ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୨ସ୍କୁଲ ବସ୍‌ ଜବତ

ଆନନ୍ଦପୁର,୨୪।୬(ସ୍ବ.ପ୍ର.): କ୍ଷମତାଠାରୁ ଅଧିକ ଛାତ୍ରୀଛାତ୍ରଙ୍କୁ ନେଇ ଯାଉଥିବା ଦୁଇଟି ସ୍କୁଲ ବସ୍‌କୁ ଘସିପୁରା ପୋଲିସ ଜବତ କରିଛି। ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ନିର୍ଦ୍ଦେଶ କ୍ରମେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗୁରୁବାର ମନ୍ତ୍ରୀ ଦାଶଙ୍କ କେନ୍ଦୁଝର ଜିଲା ଗସ୍ତ ସମୟରେ ଏଭଳି ନିୟମ ଉଲ୍ଲଘଂନ କରାଯାଇ ପିଲାମାନଙ୍କୁ ବିପଦ ସଙ୍କୁଳ ଭାବେ ନିଆଯାଉଥିବା ଦୃଷ୍ଟିକୁ ଆସିଥିଲା। ସୂଚନା ଅନୁଯାୟୀ, ଗଣଶିକ୍ଷା ମନ୍ତ୍ରୀ ଦାଶ ୪ ଦିନିଆ କେନ୍ଦୁଝର ଜିଲା ଗସ୍ତରେ ଯାଉଥିବା ବେଳେ ଆନନ୍ଦପୁରସ୍ଥିତ ପ୍ରାଣବଲ୍ଲଭ ପବ୍ଲିକ୍‌ ସ୍କୁଲର ଦୁଇଟି ବସ୍‌ ୨୦ନଂ. ଜାତୀୟ ରାଜପଥରେ ଯାଉଥିବା ଦେଖିବାକୁ ପାଇଥିଲେ। ଏଥିରେ କ୍ଷମତାଠାରୁ ଅଧିକ ଛାତ୍ରୀଛାତ୍ର ଯାଉଥିବା ଜାଣି ମନ୍ତ୍ରୀ ବସ୍‌ ଦୁଇଟିକୁ ଅଟକାଇଥିଲେ। ବସ୍‌ ମଧ୍ୟରେ ଉପସ୍ଥିତ ଥିବା ଶିକ୍ଷୟିତ୍ରୀଙ୍କୁ ଡାକି ତାଗିଦ୍‌ କରିବା ସହିତ ସ୍କୁଲର ନାମ ପଚାରି ବୁଝିଥିଲେ। ବସ୍‌ ମଧ୍ୟରେ ଖୁନ୍ଦାଖୁନ୍ଦି ଓ ଠିଆ ହୋଇ ପିଲାମାନେ ପଢ଼ିବାକୁ ଯାଉଥିବାରୁ ପିଲାମାନେ କ’ଣ ଲଗେଜ୍‌ ବୋଲି ମନ୍ତ୍ରୀ ପ୍ରଶ୍ନ କରିଥିଲେ। ପରେ ମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଘସିପୁରା ପୋଲିସ ପହଞ୍ଚି ବସ୍‌ ଦୁଇଟିକୁ ଜବତ କରିଥିଲା। ବସ୍‌ ଦୁଇଟିକୁୁ ଥାନାରେ ଅଟକ ରଖାଯାଇଛି। କାଗଜପତ୍ର ଯାଞ୍ଚ ପରେ ଯାହା କିଛି ପଦକ୍ଷେପ ନିଆଯିବ ବୋଲି ଥାନା ଅଧିକାରୀ ଘନଶ୍ୟାମ ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିରକୁ ଧସେଇ ପଶିଲେ ଭକ୍ତ

ପୁରୀ ଅଫିସ, ୧୮।୩: ଆଜି ପବିତ୍ର ଦୋଳପୂର୍ଣ୍ଣିମା। ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ। ଦୋଳରେ ଦୋଳଗୋବିନ୍ଦ, ଚାପରେ ମଧୁସୁଦନ ଓ ରଥରେ...

ପ୍ରଥମ ଦିନରେ ୪୦ ହଜାର ଜନସମାଗମ

ବଇଣ୍ଡା,୨୩।୫ (ଡି.ଏନ.ଏ.): ଆଠମଲ୍ଲିକ ଉପଖଣ୍ଡ ବଇଣ୍ଡାଠାରେ ଗତ ୨୧ ତାରିଖଠାରୁ ଆରମ୍ଭ ହୋଇଛି ଚନ୍ଦନ ଯାତ୍ରା। ଏହି ୪ ଦିନିଆ ଯାତ୍ରାର ପ୍ରଥମ ରାତିରେ ୪୦...

ଚାକିରି ଦେବା ନାଁରେ ଠକେଇ, ସମ୍ପର୍କୀୟ ଭାଇଙ୍କ ନାଁରେ ଏତଲା ଦେଲେ ଭଉଣୀ

ବ୍ରହ୍ମପୁର ଅଫିସ,୩୦ା୧୦: ବ୍ରହ୍ମପୁର ବଡବଜାର ଥାନା ଅଧୀନ ପାଣିଗ୍ରାହୀ ପେଣ୍ଠ ଅଞ୍ଚଳର ପିଙ୍କି ଲେଙ୍କାଙ୍କୁ ତାଙ୍କର ସମ୍ପର୍କୀୟ ଭାଇ ଦିଲୀପ କୁମାର ଲେଙ୍କା ଏକ ଫାଇନାନ୍ସ...

ବନବିଭାଗର ‘ଅପରେଶନ ଗଜେନ୍ଦ୍ର’: ବାହୁଡ଼ିଲେ ଝାଡ଼ଖଣ୍ଡ ହାତୀପଲ

ସଜନାଗଡ଼, ୨୮।୧୧(ଡି.ଏନ.ଏ.)-ଝାଡ଼ଖଣ୍ଡ ଦଲମା ଅଭୟାରଣ୍ୟରୁ ୪ଦିନ ହେଲା ହାତୀପଲ ନୀଳଗିରି ବନାଞ୍ଚଳକୁ ଚାଲି ଆସି ଉପଦ୍ରବ ଚଳାଇଥିଲେ। ଯେତେ ଧାନ ଫସଲ ଖାଇଥିଲେ ତାହାଠାରୁ ଅଧିକ...

ବୁଣାକାରଙ୍କ ପାଇଁ ପ୍ୟାକେଜ୍‌ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୩ା୮(ବ୍ୟୁରୋ): ରାଜ୍ୟର ବୁଣାକାରମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ସତନ୍ତ୍ର ପ୍ୟାକେଜ୍‌ ଘୋଷଣା କରିଛନ୍ତି । ରାଜ୍ୟରେ କୃଷି ପରେ ହସ୍ତତନ୍ତ ହିଁ ଗ୍ରାମାଞ୍ଚଳରେ...

ଭିତର ସେବାୟତ ପରିବାରଙ୍କୁ ମିଳିବ ଶିକ୍ଷା, ସ୍ବାସ୍ଥ୍ୟ ସୁବିଧା

ପୁରୀ ଅଫିସ,୧୮ା୫: ଶ୍ରୀମନ୍ଦିର ଭିତର ସେବାୟତ ନିଯୋଗ ଏବଂ ହାଇଟେକ୍‌ ମେଡିକାଲ କଲେଜ ଓ ହସ୍ପିଟାଲ୍‌ ମଧ୍ୟରେ ମଙ୍ଗଳବାର ଏକ ରାଜିନାମା ସ୍ବାକ୍ଷରିତ ହୋଇଛି। ସେବାୟତ...

ଅନନ୍ୟ ଲୀଳାକ୍ଷେତ୍ର ଗଡ଼ଖୋର୍ଦ୍ଧା

ଖୋର୍ଦ୍ଧା-ଭୁବନେଶ୍ୱର ନଂ.୧୬ ଜାତୀୟ ରାଜପଥ ଗଡ଼ଖୋର୍ଦ୍ଧା ଛକ ପଞ୍ଚ ପାଇକ ପ୍ରତିମୂର୍ତ୍ତିଠାରୁ ୨୦୦ ମିଟର ଦୂରରେ ରହିଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳାକ୍ଷେତ୍ର। ଗଡ଼ଖୋର୍ଦ୍ଧାଠାରେ ମହାପ୍ରଭୁ ୩ଥର...

ସାମାଜିକ ବାସନ୍ଦ ଅଭିଯୋଗ

ବରଗଡ଼ ଅଫିସ୍‌,୨୫।୫: ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ଭଡିଗାଁ ଗ୍ରାମର ରୋହିଦାସ ପଡ଼ା(ଚମାର ପଡ଼ା)ବାସୀଙ୍କୁ ଗ୍ରାମରେ ସାମାଜିକ ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି...

Advertisement
Archives

Model This Week