ଏସ୍‌ପିଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଲେ ଏନ୍‌ଏଚ୍‌ଆର୍‌ସି

ଯାଜପୁର ଅଫିସ,୨୪ା୬: ଯାଜପୁର ଜିଲା ଅନ୍ତର୍ଗତ ଧର୍ମଶାଳା, ବାଲିଚନ୍ଦ୍ରପୁର, ବୈରୀ ଓ ବଡ଼ଚଣା ଥାନା ପୋଲିସ ପକ୍ଷରୁ ଅଭିଯୁକ୍ତଙ୍କ ଜାମିନ ଆବେଦନ ପାଇଁ ନିର୍ଦ୍ଦିଷ୍ଟ କେତେକ ଓକିଲଙ୍କୁ ସୁପାରିଶ କରୁଥିବା ଅଭିଯୋଗ ହୋଇଥିଲା। ଏନେଇ ଜାତୀୟ ମାନବାଧିକାର କମିଶନ(ଏନ୍‌ଏଚ୍‌ଆରସି)ରେ ମାମଲା ରୁଜୁ କରିବାକୁ ଆବେଦନ ହୋଇଥିଲା। ଏନେଇ ଗୁରୁବାର କମିଶନ ଅଭିଯୋଗକୁ ଗମ୍ଭୀରତାର ସହ ନେଇ ତାହାକୁ ଏକ ମାମଲା (ସଂଖ୍ୟା ୨୦୦୦/୧୮/୨୪/୨୦୨୨) ଭାବେ ପଞ୍ଜିକୃତ କରିଛନ୍ତି। ଏହାସହ ଅଭିଯୋଗ ଉପରେ ୮ସପ୍ତାହ ମଧ୍ୟରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ କ’ଣ ପଦକ୍ଷେପ ଗ୍ରହଣ କରାଗଲା ତାହା ଆବେଦନକାରୀଙ୍କୁ ଅବଗତ କରାଇବା ପାଇଁ ଯାଜପୁର ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଅଭିଯୋଗ ଅନୁସାରେ ଅଭିଯୁକ୍ତମାନଙ୍କୁ ଗିରଫ ପରେ ଚଣ୍ଡିଖୋଲ ଜେଏମ୍‌ଏଫ୍‌ସି କୋର୍ଟକୁ ଚାଲାଣ କରାଯାଇଥାଏ। ସେମାନଙ୍କୁ ସୁରକ୍ଷାରେ ନେଉଥିବା ଅଧସ୍ତନ ପୋଲିସ କର୍ମଚାରୀ ଏବଂ ଥାନାର କେତେଜଣ ଅଧିକାରୀ ସେମାନଙ୍କୁ ନାନା ପ୍ରକାର ପ୍ରଲୋଭନ ଦେଖାଇଥାନ୍ତି। ଆବଶ୍ୟକ ସ୍ଥଳେ ସେହି ଅଭିଯୁକ୍ତ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ଉପରେ ମାନସିକ ଚାପ ପ୍ରୟୋଗ କରି ଜାମିନ କରାଇବା ଓ ମାମଲା ଚଳାଇବା ପାଇଁ ଅର୍ଥ ବଦଳରେ ନିର୍ଦ୍ଦିଷ୍ଟ କେତେଜଣ ଓକିଲଙ୍କୁ ନିଯୁକ୍ତି ଦେବାକୁ ବାଧ୍ୟ କରିଥାନ୍ତି। ଏନେଇ ଜଣାଶୁଣା ମାନବାଧିକାର କର୍ମୀ ଭଜମନ ବିଶ୍ୱାଳ କରିଥିବା ଅଭିଯୋଗର ସତ୍ୟତା ଯାଞ୍ଚ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟ ଗୃହ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଗତ ୨୦ତାରିଖରେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ପକ୍ଷରୁ ବରିଷ୍ଠ ଅଧିକାରୀ ଦିଲ୍ଲୀପ କୁମାର ଦାସ ତାଙ୍କ ପତ୍ର ସଂଖ୍ୟା ୫୪୪୮ରେ ଯାଜପୁର ଜିଲାପାଳଙ୍କୁ ଅଭିଯୋଗର ତଦନ୍ତ ସହ ନିଜସ୍ବ କ୍ଷମତାରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କି ପଦକ୍ଷେପ ଗ୍ରହଣ କଲେ ସେ ସମ୍ପର୍କରେ ଅଭିଯୋଗକାରୀ ବିଶ୍ୱାଳଙ୍କୁ ସିଧାସଳଖ ଅବଗତ କରାଇବାକୁ ନିର୍ଦ୍ଦେଶ ଦେଇଥିଲେ।
ପୋଲିସ ସାଧାରଣତଃ ଏତଲାକାରୀଙ୍କ ସୁରକ୍ଷା ଏବଂ ନ୍ୟାୟ ଦେବାକୁ ଶପଥ ନେଇଥାନ୍ତି। କିନ୍ତୁ ଏଠାରେ ପୀଡ଼ିତଙ୍କୁ ନ୍ୟାୟ ଦେବାକୁ ଯାଇ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଅଭିଯୁକ୍ତ କିଭଳି ଜାମିନରେ ଖଲାସ ହୋଇ ପାରିବେ ସେଥିପାଇଁ ପୋଲିସ ଚକ୍ରାନ୍ତ କରୁଛି। ଏଥିରୁ ଅଭିଯୁକ୍ତଙ୍କ ସୁରକ୍ଷା ପାଇଁ ଏହିସବୁ ଥାନାର ପୋଲିସ କାର୍ଯ୍ୟ କରୁଥିବା ସ୍ପଷ୍ଟ ମନେ ହେଉଛି। ଆହୁରି ଅଭିଯୋଗ ହୋଇଛି, ନିର୍ଦ୍ଦିଷ୍ଟ କେତେଜଣ ଓକିଲଙ୍କୁ ମାମଲା ପରିଚାଳନା ଦାୟିତ୍ୱ ଦେଲେ ଶୀଘ୍ର ଜାମିନ ମିଳିଯିବ ଏବଂ କୋର୍ଟରେ କେସ ଡାଏରୀ ଶୀଘ୍ର ଦାଖଲ ହେବ। ଚାର୍ଜସିଟ୍‌ ଦାଖଲ ବେଳେ ଲାଗିଥିବା କଡ଼ା ଦଫାକୁ ହ୍ରାସ କରି ହାଲୁକା ଦଫା ଲଗାଯିବ। ଏଭଳି ଅନେକ ପ୍ରଲୋଭନ ଦେଖାଇ ଅଭିଯୁକ୍ତଙ୍କ ଉପରେ ଚାପ ପ୍ରୟୋଗ କରାଯାଉଥିବା ଅଭିଯୋଗ ହେଉଛି। ନିର୍ଦ୍ଦିଷ୍ଟ ଓକିଲ ଅଭିଯୁକ୍ତଙ୍କ ଜାମିନ ପାଇଁ ବୃତ୍ତିଗତ ପାଉଣା ଓ ଆନୁସଙ୍ଗିକ ଖର୍ଚ୍ଚ ବାବଦରେ ସେମାନଙ୍କଠାରୁ ଅଧିକ ଅର୍ଥ ନେଉଛନ୍ତି ଏବଂ ସେଥିରୁ କିଛି ଅର୍ଥ ସମ୍ପୃକ୍ତ ପୋଲିସ ଅଧିକାରୀ ଏବଂ କର୍ମଚାରୀଙ୍କୁ କୁଆଡ଼େ ଦେଉଛନ୍ତି ବୋଲି ଆବେଦନକାରୀ ବିଶ୍ୱାଳ ତାଙ୍କ ଆବେଦନରେ ଆପତ୍ତି କରିଛନ୍ତି। ପୋଲିସର ଏଭଳି ବେଆଇନ କାର୍ଯ୍ୟ ଦ୍ୱାରା ପୋଲିସ ହେପାଜତରେ ଥିବା ଅଭିଯୁକ୍ତ ମାନଙ୍କ ଆଇନଗତ ସ୍ବାଧୀନତା, ସ୍ବତନ୍ତ୍ରତା ଏବଂ ଅଧିକାର କେବଳ କ୍ଷୁଣ୍ଣ ହେଉନାହିଁ ବରଂ ଅନ୍ୟ ଓକିଲଙ୍କ ପେଶା ମଧ୍ୟ ବିଶେଷ ଭାବେ ପ୍ରଭାବିତ ହୋଇ ଆସୁଛି। ପୋଲିସ ସୁପାରିଶରେ ଅଭିଯୁକ୍ତମାନେ ନିଯୁକ୍ତ କରୁଥିବା ଓକିଲଙ୍କ ଦ୍ୱାରା ବି ସେମାନେ ଆର୍ଥିକ ଶୋଷଣର ଶୀକାର ହେଉଛନ୍ତି। କାରଣ ସମ୍ପୃକ୍ତ ଓକିଲମାନେ ଅନ୍ୟ ଓକିଲଙ୍କ ତୁଳନାରେ ଅଧିକ ବୃତ୍ତିଗତ ପାଉଣା ନେଉଛନ୍ତି। ଏଭଳି ଅଭିଯୋଗ ପୋଲିସର ସ୍ବଚ୍ଛ କାର୍ଯ୍ୟଧାରା ଉପରେ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

ଚାଷୀଙ୍କୁ ଆଶ୍ବସ୍ତି, ବିଧାୟକଙ୍କ ହସ୍ତକ୍ଷେପ ପରେ ପୋଡ଼ାପଦର ଚାଷଜମିରୁ ଜଳ ନିଷ୍କାସନ ଆରମ୍ଭ

ଛତ୍ରପୁର,୨୭।୯(ଦିଲ୍ଲୀପ ସାମଲ /ଦ୍ଵାରିକା ପଟନାୟକ): ଲଗାଣ ବର୍ଷା ଯୋଗୁଁ ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ ପୋଡ଼ାପଦର ଅଞ୍ଚଳର ବ୍ୟାପକ ଚାଷଜମି ଜଳମଗ୍ନ ହୋଇପଡ଼ିଥିଲା। ଚାଷଜମିରେ ଦୀର୍ଘ ସମୟ…

ବନ୍ଧକ ସୁନା ମାଗିବାରୁ ମରଣାନ୍ତକ ଆକ୍ରମଣ, ୩ ମାସ ପରେ ତାମିଲନାଡୁରୁ ଅଭିଯୁକ୍ତ ଗିରଫ

କେନ୍ଦୁଝର/ହାଟଡିହୀ/ଛେନାପଦୀ,୨୭।୯(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ନୂଆରମ୍ପାସ ଗ୍ରାମରେ ଗତ ଜୁନ ୨୩ ମଙ୍ଗଳବାର ବନ୍ଧକ ସୁନା ଫେରସ୍ତ ମାଗି ମରଣାନ୍ତକ…

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?