ଏସ୍‌ପିଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଲେ ଏନ୍‌ଏଚ୍‌ଆର୍‌ସି

ଯାଜପୁର ଅଫିସ,୨୪ା୬: ଯାଜପୁର ଜିଲା ଅନ୍ତର୍ଗତ ଧର୍ମଶାଳା, ବାଲିଚନ୍ଦ୍ରପୁର, ବୈରୀ ଓ ବଡ଼ଚଣା ଥାନା ପୋଲିସ ପକ୍ଷରୁ ଅଭିଯୁକ୍ତଙ୍କ ଜାମିନ ଆବେଦନ ପାଇଁ ନିର୍ଦ୍ଦିଷ୍ଟ କେତେକ ଓକିଲଙ୍କୁ ସୁପାରିଶ କରୁଥିବା ଅଭିଯୋଗ ହୋଇଥିଲା। ଏନେଇ ଜାତୀୟ ମାନବାଧିକାର କମିଶନ(ଏନ୍‌ଏଚ୍‌ଆରସି)ରେ ମାମଲା ରୁଜୁ କରିବାକୁ ଆବେଦନ ହୋଇଥିଲା। ଏନେଇ ଗୁରୁବାର କମିଶନ ଅଭିଯୋଗକୁ ଗମ୍ଭୀରତାର ସହ ନେଇ ତାହାକୁ ଏକ ମାମଲା (ସଂଖ୍ୟା ୨୦୦୦/୧୮/୨୪/୨୦୨୨) ଭାବେ ପଞ୍ଜିକୃତ କରିଛନ୍ତି। ଏହାସହ ଅଭିଯୋଗ ଉପରେ ୮ସପ୍ତାହ ମଧ୍ୟରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ କ’ଣ ପଦକ୍ଷେପ ଗ୍ରହଣ କରାଗଲା ତାହା ଆବେଦନକାରୀଙ୍କୁ ଅବଗତ କରାଇବା ପାଇଁ ଯାଜପୁର ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଅଭିଯୋଗ ଅନୁସାରେ ଅଭିଯୁକ୍ତମାନଙ୍କୁ ଗିରଫ ପରେ ଚଣ୍ଡିଖୋଲ ଜେଏମ୍‌ଏଫ୍‌ସି କୋର୍ଟକୁ ଚାଲାଣ କରାଯାଇଥାଏ। ସେମାନଙ୍କୁ ସୁରକ୍ଷାରେ ନେଉଥିବା ଅଧସ୍ତନ ପୋଲିସ କର୍ମଚାରୀ ଏବଂ ଥାନାର କେତେଜଣ ଅଧିକାରୀ ସେମାନଙ୍କୁ ନାନା ପ୍ରକାର ପ୍ରଲୋଭନ ଦେଖାଇଥାନ୍ତି। ଆବଶ୍ୟକ ସ୍ଥଳେ ସେହି ଅଭିଯୁକ୍ତ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ଉପରେ ମାନସିକ ଚାପ ପ୍ରୟୋଗ କରି ଜାମିନ କରାଇବା ଓ ମାମଲା ଚଳାଇବା ପାଇଁ ଅର୍ଥ ବଦଳରେ ନିର୍ଦ୍ଦିଷ୍ଟ କେତେଜଣ ଓକିଲଙ୍କୁ ନିଯୁକ୍ତି ଦେବାକୁ ବାଧ୍ୟ କରିଥାନ୍ତି। ଏନେଇ ଜଣାଶୁଣା ମାନବାଧିକାର କର୍ମୀ ଭଜମନ ବିଶ୍ୱାଳ କରିଥିବା ଅଭିଯୋଗର ସତ୍ୟତା ଯାଞ୍ଚ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟ ଗୃହ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଗତ ୨୦ତାରିଖରେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ପକ୍ଷରୁ ବରିଷ୍ଠ ଅଧିକାରୀ ଦିଲ୍ଲୀପ କୁମାର ଦାସ ତାଙ୍କ ପତ୍ର ସଂଖ୍ୟା ୫୪୪୮ରେ ଯାଜପୁର ଜିଲାପାଳଙ୍କୁ ଅଭିଯୋଗର ତଦନ୍ତ ସହ ନିଜସ୍ବ କ୍ଷମତାରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କି ପଦକ୍ଷେପ ଗ୍ରହଣ କଲେ ସେ ସମ୍ପର୍କରେ ଅଭିଯୋଗକାରୀ ବିଶ୍ୱାଳଙ୍କୁ ସିଧାସଳଖ ଅବଗତ କରାଇବାକୁ ନିର୍ଦ୍ଦେଶ ଦେଇଥିଲେ।
ପୋଲିସ ସାଧାରଣତଃ ଏତଲାକାରୀଙ୍କ ସୁରକ୍ଷା ଏବଂ ନ୍ୟାୟ ଦେବାକୁ ଶପଥ ନେଇଥାନ୍ତି। କିନ୍ତୁ ଏଠାରେ ପୀଡ଼ିତଙ୍କୁ ନ୍ୟାୟ ଦେବାକୁ ଯାଇ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଅଭିଯୁକ୍ତ କିଭଳି ଜାମିନରେ ଖଲାସ ହୋଇ ପାରିବେ ସେଥିପାଇଁ ପୋଲିସ ଚକ୍ରାନ୍ତ କରୁଛି। ଏଥିରୁ ଅଭିଯୁକ୍ତଙ୍କ ସୁରକ୍ଷା ପାଇଁ ଏହିସବୁ ଥାନାର ପୋଲିସ କାର୍ଯ୍ୟ କରୁଥିବା ସ୍ପଷ୍ଟ ମନେ ହେଉଛି। ଆହୁରି ଅଭିଯୋଗ ହୋଇଛି, ନିର୍ଦ୍ଦିଷ୍ଟ କେତେଜଣ ଓକିଲଙ୍କୁ ମାମଲା ପରିଚାଳନା ଦାୟିତ୍ୱ ଦେଲେ ଶୀଘ୍ର ଜାମିନ ମିଳିଯିବ ଏବଂ କୋର୍ଟରେ କେସ ଡାଏରୀ ଶୀଘ୍ର ଦାଖଲ ହେବ। ଚାର୍ଜସିଟ୍‌ ଦାଖଲ ବେଳେ ଲାଗିଥିବା କଡ଼ା ଦଫାକୁ ହ୍ରାସ କରି ହାଲୁକା ଦଫା ଲଗାଯିବ। ଏଭଳି ଅନେକ ପ୍ରଲୋଭନ ଦେଖାଇ ଅଭିଯୁକ୍ତଙ୍କ ଉପରେ ଚାପ ପ୍ରୟୋଗ କରାଯାଉଥିବା ଅଭିଯୋଗ ହେଉଛି। ନିର୍ଦ୍ଦିଷ୍ଟ ଓକିଲ ଅଭିଯୁକ୍ତଙ୍କ ଜାମିନ ପାଇଁ ବୃତ୍ତିଗତ ପାଉଣା ଓ ଆନୁସଙ୍ଗିକ ଖର୍ଚ୍ଚ ବାବଦରେ ସେମାନଙ୍କଠାରୁ ଅଧିକ ଅର୍ଥ ନେଉଛନ୍ତି ଏବଂ ସେଥିରୁ କିଛି ଅର୍ଥ ସମ୍ପୃକ୍ତ ପୋଲିସ ଅଧିକାରୀ ଏବଂ କର୍ମଚାରୀଙ୍କୁ କୁଆଡ଼େ ଦେଉଛନ୍ତି ବୋଲି ଆବେଦନକାରୀ ବିଶ୍ୱାଳ ତାଙ୍କ ଆବେଦନରେ ଆପତ୍ତି କରିଛନ୍ତି। ପୋଲିସର ଏଭଳି ବେଆଇନ କାର୍ଯ୍ୟ ଦ୍ୱାରା ପୋଲିସ ହେପାଜତରେ ଥିବା ଅଭିଯୁକ୍ତ ମାନଙ୍କ ଆଇନଗତ ସ୍ବାଧୀନତା, ସ୍ବତନ୍ତ୍ରତା ଏବଂ ଅଧିକାର କେବଳ କ୍ଷୁଣ୍ଣ ହେଉନାହିଁ ବରଂ ଅନ୍ୟ ଓକିଲଙ୍କ ପେଶା ମଧ୍ୟ ବିଶେଷ ଭାବେ ପ୍ରଭାବିତ ହୋଇ ଆସୁଛି। ପୋଲିସ ସୁପାରିଶରେ ଅଭିଯୁକ୍ତମାନେ ନିଯୁକ୍ତ କରୁଥିବା ଓକିଲଙ୍କ ଦ୍ୱାରା ବି ସେମାନେ ଆର୍ଥିକ ଶୋଷଣର ଶୀକାର ହେଉଛନ୍ତି। କାରଣ ସମ୍ପୃକ୍ତ ଓକିଲମାନେ ଅନ୍ୟ ଓକିଲଙ୍କ ତୁଳନାରେ ଅଧିକ ବୃତ୍ତିଗତ ପାଉଣା ନେଉଛନ୍ତି। ଏଭଳି ଅଭିଯୋଗ ପୋଲିସର ସ୍ବଚ୍ଛ କାର୍ଯ୍ୟଧାରା ଉପରେ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri