ୍ର ସେ ଫୋନ ନ ଉଠାଇବାରୁ ତାଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବିଜେଡିରେ ସାମିଲ ହେଲେ ବିଜୟ କେତନ ସ୍ବାଇଁ; କହିଲେ-ବିତୃଷ୍ଣା ହୋଇ ଭାଜପା ଛାଡ଼ିଲି

ଭୁବନେଶ୍ୱର,୧୯ା୪: ଭାଜପା ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ବାଇଁ । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଓଡିଶା ରାଜନୀତିରେ ଚହଳ,ଭାଜପାରେ ଯୋଗଦେବେ ଦୁଇ ବଡ଼ ନେତା!

ଭୁବନେଶ୍ୱର,୧୯।୪: ଆଗକୁ ରାଜ୍ୟ ରାଜନୀତି ସରଗରମ ହେବାକୁ ଯାଉଛି କାରଣ ଭାଜପାରେ ଯୋଗ ଦେଇ ପାରନ୍ତି ଓଡିଶା ରାଜନୀତିର ଦୁଇ ବଡ଼ ନେତା। ଏବେ ଚର୍ଚ୍ଚା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri