ରାଜପଥ ସଂଯୋଗୀକରଣ ରାସ୍ତାକୁ ଅଣଦେଖା

ରସୁଲପୁର,୨୪ା୬(ଡି.ଏନ.ଏ.): ରସୁଲପୁର ବ୍ଲକ ଅଧୀନ ୧୬ନଂ. ଜାତୀୟ ରାଜପଥର ବିଲିପଡ଼ା ଗ୍ରାମକୁ ସଂଯୋଗ କରୁଥିବା ଗ୍ରାମ୍ୟ ରାସ୍ତା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଉକ୍ତ ରାସ୍ତା ମରାମତି କରାଯାଉ ନ ଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଗାଁରୁ ରାଜପଥକୁ ଯିବା ପାଇଁ ଉକ୍ତ ରାସ୍ତା ପ୍ରମୁଖ ଗମନାଗମନ ମାଧ୍ୟମ। ତେବେ ରାଜପଥ ନିର୍ମାଣ ଓ ସମ୍ପ୍ରସାରଣ ଦାୟିତ୍ୱରେ ଥିବା ଠିକା ସଂସ୍ଥାର ମନମୁଖି କାର୍ଯ୍ୟ ଓ ଜିଲା ପ୍ରଶାସନର ଢିଲାପଣ ଯୋଗୁ ଏପରି ଅବସ୍ଥା ହୋଇଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଏଠାରେ ଯାତାୟାତ ସ୍ବାଭାବିକ ପାଇଁ ଗାଁ ଲୋକେ ସଂଯୋଗୀକରଣ ରାସ୍ତାକୁ ଅସ୍ଥାୟୀ ମରାମତି କରିଛନ୍ତି। ଏହି ସ୍ଥାନରେ ଅଣ୍ଡର ପାସ୍‌ ନିର୍ମାଣ କରାଯାଇଛି। ହେଲେ ଗାଁକୁ ଯିବା ପାଇଁ ସଂଯୋଗ କରୁଥିବା ରାସ୍ତାକୁ ସୁଦୃଢୀକରଣ କରାନ ଯାଇ ଛାଡ଼ି ଦିଆଯାଇଛି। ବର୍ଷାଦିନରେ ଉକ୍ତ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ତେଣୁ ଗାଁକୁ ସଂଯୋଗ କରୁଥିବା ମାଟିମୋରମ ରାସ୍ତା ଓ ଗ୍ରାମ୍ୟରାସ୍ତା ସ୍ଥଳକୁ ସଦୃଢୀକରଣ, ମାଟି ମୋରମ ରାସ୍ତା ସଂଯୋଗ ସ୍ଥାନରେ କଲଭର୍ଟ ନିର୍ମାଣ ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି।
ରାଜପଥ ପାର୍ଶ୍ୱସ୍ଥ ଜନବସତିରୁ ରାଜପଥକୁ ସଂଯୋଗ ସ୍ଥାନକୁ ସୁଦୃଢୀକରଣ ଦାୟିତ୍ୱ ଠିକା ସଂସ୍ଥାର। ମାତ୍ର ଉକ୍ତ ନିୟମକୁ ଠିକା ସଂସ୍ଥା ପକ୍ଷରୁ ପାଳନ କରାଯାଉ ନାହିଁ। ଅଭିଯୋଗ ଆସିଥିବାସ୍ଥଳରେ ଠିକାସଂସ୍ଥା ପକ୍ଷରୁ ରାସ୍ତା ସମ୍ପ୍ରସାରଣ ବେଳେ ମାଟି ତାଡ଼ି ଦିଆଯାଇଥିଲା। ସେଠାରେ ଜଳ ପ୍ରବାହିତ ହେବା ପାଇଁ କେତୋଟି ହୁମ୍‌ ପାଇପ୍‌ ବସା ଯାଇଥିଲା। ଫଳରେ ମାଟି ଖୋଳିବା ବେଳେ ଜଳ ପ୍ରବାହିତ ପଥ ଅବରୋଧ ହୋଇଛି। ଜଳ ପ୍ରବାହ ହୋଇ ପାରୁ ନ ଥିବାରୁ ଅଞ୍ଚଳର କୃଷିକ୍ଷେତ ପ୍ରଭାବିତ ହେଉଛି। ସଂଯୋଗସ୍ଥଳରେ ପଡ଼ିଥିବା ମାଟିକୁ ରୋଲିଂ କରାଯାଇ ନ ଥିଲା। ଫଳରେ ଠିକାସଂସ୍ଥାର ଏତାଦୃଶା କାର୍ଯ୍ୟକୁ ଗ୍ରାମବାସୀ ବିରୋଧ କରିଥିଲେ। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ସଂଯୋଗ ରାସ୍ତାକୁ ଠିକ୍‌ କରିଦିଆଯିବ ବୋଲି ଠିକା ସଂସ୍ଥା ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। ହେଲେ ପରେ ସଂସ୍ଥା ଏହାକୁ ଭୁଲି ଯାଇଥିବା ଲୋକେ ଅଭିଯୋଗ କରିଛନ୍ତି। ଏବେ ବର୍ଷାରେ ସଂଯୋଗ ସ୍ଥଳରୁ ମାଟି ଧୋଇ ଯାଇ ଘାଇ ସୃଷ୍ଟି ହୋଇଛି। ଏ ଦିଗରେ ଅବଗତ ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଠିକାସଂସ୍ଥାର ଅଧିକାରୀଙ୍କ ସହ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲା। ମାତ୍ର ତାହା ସମ୍ଭବ ନ ହେବାରୁ ଗ୍ରାମବାସୀ ସଂଯୋଗ ସ୍ଥଳ ଦେଇ ଯାତାୟାତକୁ ସ୍ବାଭାବିକ ପାଇଁ ପ୍ରୟାସ କରିଛନ୍ତି। ମାତ୍ର ଅଧିକ ବର୍ଷା ହେଲେ ଉକ୍ତସ୍ଥାନର ସ୍ଥିତି ପୁଣି ବିଗିଡ଼ିଯିବ ବୋଲି ଲୋକେ କହିଛନ୍ତି।
ତେଣୁ ଉକ୍ତ ସ୍ଥାନର ସମସ୍ୟାକୁ ଠିକା ସଂସ୍ଥା ପକ୍ଷରୁ ତୁରନ୍ତ ସମାଧାନ କରାଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି। ହେଲେ ସମସ୍ୟା ଏତିକିରେ ସୀମିତ ରହିନାହିଁ। ରାଜପଥର ବାରବାଟୀଠାରୁ ଖଣ୍ଡିତର ନିକଟସ୍ଥ ଖରସ୍ରୋତା ବ୍ରିଜ୍‌ ପର୍ଯ୍ୟନ୍ତ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଶେଷ ହେବାକୁ ବସିଛି। ଯେଉଁ ସବୁ ସ୍ଥାନରେ ସମ୍ପ୍ରସାରଣ ସରିଗଲାଣି ସେ ସବୁ ସ୍ଥାନରେ ରାଜପଥକୁ ସଂଯୋଗ କରୁଥିବା ଗ୍ରାମ୍ୟରାସ୍ତା ସଂଯୋଗସ୍ଥଳକୁ ସୁଦୃଢୀକରଣ କରାଯାଉ ନାହିଁ। ସାମାନ୍ୟ ବର୍ଷାରେ ଉକ୍ତରାସ୍ତାଗୁଡିକର ଅବସ୍ଥା ଶୋଚନୀୟ ହୋଇପଡୁଛି। ରାସ୍ତାର ଦୁରବସ୍ଥା ପାଇଁ ପ୍ରତ୍ୟହ ଦୁର୍ଘଟଣା ଘଟି ଧନଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। ଏ ସମ୍ପର୍କରେ ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ପଚାରିବାରୁ ସେ କହିଛନ୍ତି, ରାଜପଥକୁ ସଂଯୋଗ କରୁଥିବା ସ୍ଥାନର ସ୍ଥିତି ସମ୍ପର୍କରେ ରିପୋର୍ଟ ମଗାଯାଇଛି। ଆଉ ଯେଉଁ ସବୁ ସ୍ଥାନରେ ଅସୁବିଧା ହେଉଛି ବୋଲି ଅଭିଯୋଗ ଆସୁଛି ତାକୁ ଅଗ୍ରାଧିକାର ଦିଆଯାଇ ସମାଧାନ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଏ ନେଇ ଠିକାସଂସ୍ଥା ଡିବିଏଲର ପ୍ରକଳ୍ପ ଅଧିକାରୀ ହରିହର ସିଂଙ୍କ ସହ ଯୋଗାଯୋଗ କରିବାକୁ ପ୍ରୟାସ କରାଯାଇଥିଲା। ମାତ୍ର ସେ ଫୋନ ନ ଉଠାଇବାରୁ ତାଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

ଚାଷୀଙ୍କୁ ଆଶ୍ବସ୍ତି, ବିଧାୟକଙ୍କ ହସ୍ତକ୍ଷେପ ପରେ ପୋଡ଼ାପଦର ଚାଷଜମିରୁ ଜଳ ନିଷ୍କାସନ ଆରମ୍ଭ

ଛତ୍ରପୁର,୨୭।୯(ଦିଲ୍ଲୀପ ସାମଲ /ଦ୍ଵାରିକା ପଟନାୟକ): ଲଗାଣ ବର୍ଷା ଯୋଗୁଁ ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ ପୋଡ଼ାପଦର ଅଞ୍ଚଳର ବ୍ୟାପକ ଚାଷଜମି ଜଳମଗ୍ନ ହୋଇପଡ଼ିଥିଲା। ଚାଷଜମିରେ ଦୀର୍ଘ ସମୟ…

ବନ୍ଧକ ସୁନା ମାଗିବାରୁ ମରଣାନ୍ତକ ଆକ୍ରମଣ, ୩ ମାସ ପରେ ତାମିଲନାଡୁରୁ ଅଭିଯୁକ୍ତ ଗିରଫ

କେନ୍ଦୁଝର/ହାଟଡିହୀ/ଛେନାପଦୀ,୨୭।୯(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ନୂଆରମ୍ପାସ ଗ୍ରାମରେ ଗତ ଜୁନ ୨୩ ମଙ୍ଗଳବାର ବନ୍ଧକ ସୁନା ଫେରସ୍ତ ମାଗି ମରଣାନ୍ତକ…

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?