ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଭୁଲ୍‌ ତଥ୍ୟ ଦେବା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା

କର୍ଲାମୁଣ୍ଡା,୨୩ା୬(ଡି.ଏନ୍‌.ଏ.): ବାସହୀନଙ୍କ ପାଇଁ ଘର ଯୋଗାଇବା ଉଦ୍ଦେଶ୍ୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା କରୁଥିଲେ ହେଁ ସରକାରୀ ଅଧିକାରୀମାନଙ୍କ ଆନ୍ତରିକତା ଅଭାବରୁ ଯୋଗ୍ୟ ହିତାଧିକାରୀମାନଙ୍କ ପାଇଁ ଯୋଜନା ସାତସପନ ପାଲଟିଛି।

ଏଭଳି ଏକ ଘଟଣା କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସାପଲହରା ପଞ୍ଚାୟତ କଣ୍ଡରେଇ ଗାଁରେ ଦେଖିବାକୁ ମିଳିଛି। ଏହି ଗାଁର ବଂଶୀଧର ପୁଟେଲ ପକ୍କାଘର ଟିଏ ପାଇବାକୁ ଦୀର୍ଘବର୍ଷ ଧରି ପଞ୍ଚାୟତ,ବ୍ଲକ,ଜିଲା ପ୍ରଶାସନ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଗୁହାରି କରି ମଧ୍ୟ ଆବାସ ଯୋଜନାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତି। ଏହି ବାସହୀନ ଗରିବ ବ୍ୟକ୍ତି ସମସ୍ତଙ୍କୁ ଗୁହାରି କରି ହତାସ ହେବା ପରେ ଜନୈକ ସାମାଜିକ କର୍ମୀ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍‌ ଜରିଆରେ ଅଭିଯୋଗ କରିଥିଲେ। ତେବେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ତତ୍ପରତା ପ୍ରକାଶ କରି ଟୁଇଟ୍‌ ଉତ୍ତର ରଖିବାକୁ କର୍ଲାମୁଣ୍ଡା ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉତ୍ତରରେ କର୍ଲାମୁଣ୍ଡା ପଞ୍ଚାୟତ ସମିତିପତ୍ର ସଂଖ୍ୟା ୧୫୭୮, ତାରିଖ ୩୦/୦୬/୨୦୨୧ରେ ବଂଶୀଧର ପୁଟେଲ କଚ୍ଚା ଘରେ ରହୁଛନ୍ତି ଓ ଏସ୍‌ଇସିସି ଅନୁସାରେ ଘର ପାଇବାକୁ ଯୋଗ୍ୟ ତାଲିକାରେ ତାଙ୍କ ନାମ ରହିଥିବା ଦର୍ଶାଇଛନ୍ତି। ବର୍ତ୍ତମାନ କିନ୍ତୁ ସେହି ତାଲିକାରୁ ନାମ ଉଭାନ ହୋଇଥିବା ଜଣାପଡ଼ିଛି। ବଂଶୀଧର ଜିଲାପାଳଙ୍କ ଜନ ଶୁଣାଣି ଶିବିରରେ ଚଳିତ ମାସ ୬ ତାରିଖ (ପଞ୍ଜୀକୃତ ସଂଖ୍ୟା ୭୨) ଲିଖିତ ଭାବେ ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଯଦି ଅବମାନନା କରାଯାଉଛି ଓ ଭୁଲ୍‌ ତଥ୍ୟ ଦିଆଯାଉଛି ତେବେ ସାଧାରଣ ଲୋକ କିଭଳି ସେବା ପାଉଥିବେ ତାହା ସହଜେ ଅନୁମାନ କରାଯାଇପାରେ ବୋଲି ଜିଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ ଅଭିଯୋଗ କରିଛନ୍ତି। ଏ ସମ୍ବନ୍ଧରେ ଜାଣିବା ପାଇଁ କର୍ଲାମୁଣ୍ଡା ବିଡିଓ ପ୍ରିୟ ଦର୍ଶନୀ ମିର୍ଦ୍ଦାଙ୍କୁ ଯୋଗାଯୋଗ କରିଥିଲେ ହେଁ ତାଙ୍କ ସହିତ ଯୋଗାଯୋଗ ହେଇପାରି ନ ଥିବାରୁ କର୍ଲାମୁଣ୍ଡା ବ୍ଲକ ଗ୍ରାମୀଣ ଆବାସ ଯୋଜନା ଦାୟିତ୍ୱରେ ଥିବା ବିପିସି ଭୋଳା ଦାଶଙ୍କୁ ପଚାରିବାରୁ ମୋ’ପୂର୍ବରୁ ଅନ୍ୟ ଜଣେ ଏହି ପଦବୀରେ ଥିଲେ। ଏଣୁ ଏ ବିଷୟରେ ମୁଁ ଅଧିକ କିଛି କହିପାରିବି ନାହିଁ। ତଥାପି ଏହି ହିତାଧିକାରୀ କେମିତି ତାଲିକା ଭୁକ୍ତ ହେଇପାରିବେ ଆମେ ଚେଷ୍ଟା କରୁଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଆହୁରି ସୁଦୃଢ଼ ହେବ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା’

ଭୁବନେଶ୍ୱର,୧୩।୬(ବ୍ୟୁରୋ): ବନ୍ୟା, ବାତ୍ୟା, ମରୁଡ଼ି ପରି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଆହୁରି ସୁଦୃଢ଼ ହେବ। ଯାହା ଆବଶ୍ୟକ, ଖୁବ ଶୀଘ୍ର କାମ ଆରମ୍ଭ ହେବ। ଏସଆରସି...

ବ୍ରାହ୍ମଣୀ ସ୍ରୋତରେ ଭାସିଗଲେ ଯୁବତୀ

ରାଜନଗର,୧୭।୫(ଡି.ଏନ୍‌.ଏ.): ରାଜନଗର ବ୍ଲକ ବନ୍ଧପଡ଼ା ପଞ୍ଚାୟତ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମ ନିକଟ ବ୍ରାହ୍ମଣୀ ନଦୀରେ ଗୁରୁବାର ଜଣେ ଯୁବତୀ ଭାସି ଯାଇଥିଲେ। ଗ୍ରାମର ଲିଜାରାଣୀ ପ୍ରଧାନ...

କାଲି ପ୍ରକାଶ ପାଇବ ମାଦ୍ରାସା ବୋର୍ଡ ପରୀକ୍ଷାଫଳ

ଭୁବନେଶ୍ୱର,୧୮।୮(ବ୍ୟୁରୋ): ଓଡ଼ିଶା ମାଦ୍ରାସା ବୋର୍ଡ ପରୀକ୍ଷାଫଳ ବୁଧବାର ପ୍ରକାଶ ପାଇବ। ଏ ନେଇ ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ମିଳିଛି। ପରୀକ୍ଷାଫଳ ପ୍ରକାଶ...

ବଡ଼ ମେଡିକାଲର ଗୁମର କଥା: ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା ପ୍ରହସନ

ବ୍ରହ୍ମପୁର ଅଫିସ,୧୬ା୧୨-ମହାରାଜ କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଦକ୍ଷିଣ ଓଡ଼ିଶାର ଏକ ମାତ୍ର ଭରସାଯୋଗ୍ୟ ହସ୍ପିଟାଲ। ଏହି ହସ୍ପିଟାଲ ଉପରେ ପଡୋଶୀ ଆନ୍ଧ୍ରପ୍ରଦେଶ ଓ ପୁରୀ,...

ଗିର୍ଲିଗୁଡ଼ା-ମାଝିଗୁଡ଼ା ସେତୁ : ଭିତ୍ତିପ୍ରସ୍ତର ସ୍ଥାପନ କଲେ ରାଷ୍ଟ୍ରମନ୍ତ୍ରୀ ପଦ୍ମିନୀ ଦିଆନ

ଡାବୁଗାଁ, ୧୬।୨(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଘୋଡ଼ାଖୁଣ୍ଟା ପଞ୍ଚାୟତ ଅଧୀନ ଗିର୍ଲିଗୁଡ଼ା-ମାଝିଗୁଡ଼ା ଗ୍ରାମ ମଧ୍ୟରେ ଥିବା ଏକ ନାଳ ଉପରେ ପୋଲ ନିର୍ମାଣ ପାଇଁ...

୫-ଟି ସଚିବଙ୍କ ଗସ୍ତ ପୂର୍ବରୁ ସଫା ହେଲା କ୍ୟାପିଟାଲ ହସ୍ପିଟାଲ

ଭୁବନେଶ୍ୱର, ୧୮ା୧୦(ବ୍ୟୁରୋ): ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ ହେବାପରେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ଉପରେ ଗୁରୁତ୍ୱ ବଢ଼ିଯାଇଛି। ବିଶେଷକରି ହସ୍ପିଟାଲ ଓ ଥାନାକୁ ଯାଉଥିବା ଲୋକଙ୍କୁ ଉନ୍ନତ...

ସୁଧାର ଆଣିପାରିବ ସଚେତନତା

ଛେଣ୍ଡିପଦା, ୨୩।୧୧ (ସ୍ବ.ପ୍ର.): ବଢ଼ୁଛି ଅପମିଶ୍ରିତ ଖାଦ୍ୟ ପଦାର୍ଥ ବିକ୍ରି। ଖାଉଟିଙ୍କ ସ୍ବାସ୍ଥ୍ୟ ସହ ଖେଳୁଛନ୍ତି ଲାଭଖୋର ବ୍ୟବସାୟୀ। ମାପ ଓଜନରେ ମଧ୍ୟ ଠକାଯାଉଛି ଗ୍ରାହକଙ୍କୁ। ଏପରି...

ସଙ୍ଗୀତଜ୍ଞ ଶାନ୍ତନୁ ମହାପାତ୍ର ଅସୁସ୍ଥ

ଭୁବନେଶ୍ୱର,୨୯।୧୨(ବ୍ୟୁରୋ): ବରିଷ୍ଠ ଖ୍ୟାତନାମା ଓଡ଼ିଆ ସଙ୍ଗୀତଜ୍ଞ ଶାନ୍ତନୁ ମହାପାତ୍ର (୮୪) ଗୁରୁତର ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେ ନିମୋନିଆ ସହ ଅନ୍ୟ କେତେକ...

Advertisement
Archives

Model This Week